spot_img
Home Blog Page 768

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ

ପୁରୀ :ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ। ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଛି ହତ୍ୟାକାଣ୍ଡ । ସ୍ନାନ ପୂର୍ଣ୍ଣିମା ପାଇଁ ସହରରେ କଡ଼ା ପହରା ସତ୍ତ୍ୱେ ସ୍ପଷ୍ଟ ଦିବାଲୋକରେ ଘଟିଛି ହତ୍ୟାକାଣ୍ଡ।

ପୁରୀରେ ୭୦ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଥିବାବେଳେ ଦିବାଲୋକରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଜଗନ୍ନାଥ ଦିକ୍ଷୀତ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସାମ୍ନାକୁ ଆସିଲା ସୋନମ ଏବଂ ରାଜ କୁଶୱାହାର ପ୍ରଥମ ଫଟୋ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ସୋନମ ଏବଂ ରାଜ କୁଶୱାହାର ପ୍ରଥମ ଫଟୋ । ଏହି ଫଟୋରେ ଦୁଇଜଣ ଏକାଠି ବସି ସେଲ୍ଫି ନେଇଛନ୍ତି । ଉଭୟ ଖୁସି ଥିବା ନଜର ଆସିଛନ୍ତି ।

ବହୁ ଚର୍ଚ୍ଚିତ ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ମାମଲାରେ ମେଘାଳୟ ପୋଲିସ ସୋନମ ଏବଂ ରାଜ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଖୋଳତାଡ କରୁଛି । ରାଜ୍ ସୋନମର ପ୍ରେମୀ ବୋଲି କୁହାଯାଉଛି ।

ଅନ୍ୟପଟେ ସୋନମର ପରିବାର ରାଜ ସହ ସୋନମର ପ୍ରେମ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କୌଣସି ପ୍ରମାଣ ସାର୍ବଜନୀନ କରାଯାଇ ନାହିଁ। ପ୍ରଥମ ଥର ପାଇଁ ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି । ସୋନମ ଏବଂ ରାଜ କୁଶୱାହାଙ୍କ ଫଟୋରେ ଏକ ଚମକ ଦେଖାଯାଉଛି। ଉଭୟ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

ଯେଉଁମାନେ ସୋନମ ଏବଂ ରାଜଙ୍କୁ ନିକଟରୁ ଜାଣନ୍ତି ସେମାନେ କୁହିଛନ୍ତି ଯେ, ସେମାନେ ବାହାର କୌଣସି ସ୍ଥାନରେ ପରସ୍ପରକୁ ଭେଟନ୍ତି ନାହିଁ । ସେମାନେ କେବଳ ଅଫିସରେ ପରସ୍ପରର ନିକଟତର ହୋଇଥିଲେ। ସେହିଠାରେ ସେମାନଙ୍କର ନିକଟତରତା ବୃଦ୍ଧି ପାଇଥିଲା। ପଚରାଉଚରା ସମୟରେ, ରାଜର ସାଙ୍ଗ ପୋଲିସକୁ କହିଥିଲା ଯେ ସେମାନଙ୍କର ପ୍ରେମ ମାତ୍ର ଆଠ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ଏନେଇ ପୋଲିସର ପଚରା ଉଚରା ଜାରି ରହିଛି ।

ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ପାଇଁ ଅନୁତାପ କଲେ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ଅନୁତାପ କଲେ ଏଲନ ମସ୍କ। ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ପାଇଁ ଅନୁତାପ କରିଛନ୍ତି ମସ୍କ । ଟ୍ରମ୍ପଙ୍କ ଧମକ ପରେ ମସ୍କ ଅନୁତାପ କରିଛନ୍ତି ।

କିଛି ଦିନ ହେବ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଭୟଙ୍କର ଲଢେଇ ଏବେ ନୂଆ ମୋଡ଼ ନେଉଛି। ମସ୍କ ଏବେ ଟ୍ରମ୍ପଙ୍କ ସହ ଲଢ଼େଇକୁ ନେଇ ଅନୁତାପ କରୁଛନ୍ତି। ମସ୍କ ବୁଧବାର ଦିନ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମୁଁ ଯେଉଁ ପୋଷ୍ଟ କରିଥିଲି ସେଥିପାଇଁ ମୁଁ ଦୁଃଖିତ ।

