spot_img
Home Blog Page 797

କେତେ ରୋଜଗାର କରନ୍ତି ପାକିସ୍ତାନ ସେନା ମୁଖ୍ୟ ?

ନନ୍ଦିଘୋଷ ବ୍ୟୁରୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । କିନ୍ତୁ ପାକିସ୍ତାନର ସେନା ମୁଖ୍ୟଙ୍କ ଜୀବନ ଶୈଳୀ କିନ୍ତୁ ଭିନ୍ନ । ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସମ୍ପତ୍ତି 6,77,54,636 ଟଙ୍କା (800,000 ଆମେରିକୀୟ ଡଲାର) ହେବ ବୋଲି ଆକଳନ କରାଯାଇଛି। ଏହି ସମ୍ପତ୍ତି ବିଭିନ୍ନ ବ୍ୟବସାୟ ଏବଂ ନିବେଶ ମାଧ୍ୟମରେ ଅର୍ଜିତ ହୋଇଛି, ଯାହା ତାଙ୍କୁ ପାକିସ୍ତାନର ଆର୍ଥିକ ଅବସ୍ଥା ସତ୍ତ୍ୱେ ଏକ ଧନୀ ଜୀବନଶୈଳୀ ପ୍ରଦାନ କରେ।

ପାକିସ୍ତାନର ସେନା ମୁଖ୍ୟମାନେ ବିଭିନ୍ନ ଅର୍ଥନୈତିକ ବ୍ୟାପାର କରିଥାନ୍ତି । ଯାହାକି ତାଙ୍କୁ କୋଟି କୋଟି ଟଙ୍କା ଲାଭ ଦେଇଥାଏ । ଆଉ ଏହି ଆର୍ଥିକ ସଙ୍କଟ ପଛରେ ଏମାନଙ୍କର ମଧ୍ୟ ପ୍ରଭୁଖ ଭୂମିକା ରହୁଥିବା କୁହାଯାଏ । ପ୍ରସିଦ୍ଧ ଲେଖିକା ଆୟେଶା ସିଦ୍ଧିକାଙ୍କ ପୁସ୍ତକ “ମିଲିଟାରୀ ଇନକର୍ପୋରେଟେଡ୍: ଇନସାଇଡ୍ ପାକିସ୍ତାନସ୍ ମିଲିଟାରୀ ଇକୋନୋମି” ଏହି ବାସ୍ତବତାକୁ ଗଭୀର ଭାବରେ ପ୍ରକାଶ କରିଛି। ଏହି ପୁସ୍ତକ ଅନୁଯାୟୀ, ପାକିସ୍ତାନୀ ସେନା କେବଳ ପ୍ରତିରକ୍ଷା କ୍ଷେତ୍ରରେ ସୀମିତ ନୁହେଁ, ବରଂ ସିମେଣ୍ଟ, ସାର, ବ୍ୟାଙ୍କିଙ୍ଗ, ଦୁଗ୍ଧ, ପରିବହନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ୟ ଏହାର ବ୍ୟାପକ ବ୍ୟବସାୟିକ ପ୍ରଭାବ ରହିଛି। ଏହାସହ ରିୟଲ ଇଷ୍ଟେଟ ବ୍ୟବସାୟ ମଧ୍ୟ କରନ୍ତି ।

 

