spot_img
Home Blog Page 811

ସରିଲା ବାପଘର ଲୀଳାଖେଳା, ଆଜି ମନ୍ଦିର ବାହୁଡ଼ିବେ ବ୍ରହ୍ମପୁର ଆରାଧ୍ୟ ଦେବୀ

ନନ୍ଦିଘୋଷ ବ୍ୟୁରୋ : ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ତିମ ଦିନ। ସରିଲା ବାପାଘର ଲୀଳାଖେଳା। ଆଜି ମଧ୍ଯରାତ୍ରିରେ ମନ୍ଦିର ବାହୁଡ଼ିବେ ମାଆ । ଝିଅକୁ ବିଦାୟ ଦେବାକୁ ବାପା ଦେଶୀ ବେହେରା ସମସ୍ତ ପ୍ରସ୍ତୁତି କରିଛନ୍ତି । ଭାରତୁର ସହ ଝିଅକୁ ବିଦାୟ ଦେବେ ବାପା । ଦୁଇବର୍ଷ ପରେ ବାପ ଘରକୁ ବୁଲି ଆସିଥିଲେ ବୁଢୀ ଠାକୁରାଣୀ । ଶେଷ ଦିନରେ ଫେରିଯିବାକୁ ଶାଶୂ ଘରୁ ଡକରା ଆସିବା ପରେ ମାଆଙ୍କୁ ମେଲାଣି ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବାପା ଦେଶୀ ବେହେରା । ଯୋଗାଡ ହୋଇଛି ଭାରତୁର । ଗୋଟିଏ ଗଛରେ ବନ୍ଧାଯିବ ମାଆଙ୍କ ବିଦାୟ ସମୟରେ ସମସ୍ତ ଭାର । ତଳା ବନ୍ଧାଯିବ କୁକୁଡ଼ା । ସଂଧ୍ୟାରେ ବାପା ଦେଶୀବେହେରାଙ୍କ ଘରେ ହଜାରେ ଚକ୍ଷୁ ବିଶିଷ୍ଟ ଘଟ ସ୍ଥାପନ କରାଯାଇ ପୂଜା ପରେ ଘଟ ବାହାରିବ ମହୁରୀ ରାଜବାଟୀ । ମହୁରୀ ରାଜା ଓ ତାଙ୍କ ପରିବାର ପୂଜାର୍ଚ୍ଚନା କରି ମାଆଙ୍କୁ ବିଦାୟ ଜଣାଇବା ପରେ ପ୍ରତିଘରୁ ମାନସିକଧାରୀ ଘଟ ମାଆଙ୍କ ପଛେପଛେ ମନ୍ଦିରକୁ ଆସିବେ । ଦିନତମାମ ଉପବାସରେ ରହି ନୂଆ ଲୁଗା ପିନ୍ଧି ମୁଣ୍ଡର ଘଟକୁ ଧରି ଆସିବେ ମହିଳା । ଶ୍ରଦ୍ଧାଳୁ, ମାନସିକ ଘଟଧାରୀ, ବେଶଧାରୀ, ଡିଜେ, ଘଣ୍ଟଘଣ୍ଟା, ମୃନ୍ଦଙ୍ଗ ଓ ହୁଳହୁଳିରେ ମାଆଙ୍କୁ ଶାଶୁଘରେ ଛାଡ଼ିବେ ଶ୍ରଦ୍ଧାଳୁ । ସେପଟେ ଆଜି ଶେଷ ଦିନ ଥିବାରୁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ଼ ଜମିବା ଆଶା କରାଯାଉଛି ।

କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ : କମିବ ତାପମାତ୍ରା ବଢ଼ିପାରେ ବର୍ଷା  । କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣରେ ଝଡ଼ ପବନ ନେଇ ଆଲର୍ଟ ଜାରି କରାଯାଇଛି । ଗତକାଲିଠାରୁ ପାଗ ବଦଳିଥିବାବେଳେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଫଳରେ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂହପୁର ଓ କଟକରେ ବର୍ଷା ନେଇ ଅନୁମାନ କରାଯାଉଛି । ବର୍ଷା ଯୋଗୁ ଦିନର ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି  ।