ବର୍ତ୍ତମାନ ମସ୍କ ୟୁ-ଟର୍ଣ୍ଣ ନେଇଛନ୍ତି । ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ, ରିପବ୍ଲିକାନ ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ବିରୋଧୀମାନଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରିଦେବା ଲାଗି ମଧ୍ୟ ଚରମବାଣୀ ଶୁଣାଇଛନ୍ତି। ଟ୍ରମ୍ପ ଏପରି ପଦକ୍ଷେପ ନେଲେ ମସ୍କଙ୍କୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ଟ୍ରମ୍ପ-ମସ୍କଙ୍କ କଳିରେ ମସ୍କଙ୍କୁ ବର୍ତ୍ତମାନ ସୁଦ୍ଧା ବହୁ କ୍ଷତି ସହିବାକୁ ପଡ଼ିଲାଣି।

 

ସ୍ୱାମୀ ରାଜା ରଘୁବଂଶୀକୁ ହତ୍ୟା କରିଥିବା ସ୍ୱୀକାର କଲେ ସୋନମ ରଘୁବଂଶୀ

ନନ୍ଦିଘୋଷ ବ୍ୟୁରୋ: ସ୍ୱାମୀକୁ ହତ୍ୟା କରିଥିବା ସ୍ୱୀକାର କଲେ ସୋନମ ରଘୁବଂଶୀ । ବହୁ ଚର୍ଚ୍ଚିତ ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ଷଡ଼ଯନ୍ତ୍ରରେ ସୋନମ ସାମିଲ ଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ସଦର ପୋଲିସ ଷ୍ଟେସନରେ SIT ପଚରାଉଚରା ସମୟରେ, ସୋନମ କହିଥିଲେ ଯେ ସେ ରାଜାଙ୍କ ହତ୍ୟା ଯୋଜନାରେ ସାମିଲ ଥିଲେ।

ସୂଚନା ଅନୁଯାୟୀ, ସିଲଂରେ ପୋଲିସ ରାଜା ହତ୍ୟା ମାମଲାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ମୁହାଁମୁହିଁ କରିଥିଲା। ଏହି ସମୟରେ ସୋନମ ଏବଂ ରାଜ୍ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହାପରେ SIT ଦ୍ୱାରା ପଚରାଉଚରା ସମୟରେ ସୋନମ ହତ୍ୟା କରିଥିବା ସ୍ୱୀକାର କରିଥିଲେ। SIT ଦ୍ୱାରା ଦେଖାଯାଇଥିବା ପ୍ରମାଣ ଦେଖି ସୋନମ କାନ୍ଦିବାକୁ ଲାଗିଲେ। ଏହି ଘଟଣାରେ ମେଘାଳୟ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏଥିରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ, ରାଜ୍ କୁଶୱାହା (ସୋନମର ପ୍ରେମିକା) ଏବଂ ତିନି ଜଣ କଣ୍ଟ୍ରାକ୍ଟ କିଲର୍ ଆନନ୍ଦ, ଆକାଶ ରାଜପୁତ ଏବଂ ବିଶାଲ ଓରଫ ବିକି ଠାକୁର ସାମିଲ ଅଛନ୍ତି। ସୋନମଙ୍କୁ ୟୁପିର ଗାଜିପୁରରୁ ଗିରଫ କରାଯାଇଥିଲା। ରାଜ କୁଶୱାହା ଏବଂ ବିଶାଲଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା । ଆକାଶ ରାଜପୁତଙ୍କୁ ମଧ୍ୟ ପ୍ରଦେଶର ସାଗରରୁ ଏବଂ ଆନନ୍ଦଙ୍କୁ ୟୁପିର ଲଳିତପୁରରୁ ଗିରଫ କରାଯାଇଥିଲା। ରାଜାଙ୍କୁ ହତ୍ୟା କରିଥିବା ତିନି ଜଣ କଣ୍ଟ୍ରାକ୍ଟ କିଲର୍ ବିଶାଲ, ଆନନ୍ଦ ଏବଂ ଆକାଶ ମଧ୍ୟ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି।

