spot_img
Home Blog Page 820

ପହଲଗାଓଁ ଆକ୍ରମଣ ଘଟଣା : ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି  ଦିଲ୍ଲୀ ବ୍ୟବସାୟୀ ସଂଘର ବନ୍ଦ ଘୋଷଣା । ଶୁକ୍ରବାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀର ବଜାର ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ବିରୋଧ ଏବଂ ପ୍ରତିବାଦ କରାଯାଉଛି ଏବଂ ନାଗରିକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରୁଛନ୍ତି ।

ଅନ୍ୟପକ୍ଷେ ଦିଲ୍ଲୀ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯାହାକୁ ସମସ୍ତ ବ୍ୟବସାୟୀ ସଂଗଠନ ସମର୍ଥନ ଜାଣାଇ ବଜାର ବନ୍ଦ ରଖିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ଫଳରେ ୯୦୦ରୁ ଅଧିକ ଦୋକନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଏଥିସହିତ କଳା ବ୍ୟାଚ୍ ପିନ୍ଦି ବ୍ୟବସାୟୀ ମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ କରିଛନ୍ତି । ସଂଘ ପକ୍ଷରୁ ଶନିବାର ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ବ୍ୟବସାୟୀଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।

ପାକ୍ ଉପପ୍ରଧାନମନ୍ତ୍ରୀ ଇଶାକ ଦରଙ୍କ ବିଚିତ୍ର ବୟାନ; ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଦର୍ଶାଇଲେ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲାରେ ସାମିଲ ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ଦର୍ଶାଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଇଶାକ ଦର୍ । ପହଲଗାଓଁ ଘଟଣାରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଦୁଇ ଦେଶ ମଧ୍ୟରେ ଭିସା, ସିନ୍ଧୁ ଜଳ, କୂଟନୀତିଜ୍ଞ ଆଦି କ୍ଷେତ୍ରରେ ବିବାଦ ଜାରି ରହିଥିବାବେଳେ ତାଙ୍କ ବୟାନ ଅଧିକ ବିବାଦ ସୃଷ୍ଟି କରିଛି । ପାକିସ୍ତାନର ୨୪ କୋଟି ଲୋକ ପାଣି ଚାହାଁନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ନାମରେ ଭାରତ ପାଣି ବନ୍ଦ କରିପାରିବ ନାହିଁ ବୋଲି ସେ ଧମକ ଦେଇଛନ୍ତି । ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

ଜେଲରୁ ଇମରାନଙ୍କ ୬ ପ୍ରସ୍ତାବ : ଆର୍ମିଚିଫ୍ ସୟଦ ଆସିମ ମୁନୀର ଅହମ୍ମଦଙ୍କ ଉପରେ ଚାପ ପକାଇଲେ ଇମରାନ

ନନ୍ଦିଘୋଷ ବ୍ୟୁରୋ : ଜେଲରେ ଥାଇ ସୁଦ୍ଧା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ପଦକ୍ଷେପ । ପାକ୍ ସେନାମୁଖ୍ୟ ସୟଦ ଆସିମ ମୁନୀର ଅହମ୍ମଦ ଶାହଙ୍କ ଉପରେ ଚାପ ପକାଇଛନ୍ତି ଇମରାନ । ୨୦୨୩ରୁ ଜେଲରେ ଥିବା ପାକିସ୍ତାନ ତେହରିକ ଇ ଇନସାଫ ନେତା ଇମରାନ ବର୍ତ୍ତମାନ ରାଓଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି । ତାଙ୍କ ବିବୃତିକୁ ଦଳର ନେତାମାନେ ପ୍ରସାରିତ କରୁଛନ୍ତି । ଆର୍ମିଚିଫଙ୍କ ନିକଟରେ ଇମରାନ ୬ଟି ପ୍ରସ୍ତାବ ରଖିଛନ୍ତି । ତୁରନ୍ତ ଆର୍ମିଚିଫ ଜେନେରାଲ ମୁନୀର ଇସ୍ତଫା ଦେବା, ୧୨ ମାସ ଭିତରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା, ୨୦୨୪ ନିର୍ବାଚନ ଜାଲିଆତିର ତଦନ୍ତ ଜାତିସଂଘ କମିଟି ଜରିଆରେ କରିବା, ହତ୍ୟା, ଅପହରଣ, ନିର୍ଯାତନା ଆଦି ମାନବାଧିକାର ଉଲ୍ଲଂଘନରେ ସାମିଲ ଥିବା ଅଫିସରମାନଙ୍କ ବିରୋଧରେ ମାମଲା, ରାଜନୈିତିକ ଅସ୍ଥିରତାର ଶିକାର ନାଗରିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ସାଲିସ କରୁଥିବା ବିଚାରପତିମାନଙ୍କୁ ବାହାର କରି ବିଚାରବିଭାଗୀୟ ଓ ସାମରିକ ସଂସ୍କାର ଆଣିବାକୁ କହିଛନ୍ତି ଇମରାନ ।