ଆଜି ମଇଦାନକୁ ଓହ୍ଲାଇ ନପାରନ୍ତି ଧୋନୀ- କୋହଲି

ନନ୍ଦିଘୋଷ ବ୍ୟୁରୋ: ଶନିବାର ବାଙ୍ଗାଲୋର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚେନ୍ନାଇ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଚଳିତ ବର୍ଷ ଦ୍ବିତୀୟଥର ଲାଗି ଉଭୟ ଦଳ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ପ୍ରଥମ ମ୍ୟାଚରେ ଘରୋଇ ମାଟିରେ ପରାଜୟ ବରଣ କରିଥିଲା ଚେନ୍ନାଇ । ଏଣୁ ଆଜି ବଦଲା ନେବାକୁ ଚେଷ୍ଟା କରିବ ଧୋନୀ ବାହିନୀ । ପ୍ଲେଅଫରୁ ବାଦ୍ ପଡ଼ିଥିବରା ଚେନ୍ନାଇ ସମ୍ମାନ ରକ୍ଷା ସହ ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ । ସେପଟେ ଆଜିର ମ୍ୟାଚରେ ୨ ପଏଣ୍ଟ ପାଇ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଚାହିଁବ ବାଙ୍ଗାଲୋର । ମାତ୍ର ଆଜି ମ୍ୟାଚ ଖେଳ ନହେବାର ସମ୍ଭାବନା ଅଧିକ ରହିଛି । କାରଣ ଦୁଇଦିନ ଧରି ବାଙ୍ଗାଲୋରରେ କାଳବୈଶାଖୀ ବର୍ଷା ହେଉଛି । ଆଜି ମଧ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ମ୍ୟାଚ ନହେବାର ସମ୍ଭାବନା ଅଧିକ ରହିଛି । ଏହି ମ୍ୟାଚରେ ଯଦି ପଏଣ୍ଟ ଭାଗ ବଣ୍ଟାହୁଏ ତାହେଲେ ବାଙ୍ଗାଲୋର ଟେବୁଲ ଟପ୍ପର ରହିବାର ଆଶା କମିଯିବ । ଏଣୁ ଦଳ ଯଦି ଖେଳ ହୁଏ ତାହେଲେ ବିଜୟୀ ହେବାକୁ ପ୍ରୟାସ କରିବ ।

ଆଖଣ୍ଡଳମଣିଙ୍କ ମନ୍ଦିରରେ ବର୍ଷେ ହେଲା ବସୁନି ଟ୍ରଷ୍ଟବୋର୍ଡ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଖଣ୍ଡଳମଣିଙ୍କ ମନ୍ଦିରରେ ବର୍ଷେ ହେଲା ବସୁନି ଟ୍ରଷ୍ଟବୋର୍ଡ ବୈଠକ । ରାଜ୍ୟ ଦେବୋତ୍ତର ବିଭାଗ ଅଧିନରେ ଥିବା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ବିଶେଷକରି ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଟ୍ରଷ୍ଟବୋର୍ଡ ବୈଠକ ବସୁନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି ।  ଗତ ୨୦୨୨ରୁ ୨୩ମସିହାରେ ଦେବୋତ୍ତର ବିଭାଗ ପକ୍ଷରୁ ଗଠିତ ଟ୍ରଷ୍ଟବୋର୍ଡରେ ଭଦ୍ରକ ଉପଜିଲାପାଳ ମ୍ୟାନେଜିଂଟ୍ରଷ୍ଟି ଦାୟୀତ୍ବରେ ରହିଥିବା ବେଳେ କନିକାରାଜା ସାହେବଙ୍କ ପ୍ରତିନିଧି, ଚାନ୍ଦବାଲି ବିଧାୟକ, ସେବାୟତ ପ୍ରତିନିଧି, ଜନ ପ୍ରତିନିଧିଙ୍କୁ ନେଇ ଏକ ୫ ଜଣିଆ କମିଟ ରହିଛି । ଏମାନଙ୍କ ଗୋଚରରେ ମନ୍ଦିରର ସମସ୍ତ ଆୟ ବ୍ୟୟର ହିସାବ ରହିବା ସହ ପର୍ବପର୍ବାଣୀ କିପରି ଭାବେ ପାଳନ ହେବ ତାହା ଟ୍ରଷ୍ଟବୋର୍ଡ  ନିଷ୍ପତ୍ତି କ୍ରମେ କରାଯିବା ପାଇଁ ନୟମ ରହିଛି । ଏପରିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ଦେବୋତ୍ତର କମିସନରଙ୍କ ଅନୁମତି ନେବାର ଆଇନ ରହିଛି । ହେଲେ ମନ୍ଦିରରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ଦୀର୍ଘ ୧ବର୍ଷ ହେବ ଟ୍ରଷ୍ଟବୋର୍ଡ ବୈଠକ ବସିନଥିବାରୁ ଟ୍ରଷ୍ଟବୋର୍ଡର ସଭ୍ୟଙ୍କୁ ଅନ୍ଧାରରେ ରଖାଯାଉଛି । ଏହାସହ ପୀଠରେ ବିଭିନ୍ନ ସମସ୍ୟା ଉପୁଜୁଥିବା ମଧ୍ୟ କହିଛନ୍ତି କହିଛନ୍ତି ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ଜନ ପ୍ରତିନିଧି ସରୋଜ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।

ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ଅପରାହ୍ନରେ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନମନ୍ତ୍ରୀଙ୍କ ଚିଠି ପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ମହାରଣା, ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ନବକଳେବର ସମୟରେ ବଳକା ଥିବା ଦାରୁ କାଠ ସମ୍ପର୍କରେ ହେବ ଆଲୋଚନା।

ଧାର୍ମିକ ଯାତ୍ରାରେ ଦଳାଚକଟା: ୬ ମୃତ, ୩୦ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ଧାର୍ମିକ ଯାତ୍ରାରେ ଦଳାଚକଟା, ୬ ମୃତ ୩୦ରୁ ଅଧିକ ଆହତ। ଗୋଆ ଶ୍ରୀ ଲେରାଇ ଯାତ୍ରାରେ ଦଳାଚକଟା।ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ  ମେଡିକାଲରେ ଭର୍ତ୍ତି। ଶିବଗାଓଁରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଯାତ୍ରା।ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଅନେକଙ୍କ ଅବସ୍ଥା ଏବେ ବି ସଂଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଡିପାରେ ବୋଲି ଆକଳନ କରାଯାଉଛି।

ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ବିଭତ୍ସ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡା ଗାଁରେ ବିଭତ୍ସ ହତ୍ୟା । ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ସରପଞ୍ଚ ଜନିତ ଗମାଙ୍ଗଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶ୍ବଶୁର ସୁମ ଗମାଙ୍ଗ । ସରପଞ୍ଚଙ୍କ ପରିବାର ଘର ଭିତରେ ଥିବା ବେଳେ  କିଛି ଲୋକ ଘରେ ପଶି ବିଭିନ୍ନ ମାରଣାଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି । ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ଶବ ।  ଆକ୍ରମଣ ବେଳେ ସରପଞ୍ଚ ଜନିତ ଗମାଙ୍ଗ ଜୀବନ ବିକଳରେ ଦୈାଡି ପଳାଇଥିଲେ । ଫଳରେ ସେ ରକ୍ଷା ପାଇଯାଇଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପଦ୍ମପୁର ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମର ସହାୟତା ଲୋଡିଛି ପୋଲିସ୍ । ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ରାୟଗଡା , ପଦ୍ମପୁର, ଗୁଣୁପୁର ପୋଲିସ୍ ପହଞ୍ଚିଛି ।

ଜାଣନ୍ତୁ ଦ୍ବିତୀୟ ଦିନରେ କେତେ କୋଟି ଟଙ୍କାର କ୍ଷତି ସହିଲା ’ରେଡ୍-୨’

ନନ୍ଦିଘୋଷ ବ୍ୟୁରୋ: ରିଲିଜ୍ ହୋଇଛି ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ରେଡ୍-୨ । ଏଡି ଫିଲ୍ମରେ ରବିନା ଟଣ୍ଡନ ଝିଅ ଡେବ୍ୟୁ କରିଛନ୍ତି । ଆଶା କରାଯାଉଥିଲା କି, ଫିଲ୍ମଟି ଭଲ ରୋଜଗାର କରିବ । ମାତ୍ର ଦ୍ବିତୀୟ ଦିନରୁ ହିଁ ଫିଲ୍ମର ହାଲତ ଖରାପ ହୋଇଛି । ୧ ମେରେ ରିଲିଜ ହୋଇଥିବା ଏହି ଫିଲ୍ମ ୧୯.୨୫ କୋଟି ଟଙ୍କା ରୋଜଗାର କରିଛି । ମାତ୍ର ଦ୍ବିତୀୟ ଦିନରେ ୮ କୋଟି ଟଙ୍କାର କ୍ଷତି ସହିଛି । ଦ୍ବିତୀୟ ଦିନରେ ୧୧.୭୫ କୋଟି ଟଙ୍କାର ଆୟ କରିଛି । ତଥାପି ପ୍ରଥମ ଦିନର ଆୟ ଦୃଶ୍ୟମ ୨ ଏବଂ ସୈତାନ ଭଳି ଫିଲ୍ମକୁ ପଛରେ ପକାଇଛି ରେଡ୍ ୨ । ରେଡକୁ ଦର୍ଶକେ ବେଶ ଭଲ ପାଇବା ଦେଇଥିବାବେଳେ ଏହାର ଦ୍ବିତୀୟ ଭାଗ ମଧ୍ୟ ହିଟ୍ ହେବ ବୋଲି ଆଶା ରଖିଥିଲା ପ୍ରଯୋଜନା ସଂସ୍ଥା । ତେବେ ଆଗାମୀ ଦିନରେ ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି ।

