spot_img
Home Blog Page 808

୨୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

ମାଲକାନଗିରି : ୨୪ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ପୂର୍ବ ବସ୍ତର ଡିଭିଜନର ଭୈରମଗଡ଼ ଏରିଆ କମିଟିର ୨୪ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଆସାମ, AOB ଡିଭିଜନ PLGA ସଦସ୍ୟ, ପାର୍ଟି ମେମ୍ବର ଭଳି ହାର୍ଡକୋର ମାଓବାଦୀ ରହିଛନ୍ତି । ସେମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।

ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ସହ ମାଓ ଦମନ ଅପରେସନ ଚଳାଇଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଛତିଶଗଡ଼ ବିଜାପୁର SP ଜିତେନ୍ଦ୍ର ଚୌହାନ ପ୍ରତିଶୃତି ଦେଇଛନ୍ତି ।

ପିଲାଙ୍କୁ ମୋବାଇଲ ଦେଉଥିଲେ ସାବଧାନ ! ଜୀବନ ହେଉଛି ବରବାଦ

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ଛୋଟ ପିଲାମାନଙ୍କ ହାତରେ ମୋବାଇଲ୍ ଫୋନ୍ ଏକ ସାଧାରଣ କଥା ହୋଇଗଲାଣି । ପିତାମାତା ପ୍ରାୟତଃ ଭାବନ୍ତି, ‘ତାଙ୍କୁ କିଛି ସମୟ ପାଇଁ ମୋବାଇଲ ଦେଖିବାକୁ ଦେଲେ ସେମାନେ କିଛି ସମୟ ପାଇଁ ଚୁପ୍ ରହିବେ ।’ କିନ୍ତୁ ଧୀରେ ଧୀରେ ଏହା ପିଲାମାନଙ୍କ ପାଇଁ ଏକ ନିଶା ପାଲଟିଯାଏ ଏବଂ ସେମାନଙ୍କୁ ପ୍ରଭାବିତ କରିବା ଆରମ୍ଭ କରେ। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଫୋନ୍ ଲଗାତାର ବ୍ୟବହାର କରିବା ଯୋଗୁଁ ଆପଣଙ୍କ ପିଲାର ଆଚରଣରେ ପରିବର୍ତ୍ତନ ଆସୁଛି ?ଆପଣଙ୍କ ପିଲା ସାରା ଦିନ ଫୋନରେ ବ୍ୟସ୍ତ ରହୁଛି ଏବଂ ଆପଣ ମଧ୍ୟ ଅନୁଭବ କରୁଛନ୍ତି ଯେ ସେ ଆଉ ପୂର୍ବ ପରି ଆକ୍ଟିଭ ରହୁନି .. ଯଦି ହଁ, ତେବେ ଆମେ ଆପଣଙ୍କୁ ଏପରି ୫ଟି ପରିବର୍ତ୍ତନ ବିଷୟରେ କହୁଛୁ ଯାହା ଅତ୍ୟଧିକ ସ୍କ୍ରିନ୍ ସମୟ ଯୋଗୁଁ ପିଲାମାନଙ୍କଠାରେ ଦେଖାଯାଏ। ତୁରନ୍ତ ଏହାର ନିରାକରଣ କରନ୍ତୁ ନଚେତ ଏହା ଆପଣଙ୍କ ପିଲାର ଭବିଷ୍ୟତକୁ ନଷ୍ଟ କରିଦେବ ।

 ଚିଡିଚିଡା ହେବା ଏବଂ ଶୀଘ୍ର ରାଗିଯିବା

ପିଲାଟି ମୋବାଇଲ୍ ମାଧ୍ୟମରେ ତୁରନ୍ତ ଖୁସୀ ପାଏ, କିନ୍ତୁ ଯେତେବେଳେ ତା’ଠାରୁ ଫୋନ୍ ଛଡ଼ାଇ ନିଆଯାଏ, ସେ ରାଗିଯାଏ। ଛୋଟ ଛୋଟ କଥାରେ ଚିଲାଇବା କିମ୍ବା ରାଗିବା ଆରମ୍ଭ କରେ  । ତେବେ ଏହା ଏକ ସାଧାରଣ ଲକ୍ଷଣ ଅଟେ ।

ଲୋକଙ୍କ ସହ ମିଶିବାକୁ ଅଗ୍ରାହ କରିବା

ଫୋନ୍ ଦୁନିଆରେ ହଜିଯାଉଥିବା ପିଲାମାନେ ଧୀରେ ଧୀରେ ଲୋକଙ୍କ ସହିତ ସେମାନଙ୍କର ସମ୍ପର୍କ ହ୍ରାସ କରନ୍ତି । ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କୁ ଭେଟିବା ସମୟରେ ମଧ୍ୟ ସେମାନେ ନୀରବ ରୁହନ୍ତି। କାହା ସହିତ ମିଶିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।

ଧ୍ୟାନ ଦେବାର କ୍ଷମତା ହ୍ରାସ

ଲଗାତାର ସ୍କ୍ରିନକୁ ଦେଖିବା ଦ୍ୱାରା, କିଛି ମିନିଟ୍ ମଧ୍ୟରେ ପିଲାମାନଙ୍କର ଧ୍ୟାନ ଅନ୍ୟ ଆଡ଼କୁ ଚାଲିଯାଏ। ସ୍କୁଲ କିମ୍ବା ପାଠପଢ଼ା ସମୟରେ ସେମାନଙ୍କର ଧ୍ୟାନ ଧୀରେ ଧୀରେ ହ୍ରାସ ପାଏ। ତାଙ୍କୁ କିଛି ମନେ ନାହିଁ। ସେ ଛୋଟ ଛୋଟ କଥା ମଧ୍ୟ ଭୁଲିଯିବା ଆରମ୍ଭ କରେ। ଏହି ପ୍ରକାରର ଆଚରଣକୁ କେହି ଅଣଦେଖା କରନ୍ତୁନି ।