ରାଜଧାନୀରୁ ପୁଣି ହଜିଲା ନାବାଳକ, ଖେଳିବାକୁ ଆସି ଫେରିଲାନି ପୁଅ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରୁ ପୁଣି ହଜିଲା ନାବାଳକ । ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ରହୁଥିବା ପଙ୍କଜିନି ସାହୁ ଓ ଦାଶରଥି ସାହୁଙ୍କ ୧୩ ବର୍ଷର ପୁଅ ବିଜ୍ଞାନ ସାହୁ ନିଖୋଜ । ଗତ ଏପ୍ରିଲ ୧୮ ତାରିଖରେ ବାହାରକୁ ଖେଳିବାକୁ ଯାଇ ଘରକୁ ଫେରିନଥିଲା । ଗତ ଏପ୍ରିଲ ୧୯ ତାରିଖରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଏ ମାମଲାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ପରିବାରଲୋକ ।

ଅନ୍ୟପକ୍ଷରେ ପ୍ରାୟ ୩ ବର୍ଷ ହେଲା ଭୁବନେଶ୍ୱରରେ ରହି ମା’ ବାପା କାମ କରି ପେଟ ପୋଷନ୍ତି । ବାପା ଏକ ଘରୋଇ ଲଜରେ ସଫେୟା କାମ କରୁଥିବା ବେଳେ ମା’ ଘର ଘର ବୁଲି ଘରକାମ କରନ୍ତି ତେଣୁ ପରିବାରର ଆଶାର ବାଡ଼ିକୁ ଫେରାଇ ଦେବାକୁ ନେହୁରା ହୋଇଛନ୍ତି ବାପା ମା । ଲୁହ ଝରେଇ ମା’ କାନ୍ଦୁଥିବା ବେଳେ କୋଳକୁ କେବେ ଫେରିବ ଛୁଆ ସେକଥା ପଚାରୁଛି । ସେପଟେ ରାଜଧାନୀରେ ଛୁଆମାନେ ଏବେ ସୁରକ୍ଷିତ ନଥିବା କହିଛନ୍ତି ପଡ଼ୋଶୀ ।