ପହଲଗାଓଁ ଆକ୍ରମଣ ଘଟଣା : ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା। ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଜାମୁରେ ବସିବାକୁ ଥିବା ଅଧିବେଶନରେ ପହଲଗାଓଁ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯିବ। ଅଧିବେଶନରେ ଆତଙ୍କବାଦକୁ ବିରୋଧ କରି ପ୍ରସ୍ତାବ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହା ସହ ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିବେ।

ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହେବ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଉଛି। କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଛନ୍ତି ଏଲଜି। ପହଲଗାଓଁ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ।

ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଏପ୍ରିଲ ୯ରେ ବିଧାନସଭାର ବଜେଟ ଅଧିବେଶନକୁ ସାଇନଡାଏ ଘୋଷଣା କରାଯାଇଥିଲା। ସେପଟେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଉଦ୍ଧମପୁର ଗସ୍ତରେ ଯାଇ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଥିଲେ।

BRICSର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ନାହିଁ ବିଦେଶ ମନ୍ତ୍ରୀ ଓ NSA: ପହଲଗାଓଁ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବ୍ରିକ୍ସର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ନାହିଁ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ଏନଏସଏ ଅଜିତ ଡୋଭାଲ । ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ବିଦେଶ ମନ୍ତ୍ରୀ ଓ ଏନଏସଏର ବୈଠକକୁ ଡୋଭାଲ ଓ ଜୟଶଙ୍କର ସ୍କିପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବଦଳରେ ଭାରତୀୟ ବ୍ରିକ୍ସ ଶେରପା ବୈଠକରେ ଭାରତର ତରଫରୁ ପ୍ରତିନିଧିତ୍ବ କରିବେ ।

ଜାମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଆସନ୍ତା ୩୦ରେ ହେବାକୁ ଥିବା ବ୍ରିକ୍ସର ଗୁରୁତ୍ବପୂର୍ଣ୍ଣ ବୈଠକକୁ ନେଇ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି ।  ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୨ ଜଣ ଲୋକ ପ୍ରାଣ ହରାଇଥିଲେ । ଉକ୍ତ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ବଳ ଆତଙ୍କବାଦୀ ଓ ସେମାନଙ୍କର ଆଡ୍ଡା ବିରୋଧରେ କଠୋର ଅଭିଯାନ ଆରମ୍ଭ କରିଛି ।

ଓଡ଼ିଶା ସୀମା ଅକ୍ତିଆରରେ ମାତିଛି ଆନ୍ଧ୍ର: ନନ୍ଦପୁର ରାଇପାହାଡ଼ ଅଞ୍ଚଳରେ ଲଗାଚାଲିଛି ବିଦ୍ୟୁତ ମିଟର

ଭୁବନେଶ୍ବର: ଓଡ଼ିଶା ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢାଉଛି ଆନ୍ଧ୍ର । କେବେ କୋଟିଆକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛି ତ କେତେବେଳେ ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡକୁ ଟାଣୁଛି । କେତେବେଳେ ଚାଉଳ ତ କେତେବେଳେ ଅଧାର କାର୍ଡ ଦେଇ ଯୋଜନାରେ ଅର୍ନ୍ତଭୂକ୍ତ କରୁଛି । ଏବେ ରାଜ୍ୟର ବିଜୁଳି କ୍ଷେତ୍ରକୁ ମଧ୍ୟ ନିଜ କବଜାକୁ ନେବା ଆରମ୍ଭ କରିଛି ଆନ୍ଧ୍ର । ହେଲେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଜନ ସଙ୍ଗଠନ । ଓଡ଼ିଶାର କୋରାପୁଟ ଜିଲ୍ଲା ନନ୍ଦପୁର ରାଇପାହାଡ଼ ଅଞ୍ଚଳରେ ଆନ୍ଧ୍ର ବିଦ୍ୟୁତ ମିଟର ଲଗାଇବା ପ୍ରକ୍ରିୟାକୁ ଜୋରଦାର କରିଛି। ଯାହାକୁ ନେଇ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ପଡୋଶୀ ରାଜ୍ୟଙ୍କ ତରଫରୁ ଯେଉଁ ଉପଦ୍ରବ ଓ ଜବରଦଖଲ ଆରମ୍ଭ ହୋଇଛି ତାକୁ ନେଇ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛି ମହାସଂଘ । ଘଟଣାକୁ ରାଜ୍ୟ ସରକାରଙ୍କ ଅଣ ଦେଖା ଓ ଆନ୍ଧ୍ରର ମନମାନିକୁ ନେଇ ଆଗକୁ ବଡ଼ ଧରଣର ଆନ୍ଦୋଳନର ଚେତାବନୀ ଦେଇଛି ମହାସଂଘ। ସେପଟେ ଲଗାତର ଆନ୍ଧ୍ରର ଏଭଳି ଉଦ୍ୟମ ବିରୋଧରେ ସରକାର କଠୋର ହେବା କଥା ବୋଲି କହିଛି ଉତ୍କଳ ସମ୍ମିଳନୀ। ଓଡ଼ିଶାର ଅସ୍ମିତା ବଞ୍ଚାଇବାକୁ ରାଜ୍ୟ ସରକାର ଦୃଢ଼ ଓ ଶକ୍ତ ହେବା ଆବଶ୍ୟକ।

