spot_img
Home Blog Page 817

ପହଲଗାଓଁ ଆକ୍ରମଣ ମାମଲାରେ TRFର ୟୁଟର୍ଣ୍ଣ, କହିଲା ଆମେ କରିନୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ ଆକ୍ସନରେ ପାକିସ୍ତାନ ଓ ପାକିସ୍ତାନୀ ସେନା ଦ୍ବାରା ପାଳିତ ଆତଙ୍କବାଦୀ ସଙ୍ଗଠନଙ୍କ ନିଦ ହଜିଛି । ଯେକୌଣସି ସମୟରେ ଭାରତ ବଡ଼ ଧମାକା କରିବା ସହ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେଠାରୁ କହିଛନ୍ତି, ପାତାଳରେ ବି ଲୁଚିଲେ ଖୋଜି ଖୋଜି ମାରିବୁ, ଆତଙ୍କବାଦୀ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି । ଆଉ ଭୟ ଏତେ ଘାରିଛି ଯେ, ଯେଉଁ TRF (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ପହଲଗାଓଁ ଆକ୍ରମଣରେ ନିଜର ହାତ ଥିବା କହିଥିଲା ଏବେ ୟୁଟର୍ଣ୍ଣ ମାରିଛି ।

TRF ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ପହଲଗାଓଁ ଘଟଣାରେ ଆମର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ । ଆମ ଡିଜିଟାଲ ପ୍ଲାଟଫର୍ମକୁ ହ୍ୟାକ କରି ଆକ୍ରମଣ ପାଇଁ ଦାୟୀ ବୋଲି ମେସେଜ କରାଯାଇଛି । ଏପରିକି ଭାରତୀୟ ଏଜେନ୍ସି ଷଡଯନ୍ତ୍ର କରିଥିବା ଓ ଏହାର ତଦନ୍ତ ଆରମ୍ଭ ହୋଇଥିବା TRF ପକ୍ଷରୁ କୁହାଯାଇଛି ।

ଭାରତକୁ ଏତେ ଭୟ ଯେ ଆତଙ୍କବାଦୀ ଆକ୍ରମଣ ପରେ ପରେ ଲସ୍କର ଏ ତୈୟବା ଡିପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ଭିଡିଓ ଜାରି କରି ଏଥିରେ ତା’ର ହାତ ନଥିବା ସଫେଇ ଦେଇଥିଲା ।

TRFକୁ ଏବେ ଗୋଟିଏ ଭୟ ଗ୍ରାସିଛି ଭାରତ ସହ ପଙ୍ଗା ନେବା ତାକୁ ଭାରି ନପଡିଯାଉ । ଗତ ୨୪ ଘଣ୍ଟା ଭାରତ କାଶ୍ମୀରରେ ୭ ଜଣ ଆତଙ୍କବାଦୀଙ୍କୁ ଘେରିବା ସହ ସେମାନଙ୍କୁ ଠିକଣାରେ ଲଗାଇବାରେ ଲାଗିଛି । ଏକାଧିକ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଅନ୍ୟମାନଙ୍କର ସମଦଶା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଯେମିତି ବି ହେଉ ଭାରତ ନିଶ୍ଚିତ ପ୍ରତିଶୋଧ ନେବ । ଏହି କାରଣରୁ TRF ୟୁ-ଟର୍ଣ୍ଣ ମାରିଛି ।

ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କଲେ ଅରୁଣ ସାହୁ

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ l ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ । ମହାନଦୀରେ ଆଜି ଟୋପେ ପାଣି ନାହିଁ l ମରୁଭୂମିରେ ପରିଣତ ହୋଇଛି ମହାନଦୀ । କଲମାର ସବୁ ଗେଟ ବନ୍ଦ କରିଦେଲେ । ଏଯାଏ କୌଣସି ବିଧିବଦ୍ଧ ଆଲୋଚନା କଲେ ନାହିଁ । ଆଉ କେବେ କଥା ହେବେ ସରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।କେବଳ କେନ୍ଦ୍ରମନ୍ତ୍ରୀଙ୍କ ଗୋଟେ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିଲେ ଓଡ଼ିଶା ଆସିଥିଲେ ଛତିଶଗଡ ସରକାର । ସେଠି ଟିକେ ଦେଖାରେ କଣ ଆଲୋଚନା କରିଥିବେ ? ଏମାନେ ମୌକାକୁ ଅପେକ୍ଷା କରିଥାନ୍ତି । ବିଜେପି ସରକାର ହେଉଛି ଭାଣ୍ଡାମୀ, ଭୂଆଁ ବୁଲେଇବା ସରକାର। ରାଜ୍ୟ ସରକାର ବାସ୍ତବତାକୁ ଆସନ୍ତୁ ବୋଲି କହିଛନ୍ତି ଅରୁଣ ।

ସେହିପରି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରି କହିଛନ୍ତି, ମହାନଦୀ ପ୍ରସଂଗରେ ରାଜ୍ୟ ସରକାର ଆଉ ବାହାନା ନଦେଖାନ୍ତୁ । ଜଳ ସଂରକ୍ଷଣ କାହିଁକି ଓଡିଶା ସରକାର କରୁନାହାନ୍ତି ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସି ଆଲୋଚନା କରନ୍ତୁ । ଟ୍ରିପଲ ଇଞ୍ଜିନ ସରକାରବେଳେ ଯଦି ସମସ୍ୟାର ସମାଧାନ ନହେବ, ତ କେବେ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ଟ୍ରିପଲ୍ ଇଞ୍ଜିନ ସରକାର ସମାଧାନ ନକରିବ ତେବେ କେବେ ହେବନି । ଏହା କେନ୍ଦ୍ରପ୍ରତି ଓଡିଶାର ପ୍ରତାରଣା ହେବ ବୋଲି ଭକ୍ତ କହିଛନ୍ତି । ଆଜି ମହାନଦୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ କି ବିଭିନ୍ନ ରାଜ୍ୟରେ ଥିବା ଜଳ ବିବାଦର ଆପୋଷ ସମାଧାନ କରିବାକୁ ସରକାର ଚେଷ୍ଠା କରୁଛନ୍ତି । ଛତିଶଗଡ଼ ସହ ଜଳ ବିବାଦ ନେଇ ଏତେ ବଡ ସମସ୍ୟା ନାହିଁ ।.. ..

ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ

ଯାଜପୁର: ଘରୋଇ କଳହର କରୁଣ ପରିଣତି । ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ । ଅଗ୍ନିଶମ ବାହିନୀ ପକ୍ଷରୁ କରାଗଲା ଉଦ୍ଧାର । ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ବଲ୍ଲଭିଘାଟରେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ହେଲେ ରାଜକନିକା ଅଞ୍ଚଳର ସୁକାନ୍ତ ମିଶ୍ର । ସୁକାନ୍ତ କୌଣସି କାରଣରୁ ନିଜ ପତ୍ନୀ ଓ ପୁଅଙ୍କ ସାମ୍ନାରେ ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁଥିଲେ । ସେଠାରେ ଲୋକ ରୁଣ୍ଡ ହୋଇଥିବା ଦେଖି ଯାଜପୁର ଅଗ୍ନିଶମ ବିଭାଗ ନଦୀକୁ ଯାଇ ସୁକାନ୍ତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲା । ନଦୀରେ ପାଣି କମ ଥିବାରୁ ସୁକାନ୍ତଙ୍କ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।…

