spot_img
Home Blog Page 809

ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କଲା ଋଷ

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ସହିତ ଯୁଦ୍ଧ ବିରତି ଘୋଷଣା କଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମେ’ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସେ ତିନି ଦିନିଆ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ମାନବୀୟ କାରଣ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୁଟିନ । ତେବେ ଋଷ ପକ୍ଷରୁ କୁହାଯାଇଛି, ୟୁକ୍ରେନ୍ ଏହି ଅସ୍ତ୍ରବିରତି ପାଳନ କରିବ । ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ ତା’ର କଡ଼ା ଜବାବ ଦିଆଯିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଦିନ ମେ’ ୯ ତାରିଖରେ ଋଷର ବିଜୟ ଦିବସରେ ଏହି ଯୁଦ୍ଧ ବିରତି ଲାଗୁ ହେଉଛି । ଏହା ଆଗରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ଆହ୍ଵାନ ଦେଇଥିଲେ ଯୁଦ୍ଧ ବନ୍ଦ ହେଉ । ୟୁକ୍ରେନର ବେସାମରିକ ଅଞ୍ଚଳ ଉପରେ ଋଷ ବୋମାମାଡ଼ ଜାରି ରଖି ଥିବାରୁ ଏହାକୁ ନିନ୍ଦା କରିଥିଲେ ଟ୍ରମ୍ପ । ଏହା ଆଗରୁ ଏପ୍ରିଲ ୨୦୨୫ରେ ପୁଟିନ ଏକପାଖିଆ ଇଷ୍ଟର ଯୁଦ୍ଧ ବିରତି ଘୋଷଣା କରିଥିଲେ । ଏହା ମାତ୍ର ୩୦ ଘଣ୍ଟା ତିଷ୍ଠି ଥିଲା । ୟୁକ୍ରେନ କହିଛି, ଯଦି ଋଷ ସତରେ ଶାନ୍ତି ଚାହୁଁଛି ତେବେ ତୁରନ୍ତ ୩୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିବା ଉଚିତ ଥିଲା । ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ ମଧ୍ୟ କହିଛି ସ୍ଥାୟୀ ଅସ୍ତ୍ରବିରତି ହେବା ଉଚିତ ।

OSSC ପରୀକ୍ଷାରେ ବ୍ୟାପକ ତ୍ରୁଟି: ୧୫୦ ମାର୍କରୁ ସିଲାବସ ବାହାରୁ ଆସିଛି ୧୨୦ ମାର୍କ, କମିଶନ କାର୍ଯ୍ୟାଳୟ ବାହାରେ ହୋହଲ୍ଲା

ନନ୍ଦିଘୋଷ ବ୍ୟୁରୋ: କେତେବେଳେ ପ୍ରଶ୍ନପତ୍ର ଲିକ, କେତେବେଳେ ପରୀକ୍ଷା ସ୍ଥଗିତ । ଆଉ କେତେବେଳେ ବର୍ଷ ବର୍ଷ ଧରି ପ୍ରମୁଖ ପରୀକ୍ଷାର ଫଳ ବାହାରୁନି । ଏବେ OSSC ପରୀକ୍ଷା ସିଲାବସ ବାହାରୁ ଆସିଛି ପ୍ରଶ୍ନ । ଏବେ ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ଥିତି ଏମିତି । ଏହାକୁ ନେଇ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ପୋଲିସ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ସବୁ ମହଲରୁ ଏହାକୁ ନିନ୍ଦା କରାଯାଇଛି । ଏଭଳି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା ପରୀକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି ଯେଉଁ ମାଲଫଙ୍କସନିଙ୍ଗ ହେଉଥିଲା ତାହା ନୂଆ ଆଇନ ଦ୍ୱାରା କମ ହେବ ।