ଓଡ଼ିଶାର ସୀମାନ୍ତବର୍ତ୍ତି ଗାଁ ଗୁଡିକର ପରିସ୍ଥିତି ଅତି ଜଟିଳ । ଓଡ଼ିଶା ସରକାରଙ୍କ ପାଖରେ ଖବର ନାହିଁ କିମ୍ବା ତତ୍ପରତା ନାହି ବୋଲି କହିଛି ବିଜେଡି। ଓଡ଼ିଶାରେ ଆନ୍ଧ୍ର ବିଜୁଳି ମିଟର ଲଗାଇବାକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି କହିଛି । କଂଗ୍ରେସର କହିବା କଥା ବିଜେପି କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ସୀମା ସମସ୍ୟାକୁ ସମାଧାନ କରିବେ ବୋଲି । କିନ୍ତୁ ଏବେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ପଡୋଶୀ ରାଜ୍ୟ ଓଡ଼ିଶାର ଅଞ୍ଚଳକୁ ଦଖଲ କରୁଛନ୍ତି । ଆନ୍ଧ୍ର ଓଡ଼ିଶାରେ ମିଟର ଲଗାଉଛି ମାନେ ସେ ଓଡ଼ିଶାର ଅଞ୍ଚଳ ଦଖଲ କରିନେଲାଣି । ଲୋକେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି। ତୁରନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛି କଂଗ୍ରେସ। ଓଡ଼ିଶାର ସୀମା, ଭାଷା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସରକାରଙ୍କ ଦାୟିତ୍ୱ । କିନ୍ତୁ ଏସବୁ କିଛି ହେଉ ନାହିଁ ବୋଲି ଅଭିଯୋଗ ଆଣିଛି ସିପିଆଇଏମ।

ଓଡିଶା ବିଜେପି ସରକାରଙ୍କ ଦୁର୍ବଳତାକୁ ଦେଖି କାଣି ବିଲେଇ ଉପରେ ଅସରପା ଭାଉ ଦେଖାଇବା ନ୍ୟାୟରେ ଆନ୍ଧ୍ର ଓ ଅନ୍ୟ ପଡୋଶୀ ରାଜ୍ୟଗୁଡିକ ଓଡିଶାକୁ ଦଖଲ କରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେପଟେ ବିରୋଧୀ ଯେତେ ଗର୍ଜିଲେ ମଧ୍ୟ ବିଜେପି ସରକାର ଚୁପ ରହୁଥିବାରୁ ଓଡ଼ିଶାର ଭାଗ୍ୟ କଣ ହେବ ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ।

