spot_img
Home Blog Page 794

ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଭିନ୍ନକ୍ଷମ ଶିବିରରେ କରାଯାଉଛି ଉପହାସ

ନନ୍ଦିଘୋଷ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ଚିହ୍ନଟ ନ କରି ଉପହାସ କରାଯାଉଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ାର ମୁନିଗୁଡ଼ା ବ୍ଲକରୁ । ଦିବ୍ୟାଙ୍ଗ ଚିହ୍ନଟ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲେ ବି ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ମନମାନି ଯୋଗୁ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

କିଏ ଅଭିନୟ କରୁଛି? ଦିବ୍ୟାଙ୍ଗ ନା ସରକାରୀ ବାବୁ । ଏପରି ଅଭିଯୋଗ ଆସିଛି ରାୟଗଡ଼ାର ମୁନିଗୁଡ଼ାରୁ । ଦିବ୍ୟାଙ୍ଗ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚିହ୍ନଟ କ୍ୟାମ୍ପ ଚାଲିଛି । ଯେଉଁ ବ୍ୟକ୍ତି ୮୦ ପ୍ରତିଶତ ଦିବ୍ୟାଙ୍ଗ ସେମାନଙ୍କୁ ଚିହ୍ନଟ କରାଯିବ । ହେଲେ ଚିହ୍ନଟ କରୁଥିବା ଅଭିଜ୍ଞ ଡାକ୍ତର ଦିବ୍ୟାଙ୍ଗଙ୍କୁ ଅଭିନୟ କରୁଥିବା କହି ଉପହାସ କରୁଛନ୍ତି ।

ସମ୍ପର୍କୀୟଙ୍କୁ କୋରାପୁଟ ପଠାଇ ଦେବାକୁ କୁହାଯାଉଛି। ନବେ ଓ ଶତ ପ୍ରତିଶତ ଦିବ୍ୟାଙ୍ଗ ୧୮ ଓ ୪୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ପ୍ରମାଣପତ୍ର ଦିଆଯାଉଥିବା ଅଭିଯୋଗ । ବ୍ଲକ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମନମାନିରେ ଚାଲିଛି ଦିବ୍ୟାଙ୍ଗ ଚିହ୍ନଟ ପ୍ରକ୍ରିୟା । ସରକାରୀ ତଥ୍ୟ ଅନୁସାରେ ମୁନିଗୁଡାରେ ୧ ହଜାର ୮୫ ଜଣ ଦିବ୍ୟାଙ୍ଗ ଭତ୍ତା ପାଉଥିବା ବେଳେ ସେଥିରୁ ମାତ୍ର ୧୮୨ ଜଣ ବର୍ଦ୍ଧିତ ଭତ୍ତା ପାଇଛନ୍ତି । ସାସ୍ଥ୍ୟ ବିଭାଗର ଟାଳଟୁଳ ନୀତି ଓ ଡାକ୍ତରବାବୁଙ୍କ ମନମାନି ଯୋଗୁ ଭିନ୍ନକ୍ଷମ ସରକାର ବର୍ଦ୍ଧିତ ଯୋଜନାରୁ ବାଦ ପଡି ଦୁର୍ବିସହ ଜୀବନ ବିତାଉଛନ୍ତି ।

ଏ ହେଉଛନ୍ତି ମୁନିଗୁଡ଼ା ବ୍ଲକ ଜଗଦଳପୁର ପଞ୍ଚାୟତ ସର୍ଗୀଗୁଡା ଗାଁର ୨୬ ବର୍ଷୀୟ ଟୁନା କୁସୁଲିଆ । ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ହାତ ଗୋଡ କାମ କରୁନି, କଥା ବି କହିପାରୁନାହାଁନ୍ତି । ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ନେଇ ଅଫଲାଇନରେ ତାଙ୍କୁ ପ୍ରମାଣ ପତ୍ର ମିଳିଛି । ହେଲେ ତାଙ୍କର ଆଧାରକାର୍ଡ ନ ଥିବାରୁ ଖାଉଟି ଯୋଜନାରେ ମିଳୁଥିବା ୫ କିଲୋ ଚାଉଳ ବନ୍ଦ କରିଦିଆଯାଇଛି । ବର୍ଦ୍ଧିତ ଭତ୍ତା ବି ପାଉନାହାନ୍ତି । ସେହିପରି ଅମ୍ବାଦଳା ପଞ୍ଚାୟତ ଇନ୍ଦିରାସାହିର ୨୩ ବର୍ଷୀୟ ସୁଲତାନ ସୁନା ଜନ୍ମରୁ ଦିବ୍ୟାଙ୍ଗ।