 

 

 

୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ହଟିଲା କଟକଣା

ଭୁବନେଶ୍ୱର: ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର ଓ ଲୋକେ କ୍ଷତି ସହୁଥିଲେ । ସମସ୍ତ ଷ୍ଟକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଝାଡ଼ାବାନ୍ତିରେ ୫ଶହରୁ ଅଧିକ ଅସୁସ୍ଥ, ୨ ଜଣଙ୍କର ଗଲାଣି ଜୀବନ

ଯାଜପୁର: ଯାଜପୁର ଜିଲ୍ଲାରେ ଚିନ୍ତା ବଢାଇଛି ଝାଡାବାନ୍ତି । ଦୁଇ ଦିନ ହେଲା ଅଣାୟତ୍ତ ସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ଅସୁସ୍ଥ ହୋଇପଡିଥିବାବେଳେ ୨ ଜଣଙ୍କର ମୃତ୍ଯୁ ହୋଇଯାଇଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତର କାରଣ ଏବେ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଫୁଡ୍ ପୟୋଜନ କାରଣରୁ ଏପରି ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଇତି ମଧ୍ୟରେ ଗତକାଲି ବ୍ୟାସନଗର ଏବଂ ଦାନଗଦି ଅଞ୍ଚଳର ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

୨ ଦିନ ଭିତରେ ଯାଜପୁର ରୋଡ ମେଡିକାଲରେ ୧୮୬ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଜିଲ୍ଲା ମେଡିକାଲରେ ମଧ୍ୟ ଶତାଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଠାରେ ବର୍ତମାନ ୧୧ଜଣ ଚିକିତ୍ସାଧୀନ ଥିବାବେଳେ ୧୪ଜଣ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତୀ କେଶରୀ ମେଡିକାଲ କଲେଜ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଥିବା ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଯାଜପୁର ରୋଡ ମେଡିକାଲରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆକ୍ରାନ୍ତର ପ୍ରକୃତ କାରଣ ନିରୀକ୍ଷଣ କରିବା ଓ ସଠିକ୍ ଭାବେ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ବିଭିନ୍ନ ମେଡିକାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟାପ୍ତ ବେଡ ବ୍ୟବସ୍ଥା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସେପଟେ ସ୍ଥିତିର ସମୀକ୍ଷା ଲାଗି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଯାଜପୁର ଗସ୍ତ କରିଛନ୍ତି ।

ବିଧାୟକ ଏବଂ ଗ୍ରାମବାସୀଙ୍କୁ ପୋଲିସ ଉଠାଇନେବା ଘଟଣାରେ ବିଜେଡିର ପ୍ରତିବାଦ ସଭା

ସୁନ୍ଦରଗଡ: ସୁନ୍ଦରଗଡରେ ବିଜେଡିର ବିଶାଳ ପ୍ରତିବାଦ ସଭା। ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୋଲିସ ଉଠାଇନେବା ଘଟଣାର ପ୍ରତିବାଦ ରେ ସଭା ଅନୁଷ୍ଠିତ ହୋଇଛି।ବରପାଲି ରେଳ ସାଇଡିଂରେ ବେଆଇନ କୋଇଲା ପରିବହନକୁ ପ୍ରତିବାଦ କରୁଥିଲେ ବିଧାୟକ ଯୋଗେଶ କୁମାର ସିଂ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଙ୍କ ନେତୃତ୍ବରେ ଆୟୋଜିତ ସଭାରେ ସୋନପୁର ବିଧାୟକ ନିରଂଜନ ପୂଜାରୀ, ନୟାଗଡ଼ ବିଧାୟକ ଅରୁଣ ସାହୁ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୁର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁର୍ବତନ ବିଧାୟିକା ଦୀପାଳି ଦାସ, ପୁର୍ବତନ ସାଂସଦ ମଙ୍ଗଳା କିଷାନ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କି ପ୍ରମୁଖ ସାମିଲ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଥୁରା ଗ୍ରାମରେ ଗୋଷ୍ଠୀ ସଂଘର୍ଷ। । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି l ସେମାନେ ହେଲେ ରୁଦ୍ର ସେଠି, ଜିତେନ୍ଦ୍ର ଖଟେଇ ଓ ରାଜେଶ ଦଳେଇ । ଉଭୟ ପକ୍ଷ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ମଦ ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଅନୁମାନ କରାଯାଉଛି।