ବର୍ଷ ବର୍ଷ ପରିଶ୍ରମ କରୁଛନ୍ତି ପରୀକ୍ଷାର୍ଥୀ ।  ହେଲେ ପରୀକ୍ଷା ବେଳକୁ ମୁଗୁରା ମୁହଁ ମେଲା ।  ସିଲାବସ ବାହାରୁ ଆସୁଛି ପ୍ରଶ୍ନ । ପିଲାଙ୍କ ଭବିଷ୍ୟତ ସହ ଖେଳ ।  ଓପିଏସସି ଠାରୁ ଆରମ୍ଭ କରି ଓଏସଏସସି, ଓଟ୍ରିପଲ ଏସସି ଆଦି ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା ସଂସ୍ଥା ବିରୋଧରେ ବ୍ୟାପକ ଅସନ୍ତୋଷ । ଆରଆଇ, ଅମିନ, ଏଆରଆଇ, ଫାର୍ମାସିଷ୍ଟ ଭଳି ପରୀକ୍ଷା ଫଳ ଓ ପରୀକ୍ଷାକୁ ନେଇ ପୂର୍ବରୁ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ଏବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା କରାଯାଇଥିବା ଏସଆଇ ଟ୍ରାଫିକ, ଏକ୍ସାଇଜ ଏସଆଇ ପରୀକ୍ଷାରେ ତୃଟି ପରିଲକ୍ଷିତ ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିବାରୁ କମିଶନ କାର୍ଯ୍ୟାଳୟରେ ହୋହାଲ୍ଲା କରିଛନ୍ତି ପରୀକ୍ଷାର୍ଥୀ । ସିଲାବସ ବାହାରୁ ପ୍ରଶ୍ନ ଆସିଛି ବୋଲି କମିଶନ ମାନିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କ’ଣ ନିଷ୍ପତ୍ତି ନିଆଯିବ ତା’ର ସ୍ପଷ୍ଟତା ଚାହିଁଛନ୍ତି ଛାତ୍ରଛାତ୍ରୀ । ଏପରିକି ବିରୋଧ ବେଳେ ପରୀକ୍ଷାର୍ଥୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇବାରୁ ଏମିତି ସ୍ଥିତି ଉପୁଜିଥିଲା । କମିସନ ଅଧ୍ୟକ୍ଷଙ୍କୁ ଭେଟିବାକୁ ନ ଦେଇ ଗେଟ ବାହାରକୁ ତଡି ଦେଇଥିଲା ପୋଲିସ । ଯେଉଁଥି ପାଇଁ ପୋଲିସ ସହ ଯୁକ୍ତିତର୍କ ହୋଇଥିଲା । ଶେଷରେ ପରୀକ୍ଷାର୍ଥୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କର୍ତ୍ତୃପକ୍ଷ ଭେଟିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିବା ଅଭିଯୋଗ ହୋଇଛି ।

ଆସନ୍ତା ଚାରି ତାରିଖରେ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । କିନ୍ତୁ ପିଲାମାନେ ତୁରନ୍ତ ସିଲାବସ ଅନୁଯାୟୀ ପ୍ରଶ୍ନ ପ୍ରସ୍ତୁତ କରି ଆଉ ଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି । ସେପଟେ ପରୀକ୍ଷା ଜନିତ ତ୍ରୁଟିକୁ ନେଇ ସଂଗ୍ରାମ କରୁଥିବା ଛାତ୍ର ନେତାମାନେ ପିଲାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଉନି ବୋଲି କହିଛନ୍ତି । ତେଣୁ ଆକାଉଣ୍ଟବିଲିଟି ଫିକ୍ସ ହେଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ସେପଟେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କହିବା କଥା ବିଧାନସଭା ଅଧିବେସନରେ ଆଇନ ଆସିଛି । ଏହା ଯେତେ ପରିମାଣରେ କାର୍ଯ୍ୟକାରୀ ହେବ ପରୀକ୍ଷାଜନିତ ଦୁର୍ନୀତି ସେତେ କମିଯିବ ବୋଲି ସେ କହିଛନ୍ତି ।

ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେବା, ବିଭିନ୍ନ କମ୍ପିଟେଟିଭ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା, ପରୀକ୍ଷାକୁ ହଠାତ ସ୍ଥଗିତ କରାଯିବା ଓ କିଛି ପ୍ରମୁଖ ପରୀକ୍ଷା ଫଳକୁ ବର୍ଷ ବର୍ଷ ଧରି ପ୍ରକାଶ ନ କରିବାକୁ ନେଇ ସରକାରଙ୍କ ବିରୋଧରେ ଲଗାତର ବଡ଼ ବଡ଼ ଅଭିଯୋଗ ଆସୁଛି । ସାଧାରଣ ପରୀକ୍ଷା ହେଉ କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ସବୁଥିରେ ଅନିୟମିତତା ଓ ଅରାଜକତା ଶୀର୍ଷରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହେଉଛନ୍ତି ।

ଓସେପା କାର୍ଯ୍ୟାଳୟରେ ମହାଭାରତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପାଲଟିଲା ପ୍ରତିବାଦ ସଭା

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପାଲଟିଲା ପ୍ରତିବାଦ ସଭା । ଓସେପା କାର୍ଯ୍ୟାଳୟରେ ଚାଲିଥିବା ଏହି ଶୁଣାଣିରେ ଅଭିଭାବକଙ୍କ ସମେତ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଧାରଣା ଦେବା ସହ ଅଧିକାରୀଙ୍କୁ ରୁମରେ ବନ୍ଦ ରଖାଯାଇଥିଲା । ପାରଦର୍ଶୀ ପୋର୍ଟାଲରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି । ଯୋଗ୍ୟ ଗରିବ ପିଲା କିପରି ମାଗଣା ଶିକ୍ଷାରୁ ବଞ୍ଚିତ ହେଲେ, ସେ ନେଇ ଆପତ୍ତି କରିଥିଲେ ଅଭିଭାବକ । ଶୀଘ୍ର କମିଟି କରି ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି ।