ତାରିଖ ପରେ ତାରିଖ, ପ୍ରହସନ ପାଲଟିଛି ଟେଣ୍ଡର: ଝୁଲିଛି କ୍ୟାପିଟାଲ ରିଜିୟନ ରିଂ ରୋଡ୍ ଭାଗ୍ୟ

ଭୁବନେଶ୍ବର: ପ୍ରଶାସନିକ ଅନୁମୋଦନ ନାହିଁ । ତାରିଖ ପରେ ତାରିଖ । ଚାଲିଛି ଟେଣ୍ଡର ପ୍ରହସନ । ଏ ହେଉଛି କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ଼ ଭାଗ୍ୟ । ଗତ ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଆସିଲେ । ଓଡ଼ିଶା ରାସ୍ତା ହେବ ଆମେରିକା ରାସ୍ତା ଭଳି । ସ୍ବପ୍ନ ବାଣ୍ଟିଲେ ଗଲେ । ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କାମ କଣ? ଯେପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାତିର ନାହିଁ । କାହିଁକି ଆରମ୍ଭ ହୋଇପାରିନି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼ ? କାହିଁକି ବାରମ୍ବାର ଟେଣ୍ଡର ଆହ୍ବାନ ହୋଇ ତାରିଖ ପରେ ତାରିଖ ଘୁଞ୍ଚୁଛି ? କାହିଁକି ପ୍ରଶାସନିକ ଅନୁମୋଦନ ପାଇଁ ବିଳମ୍ବ ହେଉଛି? ଏମିକି ମାଳ ମାଳ ପ୍ରଶ୍ନ ଏବେ ବିରୋଧୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି । ଭୁବନେଶ୍ବର-କଟକ ସହରକୁ ଟ୍ରାଫିକ ମୁକ୍ତ କରିବା ପାଇଁ ୧୫ ବର୍ଷ ତଳୁ ପରିକଳ୍ପନା କରାଯାଇଥିବା ସିଆରଆର୍ ପାଇଁ କେନ୍ଦ୍ର ସରକାର ବାସ୍ତବରେ ଆନ୍ତରିକତା ଅଛି ତ? ରାଜ୍ୟ ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ ଏ ଦିଗରେ ବୋଧହୁଏ ଆଦୌ ତତ୍ପର ନଥିବା ଅଭିଯୋଗ କରିଛି କଂଗ୍ରେସ ।

ଟେଣ୍ଡର ତାରିଖ ଥିଲା ଚଳିତମାସ ୨୪ ତାରିଖ । ଏବେ ପୁଣି ଥରେ ଟେଣ୍ଡର ପକାଇବାର ଶେଷତାରିଖ ମେ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଶେଷଜ୍ଞଙ୍କ ଅଭିଯୋଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକିଏ ବି ହେଲେ ରିଙ୍ଗ ରୋଡ଼ ନିର୍ମାଣ ନେଇ ତତ୍ପର ନୁହଁନ୍ତି । ରାସ୍ତାଟି କେତେକ ଜିଲ୍ଲାର ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିବାରୁ ଏ ପର୍ଯ୍ୟନ୍ତ ଜଙ୍ଗଲ ଅନୁମୋଦନ ମିଳିନାହିଁ । ବହୁ ବିଳମ୍ବରେ ହୋଇଥିବା ଜନଶୁଣାଣିର ଫଳ କଣ ତାକୁ ବି ସାଧାରଣରେ ପ୍ରକାଶ କରାଯାଇନି । ବିଳମ୍ବ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି । ଯେହେତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ସେଥିପାଇଁ ଢିଲା ମାରିଚାଲିଛନ୍ତି ଏନ୍ଏଚ୍ଏ କର୍ତ୍ତୃପକ୍ଷ । ଏପରିକି ଜମି ଅଧିଗ୍ରହଣ ହୋଇଥିବା ଅଞ୍ଚଳର କେତେକ ଲୋକଙ୍କୁ କ୍ଷତିପୂରଣ ରାଶି ମିଳିନଥିବା ଅଭିଯୋଗ ହୋଇଛି ।