ବାଲେଶ୍ବରରେ NIA ଟିମ୍, ପହଲଗାଓଁ ଆତଙ୍କୀ ହମଲାର କରୁଛନ୍ତି ତଦନ୍ତ

ବାଲେଶ୍ବର: ବାଲେଶ୍ବର ଇସାଣୀ ଗାଁରେ ଏନଆଇଏ ଟିମ୍। ପହଲଗାଓଁ ଆତଙ୍କୀ ହମଲାର କରୁଛନ୍ତି ତଦନ୍ତ। ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ କରୁଛନ୍ତି ପଚରାଉଚରା । କେମିତି ହୋଇଥିଲା ଆକ୍ରମଣ ସେନେଇ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅକୁ ପଚରାଉଚରା କରୁଛି ଏନଆଇଏ ଟିମ୍। ପ୍ରାୟ ଏକ ଘଣ୍ଟା ଧରି NIA ଟିମର ପଚରାଉଚରା ଜାରି । ପ୍ରଶାନ୍ତଙ୍କ ପରିବାରଙ୍କୁ ପଚରାଉଚରା କରୁଛି NIAର 3 ଜଣିଆ ଟିମ। ରୁଦ୍ଧଦ୍ୱାର ପଚରାଉଚରାରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ତାଙ୍କ ୯ ବର୍ଷର ପୁଅଙ୍କ ନିକଟରୁ ତଥ୍ୟ ନେଉଛି ଟିମ । କେତେଜଣ ଆସିଥିଲେ, କିପରି ଦେଖା ଯାଉଥିଲେ, କଣ ସବୁ କହିଥିଲେ ଏହି ବାବଦରେ ତଥ୍ୟ ନେଉଛି NIA।

ବଲାଙ୍ଗୀରରେ ୫୦ ବର୍ଷରୁ ଅଧିକ ବର୍ଷ ହେବ ରହୁଛନ୍ତି ପାକିସ୍ତାନୀ ମହିଳା

ବଲାଙ୍ଗୀର: ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା । ତାଙ୍କ ନାଁ ସାରଦା କୁକ୍ରେଜା ହୋଇଥିବାବେଳେ ସେ ଠିକାଦାରପଡାରେ ପରିବାର ସହ ଦୀର୍ଘବର୍ଷ ହେଲା ରହୁଛନ୍ତି । ବଡ଼କଥା ହେଲା ସେ ୧୯୭୧ ମସିହାରୁ ବଲାଙ୍ଗୀରରେ ରହି ଆସୁଥିବାବେଳେ ସେ ଏବେ ବି ପାକିସ୍ତାନୀ ନାଗରିକତ୍ବରେ ରହିଆସୁଛନ୍ତି । ୧୯୯୧ରୁ ତାଙ୍କର ପାସପୋର୍ଟ ଅବଧି ସରିଯାଇଛି I ୧୯୭୧ରେ ସାରଦା ପାକିସ୍ତାନ ଛାଡି ପରିବାର ସହ ଦିଲ୍ଲୀ ଆସିଥିଲେ I ସେଠାରୁ କୋରାପୁଟ ଆସି ମହେଶ୍ କୁକ୍ରେଜାଙ୍କୁ ବିବାହ କରିଥିଲେ I ପରେ ସେମାନେ ବ୍ୟବସାୟ ପାଇଁ ବଲାଙ୍ଗୀର ଚାଲି ଆସିଥିଲେ I ବଲାଙ୍ଗୀରରେ ବ୍ୟବସାୟ କରି ରହୁଛନ୍ତି I ସାରଦା ଏପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ଵ ଗ୍ରହଣ କରି ନାହାଁନ୍ତି । ପହଲଗାଓଁ ଆକ୍ରମଣ ପରେ ସବୁ ପାକିସ୍ତାନୀଙ୍କୁ ଭାରତ ଛାଡି ଚାଲିଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କାଲି ସରୁଛି ସାଧାରଣ ଭିସା ଅବଧି ।