ଭୁବନେଶ୍ବର ଡମଣା ଅଞ୍ଚଳର ବର୍ଷା ଭୂୟାଁ । ଖଣ୍ଡିଗିରି ଅଞ୍ଚଳର ଶୁଚିସ୍ମିତା ରାଉତରାୟ । ଆର୍ଥିକ ସ୍ତରରେ ଅନଗ୍ରସର ଥିବା ଏପରି ଅନେକ ଅଭିଭାବକ ପାରଦର୍ଶୀ ପୋର୍ଟାଲରେ ଘରୋଇ ସ୍କୁଲରେ ନିଜ ପିଲାର ମାଗଣା ଶିକ୍ଷା ପାଇଁ ଆବେଦନ କରିଥିଲେ । ହେଲେ ପାରଦର୍ଶୀ ପୋର୍ଟାଲରେ ମହାଘୋଟଲା ଅଭିଯୋଗ ହୋଇଛି । ଓସେପା କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ ଶହ ଶହ ଅଭିଭାବକ ଏ ପ୍ରସଙ୍ଗ ଉଠାଇଥିଲେ । ହେଲେ ସରକାରୀ ଅଧିକାରୀଙ୍କ ପାଖରୁ କୌଣସି ସ୍ପଷ୍ଟ ଉତ୍ତର ନ ପାଇବାରୁ ଓଡ଼ିଶା ଅଭିଭାବକ ମହାସଂଘ ସହ ମିଶି ପ୍ରତିବାଦ କରିଥିଲେ । ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚ୍ୟାମ୍ବର ଆଗରେ ଧାରଣା ଦେଇଥିଲେ ଅଭିଭାବକ ଓ ଓଡ଼ିଶା ଅଭିଭାବକ ମହାସଂଘ । ଏପରିକି ସମସ୍ୟାର ସମାଧାନ ନ ହେବା ଯାଏଁ ସରକାରୀ ଅଧିକାରୀଙ୍କୁ ରୁମ ବାହାରକୁ ବାହାରିବାକୁ ଦେଇ ନଥିଲେ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପାରଦର୍ଶୀ ପୋର୍ଟାଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ସବୁ ସ୍କୁଲରେ ସିଟ ଥାଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସିଟ ମିଳିନାହିଁ । ୩୬ ହଜାର ୬୯୫ ପଞ୍ଜିକରଣରୁ ୮ ହଜାର ୧୦୦ ନାକଚ ହେବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ସେପଟେ ୫୨୩୪ ଆବେଦନକୁ ଗ୍ରହଣ କରି ବି ସିଟ ମିଳିନି । ଚଳିତ ଶିକ୍ଷା ବର୍ଷରେ ଜାଣିଶୁଣି ପାରଦର୍ଶୀ ପୋର୍ଟାଲରେ ପଞ୍ଜିକରଣ ପାଇଁ ବହୁ ବିଳମ୍ବ କରିଥିଲେ ବୋଲି ପୂର୍ବରୁ ଓଡ଼ିଶା ଅଭିଭାବକ ମହାସଂଘ ପ୍ରତିବାଦ କରିଥିଲା । ରାଜରାସ୍ତାରେ ଆମରଣ ଅନଶନ ବି ହୋଇଥିଲା । ବାଧ୍ୟ ହୋଇ ଗଣଶିକ୍ଷା ସଚିବ ପରବର୍ତ୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୧୮ରେ ପାରଦର୍ଶୀ ପୋର୍ଟାଲ ଖୋଲିଥିଲେ । ସେତେବେଳେ ବହୁତ କମ ସ୍କୁଲ ଅର୍ଥାତ ୨୧୦୯ଟି ସ୍କୁଲ ପଞ୍ଜିକରଣ କରିଥିଲେ । ଧୀରେ ଧୀରେ ପ୍ରତିଦିନ ୨୦ରୁ ୩୦ ସ୍କୁଲ ପଞ୍ଜିକରଣ କରିବାରୁ ଶେଷ ଦିନରେ ସ୍କୁଲ ସଂଖ୍ୟା ୩୯୯୩ରେ ପହଞ୍ଚିଥିଲା । ଯାହା ହିସାବରେ ସିଟ ସଂଖ୍ୟା ବଢ଼ିକି ୫୦ ହଜାର ହୋଇଥିଲା ।

ଗରିବ ପିଲାଙ୍କୁ ନେଇ ସିଟ୍ ଆଲଟମେଣ୍ଟ ବିବାଦ ସଂପର୍କରେ ସରକାରୀ ଅଧିକାରୀ ମୁହଁ ଖୋଲିବାକୁ ନାରାଜ । ଏକ କମିଟି ଜରିଆରେ ନାକଚ ହୋଇଥିବା ଆବେଦନ ଗୁଡ଼ିକୁ ପୁନଃ ଯାଞ୍ଚ କରିବା ନେଇ ସରକାର ଯୋଜନା କରୁଥିବା ନେଇ ସୂଚନା ମିଳିଛି ।

ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଭକ୍ତ ଖୋଜୁଛନ୍ତି ୫୦୦ ବିପ୍ଲବୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନୂଆ ଫଣ୍ଡା ଆପଣାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ପଦ, ପଦବୀରେ ନରହି ସଂଗଠନକୁ ମଜବୁତ କରିବାକୁ ୫ ଶହ ଉଚ୍ଚ ଶିକ୍ଷିତ ବିପ୍ଲବୀ ଖୋଜୁଛି ରାଜ୍ୟ କଂଗ୍ରେସ । ଦେଢ ମାସ ମଧ୍ୟରେ ୫ ଶହ ବିପ୍ଲବୀ ପ୍ରସ୍ତୁତ କରିବା ପରେ ଭକ୍ତ ଦାସ ଗଢିବେ ନିଜର ନୂଆ ଟିମ । ଏବେ କଂଗ୍ରେସ ଶିବିରରେ ସମର୍ପିତ ବିପ୍ଲବୀ ଖୋଜା ଅଭିଯାନ ଆରମ୍ଭ ହୋଇଛି ।