ପୋଲିସକୁ ଭୟନାହିଁ, ବେଫିକର ଅପରାଧୀ: ଦିନକୁ ଦିନ ବିଗୁଡୁଛି ରାଜ୍ୟର ଆଇନଶୃଙ୍ଖଳା

ଭୁବନେଶ୍ବର: ପୋଲିସକୁ ଭୟ ନାହିଁ । ବେଫିକର ଅପରାଧୀ । କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଅପରାଧ ନିୟନ୍ତ୍ରଣ? କୁଆଡ଼େ ଗଲା ବିଧାନସଭାରେ ଆଇନ ଶୃଂଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ? ବିଜେପି ସରକାରକୁ ଆସିବାର ପ୍ରଥମ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧୀକ ମାମଲା ରୁଜ୍ଜୁ ହେଲାଣି। ସେଥିରୁ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଥିବାବେଳେ ୭୩୮ଟିରେ ଚାର୍ଜସିଟ ଦିଆଯାଇଛି। ଅଭିଯୋଗ ଓ ମାମଲାର ଲମ୍ବା ଫର୍ଦ୍ଦ ବଢୁଥିବାବେଳେ ଏବେ ତାଲିକାରେ ଯୋଡ଼ି ହୋଇଛି ଗଞ୍ଜାମରେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା। ଢେଙ୍କାନାଳ ଜିଲ୍ଲାରେ ଶିଶୁ କନ୍ୟାକୁ ଧର୍ଷଣ ପରି ଅଭାବନୀୟ ଘଟଣା। ଖୋଦ୍ ରାଜଧାନୀ ବି ସୁରକ୍ଷିତ ନୁହେଁ। ରାଜନେତାଙ୍କୁ ଦାଦାବଟି ମାଗିବା ଅଭିଯୋଗ ଥାନାକୁ ଗଲାଣି ତ ଅବସରପ୍ରାପ୍ତ ପ୍ରଶାସିନକ ଅଧିକାରୀଙ୍କ ପୁଅକୁ ହାଣିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ସିରିଜ ଲୁଟ ଚାଲିଛି। ସିସିଟିଭିକୁ ବି ଏବେ ଚୋରମାନଙ୍କ ଖାତିର ନାହିଁ । ନିଶା ପାଇଁ ହଣାକଟା ଖବରର ଖାନତଲାସ ଚାଲିଛି। ହୋଲି ଦିନ ହିଁ ୬ଟି ମୁଣ୍ଡ ସାରା ରାଜ୍ୟରେ ଗଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ଭିଆଇପିଙ୍କ ଘରୁ ଲୁଟ୍ ହେବା ସହ ପୋଲିସ ମିତ୍ରଙ୍କ ମୁଣ୍ଡ କଟା ଯାଉଛି । ଅପରାଧ କମିବା ବଦଳରେ ବଢୁଛି। ପ୍ରଶାସନ ଓ ପୋଲିସ ଦୁର୍ବଳ ହୋଇ ଯାଇଥିବାରୁ ଅପରାଧୀଙ୍କ ଭିତରେ ଭୟ ନଥିବା ଅଭିଯୋଗ ହୋଇଛି । ନିଜ କ୍ୟାରିୟର ବଞ୍ଚାଇବାକୁ ପୋଲିସ ବି ରାଜନୈତିକ ଢଙ୍ଗରେ କାମ କରୁଥିବା ଚର୍ଚ୍ଚା ଜୋର ଧରିଛି ।

ଗଞ୍ଜାମ ଜିଲ୍ଲାରେ ଚାରି ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଏକ ସମ୍ବେଦନଶୀଳ ଘଟଣା। ଦୋଷୀଙ୍କୁ ଦଣ୍ଡ ମିଳିବା କହି ଖସି ପଳାଉଥିବା ସରକାରଙ୍କ ପାଖରେ ଆଇନ ଶୃଂଖଳା ନିୟନ୍ତ୍ରଣକୁ ଆଣିବା ନେଇ କୌଣସି ଉତ୍ତର ନାହିଁ। ସରକାର ଆସୁ ଆସୁ ଯଦି ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ଅପରାଧୀଙ୍କ ଭିତରେ ଭୟ ଥାନ୍ତା। ହେଲେ ଚାପ ପରେ ଯେଉଁ ତଦନ୍ତ କଥା କୁହାଗଲା, ତାର ଏଯାଏ କୌଣସି ନିଷ୍କର୍ସ ଲୋକଲୋଚନକୁ ଆସିଲାନି।

ସରିଲା ଡେଡଲାଇନ: ପାକିସ୍ତାନ ଫେରୁଛନ୍ତି ପାକିସ୍ତାନୀ…….