ଦୁଇଟି ଯାକ ଗୋଡ଼ କାମ କରୁନି କି  କଥା କହିପାରୁନାହାନ୍ତି । ନଥିବା ବେଳେ ପାଟିରେ କଥା କହିପାରୁନାହାଁନ୍ତି । ହେଲେ ତାଙ୍କୁ ଭିନ୍ନକ୍ଷମ ଶିବିରରେ ୪୦ ପ୍ରତିଶତର ପ୍ରମାଣ ପତ୍ର ଦିଆଯାଇଛି । ରଘୁବାରି ଗ୍ରାମର ବିଲମ୍ ସୁନାଙ୍କ ୪ବର୍ଷର ଶିଶୁ ପୁତ୍ର ରିହାନ ସୁନା, ଅମ୍ବାଦଳା ନୂଆପଡାର ବେଣୁଧର ଖୋସଲାଙ୍କ ୨୨ ବର୍ଷର ଝିଅ ଭବାନୀ ଖୋସଲା, ଇନ୍ଦିରା ସାହି ରାଜାରାମ ବାଥ୍ରାଙ୍କ ଝିଅ ଗୁପ୍ତେଶ୍ୱରୀ ବାଥ୍ରା ସମସ୍ତଙ୍କ ସମାନ ଅବସ୍ଥା । ସେମାନଙ୍କୁ ଯଥାଶୀଘ୍ର ଦିବ୍ୟାଙ୍ଗ ପ୍ରମାଣ ପତ୍ର ନି ମିଳିଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ : ପୁଅକୁ ବିକି ଦେଇଛି ମାଆ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଯୋଗୁଁ ନିଜ ଜନ୍ମ କଲା ପୁଅକୁ ବିକି ଦେଇଛି ମାଆ।  ଯାଜପୁର ବ୍ଲକ ବଡ଼ ସୁଆର ଗାଁରେ ଏଭଳି ଅଭାବନୀୟ ଘଟଣା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା। ଗତ ୩ବର୍ଷ ତଳେ ଉଭୟ ପତିପତ୍ନୀ ଅଲଗା ହେବା ଫଳରେ ଏଭଳି ଚରମ ନିଷ୍ପତି ନେବା ଘଟଣା ଏବେ ସାମ୍ନା କୁ ଆସିଛି। ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ କରାଯାଇଛି।

ରାଜ୍ୟରେ ଶିଶୁ ଚୋରି ପରେ ଶିଶୁ ବିକ୍ରି ଅଭିଯୋଗ । ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି । ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା । ଅଭିଯୋଗ ଆଣିଲେ ବାପା । ଯାଜପୁର ଜିଲ୍ଲା ବଡ଼ସୁଆର ଅଂଚଳର ପ୍ରଶାନ୍ତ ପରିଡ଼ା ନିଜ ପତ୍ନୀ ପୂଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଗତ ୪ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ପତିପତ୍ନୀ ହୋଇଯାଇଥିଲେ । ୪ ବର୍ଷ ପରେ ପୁଅକୁ ବିକି ଦେଇଥିବା କହିଲେ ମାଆ । ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଅପେକ୍ଷାରେ ପୂରା ପରିବାର ।

ପୁଅକୁ ବିକି ଦେଇଥିବା କଥା ମାଆ ମଧ୍ୟ ସ୍ଵୀକାର କରିଛନ୍ତି । ହେଲେ ପିଲାର କୌଣସି ପତ୍ତା ମିଳିପାରିନାହିଁ । ଏ ନେଇ ପରିବାର ଲୋକ ଗତ ବୁଧବାର ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଅକୁ ଖୋଜି ଆଣିବାକୁ ନିବେଦନ କରିଥିଲେ।  ଅଭିଯୋଗ କଲାପରେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଅତିରିକ୍ତ ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି । ପାରିବାରିକ ବିବାଦ ଓ ଅଭାବ ଅନଟନ ଯୋଗୁଁ ଏଭଳି ପିଲା ବିକ୍ରି ହୋଇଥିବା କୁହାଯାଉଥିବା ବେଳେ ନିଖୋଜ ପିଲାକୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ ଜୁଆଙ୍ଗ ଜନଜାତି ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ

ନନ୍ଦିଘୋଷ ବ୍ୟୁରୋ: ଜୁଆଙ୍ଗ ଜନଜାତିଙ୍କ ପାଇଁ ସ୍ଵପ୍ନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ । ତା ପୁଣି ଖୋଦ ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲାରେ । କାର୍ଯ୍ୟାଦେଶରେ ୪ ବର୍ଷ ପରେ ବି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ୪୦ରୁ ଉର୍ଦ୍ଧ୍ଵ ଘର କାମ । ନିୟୋଜିତ ହୋଇଥିବା ଠିକାସଂସ୍ଥା କାମ ସଂପୂର୍ଣ୍ଣ ନକରି ଟଙ୍କା ନେଇ ଛୁ ମାରିଛନ୍ତି । ଫଳରେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ହିତାଧିକାରୀ ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନ୍ୟାୟ ଅପେକ୍ଷାରେ ଜୁଆଙ୍ଗ ଜନଜାତି । ପିଏମ୍‌ ଆବାସ ଘର ନିର୍ମାଣ ସମ୍ପୂର୍ଣ୍ଣ ନ କରି ଛୁ ମାରିଛି ଠିକା ସଂସ୍ଥା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୟଳମୁଣ୍ଡା ଗାଁରୁ । ଏବେ ଭଙ୍ଗା ଘରେ ଦିନ କାଟୁଛନ୍ତି ୪୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ହିତାଧିକାରୀ ପରିବାର । ମୁଣ୍ଡ ଉପରେ କୋଠାଘର ଖଣ୍ଡେ ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨-୨୩ ଓ ୨୦୨୩-୨୪ରେ ମିଳିଲା କାର୍ଯ୍ୟାଦେଶ । ପ୍ରଶାସନର ସୁପାରିସରେ ନିଯୁକ୍ତ ହେଲେ ଠିକାଦାର । ହିତାଧିକାରୀଙ୍କ ଦସ୍ତଖତ ନେଇ ଠିକାଦାର ଦୁଇରୁ ତିନିଟି କିସ୍ତି ଟଙ୍କା ମଧ୍ୟ ଉଠାଇନେଇଛନ୍ତି । କିିନ୍ତୁ ଘର ନିର୍ମାଣ ଅଧପନ୍ତରିଆ କରି ଛାଡ଼ି ପଳାଇଛନ୍ତି ।  ଏବେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଆଦିମ ଜନଜାତି ।

ଗୟଳମୁଣ୍ଡା ଗାଁ ଚତୁପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ପାହାଡ ଘେରି ରହିଛି । ଗାଁ ଭିତରକୁ ହାତୀ, ଭାଲୁ ଓ ବିଭିନ୍ନ ବନ୍ନ୍ୟଜନ୍ତୁ ପଶି ଆସୁଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ । ଭଙ୍ଗା ଦଦରା ଘରେ ରହୁଥିବାରୁ ଜୀବନ ପ୍ରତି ବିପଦ ରହିଛି । ସମସ୍ୟା ନେଇ ହିତାଧିକାରୀ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଜନଜାତିଙ୍କ ଦୁର୍ଦ୍ଦଶା ପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଚୁପ ।

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ । ରୋମରୁ ଆସିଥିବା ଜଣେ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପଶି ଫଟୋ ଉଠାଉଥିବା ବେଳେ କିଛି ସେବାୟତ ତାଙ୍କୁ ଧରିଥିଲେ । ଠାକୁରଙ୍କ ଭୋଟ ଯାଉଥିବା ରାସ୍ତାର ଅଚ୍ୟୁତା କହଣ୍ଡା ନିକଟରୁ ସେବାୟତମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଧରିଥିଲେ । ସେ କିପରି ମନ୍ଦିର ଭିତରକୁ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକ ମନ୍ଦିର ଭିତରକୁ ପଶିଯାଇଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚୁନପାଣି ଛିଞ୍ଚା ଯାଇ ଶୋଧ କରାଯାଇଛି । ଏଥିସହିତ ଠାକୁରଙ୍କ ମହାସ୍ନାନ କରାଯାଇ ବଡ ଥୁପାଳ ଓ ରୋଷ ହୋମ କରାଯାଇଛି । ମନ୍ଦିର ଭିତରକୁ ବିଦେଶୀ ପଶିଯିବାରୁ ଠାରୁକରଙ୍କ ନୀତିକାନ୍ତି ପ୍ରାୟ ସାଢେ ତିନି ଘଣ୍ଟା ବିଳମ୍ବ ହୋଇଛି ।