ଆଗ ଲଢେଇ ପରେ ଟିମ । ଓଡିଶା କଂଗ୍ରେସ ଖୋଜୁଛି ସର୍ମପଣ ବ୍ୟକ୍ତିଙ୍କୁ । ପଦ ପଦବୀରେ ନରହି କଂଗ୍ରେସକୁ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ମଜବୁତ କରିବାକୁ ପିସିସି ସଭାପତଙ୍କୁ ଲୋଡା ପଡଛି ନୂଆ ବିପ୍ଲବୀ । ଦାୟିତ୍ବ ନେବାକୁ ୨ ମାସ ପିସିସି ସଭାପତି ଓଡିଶା କଂଗ୍ରେସ ପାଇଁ  ସର୍ମପିତ ଥିବା ୫ ଶହ ବିପ୍ଲବୀ ଖୋଜୁଛନ୍ତି । ଏନେଇ ଦଳ ପକ୍ଷରୁ ବାୟୋଡାଟା ସଂଗ୍ରହ କରାଯାଉଛି । ଦେଢମାସ ଭିତରେ ଦଳ ପ୍ରତି ଆନୁଗତ୍ୟ, ଉଚ୍ଚଶିକ୍ଷିତ ଓ ଉତ୍ସଗୀକୃତ ଥିବା ବ୍ୟକ୍ତିଙ୍କୁ  ବିପ୍ଲବୀ ଭାବେ ଗ୍ରହଣ କରିବ ଦଳ । ଯେଉଁମାନେ କୌଣସି ପଦ ପଦବୀରେ ନରହି ମଧ୍ୟ ଦଳର ପ୍ରମୁଖ ଦାୟିତ୍ବ ତୁଲାଇବେ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । ୫ ଶହ ବିପ୍ଲବୀ ଜିଲ୍ଲା ସ୍ତରରେ ସଂଗଠନକୁ ମଜବୁତ କରିବା ସହ ଗୋଟିଏ ଲେଖାଏଁ ବିଧାନସଭା ଓ ଲୋକସଭା କ୍ଷେତ୍ରର ଦାୟିତ୍ବ ନେବେ । ଏହାସହ ଦଳର ସମସ୍ତ ପ୍ରମୁଖ ଅଭିଯାନକୁ ସଫଳ କରିବାରେ ସେମାନେ ସାରଥି ସାଜିବେ ବୋଲି ସେ କହିଛନ୍ତି ।

ଫେବୃୟାରୀ ୧୧ ତାରିଖରେ ପିସିସି ସଭାପତି ଭାବେ ଭକ୍ତ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି ।  ୨ ମାସ ପରେ ମଧ୍ୟ ପିସିସି ସଭାପତି ତାଙ୍କର ଟିମ ଗଠନ କରିପାରିନାହାନ୍ତି । ଭକ୍ତଙ୍କ ଟିମରେ କିଏ ଗୁରୁତ୍ବ ପାଇବ ତାହାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବରିଷ୍ଠ ଓ ଯୁବଙ୍କ ମଧ୍ୟରେ ସମ୍ବନୟ ରଖି ପିସିସି ସଭାପତି ଟିମ ଗଢିବେ ବୋଲି ନେତାଏ କହିଛନ୍ତି । ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହୀନିପତି ଓ ସୁରେଶ ରାଉତରାୟଙ୍କ ମତ ହେଉଛି ପିସିସି ସଭାପତି ତାଙ୍କର ନୂଆ ଟିମ ଗଠନ କରିବା ପ୍ରକ୍ରିୟା ଜାରୀ ରଖିଛନ୍ତି ।  ସାଂଗଠନିକ ଦକ୍ଷତା ଥିବା ନେତାଙ୍କୁ ସଂଗଠନରୁ ଗୁରୁ ଦାୟିତ୍ବ ଦେବେ ପିସିସି ସଭାପତି ।

୨୫ ବର୍ଷ ହେବ ଓଡିଶା କଂଗ୍ରେସ ପଦ ପଦବୀର ଚୌକି ଲଢେଇ ପାଇଁ କ୍ଷମତା ବାହାରେ ରହିଛି । ଯାହାକୁ ଭଲ ଭାବେ ବୁଝିଛନ୍ତି ପିସିସି ସଭାପତି । ତେଣୁ ନେତା ନୁହେଁ, ଓଡିଶାରେ କଂଗ୍ରେସ ସଂଗଠନକୁ ନୂଆ ରୂପ ଦେବା ପାଇଁ ଖୋଜିଲେଣି ବିପ୍ଲବୀ ।