ଭୁବନେଶ୍ବର: ଭୁବନେଶ୍ଵର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ କମିଶନରେଟ ପୋଲିସର ନୋଟିସ ପରେ ନଗମା ଭୁବନେଶ୍ଵର ଛାଡିଛନ୍ତି। ସକାଳେ ସେ ଭୁବନେଶ୍ୱର ସ୍ଥିତ ଘରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୦୮ରେ ଭୁବନେଶ୍ବର ବାସିନ୍ଦା ମହମ୍ମଦ ନିଜାମୁଦ୍ଦିନଙ୍କୁ ବିବାହ କରି ଏଠାରେ ରହି ଆସୁଥିଲେl ବିବାହ ପରେବି ଏଠାକାର ନାଗରିକତ୍ୱ ପାଇଁ ଆବେଦନ କରି ନଥିଲେ। ୨୦୨୪ ଡିସେମ୍ବରରେ ତାଙ୍କ ଭିସା ଅବଧି ଶେଷ ହୋଇଥିଲା।ଦୀର୍ଘ ମିଆଦି ଭିସା ପାଇଁ ଆବେଦନ କରିଥିଲେ। ପହଲଗାଓଁ ଘଟଣା ପରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ ନୋଟିସ କରାଯାଇଥିବାରୁ ନଗମା ୟୁସୁଫଙ୍କୁ ଭାରତ ଛାଡିବାକୁ ପଡିଛି ।

ସେପଟେ ବଲାଙ୍ଗୀରରେ ରହୁଥିବା ପାକିସ୍ତାନୀ ମହିଳା ସାରଦା କୁକରେଜା କିନ୍ତୁ ଭାରତ ଛାଡ଼ିବାକୁ ନାରାଜ। ୫୫ ବର୍ଷ ତଳେ ବାପାମାଆଙ୍କ ସହ ପାକିସ୍ତାନରୁ ଭାରତ ଆସିଥିଲେ। ଏବେ ଠିକାଦାରପଡାରେ ରହୁଛନ୍ତି। ସାରଦାଙ୍କ ପାକିସ୍ତାନୀ ପାସପୋର୍ଟ ଅବୈଧ ହୋଇଯାଇଛି। ହେଲେ ତାଙ୍କ ପାଖରେ ରହିଛି ଭାରତୀୟ ଭୋଟର କାର୍ଡ। ୧୯୭୧ ଭାରତ-ପାକ ଯୁଦ୍ଧ ପୂର୍ବରୁ ବାପା ମାଆଙ୍କ ସହ ୧୦ଭାଇ ଭଉଣୀ ଦିଲ୍ଲୀ ଚାଲି ଆସିଥିଲେ । କୋରାପୁଟର ମହେଶ କୁକରେଜାଙ୍କୁ ବିବାହ କରିଥିଲେ ସାରଦା।ଏହାପରେ ବଲାଙ୍ଗୀରକୁ ବ୍ୟବସାୟ ପାଇଁ ଚାଲି ଯାଇଥିଲେ ସ୍ଵାମୀ ମହେଶ। ସ୍ଵାମୀ, ପୁଅ ବୋହୂ ସହ ରହୁଛନ୍ତି ସାରଦା। ପରିବାର ଛାଡି ପାକିସ୍ତାନ ଯିବେନାହିଁ ବୋଲି କହିଛନ୍ତି ସାରଦା। ବଲାଙ୍ଗୀର ପୋଲିସ ସାରଦାଙ୍କୁ ନୋଟିସ ଦେଇଥିବା କହୁଥିବାବେଳେ ସାରଦା ନୋଟିସ ପାଇନଥିବା କହିଛନ୍ତି।

