ଭୁବନେଶ୍ବର: ସକାଳେ ଖରା, ସଂଧ୍ୟାରେ ବର୍ଷା । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାରେ ଭିଜିବ ଓଡ଼ିଶା l ଖରା ଗରମରୁ ଆଂଶିକ ମିଳିବ ମୁକ୍ତି l ପଶ୍ଚିମା ପବନ ସହିତ ବଙ୍ଗୋପସାଗରରୁ ବହୁଥିବା ଆଦ୍ର ଯୁକ୍ତ ପବନ ଯୋଗୁ ବାୟୁମଣ୍ଡଳରେ ଦେଖା ଦେଇଛି ଅସ୍ଥିରତା l ଯାହା ଫଳରେ ରାଜ୍ୟରେ କିଛି ଦିନ କାଳ ବୈଶାଖୀର ପ୍ରଭାବ ରହିବ l ବିଜୁଳି, ଘଡ଼ଘଡ଼ି ବର୍ଷା ସାଙ୍ଗକୁ ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ l ଉପକୂଳବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ l ମେ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରୁହେ । ହେଲେ କାଳବୈଶାଖୀ ଫଳରେ ପାଗରେ ପରିବର୍ତ୍ତନ ହୋଇ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ପୁଣି ୫ ତାରିଖ ପରେ ବଢ଼ିପାରେ ତାତି l ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇପାରେ l ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ,କେନ୍ଦ୍ରପଡା, ନୟାଗଡ, ଗଂଜାମ ଓ ଗଜପତି ଜିଲା ର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି
ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ଅନୁକୂଳ ହେବ କାଠ
ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଅକ୍ଷୟ ତୃତୀୟା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡାନ୍ତ କରାଯାଇଛି l ସୂଚନା ଅନୁଯାଇ ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହର ଚନ୍ଦନ ଯାତ୍ରା ପାଇଁ ନୀତିନିର୍ଘଣ୍ଟ ନିଶ୍ଚିତ ହୋଇସାରିଛି । ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ । ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥ ଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ । ବନଯାଗ ପଦ୍ଧତିରେ ସ୍ରୋତୀୟ ବ୍ରାହ୍ମଣ,ଦେଉଳ ପୁରୋହିତ ଙ୍କ ଦ୍ୱାରା ପୂଜାଅର୍ଚନା କରାଯିବ ଏବଂ ସ୍ୱତ୍ରନ୍ତ୍ର ଭାବେ ନିର୍ମିତ କୁରାଡ଼ିରେ ଧଉରା କାଠ କୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟ ର ଶୁଭାରମ୍ଭ କରାଯିବ l……
ଆଜି ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଓଡ଼ିଶା, ଅକ୍ଷିମୁଠି ହେବ ଅନୁକୂଳ
ଭୁବନେଶ୍ବର: ଆଜି ବୈଶାଖ ଶୁକ୍ଳପକ୍ଷ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ଉତ୍କଳ । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ , ସବୁଠି ଆଜି ପ୍ରଫୁଲ୍ଲିତ ମନରେ ଅକ୍ଷିମୁଠି ଅନୁକୂଳ କରିଛି ଚଷା ପୁଅ । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଏକମାତ୍ର ସ୍ଥାନ କଟକ ଜିଲ୍ଲା ମାହାଙ୍ଗାର ମଣିଜୋରି ଗାଁରେ ରହିଛି କୃଷକ ଦେବତାଙ୍କ ମନ୍ଦିର । ଏଠାରେ ଆଜି ସ୍ଵତନ୍ତ୍ର ଭାବେ ପାଳନ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ । ମାଟି ମାଆଙ୍କୁ ପୂଜାକରିବା ସହ ହଳ କରି ଧାନ ବୁଣିଛନ୍ତି ଚାଷୀ । ଆଜି ମାଟି ମାଆକୁ ସୁମରଣା କରି ଚାଷ କାର୍ଯ୍ୟ ଅନୁକୂଳ କରାଗଲେ ଭଲ ଚାଷକାର୍ଯ୍ୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହେବ । ଆଜି ଗୀତଗୋବିନ୍ଦର ରଚୟତା ଜୟଦେବଙ୍କ ପବିତ୍ର ଜନ୍ମମାଟି ଜୟଦେବ ନିର୍ବାଚନମଣ୍ଡଳୀଠାରେ ଚାଷୀମାନଙ୍କର ଗଣପର୍ବ ପାଳନ କରାଯିବ । ଅକ୍ଷୟତୃତୀୟା ଉପଲକ୍ଷେ ବାଲିଅନ୍ତା ବ୍ଳକ ପୁରୁଣାପ୍ରଧାନ ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀମାନେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମକୁ ଜୟଦେବ ନିର୍ବାଚନମଣ୍ଡଳୀର ବିଧାୟକ ନବ କିଶୋର ମଲ୍ଲିକ ସଞ୍ଚାଳନ କରିବେ ।
ଆଜି ବସିବ CCS ବୈଠକ, ନିଆଯାଇପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି ବସିବ ସିସିଏସ ବୈଠକ । ଏହା ସହ ବସିବ ରାଜନୈତିକ ବ୍ୟାପାର କ୍ୟାବିନେଟ ବୈଠକ- CCPA। ବୈଠକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି। ତାପୂର୍ବରୁ ପହଲଗାଓଁ ଆକ୍ରମଣ ନେଇ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ। ଆକ୍ସନ ପାଇଁ ସେନାକୁ ଦିଆଯାଇଛି ପୂରା କ୍ଷମତା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ଏଭଳି କ୍ଷମତା ଦେଇଥିବା ସୂଚନା ମିଳିଛି। ଆତଙ୍କବାଦକୁ କଡା ଜବାବ ଦିଆଯିବ। ସେନା ସ୍ଥିର କରିବ କେତେବେଳେ କଣ କରାଯିବ। କିପରି ଜବାବ ଦିଆଯିବ ସେନେଇ ସେନା ନିଷ୍ପତ୍ତି ନେବ । ଆତଙ୍କବାଦକୁ ନିପାତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, CDS ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ। ବୈଠକ ପରେ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।…..
କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ଲୋକ ଜୀବନ୍ତ ଦଗ୍ଧ
କୋଲକାତା: କୋଲକାତାର ମେଚୁଆପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି । ଏହା ଏକ ବହୁତଳ ବିଶିଷ୍ଟ କୋଠା । ହୋଟେଲର ନାଁ ହେଉଛି ଋୁତୁରାଜ । ଅଗ୍ନିକାଣ୍ଡରେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଜୀବନ ବିକଳରେ ଝରକା ଦେଇ ଡେଇଁ ପଡ଼ିଲେ ଲୋକ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।
ଆମେରିକାରେ ପହଲଗାଓଁ ତାତି
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପହଲଗାଓଁ ତାତି । ପାକିସ୍ତାନ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଲେ ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ଗତ ରବିବାର ଆମେରିକା ହାବାର୍ଡ ବିଶ୍ବବିଦ୍ୟାଳୟରେ ପାକିସ୍ତାନ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ। ପହଲଗାଓଁ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ପ୍ରାଣହାନୀ କରିଛି ମର୍ମାହତ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ମୁହାଁମୁହିଁ ସ୍ଥିତି ପାଇଁ ନିଜକୁ ଦୂରେଇ ରଖିଲେ ମିତ୍ତଲ।
ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର: ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥୁକୁନ୍ଥୁ ସରକାର
ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର। ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥକୁନ୍ଥ ସରକାର। ସଫ୍ଟଓ୍ବେର ସମସ୍ୟା, ପରିଚାଳନାଗତ ତୃଟି ଓ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲ ମୂଳରୁ ଉଠାଇଲେଣି ପ୍ରଶ୍ନ। ସ୍ବାସ୍ଥ୍ୟ ବିଭାଗ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିବା ବେଳେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଉପୁଜିଲାଣି ଦ୍ବନ୍ଦ। କେତେବେଳେ ମନ୍ତ୍ରୀ କହୁଛନ୍ତି କିଛି ସମସ୍ୟା ନାହିଁ, ପୁଣି କେତେବେଳେ କହୁଛନ୍ତି ସମାଧାନ ପାଇଁ ଉଦ୍ୟମ ହେଉଛି। ବିଜେଡି ଓ କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଆଲୋଚନା ପରେ ସମାଧାନ ନେଇ ଘରୋଇ ହସ୍ପିଟାଲ ଆଶା ବାନ୍ଧିଛନ୍ତି। ହେଲେ ପ୍ୟାକେଜ୍ ଦର ନ ବଢିଲେ ରୋଗୀ ଚିକିତ୍ସା କଷ୍ଟକର ବୋଲି କହିଛନ୍ତି।
ରାଉରକେଲାରୁ ବଲାଙ୍ଗୀର। ଆୟୁଷ୍ମାନ ଯୋଜନାରେ ରୋଗୀ ହନ୍ତସନ୍ତର ଲମ୍ବା ତାଲିକା। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର କ୍ୟାନସର ପୀଡ଼ିତାଙ୍କ କାହାଣୀ। ଆୟୁଷ୍ମାନ କାର୍ଡ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଗୁରୁତର ରୋଗୀ। ପକେଟରୁ ଅର୍ଥ ଦେଇ ଚିକିତ୍ସା ହେବାକୁ ପଡୁଛି। ନହେଲେ ଏପଟ ସେପଟ ଝମେଲାରେ ରୋଗୀର ଜୀବନ ବି ଯାଉଛି। ଏହାର କାରଣ ହେଉଛି ବ୍ୟବସ୍ଥାରେ ଥିବା ତ୍ରୁଟି। ସଫ୍ଟଓ୍ବେର ସମସ୍ୟା ଯୋଗୁଁ ରୋଗୀ ପଞ୍ଜିକରଣରୁ ଡିସଚାର୍ଜ ଯାଏଁ ଅହେତୁକ ବିଳମ୍ବ ହେଉଛି। ତାସାଙ୍ଗକୁ ପରିଚାଳନାଗତ ତୃଟି ଯୋଗୁଁ ବିଭିନ୍ନ ରୋଗର ଚିକିତ୍ସା ହୋଇପାରୁନି। ଏହାସହ ପ୍ୟାକେଜ୍ ଦର କମ୍ ଯୋଗୁଁ ଚିକିତ୍ସା ପାଇଁ ଇଚ୍ଛା ପ୍ରକାଶ ପ୍ରକାଶ କରୁନାହାନ୍ତି ଘରୋଇ ହସ୍ପିଟାଲ। ସମସ୍ୟାର ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ୍ ଘରୋଇ ହସ୍ପିଟାଲ ସଂଘ ସହ ଆଲୋଚନା କରିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ ଆୟୁଷ୍ମାନ ଯୋଜନା ଲାଗୁ କଲେ କଣ ଅସୁବିଧା ହେବ। ସେଥିପାଇଁ ଆୟୁଷ୍ମାନ କାର୍ଡ ବଦଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ। ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ସରକାର ପଦକ୍ଷେପ ନିଅନ୍ତୁ, ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେଡି ଦାବି କରିଥିବା ବେଳେ, କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାରେ ଥିବା ତୃଟିକୁ ସୁଧାରିବା ପାଇଁ ସରକାରଙ୍କ ମନ୍ଥର ଗତିକୁ ସମାଲୋଚନା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କାର୍ଡରେ କିଛି ଦ୍ବନ୍ଦ ନାହିଁ। ହେଲେ ଟେକ୍ନିକାଲ ସମସ୍ୟା ରହିଛି। ଘରୋଇ ହସ୍ପିଟାଲର ପ୍ୟାକେଜ୍ ଦର ବୃଦ୍ଧି ନେଇ ବି ବିଚାର କରାଯାଉଛି। ସମସ୍ୟାକୁ ମନ୍ତ୍ରୀ ସ୍ବୀକାର କରିଥିବା ବେଳେ ସମାଧାନ କେବେ ଓ କିପରି କରାଯିବ, ସେ ବାବଦରେ କିଛି କହିନାହାନ୍ତି।
ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରକୁ ଖୁସି କରିବାକୁ ତରବରିଆ ଭାବେ ଆୟୁଷ୍ମାନ ଯୋଜନା ଲାଗୁ କରିଦେଲା ଓଡ଼ିଶା। ହେଲେ ଆରମ୍ଭରୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାବତୀୟ ସମସ୍ୟା କାରଣରୁ ଆୟୁଷ୍ମାନ କାର୍ଡ ଦେଖିଲେ ବିଭିନ୍ନ ବାହାନା ଦେଖାଇ ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ହସ୍ପିଟାଲ। ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ସରକାର ଯଦିଓ ସଚେତନ ହୋଇଛନ୍ତି, ହେଲେ ଏ ଯାଏଁ ବାହାରିନି ସମାଧାନର ବାଟ।
ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରାଇଲେ ଦୁର୍ବୁତ୍ତ
ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଦିନ ଦ୍ୱିପ୍ରହରରେ ୪ରୁ ୫ ଜଣ ଯୁବକ ହାତରେ ଖଣ୍ଡା ଓ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଛନ୍ତି । ପୁରୀ ବଳିଆପଣ୍ଡା ଥାନା ବିର୍ଲା ଛକଠାରୁ ହୋଟେଲ୍ ବ୍ଲୁ ଲିଲି ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖୁଲମଖୁଲା ଦୁର୍ବୁତ୍ତମାନେ ମାରଣାସ୍ତ୍ର ଧରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରାଇବା ସହ ଅନେକ ହୋଟେଲରୁ ବଟି ଆଦାୟ କରୁଛନ୍ତି । ଟ୍ରାଭେଲ୍ ଏଜେନ୍ସି ନେବା ପାଇଁ ଏଭଳି ଅପଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ବଳିଆପଣ୍ଡା ଅଞ୍ଚଳରେ ପ୍ରବଳ ମାତ୍ରାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଗଢି ଉଠିଥିବା ବେଳେ ହୋଟେଲରୁ ବଟି ଆଦାୟ ପାଇଁ ଦୁର୍ବୁତ୍ତମାନେ ମାରଣାସ୍ତ୍ର ଧରି ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ ହେଉଛି । ବଳିଆପଣ୍ଡା ଅଞ୍ଚଳରେ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲରେ ରହୁଥିବା ବେଳେ ଅଧିକାଂଶ ସମୟରେ ସେମାନେ ଲୁଟର ଶିକାର ହେବାର ନଜରକୁ ଆସିଛି । ଦୁର୍ବୃତ୍ତଙ୍କୁ ଧରିବାକୁ
ଲୋକମାନେ ଦାବି କରିଛନ୍ତି ।
ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଗାଭାଇ
ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଗାଭାଇ। ପରବର୍ତ୍ତୀ ବିଚାରପତି ଭାବେ ଶପଥ ନେବେ ଗାଭାଇ। ଜଷ୍ଟିସ ବି. ଆର. ଗାଭାଇଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ମେ ୧୪ ତାରିଖରେ ଶପଥ ନେବେ ଜଷ୍ଟିସ ବି.ଆର. ଗାଭାଇ। ଗାଭାଇଙ୍କୁ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସରକାର ଗଠନର ୩୦୦ ଦିନ ପରେ ଲୋକଙ୍କୁ ମିଳିଛି ପ୍ରତାରଣା
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ୧୦୦ ଦିନରେ ପାଳନ ହେବ । ଏବେ ୩୦୦ ଦିନ ପୂରିଲାଣି ବିକାଶ ବଦଳରେ ଲୋକଙ୍କୁ ମିଳିଛି ଖାଲି ପ୍ରତାରଣା । ଡବଲ ଇଞ୍ଜିନ ସରକାରଙ୍କ ବମ୍ପର ବିଫଳତାର ଲମ୍ବା ତାଲିକା ଦେଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ବା ଫୋକସ ଷ୍ଟେଟ୍ ମାନ୍ୟତା ମିଳିବା ତ ଦୂର କଥା । ନବୀନ ସରକାରରେ ଯାହା ମିଳୁଥିଲା କେନ୍ଦ୍ରୀୟ ଅନୁଦାନ ତା ବି ମୋହନ ସରକାର ଅମଳରେ କଟିଲାଣି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ବିରୋଧୀ । ଓଡ଼ିଆ ଅସ୍ମିତାକୁ ତିଳତିଳ କରି ଅପମାନ କରାଯାଉଥିବାବେଳେ ସରକାର ଚିରାଚରିତ ଭାବେ ପୁରୁଣା ସରକାରକୁ ଟାର୍ଗେଟ କରି ବିକାଶର ଦିଗକୁ ଏଡ଼ାଇଚାଲିଛନ୍ତି ।
ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା । ଏ ଥିଲା ନିର୍ବାଚନ ପୂର୍ବରୁ ବିଜେପିର ନାରା । ଏହି ନାରା ଦେଇ କ୍ଷମତାକୁ ଆସିଲା ବିଜେପି । ଜୁନ ୧୨ରେ ସରକାର କ୍ଷମତା ଦଖଲ କଲେ । ୧୦୦ ଦିନରେ ଓଡ଼ିଶାର ବିକାଶକୁ ନୂଆ ଦିଶା ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମୋହନ ମାଝୀ ସରକାର । ଏବେ ୩୦୦ ଦିନ ପୂରିଲାଣି । କୁଆଡ଼େ ଗଲା ବିକାଶ ? କୁଆଡ଼େ ଗଲା ସୁପ୍ରଶାସନ? ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
୨୦୩୬ରେ ସ୍ଵତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂରିବ । ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳIଯିବ । ଏପରି ଡିଣ୍ଡିମ ପିଟିଚାଲିଛନ୍ତି ରାଜ୍ୟ ସରକାର । କେମିତି ଓ କଣ ରହିବ ରୋଡ ମ୍ୟାପ୍ ? ଆଗାମୀ ୪ ବର୍ଷର ରୋଡମ୍ୟାପ ଦାବି କରିଛି ବିଜେଡି । ଲଗାତର ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇଆସୁଛି ଓଡ଼ିଶା । ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ବା ଫୋକସ ଷ୍ଟେଟ୍ ମାନ୍ୟତା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏ ଯାଏ ପ୍ରତିଶ୍ରୁତି ପାଳନ କରିନି । ଆନ୍ଧ୍ର ପ୍ରଦେଶ ଓ ବିହାର ପରି ସ୍ଵତନ୍ତ୍ର ଅନୁଦାନ ବି ରାଜ୍ୟକୁ ମିଳିଲାନି । ସୁଭଦ୍ରା ଯୋଜନାରେ ଏକକାଳୀନ ୫୦ ହଜାର ମିଳିଲାନି କି ସମସ୍ତଙ୍କୁ ଅତିରିକ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିଲା ନାହିଁ । ହେଲେ ରାଜ୍ୟ ବିଜେପି ସରକାରଙ୍କ ମୁହଁ ଚୁପ୍ । ମହାନଦୀ କି ପୋଲାଭରମ ସମସ୍ୟାର ସମାଧାନ ହେଉନି । ୟୁପି ମଡେଲ ଆପଣାଇବା ଆବଶ୍ୟକତା କଣ ଅନୁଭବ କଲା ବିଜେପି? ଚାଷୀ, ମହିଳା, ଆଦିବାସୀ, ଶ୍ରମିକ କାହାର ବି ଏ ସରକାର ଉପରେ ଆସ୍ଥା ନାହିଁ । କାରଣ ଆଇନଶୃଂଖଳା ବିଗିଡ଼ିବା ସହ ନାରୀ ଓ ଶିଶୁ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି । ସରକାର କୋଉ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାର ହିସାବ ଦେବାକୁ ବିରୋଧୀ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି ନିଜ ଦୁର୍ବଳତା ଘୋଡ଼ାଇବାକୁ ଯାଇ ଦୋଷ ଠେଲାକୁ ଆୟୁଧ କରିଛନ୍ତି ।
ସରକାରଙ୍କ ଏପରି ଯୁକ୍ତିକୁ ନାପସନ୍ଦ କରିଛନ୍ତି ରାଜନୀତି ସମୀକ୍ଷକ । ୧୦ ମାସ କମ ସମୟ ନୁହେଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଅଧିକାରୀଙ୍କ ଭିତରେ ସମନ୍ବୟ ରହୁନି । ପ୍ରଶାସନିକ ଅଧିକାରୀ ପଦ ଖାଲି ପଡ଼ିଛି । ଓଡ଼ିଆ କ୍ୟାଡର ଅଫିସରମାନଙ୍କୁ କେନ୍ଦ୍ର ଡେପୁଟେସନରେ ଯିବାକୁ ରାଜ୍ୟ ସରକାର କିପରି ଅନୁମତି ଦେଉଛନ୍ତି ? ଜଣେ ଲେଖାଏଁ ଅଧିକାରୀ ଏକାଧିକ ବିଭାଗର ଦାୟିତ୍ବରେ ରହୁଥିବାରୁ ଜନସେବା ବାଧାପ୍ରାପ୍ତ ହେଉଛି । ପ୍ରଶାସନ ଗତିଶୀଳ ହୋଇପାରୁ ନଥିବାରୁ ସରକାର ବିଫଳତା ମୁଣ୍ଡାଉଥିବା ଅଭିଯୋଗ ହୋଇଛି ।
ବସ୍ତାନି ବଡ଼ । ପାଠ ଘର ଶୂନ । ବଜେଟ୍ ଆକାର ବଢୁଛି । ହେଲେ ନୂଆ ଯୋଜନା ପରିବର୍ତ୍ତେ ପୁରୁଣା ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କରି ସରକାର ଚାଲିଛି । ଯେଉଁଥିପାଇଁ ଗତ ୧୦ ମାସ ସରକାରଙ୍କ ବିକାଶ ମଡେଲ୍ ଆଖଦୃଶିଆ ହୋଇପାରୁନଥିବା ଚର୍ଚ୍ଚା ହେଉଛି ।