ରାଜଧାନୀରୁ ମିଳିଲା ଦୁଇଟି ମୃତଦେହ , ମୃତ୍ୟୁର କାରଣ ଅସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ସକାଳୁ ସକାଳୁ ରାଜଧାନୀରୁ ମିଳିଲା ଦୁଇଟି ମୃତଦେହ । ଗୋଟିଏ ମୃତଦେହ ବାଣୀବିହାର ଷ୍ଟେସନ ନିକଟ ରେଳ ଧରଣାରୁ ମିଳିଥିବା ବେଳେ ଅନ୍ୟଟି ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି । ଉଭୟଙ୍କ ପରିଚୟ ମିଳିନାହିଁ । ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଏହା ହତ୍ୟା ନା ଆତ୍ମହତ୍ୟା କି ଦୁର୍ଘଟଣାରେ ଜୀବନ ଯାଇଛି ତାର ତଦନ୍ତ କରୁଛି ପୋଲିସ । ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ପହଲଗାଓଁ ଆକ୍ରମଣ : ୨ ଆତଙ୍କବାଦୀଙ୍କ ଘରକୁ ବୋମା ପକାଇ, ବୁଲଡୋଜର ଚଢାଇ ଭାଙ୍ଗିଲେ ସୁରକ୍ଷାକର୍ମୀ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ସାମିଲ ଦୁଇ ଆତଙ୍କବାଦୀ ଆଦିଲ ହୁସେନ ଓ ଆସିଫ ସେଖଙ୍କ ଘରକୁ ବେମାରେ ଉଡାଇଦେଲେ ସୁରକ୍ଷାକର୍ମୀ । ଅନନ୍ତନାଗ ଜିଲ୍ଲାର ବିଜବେହରାରର ଗୋରୀ ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନର ଘରେ ବୋମାମାଡ଼ କରାଯାଇଛି । ଏବଂ ଅନ୍ୟଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ଜମ୍ମୁ ଓ କାଶ୍ମୀର ପ୍ରସାଶନ ପକ୍ଷରୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଛି ।  ଏହି ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସେମାନେ ଏପ୍ରିଲ ୨୨ରେ ପହଲଗାଓଁ ବୈସାରନ ଘାଟିରେ ହୋଇଥିବା ଆକ୍ରମଣ ଯୋଜନା ଏବଂ କାଯ୍ୟକାରୀ କରିବାରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀର ପହଲଗାଓଁରେ ୪ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ଗୋଷ୍ଠୀ ଷ୍ଟିଲ ଟିପ୍ ଗୁଳି, AK-47 ରାଇଫଲ୍ସ ଏବଂ ବଡି କ୍ୟାମେରା ପିନ୍ଧି  ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣେ ୨୬ଜଣ ପ୍ରାଣହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ବୁଲିବାକୁ ଆସିଥିଲେ । ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ସାମିଲ ଥିଲେ  । ଯାହାଙ୍କ ଘରକୁ ସୁରକ୍ଷାକର୍ମୀମାନେ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।

ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀ- ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ

ନନ୍ଦିଘୋଷ ବ୍ୟୁରୋ :  ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ। ଏହି ଏନକାଉଣ୍ଟରରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ସୂଚନା ରହିଛି। ସୂଚନାଅନୁସାରେ, ବନ୍ଦିପୋରା ଜିଲ୍ଲାର କୁଲନାର ବାଜିପୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।

ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ପରେ ସର୍ଚ୍ଚ ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଏବେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

LOCରେ ପାକ୍ ସେନାର ଫାୟରିଂ ; କଡ଼ା ଜବାବ ଦେଉଛି ଭାରତୀୟ ସେନା

ନନ୍ଦିଘୋଷ ବ୍ୟୁରୋ : ପୁଣି ସୀମା ଟପିଲା ପାକିସ୍ତାନ । ଏଲଓସିରେ ବୃଦ୍ଧିପାଇଛି ଉତ୍ତେଜା । ଭାରତ-ପାକିସ୍ତାନ ସୀମାରେ ରାତିସାରା ଚାଲିଛି ଗୁଳିବିନିମୟ । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା ।  ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପରେ ଛାନିଆ ହୋଇ ପଡିଛି ପଡୋଶୀ  ।  ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ  । ସୂଚନା ଅନୁସାରେ, ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ ଚାଲିଛି ।   ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ଏଥିରେ କେହି ମୃତାହତ  ହୋଇ ନଥିବା ସୂଚନା ମିଳିଛି  ।  ସେପଟେ  ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ ।  ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି ।  ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି  ବାୟୁସେନା ।  ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି  । ଅନ୍ୟପକ୍ଷେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶର ସବୁଠାରେ ଲୋକେ କ୍ରୋଧିତ ରହିଛନ୍ତି ଏବଂ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନାରା ଦେଉଛନ୍ତି ।

 