ସେପଟେ ବାଲେଶ୍ୱରର ସୋର ପଠାନମହଲାରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧା ରେଜିଆ ସୁଲତାନାଙ୍କୁ ଭାରତ ଛାଡିବାକୁ ନୋଟିସ ପରେ ଆଶଙ୍କାରେ ପରିବାର। ଭାରତରେ ଜନ୍ମିତ ହୋଇ ବି ପାକିସ୍ତାନ ଯାଇନଥିବା ଲୋକଙ୍କୁ କେମିତି ନୋଟିସ ଆସିଲା ବୋଲି କହିଛନ୍ତି ପରିବାର। ରେଜିଆଙ୍କର ପାନକାର୍ଡ, ଆଧାର କାର୍ଡ, ଭୋଟର କାର୍ଡ, ଭତ୍ତା କାର୍ଡ ରହିଛି। ହେଲେ ପାକିସ୍ତାନରେ ତାଙ୍କର କିଛି ଦସ୍ତାବିଜ ନାହିଁ। ଏବେ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ରେଜିଆ। ଏଭଳି ସ୍ଥିତିରେ ସେ କେଉଁଠି ଯାଇ ରହିବେ। ମାଆଙ୍କୁ ପାକିସ୍ତାନ ଛାଡିବୁ ନାହିଁ ବୋଲି କହିଛନ୍ତି ପରିବାର।ଏଇଠି ଜନ୍ମ ହୋଇଛୁ ଏଇଠି ମରିବୁ। ସରକାର ନିର୍ଦ୍ଦେଶକୁ ଆଉଥରେ ତର୍ଜମା କରିବାକୁ ନିବେଦନ କରିଛନ୍ତି। ସେପଟେ ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀଙ୍କ ଚିହ୍ନଟ ଚାଲିଛି। ସେମାନଙ୍କୁ ପଠାଇବାକୁ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆକର୍ଷଣ ସାଜିଛି ରଥ, କଳାକୁଞ୍ଜ: ଚଳିତବର୍ଷ ନିର୍ମାଣ ହୋଇଛି ୫୦ରୁ ଅଧିକ କୁଞ୍ଜ

ବ୍ରହ୍ମପୁର: କେଉଁଠି ରାମଙ୍କ ସହ ପର୍ଶୁରାମ ରଥର ଲଢେଇ ତ ଆଉ କେଉଁଠି ଶିବାରୁଢ଼ ଓ ଜ୍ବାଳାମୁଖୀ ରଥ ପ୍ରତିଯୋଗିତା । ଆଉ ଏହା ମଧ୍ୟରେ ବିଞ୍ଚଣା ରଥ ଏବଂ ଦୋଳି ରଥ ମହିମା ଶ୍ରଦ୍ଧାଳୁଙ୍କ ଆକର୍ଷିତ କରୁଛି । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଛି ଏପରି ପରମ୍ପରା । ବିଭିନ୍ନ ସାହିବସ୍ତିରେ ନିର୍ମାଣଧିନ ରଥ ଏବଂ କଳାକୁଞ୍ଜ ଲୋକଙ୍କ ଆକର୍ଷିତ କରୁଛି। ପରମ୍ପରା ଅନୁଯାୟୀ ଯାତ୍ରା ଆରମ୍ଭ ହେବା ପରେ ପ୍ରଥମେ ବାଚୁଆରି ସାହିର ବିଞ୍ଚଣା ରଥ ବାହାର କରାଯାଏ । ଏହାପରେ ସହରର ଅନ୍ୟାନ୍ୟ ସାହିରେ ରଥ ବାହାରିଥାଏ । ବିଞ୍ଚଣା ରଥ ଭଳି ସାନ୍ତାରାଣୀ ସାହିରେ ରହିଛି ଦୋଳିରଥ । ଚଳିତବର୍ଷ ସହରରେ ୫୦ ରୁ ଅଧିକ ରଥ ବାହାର କରାଯାଇଛି । ଆଉ ଏଥିରେ ପ୍ରମୁଖ ହେଉଛି ନୃସିଂହ ମନ୍ଦିର ସାହିର ରାମଚନ୍ଦ୍ର ରଥ ଏବଂ ଚନ୍ଦ୍ରଶେଖର ମନ୍ଦିର ସାହିର ବୀର ହନୁମାନ ରଥ । ପୂର୍ବରୁ ବିଭିନ୍ନ ସାହିରୁ ରଥ ବାହାରି ମାଆଙ୍କ ଅସ୍ଥାୟୀ ମନ୍ଦିର ନିକଟରେ ଏକାଠି ହେଉଥିଲେ । ହେଲେ ସମୟକ୍ରମେ ଏହି ପରରାରେ ପରିବର୍ତ୍ତନ ଆସିଛି । ଅସ୍ଥାୟୀ ମନ୍ଦିର ପରିବର୍ତ୍ତେ ନିଜ ନିଜ ସାହିରେ ରଥ ନିର୍ମାଣ କରାଯାଉଛି । ଏହି କ୍ରମରେ ସାମିଲ ହୋଇଛି ଷଣ୍ଢ ମହାନ୍ତି ସାହିର ଶିବରୁଢ କାଳୀ ଏବଂ କାଳୁପାତ୍ର ସାହର ଜ୍ବଳାମୁଖୀ ରଥ।