ନିଦ୍ରା ବ୍ୟାଘାତ

ଫୋନର ନୀଳ ଆଲୋକ ନିଦର ଗୁଣବତ୍ତା ନଷ୍ଟ କରିଦିଏ। ଏପରି ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରୁହନ୍ତି ଏବଂ ସକାଳେ ବିଳମ୍ବରେ ଉଠନ୍ତି, ଯାହାଦ୍ୱାରା ଚିଡ଼ିଚିଡ଼ା ହେବା ସେମାନଙ୍କ ସ୍ୱଭାବର ଏକ ଅଂଶ ହୋଇଯାଏ। ଛୋଟ ଛୋଟ କଥାରେ ଚିଡିଚିଡା ହୋଇଯିବା । ଏହି କାରଣରୁ ପିଲାମାନେ ମଧ୍ୟ ଅନେକ ରୋଗର ଶିକାର ହୋଇପାରନ୍ତି।

ଜିଦଖୋର ଏବଂ ଅସହଯୋଗୀ ମନୋଭାବ

ମୋବାଇଲ୍ ଫୋନ୍ ଅଭ୍ୟାସ ଯୋଗୁଁ ପିଲାମାନେ ପ୍ରାୟତଃ ସବୁକିଛିକୁ ‘ନା’ କହିବା ଆରମ୍ଭ କରନ୍ତି। ସେମାନେ ନିଜ ଇଚ୍ଛା ଅନୁସାରେ କାମ କରିବାକୁ ଚାହାଁନ୍ତି ଏବଂ ନିଜ ପିତାମାତାଙ୍କ କଥା ଶୁଣନ୍ତି ନାହିଁ। ସବୁକିଛି ବିଷୟରେ ଜିଦଖୋର  ହେଇଯାଆନ୍ତି । ଏପରି ପରିସ୍ଥିତିରେ, ସେମାନଙ୍କର ସ୍କ୍ରିନ୍ ସମୟ ହ୍ରାସ କରିବା ଉଚିତ୍ ।

ପିତାମାତାମାନେ କଣ କରିବା ଉଚିତ?

ପିଲାମାନଙ୍କୁ ସୀମିତ ସମୟ ପାଇଁ ମୋବାଇଲ ଦିଅନ୍ତୁ

ଆପଣ ନିଜର ଫୋନ୍ ବ୍ୟବହାର କମ କରି ଏକ ଭଲ ଉଦାହରଣ ସୃଷ୍ଟି କରନ୍ତୁ

ସେମାନଙ୍କ ସହିତ ବାହାରେ ଖେଳନ୍ତୁ, ସେମାନଙ୍କୁ କାହାଣୀ କୁହନ୍ତୁ

ଭଲ କାର୍ଯ୍ୟରେ ନିୟୋଜିତ କରନ୍ତୁ

ଶୋଇବାର ଅତି କମରେ ୧ଘଣ୍ଟା ପୂର୍ବରୁ ସ୍କ୍ରିନ୍ ବନ୍ଦ କରନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଏବଂ ଖଡ଼ଗେଙ୍କ ଚିଠି ; ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଉଲ୍ଲେଖ

ନନ୍ଦିଘୋଷ ବ୍ୟୁରୋ: ମୋଦୀଙ୍କୁ ରାହୁଲ ଏବଂ ଖଡଗେଙ୍କ ଚିଠି । ଆତଙ୍କବାଦ ବିରୁଦ୍ଧରେ ମିଳିତ ଭାବରେ ଲଢିବାକୁ ମୋଦୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ  ।  ଜମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଦେଶର ଲୋକ କ୍ରୋଧରେ ଜର୍ଜରିତ ହେଉଛନ୍ତି ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବାକୁ କେନ୍ଦ୍ର ନିକଟରେ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକତ୍ରିତ ହୋଇ ସାହସିକତାର ସହ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼ିବାର ସମୟ। କଂଗ୍ରେସ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ସାଂସଦ କପିଲ ସିବଲ ମଧ୍ୟ ପହଲଗାମ ଆକ୍ରମଣ ସମ୍ପର୍କରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି ।

ମୋଦୀଙ୍କୁ ଖଡଗେଙ୍କ ଚିଠି

କଂଗ୍ରେସ ସଭାପତି ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ, ଏହି ସମୟରେ ଏକତା ଏବଂ ସଂହତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିରୋଧୀ ଦଳ ଅନୁରୋଧ କରୁଛି ଯେ ଯଥାଶୀଘ୍ର ସଂସଦର ଉଭୟ ଗୃହର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ଆବଶ୍ୟକ। ଏହା ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ ଆମର ସଂକଳ୍ପ ଏବଂ ଇଚ୍ଛାଶକ୍ତିର ଏକ ଶକ୍ତିଶାଳୀ ପ୍ରଦର୍ଶନ ହେବ। ଆମେ ଚାହୁଁଛୁ ଯେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ।”

ମୋଦୀଙ୍କୁ ରାହୁଲଙ୍କ ନିବେଦନ

ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ” ପ୍ରଧାନମନ୍ତ୍ରୀ ଜୀ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ ଦୋହଲାଇ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ, ଭାରତକୁ ଦେଖାଇବାକୁ ପଡିବ ଯେ ଆମେ ସର୍ବଦା ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ରହିବୁ। ବିରୋଧୀ ଦଳ ବିଶ୍ୱାସ କରେ ଯେ ସଂସଦର ଉଭୟ ଗୃହର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଉଚିତ, ଯେଉଁଠାରେ ଜନପ୍ରତିନିଧିମାନେ ସେମାନଙ୍କର ଏକତା ଏବଂ ଦୃଢ଼ତା ଦେଖାଇପାରିବେ। ଆମେ ଅନୁରୋଧ କରୁଛୁ ଯେ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ଯଥାଶୀଘ୍ର ଡକାଯାଉ।”

କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଦେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସୁରକ୍ଷା ଦେବା ଏବଂ ଏହାର କଲ୍ୟାଣ ପାଇଁ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡିବ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଥିଲେ ଯେ ତାଙ୍କୁ ସମସ୍ତଙ୍କ ବିଶ୍ୱାସକୁ ନେଇ ଆଗକୁ ବଢ଼ିବାକୁ ପଡିବ।

ପାକିସ୍ତାନ ଫେରିଯିବେ କି ସୀମା ହାଇଦର ମିଳିଗଲା ଜବାବ…

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଫେରିବେ କି ସୀମା ହାଇଦର ? ନିଜ ପିଲା ଏବଂ ସ୍ବାମୀଙ୍କୁ ଛାଡି କେବେ ଫେରିବେ ସୀମା ? ଏମିତି ସମସ୍ତଙ୍କ ମନରେ ସୀମାଙ୍କୁ ନେଇ ଅନେକ ପ୍ରଶ୍ନ । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଲୋକମାନେ ଲୋକମାନେ ପାକିସ୍ତାନରୁ ଅବୈଧ ଭାବରେ ଭାରତ ଆସିଥିବା ସୀମା ହାଇଦରଙ୍କ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ସେ କେବେ ଫେରିବେ ପାକିସ୍ତାନ । ତେବେ ନୋଏଡା ପୋଲିସ ସୀମା ହାଇଦରଙ୍କ ପାକିସ୍ତାନ ଫେରିବା ଉପରେ କହିଛି ଯେ କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୀମା ହାଇଦରଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ସୀମାଙ୍କୁ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ୟୁପି ପୋଲିସ ପକ୍ଷରୁ କୌଣସି ନୋଟିସ୍ ମିଳିନାହିଁ। କୋର୍ଟଙ୍କ ନିର୍ଦ୍ଦେଶରେ ସୀମା ଏବେ ବି ରାବୁପୁରା ଗାଁରେ ରହୁଛନ୍ତି। ସୀମା ହାଇଦରଙ୍କ ମାମଲା ୟୁପି ଏଟିଏସ୍ ଦ୍ୱାରା ତଦନ୍ତ କରାଯାଇଥିଲା, ଯେଉଁଥିରେ ସେମାନେ କିଛି ପାଇ ନଥିଲେ। ଏହି ମାମଲାରେ, ଏବେ ନୋଏଡା ପୋଲିସ ମଧ୍ୟ କହିଛି ଯେ ସେମାନେ ସୀମା ସମ୍ପର୍କରେ କୌଣସି ନିର୍ଦ୍ଦେଶ ପାଇନାହାଁନ୍ତି। ଏହି ମାମଲା କୋର୍ଟରେ ଅଛି। ଯାହା ନିର୍ଦ୍ଦେଶ ମିଳିବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାକିସ୍ତାନୀ ଆତଙ୍କବାଦୀମାନେ କରିଥିଲେ, ଯାହା ପରେ ଭାରତ ସରକାର ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ସାର୍କ ଭିସା ଛାଡ଼ ନୀତି ଅନୁଯାୟୀ ଏହାର ନାଗରିକମାନଙ୍କୁ ଦିଆଯାଉଥିବା ସୁବିଧାକୁ ବନ୍ଦ କରିଦେଇଥିଲେ। ଭାରତ ସରକାରଙ୍କ ଦ୍ୱାରା ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ସମୟରେ, ଲୋକମାନେ ସୀମା ହାଇଦରଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ଏଠାରେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି ଯେ ସେ ଏବେ ଭାରତର ବୋହୂ ଏବଂ ତାଙ୍କୁ ଏଠାରେ ରହିବାକୁ ଅନୁମତି ଦିଆଯାଉ।

ସୀମା ଅବୈଧ ଭାବରେ ଭାରତକୁ ଆସିଥିଲେ

ପାକିସ୍ତାନର ବାସିନ୍ଦା ସୀମା ହାଇଦର ୟୁପି ନୋଏଡାର ବାସିନ୍ଦା ସଚିନ ମୀନାଙ୍କୁ ବିବାହ କରିଛନ୍ତି। PUBG ଖେଳୁଥିବା ସମୟରେ ଉଭୟଙ୍କ ପରିଚୟ ହୋଇଥିଲା। ସୀମା ବିବାହିତ ଏବଂ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି। ସେ ତାଙ୍କ ପିଲାମାନଙ୍କ ସହିତ ପାକିସ୍ତାନରୁ ନେପାଳରେ ପହଞ୍ଚିଥିଲେ ଏବଂ ଏଠାରୁ ସେ ମେ ୨୦୨୩ରେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ। ସେ ତାଙ୍କର ସମସ୍ତ ଚାରି ପିଲାଙ୍କୁ ସାଙ୍ଗରେ ନେଇ ଆସିଥିଲେ। ସେ ଏଠାକୁ ଆସି ହିନ୍ଦୁ ରୀତିନୀତି ଅନୁସାରେ ସଚିନଙ୍କୁ ବିବାହ କରିଥିଲେ। ନିକଟରେ ଉଭୟଙ୍କର ଏକ ସନ୍ତାନ ମଧ୍ୟ ହୋଇଛି ।

 