କର୍ଣ୍ଣ ଅର୍ଜୁନ ସହ ଲଢେଇ କରିବ କିନ୍ତୁ ଶ୍ରୀଖଣ୍ଡି ସହ ନୁହଁ: ବାପି ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ଯାତ୍ରା କଳାକାର ଓ କର୍ମଚାରୀ ଅନ୍ୟପଟେ ମାଲିକ ମହାସଂଘ। ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହି ଥିବା ବେଳେ ଅଭିନେତା ବାପି ପଣ୍ଡାଙ୍କ ଅଭିଯୋଗ ଘଟଣାକୁ ଆହୁରି ରୋଚକ କରିଛି । ଗତକାଲି ବାଲେଶ୍ଵର ଟାଉନ ଥାନାରେ ଯାତ୍ରା ପାର୍ବତୀ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତ ଜୀବନ ପଣ୍ଡାଙ୍କ ନାମରେ  ଅଭିଯୋଗ କରିଛନ୍ତି  ବାପି ପଣ୍ଡା । ସେ କହିଛନ୍ତି ମୁଁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ର ଦ୍ଵାରସ୍ଥ ହୋଇଛି। ମୁଁ ବର୍ତ୍ତମାନ ଧର୍ମ ଯୁଦ୍ଧରେ ଛିଡ଼ା ହୋଇଛି । କର୍ଣ୍ଣ ଅର୍ଜୁନ ସହ ଲଢେଇ କରିବ କିନ୍ତୁ ଶ୍ରୀଖଣ୍ଡି ସହ ନୁହଁ । ଆଗାମୀ ଦିନରେ ଯଦି ମୋର କିଛି ହୋଇଯାଏ, ତାହେଲେ ଜଗତ ଜୀବନ ପଣ୍ଡା ଦାୟୀ ରହିବେ। ପ୍ରଚ୍ଛଦରେ ଦୁଇ ଜଣ ମାଲିକ ଅନନ୍ତ ନାରାୟଣ ଧଳ ଓ ପବିତ୍ର ପାତ୍ର  ଅଛନ୍ତି। ଏହି ଦୁଇ ଜଣ ଅହଙ୍କାର ଛାଡ଼ି ଆଗକୁ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ବାଲେଶ୍ଵର ଟାଉନ ଥାନାରେ ଅଭିଯୋଗକୁ ଆଧାର କରି କେସ ନମ୍ବର 102/25 ରେ ଏକ  ମାମଲା ରୁଜୁ ହୋଇଛି।

CSK ହାରିବା ନେଇ ଧୋନିଙ୍କୁ ରକ୍ଷା କରି ଜାଡେଜାଙ୍କୁ ନିଶାନା କଲେ ରାଇନା

ନୂଆଦିଲ୍ଲୀ: ‘ଚେନ୍ନାଇ ସୁପର କିଙ୍ଗସ ହାରିଛି କିନ୍ତୁ ଭାଙ୍ଗିନାହିଁ’ । ସନରାଇଜର୍ସ ହାଇଦ୍ରାବାଦ ପରେ ସିଏସକେର ସୋସିଆଲ ମିଡିଆ ହାଣ୍ଡଲରେ ଏପରି ପୋଷ୍ଟ କରାଯାଇଛି । ସପ୍ତମ ପରାଜୟ ପରେ ଚେନ୍ନାଇ ଆଇପିଏଲ ପ୍ଲେଅଫରୁ ବାହାରିଗଲାଣି । ଏପରି ପରିସ୍ଥିତିରେ ମ୍ୟାନେଜମେଣ୍ଟ ଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଦଳ ଏବଂ ଖେଳାଳିଙ୍କ ମଧ୍ୟରେ ତ୍ରୁଟି ଖୋଜିବା ଆରମ୍ଭ କରନ୍ତି । କିନ୍ତୁ ସିଏସକେ ଏପରି କରିନାହିଁ ।

ସୁରେଶ ରାଇନାଙ୍କ ପରି ପୂର୍ବତନ କ୍ରିକେଟରମାନେ ଧୋନିଙ୍କୁ ରକ୍ଷା କରୁଥିବା ଦେଖାଯାଉଛି । ଶୁକ୍ରବାରଦିନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୫ରେ ପରାଜୟ ବରଣ କରିଛି । ହାଇଦ୍ରାବାଦ ସେମାନଙ୍କୁ ୫ଓ୍ବିକେଟରେ ପରାସ୍ତ କରିଥିଲା । ସୁରେଶ ରାଇନା ସିଏସକେର ତ୍ରୁଟି ଦର୍ଶାଇଥିଲେ କିନ୍ତୁ ଧୋନିଙ୍କ ଦୋଷ ନଥିଲା ।

