spot_img
Home Blog Page 764

ଭାରତୀୟ ବୀର ଯବାନଙ୍କୁ ଉଦବୋଧନ ବେଳେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି, ସୀମା ଡେଇଁଲେ ଧ୍ବଂସ କରିଦେବୁ

ନନ୍ଦିଘୋଷ ବ୍ୟୁରୋ: ଆଦମପୁର ଏୟାରବେସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ । ଭାରତୀୟ ଯବାନଙ୍କ ଜୋଶ ଭରିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ସେନାର ପରାକ୍ରମ ସାରା ବିଶ୍ବ ଦେଖିଥିବା କହିବା ସହ ପାକିସ୍ତାନକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି । ତିନି ସେନା, ବିଏସଏଫ ଓ ଅନ୍ୟ ସାମରିକ ବଳଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆପଣମାନଙ୍କ ପାଇଁ ଆଜି ଆମ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଛି । ଯେତେବେଳେ ହିନ୍ଦର ବୀର ଶତ୍ରୁପକ୍ଷଙ୍କ ଡ୍ରୋନ, ମିଜାଇଲକୁ ଧ୍ବଂସ କରିଥିଲେ, ସେତେବେଳେ ପାକିସ୍ତାନକୁ ଭାରତ ମାତା କୀ ଜୟ ଧ୍ବନୀ ଶୁଭିଥିଲା । ଯେତେବେଳେ ଆମ ଯବାନ ପାକିସ୍ତାନରେ ରାତିରେ ସୂର୍ଯ୍ୟୋଦୟ କରିଦେଲେ ସେତେବେଳେ ଭାରତ ମାତା କୀ ଜୟ ଧ୍ବନୀ ପାକିସ୍ତାନୀଙ୍କ ନିଦ ହଜାଇ ଦେଇଥିଲା । ବୀରଙ୍କ ପାଦ ମାଟିରେ ପଡ଼ିଲେ ପୃଥିବୀ ଧନ୍ୟ ହୋଇଯାଏ । ଆଉ ବୀରଙ୍କ ଦର୍ଶନ ମିଳିଲେ ଜୀବନ ଧନ୍ୟ ହୋଇଯାଏ । ସେଥିପାଇଁ ଆପଣମାନଙ୍କୁ ଦର୍ଶନ କରିବାକୁ ଏଠାକୁ ଆସିଛି ।

ଅପରେସନ ସିନ୍ଦୂର ଜରିଆରେ ଆପଣ ପରାକ୍ରମକୁ ମନେ ପକାଯିବ । ଆପଣମାନେ ଦେଶର ଭବିଷ୍ୟ ପୀଢ଼ିଙ୍କ ପାଇଁ ନୂଆ ପ୍ରେରଣା । ତିନିସେନା ଓ ବିଏସଏଫର ସବୁ ବୀରଙ୍କୁ ମୁଁ ସାଲୁଟ୍ କରୁଛି । ଆଜି ଅପରେଶନ ସିନ୍ଦୂରର ସ୍ବର ସାରା ବିଶ୍ବରେ ଶୁଭୁଛି । ପ୍ରତିଟି ଭାରତୀୟ ଆପଣଙ୍କ ସହ ଛିଡ଼ା ହୋଇଥିଲେ, ଆପଣଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ପୂରା ଦେଶ ଆପଣଙ୍କ ଓ ଆପଣଙ୍କ ପରିବାର ପାଖରେ କୃତଜ୍ଞ । ଅପରେସନ ସିନ୍ଦୂର କୌଣସି ସାମାନ୍ୟ ସୈନ୍ୟ ଅଭିଯାନ ନଥିଲା । ଏହା ଭାରତର ନୀତି, ନେତୃତ୍ବ ଓ ନିର୍ଣ୍ଣାୟକ କ୍ଷମତାର ତ୍ରିବେଣୀ ଥିଲା । ଏହା ବୁଦ୍ଧ ଓ ଗୁରୁ ଗୋବିନ୍ଦ ଚରଣ ସିଂଙ୍କ ମାଟି । ଅଧର୍ମର ନାଶ ଓ ଧର୍ମ ପ୍ରତିଷ୍ଠା ପାଇଁ ଅସ୍ତ୍ର ଉଠାଇବା ଆମ ପରମ୍ପରା । ଆମ ଭଉଣୀ ଓ ଝିଅଙ୍କ ସିନ୍ଦୂର ଲିଭାଇଲେ । ଆମ ତାଙ୍କ ଘରେ ପଶି ତାଙ୍କୁ ସଫା କରିଦେଲୁ ।