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଶ୍ବ ରେକର୍ଡ ! ମାତ୍ର ୩୫ ବଲରେ ଶତକ ହାସଲ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ଚଳିତ ସିଜିନରେ ଦେଖିବାକୁ ମିଳିଲା ଜଲଓ୍ବା । ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ଦେଖିଲେ କ୍ରୀଡ଼ାପ୍ରେମୀ । ମାତ୍ର ୩୫ ବଲରେ ଶତକ କରିଛନ୍ତି ବୈଭବ । ଯେଉଁଥିରେ ସାମିଲ ଥିଲା ୧୧ ଛକା ଓ ୭ଟି ଚୌକା । ଆଇପିଏଲ ଇତିହାସରେ କ୍ରିସ ଗେଲଙ୍କ ପରେ ସବୁଠୁ କମ ବଲରେ ଶତକ କରିଛନ୍ତି ବୈଭବ । ୨୦୧୩ରେ କ୍ରିସ ଗେଲ ୩୦ ବଲରେ ଶତକ ହାସଲ କରିଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ବୈଭବ ୩୫ଟି ବଲରେ ଶତକ ହାସଲ କରିଥିଲେ । ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଗୁଜରାଟକୁ ୮ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୪ ଓ୍ବିକେଟ ହରାଇ ୨୦୯ ରନ କରିଥିଲା । ଜବାବରେ ରାଜସ୍ଥାନ ୧୫ ଓଭର ୫ଟି ବଲରେ ୨ ଓ୍ବିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ ବୈଭବ ୧୦୧ ରନ କରିଥିବା ବେଳେ, ଜୟସ୍ବାଲ ୭୦ ରନ କରିଥିଲେ ।

ଯେଉଁ ବୟସରେ ପିଲାମାନେ ପାଠ ପଢି କ୍ୟାରିଅର କରିବାରେ ବ୍ୟସ୍ତ ରହିଥାନ୍ତି ସେହି ବୟସରେ ବୈଭବ କ୍ରିକେଟରେ ଉଜ୍ଜଳମୟ ତାରକା ଭାବେ ଉଭା ହୋଇଛନ୍ତି ବୈଭବ। ଟି-ଟ୍ଵେଣ୍ଟି କ୍ରିକେଟ ଲିଗରେ ସର୍ବକନିଷ୍ଠ ଖେଳାଳି ଭାବେ ଦ୍ରୁତତମ ଶତକ ହାସଲ କରି ରାତାରାତି ଚର୍ଚ୍ଚାକୁ ଆସିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତାଙ୍କର ବୟସ ମାତ୍ର ୧୪ ବର୍ଷ । ଗତକାଲି ତାଙ୍କର ତୃତୀୟ ମ୍ୟାଚରେ ସେ ଦ୍ରୁତତମ ଶତକ ହାସଲ କରିଥିଲେ। ଦ୍ଵିତୀୟ ସ୍ଥାନରେ ଗୁଜରାଟ ଟାଇଟନ୍ସକୁ ତୃତୀୟ ସ୍ଥାନକୁ ଖସାଇ ଦେଇଛନ୍ତି । ରାଜସ୍ଥାନ ପାଇଁ ଖେଳୁଥିବା ବୈଭର ଇନିଂସ ଓପନିଂ କରିଥିଲେ । ୧୭ ବଲରୁ ଅର୍ଦ୍ଧଶତକ ଏବଂ ୩୫ ବଲରୁ ଶତକ ହାସଲ କରିଥିଲେ । ବୈଭବଙ୍କ ଆଦ୍ୟଗୁରୁ ତାଙ୍କ ବାପା। ବିହାର ସମସ୍ତିପୁର ଜିଲ୍ଲା ତାଜପୁୁରରେ ତାଙ୍କର ଜନ୍ମ । ମାତ୍ର ୯ ବର୍ଷ ବୟସରେ ସେ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ତାଙ୍କ ବାପା ହିଁ ବୈଭବକୁ କ୍ରିକେଟ ଶିକ୍ଷା ଦେଇଥିଲେ ।