ଆଜି ମଣିପୁରର ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଆଜି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ।  ରାଜ୍ୟର ଜାତିଗତ ହିଂସା ଆରମ୍ଭର ଦ୍ବିତୀୟ ବାର୍ଷିକୀ ପାଳନ ଲାଗି ଦୁଇଟି କୁକି-ଜୋମି ଛାତ୍ର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଜୁମି ଛାତ୍ର ସଂଘ ବା ଜେଡଏସଏଫ ଓ କୁକି ଛାତ୍ର ସଂଗଠନ ବା କେଏସଓ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।  ୨୦୨୩ ମେ ୩ରୁ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨୫୦ରୁ ଅଧିକ ଲୋକ ।  ମେଇତେଇ ଓ କୁକିଙ୍କ ମଧ୍ୟରେ ହୋଇଥିବା ଲୋମହର୍ଷକ ହିଂସା ଘଟଣାରେ ବାସଚ୍ୟୁତ ହେଲେଣି ଲକ୍ଷାଧିକ ନାଗରିକ ।  ହିଂସା କାରଣରୁ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଇସ୍ତଫା ଦେଇଥିବାବେଳେ ରାଜ୍ୟରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । ବନ୍ଦ ଅବସରରେ ବିଭିନ୍ନ ସ୍ଥାନରେ କଳାପତାକା ଉତ୍ତୋଳନ କରିବା ଲାଗି ଦୁଇ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି । ଚୁରାଚାନ୍ଦପୁର ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠିତ ସହିଦ ସ୍ମାରକୀରେ ଏହି ଦୁଇ ସଂଗଠନ ପକ୍ଷରୁ  ସମାବେଶ କରାଯିବ । ସେପଟେ ଇଣ୍ଡିଜେନସ ଟ୍ରାଇବାଲ ଲିଡର୍ସ ଫୋରମ ବା ITLF ପକ୍ଷରୁ ଘୋଷଣା କରାଯାଇଛି- ମେ ୩କୁ ସେପାରେସନ ଡେ ଭାବେ ପାଳନ କରାଯିବ ।

ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କାହିଁକି ରାଗିଲେ ଗିଲ୍ ? ୨ ଥର ଅମ୍ପାୟାରଙ୍କୁ..