ରକ୍ତ ବୋହିଲେ ମହା ବିନାଶ ହେବ

ଏହି ଅବସରରେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ଆକ୍କାଙ୍କୁ ମଧ୍ୟ ଛାଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ । ଦେଇଛନ୍ତି ସିଧାସଳଖ ଧମକ । କହିଛନ୍ତି, ନିର୍ଦ୍ଦୋଶ ଲୋକଙ୍କ ରକ୍ତ ବୋହିଲେ ବିନାଶ ହେବ, ମହା ବିନାଶ ହେବ । ନରସଂହାର କରି ଆତଙ୍କବାଦୀ ପାକିସ୍ତାନ ପଣତରେ ଲୁଚିଗଲେ । ହେଲେ ସେମାନେ ଭୁଲି ଗଲେ ଏ ହେଉଛି ହିନ୍ଦର ସେନା । ଯାହାକୁ ଚ୍ୟାଲେଞ୍ଜ କରି ସେମାନେ ଭୁଲ କରିଦେଇଛନ୍ତି । ଆମେ ତାଙ୍କୁ ସମ୍ମୁଖରୁ ଆକ୍ରମଣ କରି ମାରିଛନ୍ତି । ଆତଙ୍କବାଦୀଙ୍କ ଆଡ୍ଡାକୁ ମାଟିରେ ମିଶାଇ ଦେଇଛନ୍ତି । ଅପରେସନ ସିନ୍ଦୁର ଜରିଆରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଦେଲେ । ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଦେଲେ । ସେମାନେ ପାକିସ୍ତାନ ସେନା ଭରଷାରେ ଥିଲେ । ହେଲେ ଭାରତୀୟ ସେନା ନା କେବଳ ଆତଙ୍କବାଦୀ ଓ ତାଙ୍କ ଶିବିରକୁ ଧ୍ବସଂ କରିଛନ୍ତି, ପାକିସ୍ତାନକୁ ବି ଧୂଳି ଚଟାଇ ଦେଲେ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ସୀମାରୁ ଡ୍ରୋନ ଓ ମିଜାଇଲ ଜରିଆରେ ଆମର ବିଭିନ୍ନ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଆମେ, ପ୍ରସ୍ତୁତ ଥିଲୁ । ଗୋଟି ଗୋଟି କରି ପାକିସ୍ତାନର ସମସ୍ତ ଡ୍ରୋନ ଓ ମିଜାଇଲକୁ ଆକାଶରେ ଉଡ଼ାଇ ଦେଲୁ । ଏହି ଅବସରରେ ଭାରତୀୟ ବିଭିନ୍ନ ଏୟାରବେସର ସମସ୍ତ ଲିଡରସିପ୍ ଓ ଯବାନଙ୍କୁ ପ୍ରଶଂସା କରିଥିଲେ ।

ନ୍ୟୁକ୍ଲିୟର ବ୍ଲକମେଲିଂ ଚଳିବନି

ନ୍ୟୁକ୍ଲିୟରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପାକିସ୍ତାନ ସମେତ ଅନ୍ୟମାନଙ୍କୁ କଡ଼ଶ ସନ୍ଦେଶ ଦେଇଛନ୍ତି । ନ୍ୟୁକ୍ଲିୟକ ବୋମାକୁ ନେଇ କେହି ଭାରତକୁ ଧମକ ଦେଇ ପାରିବେନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ନ୍ୟୁକ୍ଲିୟର ବ୍ଲାକମେଲିଂ ସହ୍ୟ କରିବନି । ଯିଏ ନ୍ୟୁକ୍ଲିୟର ବ୍ଲାକମେଲିଂ କରିବ ତାକୁ ତାର ଜବାବ ମିଳିବ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ସରକାର ଓ ଆକ୍କା ଆମ ପାଇଁ ସମାନ । ଆମ ହିସାବରେ, ଆମ ସମୟରେ, ଆମ ସର୍ତ୍ତରେ ଆମେ ତାଙ୍କୁ ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓ୍ବାର ଗେମରେ ଭାରତୀୟ ସେନାର ଜବାବ ନାହିଁ