ବାଲାକୋଟ ପରି ଆକ୍ସନ ନୁହେଁ, ଫୁଲ ଆଣ୍ଡ ଫାଇନାଲ କାର୍ଯ୍ୟାନୁଷ୍ଠାନ ଦରକାର: ଫାରୁକ ଅବଦୁଲ୍ଲା

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣକୁ ନେଇ ସାରା ଦେଶରେ ଅସନ୍ତୋଷର ସ୍ଥିତି । ଜମ୍ମୁ ଓ କାଶ୍ମୀରରେ ବି ସମାନ ସ୍ଥିତି । ସମସ୍ତଙ୍କର ଗୋଟିଏ ଦାବି ପାକିସ୍ତାନ ବିରୋଧରେ ଆକ୍ସନ ନିଅ ଓ ଆତଙ୍କବାଦୀଙ୍କୁ ସମୂଳେ ଶେଷ କର । ଆଉ ଏହାରି ଭିତରେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ନରସଂହାରକୁ ନେଇ ପାକିସ୍ତାନକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏବେ ପାକିସ୍ତାନ ସହ ଆଲୋଚନା କରିବାର କୌଣସି ପ୍ରଶ୍ନ ଉଠୁନି । କାରଣ ସେମାନେ ମାନବକତାର ହତ୍ୟା କରିଛନ୍ତି । ଭାରତ ୧୯୪୭ ମସିହାରୁ ଟୁ ନେଶନ ଥିଓରିକୁ ଖାରଜ କରି ଦେଇଥିଲା । ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । କାରଣ ଆମ ଦେଶରେ ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତେ ସମାନ ।

ଏଏନଆଇକୁ ଫାରୁକ କହିଛନ୍ତି, ଆମକୁ ଦୁଃଖ ଲାଗୁଛି, ଆଜି ବି ଆମ ପଡ଼ୋଶୀ ମାନବିକତାକୁ ହତ୍ୟା କରୁଛି । ଯଦି ସେ ଭାବୁଛନ୍ତି, ଆମେ ପାକିସ୍ତାନକୁ ଚାଲିଯିବୁ, ଏପରି ଭୁଲ ଦୂର ହେବା ଦରକାର । ୧୯୪୭ରେ ଆମେ ତାଙ୍କ ସହ ଯାଇ ନଥିଲୁ, ଏବେ କାହିଁକି ଯିବୁ । ସେତେବେଳେ ଆମେ ଦୁଇ ଦେଶ ଥିଓରୀକୁ ପାଣିରେ ଫିଙ୍ଗି ଦେଇଥିଲୁ, ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ସେମାନେ ଭାବୁଛନ୍ତି, ଏମିତି କରି ସେ ଆମକୁ ଦୁର୍ବଳ କରିଦେବେ । ହେଲେ ଏଥିରେ ଆମେ ଦୁର୍ବଳ ହେବୁନି, ବରଂ ଆମେ ଅଧିକ ଦୃଢ଼ ହେଉଛୁ ଓ ସେମାନଙ୍କୁ ଉଚିତ ଜବାବ ଦେବୁ ।

ଆଗକୁ ସେ କହିଛନ୍ତି, ପାକିସ୍ତାନ କହୁଛି ଆଲୋଚନା ହେବା ଦରକାର, ହେଲେ କ’ଣ ଆଲୋଚନା ହେବ । ମୁଁ ସବୁବେଳେ ଆଲୋଚନାକୁ ସମର୍ଥନ କରି ଆସିଛି । ମୁଁ ସବୁବେଳେ ଚାହୁଁଥିଲି, ଆଲୋଚନା ହେଉ । ହେଲେ, ମୃତକଙ୍କ ପରିବାରକୁ ଆମେ କି ଉତ୍ତର ଦେବୁ । ଏହା କ’ଣ ତାଙ୍କ ପ୍ରତି ନ୍ୟାୟ ହେବ । ଆଜି ଭାରତୀୟ ବାଲାକୋଟ ପରି ଆକ୍ସନ ଚାହିଁ ନାହାନ୍ତି । ଆଜି ପ୍ରତି ଭାରତୀୟ ଚାହୁଁଛନ୍ତି, ପାକିସ୍ତାନ ବିରୋଧରେ ଏମିତି ଆକ୍ସନ ହେଉ, ଯେମିତି ଭବିଷ୍ୟତରେ ଏମିତି ଘଟଣା ଆଉ ଘଟିବ ନାହିଁ ।

ନ୍ୟୁୟର୍କ ଟାଇମ୍ସର ବଡ଼ ଦାବି: ପାକିସ୍ତାନ ସହ ଯୁଦ୍ଧ କରିବ ଭାରତ, ବିଶ୍ବ ନେତାଙ୍କୁ ଦିଆ ସାରିଛି ସୂଚନା !