ହିମାଚଳ ପ୍ରଦେଶରେ ‘ସମ୍ବିଧାନ ବଞ୍ଚାଅ’ ରାଲି ବାତିଲ

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶରେ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ରାଲି ବାତିଲ । ଦେଶରେ ସମ୍ବିଧାନ ଉପରେ ଚାଲିଥିବା ଆକ୍ରମଣ ବିରୋଧରେ ଗର୍ଜନ କରିଥାନ୍ତା ହିମାଚଳ ପ୍ରଦେଶ କଂଗ୍ରେସ ।  କିନ୍ତୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ କଂଗ୍ରେସ ସମ୍ବିଧାନ ବଞ୍ଚାଅ ରାଲିକୁ ବାତିଲ କରିଛି । ୨୬ ଏପ୍ରିଲରେ ରାଜଧାନୀ ସିମଲାର ଚୌରା ମୈଦାନରେ ଏକ ରାଜ୍ୟସ୍ତରୀୟ ରାଲି ଆୟୋଜନ ହେବାର ଥିଲା। ଆତଙ୍କବାଦୀ ଆକ୍ରମଣରେ ମୃତଙ୍କୁ  ସମ୍ମାନ ଜଣାଇ ରାଜ୍ୟ କଂଗ୍ରେସ ଏହି ରାଲି ନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କୁ ଚିଠି ଜାରି କରି ଅବଗତ କରାଯାଇଛି।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଗଣମାଧ୍ୟମ ପ୍ରମୁଖ ପରାମର୍ଶଦାତା ନରେଶ ଚୌହାନ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ଦୁଃଖଦ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସିମଲାରେ ପ୍ରସ୍ତାବିତ ସମ୍ବିଧାନ ବଞ୍ଚାଅ ରାଲି ହେବ ନାହିଁ। ରାଲି ଆୟୋଜନର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ସ୍ଥିର କରାଯିବ। ସେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଏକ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ନୁହେଁ ବରଂ ଅମାନବୀୟ ମଧ୍ୟ। ଏହା ସଭ୍ୟ ସମାଜର ମୌଳିକ ଆତ୍ମା ​​ଉପରେ ଆକ୍ରମଣ ଅଟେ।

ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏପରି ଘଟଣାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯାଇପାରିବ ନାହିଁ ଏବଂ ଆତଙ୍କ ପ୍ରସାରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ନରେଶ ଚୌହାନ କହିଛନ୍ତି ଯେ ଏହି ଦୁଃଖର ମୁହୂର୍ତ୍ତରେ ଆମେ ସମସ୍ତ ପ୍ରଭାବିତ ପରିବାର ସହିତ ଛିଡ଼ା ହୋଇଛୁ। ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ସମସ୍ତ ମୃତକଙ୍କ ଆତ୍ମାକୁ ସଦଗତି ମିଳୁ ଏବଂ ପରିବାର ସଦସ୍ୟମାନଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ଏପରି ଘଟଣା ଆମ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୋହଲାଇ ପାରିବ ନାହିଁ।

ଆଜି ବିହାରରେ ହେବ ବିପିଏସସି ମେନ୍ ପରୀକ୍ଷା

ନୂଆଦିଲ୍ଲୀ : ଆଜି ବିହାରରେ ଅନୁଷ୍ଠିତ ହେବ ବିହାର ପବ୍ଲିକ ସର୍ଭିସ କମିଶନ ମେନ୍ ପରୀକ୍ଷା । ପେପରଲିକ୍ ଅଭିଯୋଗ କରି ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନକୁ ଗତ ବୁଧବାର ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ପେପର ଲିକ୍ ପ୍ରସଙ୍ଗରେ ସାରା ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିଲା ଆନ୍ଦୋଳନ । ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋଲି ବିଭିନ୍ନ ପକ୍ଷ ହ୍ବାଟସଆପ୍ ମେସେଜ, ଭିଡିଓ କ୍ଲିପ ଆଦି ତଥ୍ୟ ଦାଖଲ କରିଥିଲେ । ମାତ୍ର ସମସ୍ତ ପକ୍ଷକୁ ଶୁଣି ପରୀକ୍ଷା ବାତିଲ ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ୭୦ତମ ବିପିଏସସି କମ୍ବାଇନଡ୍ କମ୍ପିଟିଟିଭ ଏଗଜାମକୁ ବାତିଲ କରିବା ଲାଗି ବହୁ ପିଟିସନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଥିଲେ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ । ପିଟିସନରକାରୀଙ୍କ ପକ୍ଷରୁ ଲଢୁଥିଲେ ବରିଷ୍ଠ ଆଇନଜୀବୀ ଅଞ୍ଜନା ପ୍ରକାଶ । ସୁପ୍ରିମ କୋର୍ଟ କହିଥିଲେ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ସେପରି କୌଣସି ପ୍ରମାଣ ଉପଲବ୍ଧ ନୁହେଁ ।