ତିନି ସେନାର ସମନ୍ବୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କହିଛନ୍ତି ସାରା ଦୁନିଆ ଭାରତର ଏହି ନୂଆ ରୂପ ଦେଖିଲା । ଅପରେସନ ସିନ୍ଦୁରରେ ତିନି ସେନାରେ ସମନ୍ବୟ ବଢ଼ିଆ ଥିଲା । ମ୍ୟାନ ପାଓ୍ବାର ସହ ମେସିନ କୋଡିନେସନ ବଢ଼ିଆ ଥିଲା । ପାରମ୍ପରିକ, ମେଡି ଇନ୍ ଇଣ୍ଡିଆ ଓ S-400ର ସମନ୍ବୟ ଅଦ୍ଭୁତ ଥିଲା । ଆମ ଅତ୍ୟାଧୁନିକ ଟେକ୍ନୋଲଜି ପାକିସ୍ତାନକୁ ଧ୍ବଂସ କରିଦେବ । ଓ୍ବାର ଗେମରେ ଭାରତୀୟ ସେନାର ଜବାବ ନାହିଁ । ପାକିସ୍ତାନର ଅନୁରୋଧ ପରେ ସୈନ୍ୟ କାର୍ଯ୍ୟାନୁଷ୍ଠନ ବନ୍ଦ ହୋଇଛି । ଯଦି ପୁଣି ଆତଙ୍କବାଦ ଗତିବିଧି ଓ ସୈନ୍ୟ ଦୁଃସାହସ ହେବ ତେବେ ଭାରତ ମୁହଁତୋଡ଼ ଜବାବ ଦେବ । ମାନବିକତା ଉପରେ ଆକ୍ରମଣ ହେଲେ ମାଟିରେ ମିଶାଇ ଦେବୁ ।

ଅବସର ଘୋଷଣା ପରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ କୋହଲି, ଏକାନ୍ତରେ ୧୫ମିନିଟ୍ କଲେ ବାର୍ତ୍ତାଳପ

ନନ୍ଦିଘୋଷ ବ୍ୟୁରୋ: ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ କୋହଲି । ଅବସରର ଗୋଟିଏ ଦି ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନର କୃଷ୍ଣ ନଗରୀରେ ପହଞ୍ଚିଥିଲେ । ସେଠାରେ ମହାରାଜଙ୍କ ଆଶୀର୍ବାଦ ନେବା ସହ ପ୍ରାୟ ୧୫ମିନିଟ ଧରି ଏକାନ୍ତରେ ମହାରାଜଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଦୁହେଁ ଆଶ୍ରମରେ ପ୍ରାୟ ୨ଘଣ୍ଟା ୨୦ମିନିଟ ସମୟ ବିତେଇଥିବା ବେଳେ ଆଶ୍ରମର ଭଲମନ୍ଦ ବୁଝିଥିଲେ । ପ୍ରେମାନନ୍ଦ ମହାରାଜଙ୍କୁ ଭେଟ କରି ସାରିବା ପରେ ବିରାଟ କୋହଲି ସକାଳ ୯.୪୦ରେ ବୃନ୍ଦାବନ ଛାଡିଥିଲେ। ଏହି ସମୟରେ, ବିରାଟ-ଅନୁଷ୍କା ମାସ୍କ ପିନ୍ଧି କାରରେ ବସିଥିଲେ। ପରେ ଦୁହେଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ବିରାଟ କୋହଲିଙ୍କର ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିବା ବେଳେ ଏହା ତାଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା।