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ପାକିସ୍ତାନ ବିରୋଧରେ କରିବ ଯୁଦ୍ଧ ଘୋଷଣା । ଏଥର ଏମିତି ହେବ ଆକ୍ରମଣ, ଧ୍ବଂସ ହୋଇଯିବ ପାକିସ୍ତାନ । ଏମିତି କିଛି ଦାବି କରିଛି ଆମେରିକାର ଦି ନ୍ୟୁୟର୍କ ଟାଇନ୍ସ ଖବର କାଗଜ । ୪ ଜଣ ଡିପ୍ଲୋମାସଙ୍କ ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ରିପୋର୍ଟ । ଏଥିରେ କୁହାଯାଇଛି, ୨୨ ଏପ୍ରିଲରେ କାଶ୍ମୀରରେ ନରସିଂହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ରୁ ଅଧିକ ବିଶ୍ବ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି । ଏପରିକି ୧୦୦ ଦେଶର କୂଟନୀତିଜ୍ଞଙ୍କୁ ଭାରତର ବୈଦେଶିକ ବ୍ୟାପାରା ମନ୍ତ୍ରାଳୟ ବିଫ୍ରିଂ କରି ସାରିଛି । ରିପୋର୍ଟରେ କୁହାଯାଇଛି, ମୋଦି ବିଶ୍ବ ନେତାଙ୍କୁ ସାହାଯ୍ୟ କରିବାକୁ ଫୋନ କରି ନଥିଲେ, ପାକିସ୍ତାନ ବିରୋଧରେ ଆକ୍ସନ ନେବାକୁ ଯାଉଛୁ ବୋଲି କହିବାକୁ ଫୋନ୍ କରିଥିଲେ ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରୁଛି । କୁହାଯାଉଛି, ପାକିସ୍ତାନ ସେନାମୁଖ୍ୟ ଅସୀମ ମନିର ନିର୍ଦ୍ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇଛି । କାରଣ ମୁନିର ପାକିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି । ଦି ନ୍ୟୁୟର୍କ ଟାଇମ୍ସ ଇଣ୍ଟରନ୍ୟାସନାଲ ରିପୋର୍ଟରେ ଦାବି କରାଯାଇଛି, ଭାରତ ବିଶ୍ବ ରାଜନୀତିଜ୍ଞଙ୍କ ସହ କରିଥିବା ଆଲୋଚନା ସମ୍ପର୍କରେ ଅବଗତ ଥିବା ୪ ଜଣ ଅଧିକାରୀ କହିଛନ୍ତି, ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଏମିତି ଦଣ୍ଡ ଦିଆଯିବ ଯେ, ପାକିସ୍ତାନ କେବେ କଳ୍ପନା କରି ନଥିବ ବୋଲି ମୋଦି କହିଛନ୍ତି ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାରୀକ ସ୍ତରରେ ଆତଙ୍କବାଦୀଙ୍କୁ ଲୋକଲୋଚନକୁ ଆଣିନି କି ସାର୍ବଜନୀନ ସ୍ତରରେ ପ୍ରମାଣ ଦେଖାଇନି । ଭାରତ ସ୍ପଷ୍ଟ ଭାବେ କହିଛି, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି । ରିପୋର୍ଟରେ କୁହାଯାଇଛି, ବିଦେଶୀ କୁଟନୀତିଜ୍ଞଙ୍କୁ ଭାରତ ବ୍ରିଫିଂ କରିବା ବେଳେ ଆତଙ୍କବାଦୀଙ୍କୁ ପାକିସ୍ତାନ ସମର୍ଥନ କରୁଥିବା ନେଇ ପୂର୍ବରୁ ଥିବା ସୂଚନା ପ୍ରଦାନ କରାଯାଇଛି । ଏହାସହ ପହଲଗାଓଁ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କିଛି ଗୁଇନ୍ଦା ସୂଚନାର ପ୍ରମାଣ ମଧ୍ୟ ଭାରତ ଦେଇଛି । ଭାରତ ଦେଇଥିବା ସୂଚନାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାର ଡାଟା ରହିଛି, ଯାହାର ସମ୍ପର୍କ ପାକିସ୍ତାନ ସହ ରହିଛି ।

ଆମେରିକୀୟ ଖବର କାଗଜରେ କୁହାଯାଇଛି, ଏମିତିରେ ଦୁଇଟି ସମ୍ଭାବନା ସୃଷ୍ଟି ହେଉଛି । ଏମିତି ସଙ୍କେତ ମିଳୁଛି, ଭାରତକୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ, ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରମାଣ ଏକାଠି କରିବାକୁ ଅଧିକ ସମୟ ଦରକାର । ଦ୍ବିତୀୟ ସଙ୍କେତ କହୁଛି, ବର୍ତ୍ତମାନ ବିଶ୍ବରେ ଯୁଦ୍ଧକୁ ନେଇ ଅଶାନ୍ତି ଲାଗି ରହିଥିବା ବେଳେ ଭାରତ ନିଜ ଆକ୍ସନ ଉଚିତ ବୋଲି ପ୍ରମାଣ ଦେବାକୁ ଆଶବଶ୍ୟକ ମନେ କରୁନି ।

ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଭକ୍ତଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଭକ୍ତଚରଣ ଦାସ । ଆତଙ୍କବାଦୀ ଭାରତ ଭୂମିରେ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ଉଠାଇଲେ ପ୍ରଶ୍ନ । ପଚାରିଲେ, ଆତଙ୍କାବଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ ।