ସନ୍ଦେହରେ ଜିପଲାଇନ ଅପରେଟର ! ଆକ୍ରମଣ ପୂର୍ବରୁ ବାରମ୍ବାର ଆଲ୍ହା ହୁ ଅକବରର ଦେଇଥିଲେ ନାରା

ନନ୍ଦିଘୋଷ ବ୍ୟୁରୋ: ତିନିଥର ଆହ୍ଲା ହୁ ଆକବର ସ୍ଲୋଗାନ ଏବଂ ଆରମ୍ଭ ହେଲା ଆତଙ୍କୀଙ୍କ ଗୁଳିବର୍ଷଣ। ପହଲଗାଓଁରେ ଜିପଲାଇନ ଅପରେଟର ଏହି ସ୍ଲୋଗାନ ଏବେ ସନ୍ଦେହ ଘେରରେ ରହିଛି । ଗୁଳିମାଡ଼ ଆରମ୍ଭର କିଛି ସେକେଣ୍ଡ ପୂର୍ବରୁ ଆହ୍ଲା ହୁ ଅକବର ନାରା ଦେଇଥିଲା ଏହି ଅପରେଟର । ଏହାପରେ ଆତଙ୍କବାଦୀ ଗୁଳିମାଡ଼ ଆରମ୍ଭ କରିଥିଲେ। ଏହାକୁ ନେଇ ଜିପଲାଇନ ଅପରେଟରକୁ ସମନ କରିଛି NIA । ଜିପଲାଇନରେ ଯିବା ପୂର୍ବରୁ ଏହି ଭିଡିଓ ସୁଟ କରିଥିଲେ ରିଷି ଭଟ୍ଟ ନାମକ ପର୍ଯ୍ୟଟକ। ଜିପଲାଇନ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ଉପରେ ମୋର ଶତ ପ୍ରତିଶତ ସନ୍ଦେହ ହେଉଛି ବୋଲି କହିଛନ୍ତି । ତାଙ୍କ ଆଗରେ ୯ ଜଣ ଲୋକ ଜିପଲାଇନରେ ଯାଇଥିଲେ। ସେ ଏହି ଲୋକମାନଙ୍କୁ ଆରାମରେ ଜିପ୍ ଲାଇନରେ ପଠାଇଥିଲେ। କିନ୍ତୁ ରିଷି ଭଟ୍ଟ ଜିପ୍ ଲାଇନରେ ବାହାରକୁ ଆସିବା ମାତ୍ରେ ବ୍ୟକ୍ତି ଜଣକ ତିନିଥର ଆଲ୍ଲା ହୁ ଅକବର କହିଲେ ଏବଂ ତା’ପରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ପର୍ଯ୍ୟଟକ ରିଷି ଭଟ୍ଟ ତାଙ୍କ ପରିବାର ସହିତ ପହଲଗାମର ବୁଲିବାକୁ ଯାଇଥିଲେ। ସେ ଜିପ୍ ଲାଇନିଂ କରୁଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ରିଷି ଭଟ୍ଟ କହିଛନ୍ତି ଯେ ଆକ୍ରମଣ ପ୍ରାୟ ଅପରାହ୍ନ ୨:୩୦ ସମୟରେ ହୋଇଥିଲା। ସେ ଜିପ୍‌ଲାଇନ୍‌ରେ ଥିବା ସମୟରେ ଗୁଳି ଚାଳନା ଶବ୍ଦ ଶୁଣିଥିଲେ । ଭିଡିଓରେ ଜିପଲାଇନ୍ ଅପରେଟର ପର୍ଯ୍ୟଟକ ରିଷି ଭଟ୍ଟଙ୍କୁ ଛାଡିବା ପୂର୍ବରୁ ତିନିଥର “ଆଲ୍ଲାହ ହୁ ଆକବର” ଏବଂ ତା’ପରେ “ବିସମିଲ୍ଲାହ” କହୁଥିବାର ଦେଖାଯାଉଛି।

ଜିପଲାଇନ୍ ଅପରେଟରଙ୍କୁ ପଚରାଉଚରା

ପର୍ଯ୍ୟଟକ ରିଷି ଭଟ୍ଟଙ୍କ ଦାବି ଏବଂ ଭିଡିଓ ଆଧାରରେ, NIA ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଜିପ୍ ଲାଇନ ଅପରେଟରଙ୍କୁ ପଚରାଉଚରା କରିବେ। ପର୍ଯ୍ୟଟକ ଜଣକ ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କୁ ଜିପ୍ ଲାଇନ ପାଇଁ ଛାଡି ଦିଆଯାଇଥିଲା, ଗୁଳି ଶବ୍ଦ ଶୁଣି ଅପରେଟର ଇସଲାମିକ୍ ସ୍ଲୋଗାନ ଦେଇଥିଲେ ଏବଂ ତା’ପରେ ତାଙ୍କୁ ଆଗକୁ ପଠାଇ ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ ସେଠାରେ ସବୁକିଛି ସ୍ୱାଭାବିକ ଥିଲା, ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୌଣସି ଧାରଣା ନଥିଲା।

ଜିପଲାଇନ ଅପରେଟରଙ୍କ “ଆଲ୍ଲା ହୁ ଆକବର” ଚିତ୍କାର 

ଜିପ୍ ଲାଇନିଂ କରି ସେ ତାଙ୍କର ଭିଡିଓ ରେକର୍ଡିଂ କରୁଥିବା ସମୟରେ ସେ ଗୁଳି ଚଳାଇବାର ଶବ୍ଦ ଶୁଣିଲେ। ତାଙ୍କ କହିବାନୁଯାୟୀ ଗୁଳି ଚଳାଇବାର ଶବ୍ଦ ଶୁଣିବା ମାତ୍ରେ ଜିପ୍ ଲାଇନ ଅପରେଟର ଜୋରରେ “ଆଲ୍ଲାହ ହୁ ଆକବର” ଚିତ୍କାର କରିବା ଆରମ୍ଭ କରିଦେଲେ। ରିଷି ଭଟ୍ଟ ଗଣମାଧ୍ୟମକୁ କହିଥିଲେ ଯେ ସେ ୪ ରୁ ୫ ଜଣ ଆତଙ୍କବାଦୀଙ୍କୁ ପର୍ଯ୍ୟଟକଙ୍କୁ ଗୁଳି କରୁଥିବାର ଦେଖିଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଇଆଡେ ଦତଆଡେ ଦୌଡୁଛନ୍ତି। ସେ ତାଙ୍କ ପରିବାର ସହିତ ଲୁଚି ରହି ନିଜ ଜୀବନ ବଞ୍ଚାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଧର୍ମ ବିଷୟରେ ପଚାରିବା ପରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଏହି ଭିଡିଓ  ଆତଙ୍କବାଦୀଙ୍କ ବିଷୟରେ ତଦନ୍ତକାରୀ ସଂସ୍ଥାକୁ ସୁରାକ ଯୋଗାଇପାରେ। ସେତେବେଳେ ଏହା ଜାଣିପାରିନଥିଲେ ରିଷ ଭଟ୍ଟ। କିନ୍ତୁ ଆକ୍ରମଣ ପରେ ଯେତେବେଳେ ସେ ଅହମ୍ମଦାବାଦରେ ପହଞ୍ଚିଥିଲେ ସନ୍ଧ୍ୟାରେ ପରିବାର ସହିତ ବସି ଭିଡିଓ ଦେଖିଥିଲେ। ତା’ପରେ ଜିପ୍ଲାଇନ୍ କରୁଥିବା ବ୍ୟକ୍ତି କ’ଣ କରିଥିଲେ ନଜରକୁ ଆସିଥିଲା ।