ଆମେରିକା ବିମାନ ବନ୍ଦରରେ ଭାରତୀୟ ଛାତ୍ରଙ୍କୁ ତଳେ ପକାଇ ହାତକଡ଼ି ପିନ୍ଧାଇଲା ପୋଲିସ

ନନ୍ଦିଘୋଷ ବ୍ୟରୋ: ଆମେରିକା ବିମାନ ବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ପ୍ରତି ଅପରାଧୀ ଭଳି ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତାଙ୍କୁ ତଳେ ଶୁଆଇ ହାତକଡ଼ି ପିନ୍ଧା ଯାଉଥିବା ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓକୁ କୁନାଲ ଜୈନ ନାମକ ଜଣେ ବ୍ୟକ୍ତି ଏକ୍ସରେ ପୋଷ୍ଟ କରିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଦୂତାବସ ମଧ୍ୟ ଏହା ଉପରେ ବିବୃତ୍ତି ରଖିଛି । ଭାରତୀୟମାନେ ଏହା ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

କୁନାଲ ଏହି ଭିଡିଓକୁ ସେୟାର କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ୟାଗ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ର ଜଣଙ୍କ ବିମାନ ଯାତ୍ରା କରିବା ପୂର୍ବରୁ ଏପରି ଘଟଥିଲା । ସେ ଆଉ ଯାତ୍ରା କରିପାରିଲେ ନାହିଁ ।


ଛାତ୍ରଙ୍କୁ ହାତକଡ଼ି ପିନ୍ଧା ଯାଇଥିଲା, ସେ କାନ୍ଦୁଥିଲେ ଏବଂ ତାଙ୍କ ସହ ଅପରାଧି ଭଳି ବ୍ୟବହାର କରାଯାଉଥିଲା । ସେ ହରିୟାଣଭି ଭାଷାରେ କଥା ହେଉଥିଲେ । କହୁଥିଲେ, ମୁଁ ପାଗଳ ନୁହେଁ, ଲୋକେ ମୋତେ ପାଗଳ ପ୍ରମାଣ କରିବାକୁ ଚାହୁଁଛନ୍ତି ।

ଏ ନେଇ ଭାରତୀୟ ଦୂତାବାସ କହିଛି ଯେ, ଆମେରିକାରେ ଥିବା ଭାରତୀୟ ଦୂତାବାସ ନାଗରିକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏ ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛୁ ।

ରାଜା ରଘୁବଂଶୀ ହତ୍ୟା ପାଇଁ ସୋନମର ପ୍ଲାନ୍ ବି’ କ’ଣ ଥିଲା ?