ହିନ୍ଦୁ ଶବ୍ଦ ତାଙ୍କ ପାଟିରେ କୁହାଯାଇଛି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଆଗକୁ ଦୁଇଟି ରାଜ୍ୟରେ ନିର୍ବାଚନ ଅଛି । କେନ୍ଦ୍ର ସରକାର କ’ଣ ଡ୍ରାମା କରୁଛନ୍ତି କି ? ବିଜେପି ସରକାରଙ୍କ ସମୟରେ ଅନେକ ଘଟଣା ଘଟିଛି । ପାର୍ଲାମେଣ୍ଟ ଆଟାକ୍, ପୁଲଓ୍ବାମା ଘଟଣା କାହା ସମୟରେ ହେଲା ? କଂଗ୍ରେସ ସମୟରେ କ’ଣ ହୋଇଛି ? ଇନ୍ଦିରାଙ୍କ ସମୟରେ ପୂରା ପାକିସ୍ଥାନ ଘେରାଉ ହୋଇଥିଲା । ନିର୍ବାଚନ ପରେ କାହିଁକି ଫୋର୍ସକୁ ସମ୍ପୂର୍ଣ୍ଣ ଫେରାଇ ଆଣିଲେ ? ନେତା ଗଲା ବେଳକୁ ସିକ୍ୟୁରିଟି ମିଳୁଛି, ହେଲେ ଦୁଇ ହଜାର ଭାରତୀୟ ଲୋକଙ୍କ ଜୀବନର କିଛି ବି ମୂଲ୍ୟ ନାହିଁ ବୋଲି ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି ।

ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଇଟାକୁ ହିନ୍ଦୁ ମୁସଲିମ ନ କରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ପୁଲଓ୍ବାମା ଘଟଣାରେ ଯବାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ଆଉ ଆଜି ଲୋକଙ୍କୁ ବଞ୍ଚାଇ ପାରିଲେ ନାହିଁ । ନେହରୁଙ୍କୁ ଦୋଷ ଦେଲେ କ’ଣ ହେବ ? ଖାଲି ବାହାଦୁରୀ ମାରିଲେ ଚଳିବନି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ କାହିଁକି ପ୍ରଧାନମନ୍ତ୍ରୀ ଯାଇଥିଲେ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଜୀବନ ସହିତ ଖେଳି ରାଜନୀତି କରିବା ବନ୍ଦ କର । ହିନ୍ଦୁ କହିକି ଗୁଳି ମାରିଥିଲେ ତା’ହେଲେ କେମିତି ଜଣେ ମୁସଲମାନ ମଲେ ? ଆତଙ୍କବାଦୀଙ୍କର କୌଣସି ଜାତି ନଥାଏ । ହିନ୍ଦୁ ମୁସଲିମ କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବାର ସମୟ ନୁହେଁ । ଭାରତ ପଛରେ ଛିଡା ହେବାର ସମୟ ଆସିଛି । ତ୍ରୁଟି ହୋଇଛି, ପୁଲଓ୍ବାମା ପରେ ଦେଶରେ ଚର୍ଚ୍ଚା ହୋଇଥିଲା, ଦେଶବାସୀ ଜାଗି ଉଠିଥିଲେ । ଇଲେକ୍ସନରେ ସବୁ ଫାଇଦା ବିଜେପି ନେଇଗଲା । ଆତଙ୍କବାଦୀଙ୍କୁ ମାରିବା ପାଇଁ ଆଜି ସବୁ ପାର୍ଟି ସରକାରଙ୍କ ସହିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ପ୍ରଶାନ୍ତଙ୍କ ବଡ଼ ଭାଇ, ନବୀନଙ୍କୁ ଭେଟି ଏକାଦଶାହ ପାଇଁ କଲେ ନିମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃଦ ଭଦ୍ରକର ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦ ତାରିଖରେ ଏକାଦଶାହ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ପ୍ରଶାନ୍ତଙ୍କ ବଡ଼ ଭାଇ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭେଟ ନପାଇ ନିରାଶ ହୋଇ ଫେରିଛନ୍ତି । ସେପଟେ ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ ।

ସୂଚନାଯୋଗ୍ୟ, ପହଲଗାଓଁ ନରସଂହାରରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀ ତାଙ୍କୁ ତାଙ୍କ ଧର୍ମ ପଚାରିବା ପରେ ପରିବାର ଆଗରେ ଗୁଳି କରି ମାରି ଦେଲେ । ଏହି ଘଟଣାରେ ପ୍ରଶାନ୍ତଙ୍କ ସମେତ ୨୮ ଜଣଙ୍କୁ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି । ଏହାରି ଭିତରେ ଆସନ୍ତା ୩୦ ତାରିଖରେ ପ୍ରଶାନ୍ତଙ୍କ ଏକାଦଶାହ ହେବ । ଏଥିପାଇଁ ପ୍ରଶାନ୍ତଙ୍କ ବଡ଼ ସୁଶାନ୍ତ ଶତପଥୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିବାକୁ ଭୁବନେଶ୍ବର ଆସିଥିଲେ । ୨ ଘଣ୍ଟା ଅପେକ୍ଷା କରିବା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳି ନଥିଲା ।