ଭାରତ ଆକ୍ରମଣର ପାଲଟା ଜବାବ ଦେଇପାରିବ କି ପାକିସ୍ତାନ , ଜାଣନ୍ତୁ …

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ସମ୍ପର୍କରେ ଉତ୍ତେଜନା ଜାରି ରହିଛି। କେବଳ ଏତିକି ନୁହେଁ, ବିଶ୍ୱର ପ୍ରତ୍ୟେକ କୋଣରୁ ପ୍ରତ୍ୟେକ ଭାରତୀୟ ପ୍ରତିଶୋଧ ନେବାକୁ ଚାହିଁ ବସିଛନ୍ତି । ଫିଲ୍ମ ରିଲିଜ ପୂର୍ବରୁ ଭାରତ ପାକିସ୍ତାନକୁ ଏକ ଧମାକାଦାର ଟ୍ରେଲର ଦେଖେଇସାରିଛି  । ଯୁଦ୍ଧ ପୂର୍ବରୁ କୂଟନୈତିକ ଖେଳ ଖେଳିସାରିଛି । ହାତରେ ନମାରି ଭାତରେ ପାକିସ୍ତାନକୁ ମାରିଛି । ଭାରତ କଠୋର ପଦକ୍ଷେପ ସୂରୁପ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି । ସେହିପରି ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି । ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିବା ସହ ଏବଂ ୱାଘା ସୀମା ମଧ୍ୟ ବନ୍ଦ କରିଦେଇଛି। ଏହା ବ୍ୟତୀତ, ପାକିସ୍ତାନ ସିମଲା ଚୁକ୍ତି ସମେତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାପରେ ପାକିସ୍ତାନର ଅନେକ ନେତା ପ୍ରତିଦିନ ଯୁଦ୍ଧର ଧମକ ଦେଉଛନ୍ତି । ନିକଟରେ, ବିଲାୱଲ ଭୁଟ୍ଟୋ ରକ୍ତପାତ ହେବ ବୋଲି ଧମକ ଦେଇଛନ୍ତି । ତେବେଏପରି ପରିସ୍ଥିତିରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ଭାରତ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରେ, ତେବେ ପାକିସ୍ତାନ କ’ଣ ପ୍ରତିଶୋଧ ନେଇପାରିବ ନା ନାହିଁ ? କିଏ ତାକୁ ଯୁଦ୍ଧରେ ସାହାଯ୍ୟ କରିବ ଜାଣନ୍ତୁ ..

ପାକିସ୍ତାନକୁ କିଏ  କରିବ ସମର୍ଥନ ?

ଯଦି ପାକିସ୍ତାନରୁ କୌଣସି ଶକ୍ତିଶାଳୀ ଦେଶ ସମର୍ଥନ କରିବ ତେବେ ପାକିସ୍ତାନ ପ୍ରତିଶୋଧ ନେବ। କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତ ଦେଶର ମତ ସ୍ପଷ୍ଟ। ଯାହା କୋଳରେ ରହି ପାକିସ୍ତାନ ଭାରତକୁ ଚ୍ୟାଲେଞ୍ଜ କରୁଥିଲ ଏବେ ସେଠାରୁ ମଧ୍ୟ ଏକ ବଡ଼ ବାର୍ତ୍ତା ଆସିଛି । ନିକଟରେ ଚୀନ୍ ସ୍ପଷ୍ଟ କରିଛି ଯେ ସେ ଯୁଦ୍ଧ ସପକ୍ଷରେ ନୁହେଁ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଏହି ଯୁଦ୍ଧରେ ତାଙ୍କୁ ଚୀନ୍ ଠାରୁ କୌଣସି ସମର୍ଥନ ମିଳିବ ନାହିଁ। ଅନ୍ୟପକ୍ଷରେ, ଶାହବାଜଙ୍କ ବସ୍, ଜିନପିଙ୍ଗ ନିଜେ ଚାହାଁନ୍ତି ଯେ ଭାରତ ସହିତ ତାଙ୍କର ସମ୍ପର୍କ ଦୃଢ଼ ରହୁ। କିଛି ଦିନ ପୂର୍ବରୁ ଚୀନ୍ ଭାରତର ରାଷ୍ଟ୍ରପତିଙ୍କୁ ଏକ ଚିଠି ମଧ୍ୟ ପଠାଇଥିଲା, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଚୀନ୍ ଭାରତ ସହିତ ହାତ ମିଳାଇ ଚାଲିବାକୁ ଚାହୁଁଛି। ସେଥିପାଇଁ ଏହି ପରିସ୍ଥିତିରେ ଡ୍ରାଗନ୍ ପାକିସ୍ତାନର ଶିବିରକୁ ଯିବା ପୂର୍ବରୁ ବାରମ୍ବାର ଚିନ୍ତା କରିବ।

ଅନ୍ୟପକ୍ଷରେ, ଯଦି ଆମେ ସେମାନଙ୍କ ମାଲିକମାନଙ୍କୁ ବାଦ୍ ଦେବା, ତେବେ ତୁର୍କୀ ହେଉଛି ଏକମାତ୍ର ଦେଶ ଯିଏ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ପଠାଇଛି। କିନ୍ତୁ ତୁର୍କୀ ଏତେ ବଡ଼ ଦେଶ କିମ୍ବା ସୁପରପାୱାର ନୁହେଁ। ଯାହାର ସମର୍ଥନରେ ଆସି ପାକିସ୍ତାନଭାରତକୁ ଚ୍ୟାଲେଞ୍ଜ କରିପାରିବ ।  ଯଦି ଆମେ ସୁପରପାୱାର ଦେଶ ଗୁଡ଼ିକୁ ଦେଖିବା, ତେବେ ରୁଷ ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିବ। ଆମେରିକା ମଧ୍ୟ ଭାରତ ବିରୁଦ୍ଧରେ ଯିବାକୁ ସାହସ କରିବ ନାହିଁ। ସେହି ସମୟରେ, ବ୍ରିଟେନ ମଧ୍ୟ ପାକିସ୍ତାନ ସହିତ ଯିବ ନାହିଁ। ଏପରି ପରିସ୍ଥିତିରେ, ଯଦି ଭାରତୀୟ ସୈନିକମାନେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀମାନଙ୍କୁ ମାରିଦିଅନ୍ତି ଦିଅନ୍ତ ତେବେ କୌଣସି ଦେଶ ଭାରତ ବିରୁଦ୍ଧରେ ଯିବେ ନାହିଁ ।