ନୂଆଦିଲ୍ଲୀ: ଇନ୍ଦୋରର ସୋନମ ରଘୁବଂଶୀ ଷଡ଼ଯନ୍ତ୍ରର ସୁତ୍ର ଏବେ ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି । ପୋଲିସ କହିଛି ସୋନମ ତାଙ୍କ ବିବାହର ମାତ୍ର ୫ ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ହତ୍ୟାକାରୀଙ୍କୁ ୧୫ ହଜାର ଟଙ୍କା ନଗଦ ମଧ୍ୟ ଦେଇଥିଲେ । ଏବଂ ପରେ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କେବଳ ଏତିକି ନୁହେଁ ସେ ନିଜ ଆଖିରେ ରାଜାଙ୍କୁ ହତ୍ୟା କରାଯାଉଥିବାର ଦେଖିଥିଲେ । ଏବେ କିନ୍ତୁ ଆଉ ଏକ କଥା ସମ୍ନାକୁ ଆସିଛି । ଗୋଟିଏ ପ୍ଲାନ ଯଦି କାମ ନ କରେ ତାହାଲେ ପ୍ଲାନ୍ ବି ମଧ୍ୟ ସୋନମ ପ୍ରସ୍ତୁତ କରିଥିଲେ ।

ପୋଲିସର କହିବା ଅନୁସାରେ, ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ଯୋଜନା ଥିଲା ହତ୍ୟାକାରୀମାନଙ୍କ ଦ୍ବାରା ତାଙ୍କୁ ହତ୍ୟା କରିବା । ଏବଂ ସେହି ସମୟରେ ଯଦି ହତ୍ୟା କରିବାରେ ବିଫଳ ହୁଅନ୍ତି ତାହାଲେ ସୋନମ ନିଜେ ହତ୍ୟା କରିବେ । ସେଲଫି ନେବା ବାହାନାରେ ତାଙ୍କୁ ପର୍ବତ ଉପରକୁ ନେଇଯିବେ ଏବଂ ସୁଯୋଗ ପାଇଲେ ତଳକୁ ଠେଲିଦେବେ । ପ୍ଲାନ ଥିଲା ଯେ, ଯାହା ବି ହେଇଯାଉ ତାଙ୍କୁ ମାରିବେ ହିଁ ମାରିବେ । ଜୁନ ୨ ତାରିଖରେ ରାଜାଙ୍କର ମୃତଦେହ ଏକ ଖାତରୁ ମିଳିଥିଲା । ତାଙ୍କୁ ୨୩ ମେ’ରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରାଜାଙ୍କୁ ହତ୍ୟା କରିବା ପରେ ସୋନମ ଆତ୍ମସମର୍ପଣ କରିବା ପୂର୍ବରୁ ଗୁପ୍ତ ଭାବେ ଇନ୍ଦୋରରେ ରହୁଥିଲେ । ସେଠାରେ ତାଙ୍କ ପ୍ରେମିକ ରାଜ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଯେତେବେଳେ ମେଘାଳୟ ପୋଲିସ ମଧ୍ୟପ୍ରଦେଶ ଏବଂ ୟୁପିର ୩ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଗିରଫ କଲା ସୋନମ ସେତେବେଳେ ଗାଜିପୁରରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ।

ରାଜଙ୍କ ବିଷୟରେ ମେଘାଳୟ ପୋଲିସ କହିଛି ଯେ, ସେ ଏହିଷଡ଼ଯନ୍ତ୍ରରେ ସୋନମଙ୍କୁ ସମର୍ଥନ କରିବାକୁ ଚାହୁଁ ନଥିଲେ । ଶେଷ ମୁହୂର୍ତ୍ତରେ ମେଘାଳୟ ଯିବାର ଯୋଜନା ବାତିଲ କରିଥିଲେ । ୩ ସାଥିଙ୍କୁ ମଧ୍ୟ ଜିବାକୁ ମନା କରିଥିଲେ । କିନ୍ତୁ ସୋନମ ଟିକେଟ ବୁକ କରିଥିଲେ ଏବଂ ସେମାନେ ମେଘାଳୟ ଯାଇଥିଲେ । ଶିଲଂରେ ମଧ୍ୟ ୩ ଜଣଙ୍କୁ ହତ୍ୟା କରିବାକୁ ମନା କରିଥିଲେ । କିନ୍ତୁ ସୋନମ ଜିଦ ଧରିଥିଲେ । ଏଥିପାଇଁ ସେ ୨୦ ଲକ୍ଷ ଦେବେ ବୋଲି କହିଥିଲେ ।