ସମ୍ବଲପୁର : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫ ଲକ୍ଷ ୪୨ ହଜାର ୪୪୮ ଘନଫୁଟ ବନ୍ୟାଜଳ। ସେହିପରି ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୧ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ବନ୍ୟା ଜଳ ପ୍ରବେଶର ମାତ୍ରା ବଢୁଥିବାରୁ ପୁଣି ଅଧିକ ଗେଟ୍ ଖୋଲିବା ସମ୍ଭାବନା ରହିଛି l ସେପଟେ ଜଳ ଭଣ୍ଡାରର ଜଳସ୍ତର ୬୧୩.୭୩ ଫୁଟ୍ ଅତିକ୍ରମ କରି ସାରିଥିବା ବେଳେ, ଆଜି ଦିନ ୧୨ ଟାରେ ସର୍ବାଧିକ ପାଣି ଆସିବାର ଆକଳନ କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ।
ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ ପାଶଓ୍ବାନ
ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ଖବରମାନ ନଜର ଆସୁଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ନୀତିଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟୁଛି । କିନ୍ତୁ ପ୍ରଶାସନ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା ଭଳି ହେଉଛି । କାହିଁକି ବିହାରରେ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟିବାରେ ଲାଗିଛି । ତଥାପି ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଛି । ଯେଉଁମାନେ ତାଙ୍କ ପରିବାର ଲୋକଙ୍କୁ ହରାଇଛନ୍ତି କେତେ କଷ୍ଟରେ ରହିଥିବେ ତାହା ସମସ୍ତଙ୍କୁ ଜଣା । ପ୍ରଶାସନ ନିଜର ଦୋଷ ମାନୁନଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରି ପାରୁନି । ଏହାସହ ଚିରାଗ କହିଛନ୍ତି କି, ମୁଁ ଦୁଃଖିତ କି, ଏଭଳି ଏକ ସରକାରକୁ ସମର୍ଥନ କରୁଥିଲି । ବିହାରୀମାନେ ସୁରକ୍ଷିତ ନୁହଁନ୍ତି, ସରକାର ସମୟ ଥାଉ ଥାଉ ସଜାଗ ହୁଅନ୍ତୁ । ନିକଟରେ ବିହାରରେ ଦୁଇଟି ବଡ଼ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବାବେଳେ ଅନ୍ୟଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ମେଡିକାଲରେ ମଧ୍ୟ ଗୁଳି କରାଯାଇଛି । ଯାହାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିଛି ।
ପାଣିରେ ବୁଡ଼ି ୨ ଛାତ୍ରଛାତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ: ପାଣିରେ ବୁଡ଼ି ମେଡିକାଲ ପଢୁଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀ ମୃତ। ବୁର୍ଲା ଭିମସାରରେ ପଢୁଥିଲେ ଦୁଇ ଛାତ୍ରଛାତ୍ରୀ। ଉଭୟେ ଶେଷ ବର୍ଷର ଛାତ୍ରଛାତ୍ରୀ। ଦେବଝରନ ନିକଟରେ ପାଣିରେ ବୁଡି ଯାଇଥିବା ସୂଚନା। ଉଭୟ ମୃତକ ହେଲେ ଛାତ୍ର ସନ୍ଦୀପ ପୁରୀ ଓ ଛାତ୍ରୀ ମୋନିକା ମୀନା। ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଉଭୟଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି।