ତୃତୀୟ ଥର ପାଇଁ ଦର୍ଶନ ପାଇଁ ପହଞ୍ଚିଲେ

ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ଘୋଷଣା କରିବା ପରେ, ଆଜି ଏକ ଘରୋଇ ଟ୍ୟାକ୍ସି ଯୋଗେ ବୃନ୍ଦାବନରେ ପହଞ୍ଚିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ଏହି ସମୟରେ ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପୂର୍ବରୁ, ବିରାଟ କୋହଲି ତାଙ୍କ ପରିବାର ସହିତ ଜାନୁଆରୀ ୨୦୨୩ରେ ପ୍ରଥମ ଥର ପାଇଁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଭେଟିବାକୁ ଆସିଥିଲେ। ସେ ଚଳିତ ବର୍ଷ ଜାନୁଆରୀ ମାସରେ ଦ୍ୱିତୀୟ ଥର ପାଇଁ ଏଠାକୁ ଆସିଥିଲେ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଗଭୀର ବିଶ୍ୱାସ ଅଛି।

ଆଶ୍ରମର କାମ ଦେଖିଥିଲେ

ସୂଚନା ଅନୁଯାୟୀ, ବିରାଟ କୋହଲି ପ୍ରାୟ ୧୫ମିନିଟ୍ ପାଇଁ ପ୍ରେମାନନ୍ଦ ମହାରାଜଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ବାକି ସମୟରେ ସେ ଆଶ୍ରମର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସକାଳ ପ୍ରାୟ ୭ଟାରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ହିଟ୍ କେଲି କୁଞ୍ଜରେ ପହଞ୍ଚିଥିଲେ। ଏହା ପରେ, ପ୍ରାୟ ସାଢ଼େ ୯ଟା ବେଳେ, ସେ ଇନୋଭା ଗାଡ଼ିରେ ବସି ଫେରିଗଲେ। ଏହି ସମୟରେ, ତାଙ୍କ ମୁହଁରେ ଏକ ମାସ୍କ ଥିଲା।

 

ଆଦମପୁର ଏୟାରବେସ ସୁରକ୍ଷିତ ; ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାଶ କଲେ ମୋଦୀ

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବିବାଦ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଥିଲେ । ସେନାର ପ୍ରଶଂସା କରିବା ସମୟରେ ସେ କହିଥିଲେ ଯେ ଆମ ସେନା ପାକିସ୍ତାନ ଏବଂ ଏହାର ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି । ତେବ ଆଜି ସେନାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଭୋର ସମୟରେ ଆଦମପୁର ଏୟାରବେସରେ ପହଞ୍ଚିଥିଲେ। ଏଠାରେ ସେ ସେନା କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଅପରେସନ୍ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପାକିସ୍ତାନ ଦାବି କରିଥିଲା ଯେ, ଏହି ଏୟାରବେସକୁ ସେ ଉଡାଇଦେଇଛି ବୋଲି । ଦେଶକୁ ସମ୍ବୋଧିତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ପହଞ୍ଚି ସେନା ସୈନିକଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟ ମଧ୍ୟରେ, ସେ ସୈନିକମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଏହି ଏୟାରବେସର କୌଣସି ପ୍ରକାରର କ୍ଷତି ହୋଇନାହିଁ ।

ସୈନିକଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କ’ଣ କହିଥିଲେ?

ଆଦମପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ଆଜି ସକାଳେ ମୁଁ AFS ଆଦମପୁର ଗସ୍ତ କରି ଆମର ସାହସୀ ବାୟୁ ଯୋଦ୍ଧା ଏବଂ ସୈନିକମାନଙ୍କୁ ଭେଟିଛି। ସାହସ, ଦୃଢ଼ ସଂକଳ୍ପ ଏବଂ ନିର୍ଭୀକର ପ୍ରତୀକ ଥିବା ଯବାନଙ୍କ ସହିତ ରହିବା ମୋର ବିଶେଷ ଅନୁଭୂତି ଥିଲା। ଆମ ଦେଶ ପାଇଁ ଆମର ସଶସ୍ତ୍ର ବାହିନୀ ଯାହା କିଛି କରିଛନ୍ତି, ସେଥିପାଇଁ ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ।