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ହାଇଦ୍ରାବାଦକୁ ଭେଟିଥିଲା ଗୁଜୁରାଟ ଟାଇଟନ୍ସ । ଏହି ହାଇସ୍କୋରିଂ ମ୍ୟାଚରେ ଗୁଜୁରାଟ ୩୮ ରନରେ ଜିତିଛି । ଗୁଜୁରାଟର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ ୨୨୪ ରନ କରିଥିଲା । ତେବେ ଏହି ମ୍ୟାଚରେ ଅଧିନାୟକ ଶୁଭମନ ଗିଲ୍ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ । ସେ ୨ ଥର ଅମ୍ପାୟାରଙ୍କ ଉପରେ ରାଗିଥିବା ନଜର ଆସିଥିଲେ । ପ୍ରଥମେ ଯେତେବେଳେ ରନଆଉଟ ହୋଇ ଗିଲ୍ ପାଭିଲିୟନ ଫେରୁଥିଲେ ସେତେବେଳେ ପ୍ରଥମେ ସେ ବିରକ୍ତ ଥିବା ଭଳି ଦେଖା ଦେଇଥିଲେ । ଏହା ୧୩ତମ ଓଭରରେ ଘଟିଥିଲା । ସେ ରନ ଆଉଟ୍ ହୋଇଥିବାବେଳେ ଏଭଳି ଲାଗୁଥିଲା କି, ପ୍ରଥମେ ଗ୍ଲୋବସ ବାଜିଛି । ପରେ ଟିଭ ଅମ୍ପାୟାର ଏହାକୁ ରନ ଆଉଟ୍ ଦେଇଥିଲେ । ଏହାପରେ ସେ ଶାନ୍ତ ହୋଇଥିଲେ । ସେପଟେ ଗୁଜୁରାଟ ବୋଲିଂ ସମୟରେ ମଧ୍ୟ ଗିଲ୍ ବିରକ୍ତିଭାବ ପ୍ରକାଶ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ଫୁଲଟସ୍ ବଲଟି ଅଭିଶେକ ଶର୍ମାଙ୍କ ପ୍ୟାଡରେ ବାଜିଥିଲା । ଆଉ ଅମ୍ପାୟାର ଏହାକୁ ଆଉଟ୍ ଦେଇନଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଗିଲ୍ । ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା ।

ଭାରତ ସହ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ । ଯଦି ପାକିସ୍ତାନର ସ୍ଥିତି ପ୍ରତି ବିପଦ ଆସେ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ ଲାଗି ପଛଘୁଞ୍ଚା ଦିଆଯିବ ନାହିଁ ବୋଲି କହିସାରିଛନ୍ତି ପାକ୍ ମନ୍ତ୍ରୀ ହନିଫ ଆବାସି, ଆମେରିକା ଲାଗି ନିଯୁକ୍ତ ରାଷ୍ଟ୍ରଦୂତ ରିଜଓ୍ବାନ ଶେଖ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ପ୍ରଶମିତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିକଟରେ ଅନୁରୋଧ କରିଥିଲେ ରାଷ୍ଟ୍ରଦୂତ ଶେଖ୍ । ଏବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ ଆଣବିକ ଟେନସନରେ ଆମେରିକାର ଭୂମିକା କଣ ରହିବ । ଅତୀତରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷା ଲାଗି ଆମେରିକା ପଦକ୍ଷେପ ନେଇଥିଲା ।

ତେଣେ ବେଲାରୁଷ ଓ ଚୀନ ସହାୟତାରେ ପାକିସ୍ତାନ ଲଙ୍ଗରେଞ୍ଜ ମିସାଇଲ ଓ ପେଲୋଡ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଜାରି ରଖିଛି । ଏହି ଯୋଜନା ବଳରେ କିଛି ବର୍ଷ ମଧ୍ୟରେ ପାକିସ୍ତାନ ୩ ହଜାର କିଲୋମିଟର ଦୂରକୁ ହିଟ୍ କରିପାରୁଥିବା କ୍ଷେପଣାସ୍ତ୍ରର ଅଧିକାରୀ ହେବ । ପାକିସ୍ତାନକୁ ଆଣବିକ ଯନ୍ତ୍ରାଂଶ ସହଯୋଗ କରୁଥିବାରୁ ଚୀନ ଓ ବେଲାରୁଷର କେତେକ ଫାର୍ମ ସମେତ ପାକିସ୍ତାନର କେତେକ ସରକାରୀ ସଂସ୍ଥା ବିରୋଧରେ ଆମେରିକା କଟକଣା ଜାରି କରିସାରିଛି । ୨୦୧୫ରେ ପ୍ରଥମେ ପାକିସ୍ତାନ ପରୀକ୍ଷା କରିଥିବା ସାହିନ-୩ ମିସାଇଲର କ୍ଷମତା ୨ ହଜାର ୭୫୦ କିଲୋମିଟର ଥିଲା । ଏହାର ଅର୍ଥ ଭାରତର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ପାକିସ୍ତାନ ନିକଟରେ ରହିଛି ।