ବୈତରଣୀ ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ

ନନ୍ଦିଘୋଷ ବ୍ୟୁରୋ: ବୈତରଣୀ ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ । ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ସିଲିପଦା ଗାଁରେ ଘଟିଛି ଏହି ଘଟଣା । ମୃତକ ହେଲେ ବାସୁଦେବ ମହାନ୍ତ ଏବଂ ୧୧ବର୍ଷର ନାତି ଦିବ୍ୟାଂଶୁ ମହାନ୍ତ । ସାନ ନାତିର ଜନ୍ମଦିନ ଥିବାରୁ ମନ୍ଦିର ଯିବା ପାଇଁ ଜେଜେବାପା, ୨ ଜଣ ନାତିଙ୍କୁ ନେଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ୨ ଜଣ ନାତି  ବୁଡିଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ ଜେଜେବାପା । କିନ୍ତୁ ନାତିଙ୍କୁ ବଞ୍ଚା ନପାରି ନିଜେ ବୁଡି ଯାଇ ମୃତ୍ୟୁବରଣ କରିଥିଲେ । ବଡ଼ ନାତି ପହଁରି ପହଁରି ଯାଇ ଏକ ପଥରରେ ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସାନ ନାତି କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲେ ହେଁ ସେଠାରେ ଦିବ୍ୟାଂଶୁ ର ମୃତ୍ୟୁ ଘଟିଛି । ଘଟଣା କୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ତରକେରା ଡ୍ୟାମରେ ବୁଡ଼ି ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ବ୍ରାହ୍ମଣୀ ନଦୀ ତରକେରା ଡ୍ୟାମରେ ବୁଡ଼ି ୧୪ ବର୍ଷର ଛାତ୍ର ମୃତ। ଖୋଜାଖୋଜି ପରେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ୪ ଜଣ ସାଙ୍ଗ ନଦୀ କୂଳକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଜଣେ ୧୪ ବର୍ଷର ଛାତ୍ର ଗାଧୋଇବା ପାଇଁ ଯାଇ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ।

ପାକିସ୍ତାନ ଲାଗି ଗୁପ୍ତଚରୀ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଲାଗି ଗୁପ୍ତଚରୀ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ। ଉତ୍ତରପ୍ରଦେଶ ବାରାଣସୀରେ ରେଡ କରିଛି ଆଣ୍ଚି ଟେରର ସ୍କ୍ବାଡ ବା ଏଟିଏସ। ଘଟଣାରେ ଟୁଫେଲ ନାମକ ଜଣେ ବ୍ଯକ୍ତିକୁ ଗିରଫ କରିଛି ଏଟିଏସ। ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ନେଇ ଅଭିଯୋଗ ଆଧାରରେ ତାକୁ ଗିରଫ କରାଯାଇଛି। ପାକିସ୍ତାନର ନିଷିଦ୍ଧ ଘୋଷିତ ସଂଗଠନ ତେହରିକ-ଇ-ଲାବାକେର ନେତା ମୌଲାନା ଶାହ ରିଜଭିକୁ ତୁଫେଲ ତଥ୍ଯ ଦେଉଥିବା ଅଭିଯୋଗ ହୋଇଥିଲା। ରାଜଘାଟ, ନମୋ ଘାଟ, ଜ୍ଞାନବାପି, ରେଳଷ୍ଟେସନ, ଲାଲକିଲ୍ଲା ଆଦି ସମ୍ପର୍କରେ ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ତଥ୍ଯ ଯୋଗାଇଥିବା ଅଭିଯୋଗ ହୋଇଥିଲା। ସେପଟେ ଦିଲ୍ଲୀରେ ବି ଜାରି ରହିଛି ରେଡ। ସିଲମପୁରର ମହମ୍ମଦ ହାରୁନଙ୍କୁ ବି ଧରିଛି ପୋଲିସ। ସେ ପାକିସ୍ତାନୀ ଗୁଇନ୍ଦା କର୍ମକର୍ତ୍ତାଙ୍କୁ ଗୋପନ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା। ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ବ୍ୟବସ୍ଥା। ଏନେଇ ପୋଲିସ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକ୍ନୋଲଜି ଲାଗିଲେ ଯଦି ଡ୍ରୋନ ଉଡୁଥିବା ତେବେ ଏହାକୁ ଖସାଇ ଦିଆଯାଇପାରିବ । ଆବଶ୍ୟକ ପଡିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ। ଏ ନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ।

ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ : ୪ ନକ୍ସଲ ନିପାତ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲିରେ ଯବାନ-ମାଓବାଦୀ ଗୁଳିବିନିମୟ। ଯବାନଙ୍କ ଗୁଳିରେ ୪ ନକ୍ସଲ ନିପାତ। ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ହୋଇଛି ଏନକାଉଣ୍ଟର। ଗଡ଼ଚିରୋଲିର ଇନ୍ଦ୍ରାବତୀ ନଦୀ ନିକଟ କୱାନ୍ଦେ ଗ୍ରାମ ନିକଟରେ ହୋଇଛି ଏନକାଉଣ୍ଟର। ଗଡଚିରୋଲି ପୋଲିସ ଓ ସିଆରପିଏଫର ମିଳିତ ଅପରେସନରେ ଟଳିଛନ୍ତି ଲାଲକର୍ମୀ। ଗୁଇନ୍ଦା ସୂଚନା ଆଧାରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିଲା ଅପରେସନ। ଅତିରିକ୍ତ ପୋଲିସ ଏସପି ରମେଶ ଓ ଏସପି ନୀଳୋତ୍ପଳ ତଥା ଡିଆଇଜି ଅଙ୍କିତ ଗୋୟଲଙ୍କ ନେତୃତ୍ବରେ ଚାଲିଥିଲା କମ୍ବିଂ ଅପରେସନ। ଏଥିରେ ସି୬୦ କମାଣ୍ଡୋ ଫୋର୍ସ ଓ ସିଆରପିଏଫର ମୋଟ ୩୦୦ ଯବାନ ସାମିଲ ହୋଇଥିଲେ। କୱାନ୍ଦେରୁ ନେଲଗୁଣ୍ଡା ଅଞ୍ଚଳକୁ କର୍ଡନଭୁକ୍ତ କରାଯାଇ ଆରମ୍ଭ ହୋଇଥିଲା ଅପରେସନ। ଲକ୍ଷ୍ୟଭେଦୀ ହମଲା ଜରିଆରେ ଏହି ଅପରେସନ କରାଯାଇଥିଲା ବୋଲି କହିଛନ୍ତି ମହାରାଷ୍ଟ୍ର ଆଣ୍ଟିମାଓଇଷ୍ଟ ଅପରସେନ ୟୁନିଟର ମୁଖ୍ୟ ଇନ୍ସପେକ୍ଟର ଜେନେରାଲ ସନ୍ଦୀପ ପାଟିଲ। ମାଓବାଦୀଙ୍କ ନିକଟରୁ ଅଟୋମେଟିକ ସେଲଫ ଲୋଡିଂ ରାଇଫଲ, ୨ଟି  ରାଇଫଲ, ୱାକିଟକି, କିଛି ପୁସ୍ତିକା ଆଦି ଜବତ ହୋଇଛି।

ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଶିଶୁ ବିକ୍ରି ଅଭିଯୋଗ । ମାତ୍ର ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରୁଥିବା ବେଳେ ଉଭୟ ମାଆ ଓ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟି । ଖୈରପୁଟ ବ୍ଳକ ଅନ୍ତର୍ଗତ ଦୁମାଲିଗୁଡା ଗାଁର ସବିତା ବାଟେଙ୍କ ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଗତ ଦୁଇ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେଥିଲେ । ହେଲେ ସବିତା ପୁଣି ଥରେ ମାଆ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସୁଚନା ନାହିଁ । ଗର୍ଭବତୀ ହେବା ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ତିନି ମାସ ରହିଥିଲେ ସବିତା । ଦୁଇ ଦିନ ତଳେ ସେଠାରେ ହି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ସ୍ବାମି ତାଙ୍କୁ ଆଉ ଗ୍ରହଣ କରୁନଥିବା ବେଳେ ତିନି ସନ୍ତାନକୁ କେମିତି ପାଳିବେ ଭାବି ଏକ ସ୍ବେଚ୍ଛାସେବୀ ସଂସ୍ଥାର ରୋଷେୟା ସଞ୍ଜୁକ୍ତା ପାଳଙ୍କ ସହ ଆଲୋଚନା କରିବା ପରେ ଖୈରପୁଟର ଏକ ଦମ୍ପତିଙ୍କୁ ପୁତ୍ର ସନ୍ତାନ ବିକ୍ରି କରିବା ଲାଗି ସ୍ଥିର କରିଥିଲେ । ହେଲେ ଟଙ୍କା ଲେଣ ଦେଣ ଚାଲିଥିବା ବେଳେ ଘଟଣାର ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ସେଠାରେ ପହଞ୍ଚି ଉଭୟ ମାଆ ଓ ଶିଶୁ କୁ ଉଦ୍ଧାର କରିଥିଲେ । ଘଟଣା ସଂପର୍କରେ ମାଥିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମାଆ ଓ ଶିଶୁକୁ ସ୍ବଧାର ଗୃହରେ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।