ଭାଇରାଲ ହେଉଛି ମୋଦୀଙ୍କ ଏହି ଫଟୋ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଫଟୋରେ ଏକ ଲଢ଼ୁଆ ବିମାନର ଫଟୋ ଦେଖାଉଛନ୍ତି ଏବଂ ସେଥିରେ ଲେଖାଯାଇଛି – ଶତ୍ରୁ ପାଇଲଟମାନେ କାହିଁକି ଠିକ୍ ଭାବରେ ଶୋଇ ପାରୁନାହାଁନ୍ତି?

ମୁମ୍ବାଇକୁ ପୁଣି ଉଡାଇବାକୁ ଧମକ : ଦୁଇ ଦିନ ଭିତରେ ହେବ ବିସ୍ଫୋରଣ !

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇକୁ ପୁଣି ଉଡେଇବାକୁ ଧମକ । ଇମେଲ ମାଧ୍ୟମରେ ମାୟାନଗରୀକୁ ଉଡେଇବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ଏକ ଇମେଲ୍ ପଠାଇଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସହରରେ ଏକ ବଡ଼ ବୋମା ବିସ୍ଫୋରଣ ହେବାକୁ ଯାଉଛି। ଇମେଲରେ ଏହା ମଧ୍ୟ କୁହାଯାଇଛି ଯେ ବିସ୍ଫୋରଣ କେବେ ଏବଂ କେଉଁଠି ହେବ ତାହା ଠିକ ନାହିଁ। ଏହା ଯେକୌଣସି ସ୍ଥାନରେ ହୋଇପାରେ । ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହି ମେଲ୍ ସମ୍ପର୍କିତ ସମସ୍ତ ସୂଚନା ପୋଲିସକୁ ଦିଆଯାଇଛି। ଏବେ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ମୁମ୍ବାଇର ସାଇବର ଟିମ୍ IP ଠିକଣା ମାଧ୍ୟମରେ ଧମକ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରୁଛି। ତାଙ୍କୁ ଖୋଜାଖୋଜି ନହେବା ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ସଜାଗ ରହିଛି। ଏପର୍ଯ୍ୟନ୍ତ ଆସିଥିବା ଧମକର ସମସ୍ତ ମାମଲା ନକଲି ବୋଲି ଜଣାପଡିଛି। ତଥାପି, ପୋଲିସ ଏପରି କୌଣସି ଧମକକୁ ହାଲୁକା ଭାବରେ ନେବାରେ ଭୁଲ କରିବ  ନାହିଁ। ମେଲ ପଠାଇଥିବା ବ୍ୟକ୍ତି ଚିହ୍ନଟ ନହେବା ପର୍ଯ୍ୟନ୍ତ ପୋଲିସ ସଜାଗ ରହିଛି ।

ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସକୁ ଏକ ଫୋନ୍ ଆସିଥିଲା ​​ଯେଉଁଥିରେ ବୋମା ବିସ୍ଫୋରଣର ସମାନ ଧମକ ଦିଆଯାଇଥିଲା। ଅଭିଯୁକ୍ତ ଫୋନ୍ କରିଥିବା ବ୍ୟକ୍ତି କହିଥିଲେ ଯେ ଅନ୍ଧେରୀ ପୂର୍ବର ଏକ ଫ୍ଲାଟରେ ଏକ ବ୍ୟାଗରେ ଏକ ବୋମା ରଖାଯାଇଥିଲା। ଏହି କଲ୍ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ମାମଲାକୁ ଗମ୍ଭୀରତାର ସହ ନେଇ, ପୋଲିସ ତଦନ୍ତ କରି ଜାଣିବାକୁ ପାଇଲା ଯେ କଲ୍ ଟି ମିଥ୍ୟା ଥିଲା। ଅଭିଯୁକ୍ତ ଜଣକ ମାନସିକ ରୋଗୀ ଥିଲେ।

 