ସୁରେଶ କହିଥିଲେ ଯେ, ଏଥର ଭଲ ଖେଳାଳି କିଣାଯାଇ ନଥିଲା । ଧୋନି ଏହି ଖେଳାଳି ଚୟନ ସହ ଜଡିତ ନଥିଲ । ଆପଣ ଜାଣନ୍ତି ଯେ, ଧୋନି ଏପରି କରିପାରିବେ ନାହିଁ । ହୁଏତ ନିଲାମରେ ଭୁଲ ରହିଥାଇପାରେ ଏହା ସତ୍ତ୍ବେ ମୁଁ ଭାବୁଛି ଆମ ଦଳ ଭଲ ।

ରାଇନା ଧୋନିଙ୍କୁ ରକ୍ଷା କରିବାକୁ ଯାଇ ରବିନ୍ଦ୍ର ଜାଡେଜାଙ୍କୁ ନିଶାନା କରିଥିଲେ । ଜାଡେଜାଙ୍କ ନାଁ ନ ନେଇ କହିଥିଲେ ଯେ, ଧୋନି ଜଣେ ଅଣକ୍ୟାପ ଖେଳାଳି ହୋଇ ମଧ୍ୟ କଠିନ କରିଶ୍ରମ କରୁଛନ୍ତି । ୪୩ ବର୍ଷ ବୟସରେ ଓ୍ବିକେଟ କିପିଂ ଏବଂ ଅଧିନାୟକତ୍ବ କରୁଛନ୍ତି । ସେ ଦଳର ବ୍ରାଣ୍ଡ ପାଇଁ ଖେଳୁଛନ୍ତି କିନ୍ତୁ ସେହି ଖେଳାଳିମାନେ କ’ଣ କରୁଛନ୍ତି ଯେଉଁମାନେ ୧୮ କୋଟି, ୧୭ କୋଟି କିମ୍ବା ୧୨ କୋଟିରେ କିଣା ଯାଇଥିଲେ । ସେମାନେ ଅଧିନାୟକଙ୍କ ଯୋଜନା ଅନୁସାରେ ଖେଳୁନାହାନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଫାଙ୍କା ଧମକ, କହିଲେ ପାଣି ବନ୍ଦ କଲେ ଜବାବ ଦେବ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ସିନ୍ଧୁ ଜଳ ଚୁକ୍ତି ବାତିଲ ପରେ ଚିନ୍ତାରେ ପଡ଼ିଯାଇଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଫାଙ୍କା ଧମକ ଦେଇଛନ୍ତି, କହିଛନ୍ତି ପାଣି ବନ୍ଦ କଲେ ଦୃଢ଼ ଜବାବ ଦେବ ପାକିସ୍ତାନ । ଶାନ୍ତି ଆମର ପ୍ରାଥମିକତା ଦେଶର ସୁରକ୍ଷା ଓ ଅଖଣ୍ଡତା ସହ କୌଣସି ସାଲିସ ହେବନାହିଁ ।

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଉଭୟ ଦେଶ ପରସ୍ପର ବିରୁଦ୍ଧରେ ଅନେକ କିଛି ବନ୍ଦ ଘୋଷଣା କରିଛନ୍ତି । ଭାରତର ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯାଇଛି । ଏହି ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ଏବେ କ୍ରୋଧର ନିଆଁରେ ଜଳୁଛି । ଏ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ଆସିଛି । ସେ କହିଛନ୍ତି, ପାକିସ୍ତାନକୁ ପାଣି ନ ମିଳିଲେ ଏହାର ଜବାବ ଦିଆଯିବ । ଆମେ ଏହି ଦୁଃସାହସର ଯବାବ ଦେବୁ । ଆମେ ୨୪୦ ନିୟୁତ ଲୋକଙ୍କ ଦେଶ । ଆମେ ଆମର ସାହସୀ ସଶସ୍ତ୍ର ବାହିନୀ ପଛରେ ଠିଆ ହୋଇଛୁ । ଆମର ଶାନ୍ତି ପ୍ରାଥମିକତା । ଆମେ ଆମର ଅଖଣ୍ଡତା ଏବଂ ସୁରକ୍ଷାରେ କେବେବି ସାଲିକ କରିବୁ ନାହିଁ ।