ଓଡ଼ିଆ ଅସ୍ମିତା କଥା କହି ରଡି ପକାଉଥିବା ବିଜେପି ମୁଖ୍ୟମନ୍ତ୍ରୀ ଓ ନେତା, ମନ୍ତ୍ରୀଙ୍କର ଓଡ଼ିଶା ପ୍ରତି କେତେ ଦରର ଏଇ ଗୋଟିଏ କଥାରୁ ଜଣାପଡୁଛି । ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିବା ଜଣେ ଓଡ଼ିଆଙ୍କ ପରିବାରକୁ ଦୁଇ ମିନିଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ଏମିତି ସମୟରେ ମୃତକଙ୍କ ପରିବାର ଲୋକଙ୍କୁ ନଭେଟିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି ।

ସେପଟେ, ମୁଖ୍ୟମନ୍ତ୍ରୀ ସିନା ପ୍ରଶାନ୍ତଙ୍କ ଭାଇଙ୍କୁ ଦେଖା ଦେଲେ ନାହିଁ । ହେଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସୁଶାନ୍ତ । ନବୀନ ନିବାସ ଯାଇ ସୁଶାନ୍ତ, ନବୀନଙ୍କୁ ଭେଟିଛନ୍ତି । ନବୀନଙ୍କ ସହ ଆଲୋଚନା କରିବା ସହ ପ୍ରଶାନ୍ତଙ୍କ ଏକାଦଶାହରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ନବୀନ ସମବେଦନା ଜଣାଇଛନ୍ତି । ପ୍ରଶାନ୍ତଙ୍କ ଅକାଳ ବିୟୋଗ ପାଇଁ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସ୍ବାନ୍ତନା ନେଇଛନ୍ତି ।

କେରଳର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଅଫିସରେ ବୋମା ଗୁଜବ

ନନ୍ଦିଘୋଷ ବ୍ୟୁରୋ : କେରଳର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଅଫିସରେ ବୋମା ଗୁଜବ। ଏପରିକି କୋଚି ଏୟାରପୋର୍ଟରେ ମଧ୍ୟ ବୋମା ଥିବାର ଇମେଲ ଆସିଛି। ଏହା ପରେ ତନାଘନା ଚଳାଇଛି ପୋଲିସ । ବମ୍ ସ୍କ୍ଵାର୍ଡ ସେଠାରେ ପହଞ୍ଚି ଛାନବିନ୍ କରିଛନ୍ତି। ସିଏମଓକୁ ଇ ମେଲରେ ଏହି ସୂଚନା ଦିଆଯାଇଥିଲା। ପୁରା ଅଞ୍ଚଳକୁ ଘେରାଉ କରି ପୋଲିସ ତଦନ୍ତ କରୁଛି। ସ୍ପେସାଲ ଟିମ୍ ଓ ଡଗ୍ ସ୍କାର୍ଡ ମଧ୍ୟ ଅଛନ୍ତି । ସତରେ ବୋମା ଅଛି କି ନାହିଁ, ନା କେବଳ ଆତଙ୍କ ଖେଳାଇବା ପାଇଁ ବୋମାର ମିଛ ସୂଚନା ଦିଆଯାଇଥିଲା, ତାକୁ ନେଇ ଛାନବିନ୍ ଚାଲିଛି। ଏୟାରପୋର୍ଟରେ ଯାଞ୍ଚ କରିଛି ସିଆଇଏସଏଫ୍।

ପହଲଗାଓଁ ଆକ୍ରମଣ ନେଇ ବିବିସିର ଖବର ପ୍ରସାରଣ ଉପରେ ଆପତ୍ତି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣକୁ ନେଇ ବିବିସି ଯେମିତି ଖବର ପ୍ରସାରଣ କରିଥିଲା, ତାକୁ ନେଇ ଆପତ୍ତି ଉଠାଇଛି ଭାରତ ସରକାର । ଆତଙ୍କବାଦୀଙ୍କୁ ଉଗ୍ରବାଦୀ ଦର୍ଶାଇଥିଲା BBC । ଏ ନେଇ ବିବିସିକୁ ଚିଠି ଲେଖି ଆପତ୍ତି ଜଣାଇଲେ କେନ୍ଦ୍ର ସରକାର। ଏଣିକି ବିବିସିର ଖବର ଉପରେ ନଜର ରଖାଯିବ। ଏହା ସହିତ ବିବିସିର ହେଡ୍ ଲାଇନ୍ ଥିଲା “Pakistan suspends visas for Indians after deadly Kashmir attack on tourists” । ଏହି ହେଡଲାଇନ ଉପରେ ମଧ୍ୟ ଆପତ୍ତି ଉଠା ଯାଇଛି। ଏମିତି ହେଡଲାଇନ୍ ଲେଖାଯାଇଛି ଯେ, ଯେମିତି ପର୍ଯ୍ୟଟକଙ୍କୁ ଭାରତ ତରଫରୁ ହତ୍ୟା କରାଯାଇଛି। ଏହା ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି ଏବଂ ବିସିସିକୁ ସତର୍କ କରାଇଛନ୍ତି।