ପୂର୍ବରୁ ସହରରେ ଶହେରୁ ଅଧିକ ରଥ ବାହାରୁଥିଲା । ହେଲେ ସମୟକ୍ରମେ ରଥ ସଂଖ୍ୟା ହ୍ରାସ ପାଇ ସେହି ସ୍ଥାନରେ କଳାକୁଞ୍ଜ ନିର୍ମାଣ ହେବାରେ ଲଗିଛି । ଆଉ ଏଥିରେ ପ୍ରମୂଖ ହେଉଛି ଖାସ୍‌ପା ସାହିର ହରି ଅର୍ଜୁନ, ରାଜା ସାହିର ଶିବ ଏବଂ ସାନ୍ତାରାଣୀ ସାହିର ମାଆ ଗାୟତ୍ରୀଙ୍କ ପ୍ରତିମୁର୍ତ୍ତି । ରଥ ଗୁଡିକ ସ୍ଥାୟୀ ଚରିତ୍ର ଏବଂ ନିର୍ଦିଷ୍ଟ ଭାବଭଙ୍ଗୀକୁ ନେଇ ନିର୍ମାଣ କରାଯାଉଥିବା ବେଳେ କଳାକୁଞ୍ଜ ଗୁଡିକ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ କରାଯାଉଛି । ସୁନ୍ଦର ଆଲୋକ ସୁଜ୍ଜା ସହ ଏହି ସୁଉଚ୍ଚ କଳାକୁଞ୍ଚ ଲୋକଙ୍କ ମନ ମୋହୁଛି ।

ରଥ ନିର୍ମାଣର ହେବ ଶୁଭ ଅନୁକୂଳ: ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀମନ୍ଦିର ଓ ପୁରୀ ପ୍ରଶାସନର ପ୍ରସ୍ତୁତି

ପୁରୀ: ବୈଶାଖ ଶୁକ୍ଲ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା । ରଥ ନିର୍ମାଣର ହେବ ଶୁଭ ଅନୁକୂଳ । ନରେନ୍ଦ୍ରରେ ଚାପ ଖେଳିବେ ମହାପ୍ରଭୁ । ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀମନ୍ଦିର ଓ ପୁରୀ ପ୍ରଶାସନର ପ୍ରସ୍ତୁତି । ଚନ୍ଦନ ଯାତ୍ରାରେ ପୁରୀରେ ଜମିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଚାପ ପାଇଁ ପ୍ରସ୍ତୁତ ହେଲେଣି ନନ୍ଦା ଓ ଭଦ୍ରା ଚାପ ଡଙ୍ଗା । ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ପରେ ବିଶ୍ଵକର୍ମା, ଭୋଇ ସେବକ ଏହାକୁ ପ୍ରସ୍ତୁତ କରୁଛନ୍ତି । ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଠାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡା କରିବେ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । ପୁଷ୍କରିଣୀର ଚତୁଃପାର୍ଶ୍ଵରେ ମହାପ୍ରଭୁଙ୍କ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ପଥରରେ ଖୋଦିତ ବିଭିନ୍ନ କଳାକୃତିକୁ ସ୍ଥାନ ଦିଆଯାଇଛି । ସେହିପରି ଚିତ୍ରକର ସେବାୟତମାନେ ମଧ୍ୟ ବିଭିନ୍ନ ଚିତ୍ର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଅକ୍ଷୟ ତୃତୀୟାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ୩ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ବିଶ୍ଵକର୍ମା ରଥକାଠକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରି ଅନୁକୂଳ କରିବେ । ପ୍ରଥମ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀନଅର ସାମ୍ନାରେ ପ୍ରସ୍ତୁତ ରଥଖଳାରେ ଆସି ପହଞ୍ଚି ସାରିଛି କାଠ । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ପହଞ୍ଚିବ । ସେପଟେ ଯାତ୍ରା ପାଇଁ ପ୍ରସ୍ତୁତ ପୁରି ପୋଲିସ । ଭିଡ଼ ନିୟନ୍ତ୍ରଣ ରହିବ ମୁଖ୍ୟ ଫୋକସ୍ ।