ପୂର୍ବରୁ ପାକିସ୍ତାନୀ ନେତା ବିଲାଓ୍ବାଲ ଭୁଟ୍ଟୋ କହିଥିଲେ ସିନ୍ଧୁ ନଦୀର ପାଣି ପ୍ରବାହିତ ନ ହେବା ମାନେ ରକ୍ତ ପ୍ରବାହିତ ହେବ । ସିନ୍ଧୁ ନଦୀ ଆମର ଏବଂ ଆମର ହେଇ ରହିବ ।

ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିଲା ଆଦିଲ, ଛାତ୍ର ଭିସାରେ ଯାଇଥିଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣ ଘଟଣାରେ ଆଦିଲ ଅହମ୍ମଦ ଠୋକର ଆତଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ । ଆଦିଲ ସେହି ବ୍ୟକ୍ତି ଯିଏ କି ଆତଙ୍କବାଦୀଙ୍କୁ ଭାରତରେ ଗୁପ୍ତ ଭାବେ ପ୍ରବେଶ କରାଇଥିଲା ।

ଆଦିଲ ବିଜବେହାରାର ଏକ ଛୋଟ ଗାଁ ଗୁରିର ବାସିନ୍ଦା । ଗୁଇନ୍ଦା ସଂସ୍ଥା ଅନୁସାରେ, ପାକିସ୍ତାନ ଅତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଏବଂ ଆକ୍ରମଣ ଷଡ଼ଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା ।

ଆଦିଲ ୨୦୧୮ରେ ଛାତ୍ର ଭିସା ଜରିଆରେ ପାକିସ୍ତାନ ଯାଇଥିଲା । ସେ ମୌଳବାଦୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲା । ସୀମା ପାରରେ କାମ କରୁଥିବା ସଂଗଠନର ମୁଖ୍ୟମାନଙ୍କ ସହ ଯୋଗାଯୋଗରେ ଥିଲା । ଏହି ସମୟରେ ସେ ପ୍ରାୟ ୮ ମାସ ଯାଏ ସୁରକ୍ଷା କର୍ମୀ ଏବଂ ଏଜେନ୍ସିମାନଙ୍କ ଦୃଷ୍ଟିରେ ନିଖୋଜ ଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା ତା ଘର ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିଥିଲା । ୨୦୨୪ ଅକ୍ଟୋବରରେ ଆଦିଲ ପୁଞ୍ଚ-ରାଜୌରୀ ଅଞ୍ଚଳର ଦୁର୍ଗମ ଅଞ୍ଚଳ ଦେଇ ଭାରତରେ ପଶିଥିଲା । ୩ରୁ ୪ ଜଣିଆ ଦଳ ସହ ସେ ଏଲଓସି ପାର୍ କରିଥିଲା । ସେ ଆତଙ୍କବାଦୀଙ୍କୁ କିଛି ସମୟ ପାଇଁ ଆଶ୍ରୟ ମଧ୍ୟ ଦେଇଥିଲା । ଅନନ୍ତନାଗ ଯାତ୍ରା ଯୋଗୁ ବୈସାରଣ ଉପତ୍ୟାକା ବନ୍ଦ ଥିଲା । ଏହା ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଥିବାରୁ ଏହାର ସୁଯୋଗ ନେଇ ଆକ୍ରମଣ କରିବା ଆତଙ୍କବାଦୀ ନିଷ୍ପତ୍ତି ନେଇଥିଲେ ।

 

ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନି ଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ। ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି l ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି। ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ। ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ। ରାଜ୍ୟ ସଶସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନି ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର, ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବେ। ତେବେ ଏହି ସୁରକ୍ଷା ବାହିନୀ ଆଣ୍ଟି ଟେରୋରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ,ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।