ପାକ୍ ସେନା ଯୁଦ୍ଧ ସ୍ଥିତିରେ ନାହିଁ

ଯୁଦ୍ଧ କରିବା ପୂର୍ବରୁ ପାକିସ୍ତାନକୁ ତାର ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ଉପରେ ନଜର ପକାଇବା ଉଚିତ। ତାଙ୍କ ଦେଶର ପରିସ୍ଥିତି ପ୍ରକୃତରେ ଭାରତ ଭଳି ଦେଶ ସହିତ ଯୁଦ୍ଧ କରିପାରିବ କି ? କାରଣ ଯେତେବେଳେ ଯୁଦ୍ଧ ହୋଇନଥିଲା, ସେତେବେଳେ ମୁଦ୍ରାସ୍ଫୀତି ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହି ପରିସ୍ଥିତିରେ, ସେହି ଦେଶ ଯୁଦ୍ଧ ବିଷୟରେ କିପରି ଚିନ୍ତା କରିପାରିବ? ନିକଟରେ ସଂସଦରେ ଜଣେ ସାଂସଦ କହିଥିଲେ ଯେ ଭାରତ ସହିତ ଯୁଦ୍ଧ କଲେ ସେମାନଙ୍କର ପରାଜୟ ହେବ ଏବଂ ଏହି ଯୁଦ୍ଧ ଯୋଗୁଁ ପାକିସ୍ତାନର ଅର୍ଥନୀତି ମଧ୍ୟ ବହୁତ ପଛକୁ ଠେଲି ହୋଇଯିବ।

ଏବେ ଦ୍ୱିତୀୟ କଥା ହେଉଛି ସେନା…

ଏହା ମଧ୍ୟ ନିରାଟ ସତ୍ୟ ଯେ, ଭାରତ ଆକ୍ରମଣ କଥା ଶୁଣି ପାକ ସେନର ଇସ୍ତଫା ଦେଉଛନ୍ତି ।  ବେଲୁଚିସ୍ତାନ ଏବଂ ଖାଇବର-ପଖତୁନଖ୍ୱାର ଲୋକମାନେ ସେନା ପ୍ରତି ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ସେନାର ଶକ୍ତି ଅର୍ଥାତ୍ ଏହାର ଅସ୍ତ୍ରଶସ୍ତ୍ର ମଧ୍ୟ ପାକିସ୍ତାନ ସେନାକୁ ବଞ୍ଚାଇପାରିବନି । କିଛି ଦିନ ପୂର୍ବରୁ, ପାକିସ୍ତାନ ଯୁଦ୍ଧ ଅଭ୍ୟାସ ପାଇଁ ମିଆଁମାରକୁ ତାର ଲଢ଼ୁଆ ବିମାନ ପଠାଇଥିଲା କିନ୍ତୁ ସେହି ଦେଶ JF16 କୁ ଜଙ୍କ କହି ଫେରାଇ ଦେଇଥିଲା। ଏହା ବ୍ୟତୀତ, ଚୀନ୍‌ରୁ କିଣାଯାଇଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଅଯୋଗ୍ୟ ବୋଲି ଜଣାପଡ଼ିଲା। ଏପରି ପରିସ୍ଥିତିରେ, ଶାହବାଜଙ୍କ ସେନାର କୌଣସି ନୈତିକ ସମର୍ଥନ ନାହିଁ। ତାଙ୍କ ସେନା ପୂର୍ବରୁ ସଙ୍କଟଗ୍ରସ୍ତ।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରାମର୍ଶ

ରବିବାର ରାତିରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଉମରା ବାସଭବନରେ ଭେଟିଥିଲେ। ଏହି ବୈଠକରେ ଶାହବାଜ ସରିଫ ଭାରତ ବିରୋଧରେ ସାମ୍ପ୍ରତିକ ପରିସ୍ଥିତିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ନୱାଜଙ୍କୁ ପ୍ରଦାନ କରିଥିଲେ ଏବଂ ଭାରତ କିପରି ପାକିସ୍ତାନ ଉପରେ ଚାପ ସୃଷ୍ଟି କରୁଛି ଏବଂ କାର୍ଯ୍ୟାନୁଷ୍ଠାନ ନେଉଛି ତାହା କହିଥିଲେ। ବୈଠକରେ ଶାହବାଜଙ୍କ କଥା ଶୁଣିବା ପରେ ନୱାଜ ସରିଫ ସଂଯମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ନୱାଜ କହିଛନ୍ତି ଯେ ଶାନ୍ତ ରହିବା ପାକିସ୍ତାନର ସ୍ୱାର୍ଥରେ ଅଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଚେତାବନୀ

ନୱାଜ କେବଳ ଏହା କହି ନଥିଲେ ବରଂ ପରିସ୍ଥିତି ଆହୁରି ଖରାପ ନହେବା ପାଇଁ ମନ୍ତ୍ରୀ ଏବଂ ନେତାମାନଙ୍କୁ ବୟାନ ଦେବାରୁ ବନ୍ଦ କରିବାକୁ ଶାହବାଜଙ୍କୁ କହିଥିଲେ। କାରଣ ଯୁଦ୍ଧ ପାକିସ୍ତାନର ବହୁତ କ୍ଷତି କରିବ। ପ୍ରକୃତରେ, ନୱାଜ କୂଟନୀତି ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି। ନୱାଜ ଆହୁରି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଉଭୟ ପରମାଣୁ ସମ୍ପଦଯୁକ୍ତ ଦେଶ ଏବଂ ତେଣୁ ସଂଘର୍ଷ ପରିବର୍ତ୍ତେ ଶାନ୍ତିର ପଥ ଗ୍ରହଣ କରିବା ଭଲ। ମୁଁ ଆପଣଙ୍କୁ କହିରଖୁଛି, ଆଜିକାଲି ନୱାଜ ସରିଫ ପଛରେ ରହି ପାକିସ୍ତାନ ସରକାରଙ୍କ ପାଇଁ ନିଷ୍ପତ୍ତି ନେଉଛନ୍ତି। ତେଣୁ ଏହି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ପାକିସ୍ତାନ ସରକାର ଦୁର୍ବଳ ଏବଂ ଏହା ଭାରତ ଉପରେ ଆକ୍ରମଣ କରିବାକୁ ସାହାସ କରିବ ନାହିଁ ।

ଆତଙ୍କବାଦୀଙ୍କୁ କରୁଛନ୍ତି ସାହାଯ୍ୟ

ଏକ ବ୍ରିଟିଶ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଆତଙ୍କବାଦ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ଏହି ସାକ୍ଷାତକାରରେ, ଖୱାଜା ପାକିସ୍ତାନର ପ୍ରକୃତ ଚେହେରା ବିଶ୍ୱ ସମ୍ମୁଖରେ ପ୍ରକାଶ କରିଥିଲେ। ଆସିଫ୍ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଦଶନ୍ଧି ଧରି ଆତଙ୍କବାଦକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇ ଆସିଛି।  ଆସିଫ୍ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଭାରତ ଦ୍ୱାରା ସମ୍ଭାବ୍ୟ ପ୍ରତିଶୋଧମୂଳକ ଆକ୍ରମଣକୁ ଭୟ କରୁଛି  । ଆସିଫ୍ କହିଛନ୍ତି ଯେ 1980 ଦଶକରେ ଆଫଗାନିସ୍ତାନରେ ସୋଭିଏତ୍ ୟୁନିଅନ୍ ବିରୁଦ୍ଧରେ ଯୁଦ୍ଧ ସମୟରେ, ପାକିସ୍ତାନ ପାଶ୍ଚାତ୍ୟ ଶକ୍ତିର ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପୋଷଣ କରିଥିଲା। ୯/୧୧ ପରେ ମଧ୍ୟ ପାକିସ୍ତାନକୁ ଏକ ବନ୍ଦୀ ଭାବରେ ବ୍ୟବହାର କରାଯାଇଥିଲା। ଲସ୍କର-ଏ-ତୈବା ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଆସିଫ ସ୍ପଷ୍ଟ କରିଥିଲେ ଯେ ଏହି ସଂଗଠନ ଆଉ ପାକିସ୍ତାନରେ ସକ୍ରିୟ ନାହିଁ। ତଥାପି, ଲସ୍କର-ସମର୍ଥିତ ସଂଗଠନ TRF ସମ୍ପ୍ରତି ପହଲଗାମ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱରେ କୌଣସି ଦେଶ ତାଙ୍କୁ ସମର୍ଥନ କରୁନାହାଁନ୍ତି।

ମେ’୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀରମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଥାଏ ।

କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ । ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ ।

ହାଇଆଲର୍ଟରେ ପାକିସ୍ତାନ ; ଯେକୌଣସି ସମୟରେ ଭାରତ କରିପାରେ ଆକ୍ରମଣ ..

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ହମଲାକୁ ନେଇ ଭାରତର ଟାର୍ଗେଟରେ ପାକିସ୍ତାନ । କେଉଁ ସମୟରେ ବି ପାକ ଉପରେ ଆକ୍ରମଣ କରିପାରେ ଭାରତ। ଏନେଇ ପାକ ସେନା ହାଇ ଅଲର୍ଟରେ ଥିବା ସୂଚନା ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ। ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି କହିଛନ୍ତି ଖ୍ବାଜା ମହମ୍ମଦ ଆସିଫ୍।

ଖ୍ୱାଜା ମହମ୍ମଦ ଆସିଫଙ୍କ ଏହି ବୟାନ ହଇଚଇ ସୃଷ୍ଟି କରିଛି। କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ ଯୋଗୁ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଫଳରେ ଭାରତର ପ୍ରତିଜବାବକୁ ନେଇ ପାକିସ୍ତାନ ଭୟରେ ରହିଛି। ଏହାରି ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି ସୂଚନା ନିଜ ଦେଶର ସେନାକୁ ଚିନ୍ତାରେ ପକାଇଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ନେଇ ଅଭିଯୋଗ ହେଉଛି।

ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସୀମାରେ ଆଜି ପୁଣି ପାକିସ୍ତାନର ଗୁଳିମାଡ଼ । ଲଗାତାର ପଞ୍ଚମ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଅଖନୁର ସେକ୍ଟରରେ ପାକ ସେନା ପକ୍ଷରୁ ଜୋରଦାର ଗୁଳିମାଡ଼ କରାଯାଉଛି । ପାକ୍ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ରାତି ତମାମ ଚାଲିଛି ଫାୟାରିଂ । ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାରେ ଲଗାତାର ପଞ୍ଚମ ରାତି ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ।

ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପୁଲୱାମା ଘଟଣା ପରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଆତଙ୍କୀ ସଂଗଠନ ଟିଆରଏଫର ଭୂମିକା ସାମ୍ନାକୁ ଆସିଛି । ଏହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି ।

Pakistan violates LoC ceasefire for fifth consecutive night; Indian Army responds