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ; ପାସ୍ ହାର ୮୮.୩୯ ପ୍ରତିଶତ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା ହୋଇଛି। ଏଥର ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ବୋର୍ଡର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ, ଛାତ୍ରଛାତ୍ରୀମାନେ ଡିଜିଲକରରେ ମଧ୍ୟ ଫଳାଫଳ ଦେଖିପାରିବେ। ବିଶେଷ କଥା ହେଉଛି ପ୍ରତିଥର ପରି ଏଥର ମଧ୍ୟ ଝିଅମାନେ ଜିତିଛନ୍ତି। ଏଥର ୯୧.୬୪ ପ୍ରତିଶତ ଝିଅ ପାସ୍ କରିଛନ୍ତି, ଯେତେବେଳେ ପୁଅଙ୍କ ପାସ୍ ହାର ୮୫.୭୦ ପ୍ରତିଶତ ରହିଛି।

ଏହି ବର୍ଷ, ୧୭,୦୪,୩୬୭ ଜଣ ଛାତ୍ରଛାତ୍ରୀ CBSE ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ; ଏଥିମଧ୍ୟରୁ ୧୬,୯୨,୭୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୪ ଲକ୍ଷ ୯୬ ହଜାର ୩୦୭ ରହିଛି । ଗତ ବର୍ଷ ମଧ୍ୟ ବୋର୍ଡ ପକ୍ଷରୁ ପରୀକ୍ଷାର ଫଳାଫଳ ୧୩ ମେରେ ଘୋଷଣା କରାଯାଇଥିଲା। ପୂର୍ବରୁ, ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଡିଜିଲକରର ଆକ୍ସେସ୍ ଦିଆଯାଇସାରିଛି। ଏହାର ପିନ୍ ପୂର୍ବରୁ ସମ୍ପୃକ୍ତ ସ୍କୁଲଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇସାରିଛି । ଗତ ଥର, ୮୭.୯୮% ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପାସ୍ କରିଥିଲେ। ଏଥର ମଧ୍ୟ CBSE ବୋର୍ଡ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇ ନାହିଁ। ତଥାପି, ବୋର୍ଡ ସ୍ପଷ୍ଟ କରିଛି ଯେ ଏହା ୦.୧ ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରିବ, ଏମାନେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ହେବେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଏହି ମେଧା ପ୍ରମାଣପତ୍ର କେବଳ ଡିଜିଲକରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯିବ।

ଏହିପରି ଫଳାଫଳ ଯାଞ୍ଚ କରନ୍ତୁ

-CBSEର ଅଫିସିଆଲ୍ ୱେବସାଇଟ୍, cbseresults.nic.in ଭିଜିଟ କରନ୍ତୁ।

-ଏଠାରେ CBSE ଦଶମ ଫଳାଫଳ / CBSE ଦ୍ୱାଦଶ ଫଳାଫଳ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ଏ-ବେ ରୋଲ ନମ୍ବର ଦେଇ ଏଣ୍ଟର ମାରନ୍ତୁ

-ସ୍କୋରକାର୍ଡଟି ଆପଣଙ୍କ ସ୍କ୍ରିନରେ ଦେଖାଯିବ

-ଏବେ ଯାଞ୍ଚ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ

ଜାତୀୟ ଶିକ୍ଷା ନୀତି, ୨୦୨୦ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନମ୍ବର ଉନ୍ନତ କରିବା ପାଇଁ ଗୋଟିଏ ବିଷୟରେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ, ଯେତେବେଳେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ବିଷୟରେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଷଷ୍ଠ କିମ୍ବା ସପ୍ତମ ବିଷୟ ପରିବର୍ତ୍ତନ କରିପାରିବେ ଏବଂ ଯେଉଁ ବିଷୟରେ ସେମାନଙ୍କୁ ଫେଲ୍ ଘୋଷଣା କରାଯାଇଛି, ସେହି ବିଷୟରେ ପରୀକ୍ଷା ଦେଇପାରିବେ। ଜୁଲାଇ ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ କମ୍ପାର୍ଟମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ ।

ବର୍ଡରରେ ଲଢୁଥିଲେ ଯବାନ ; ଚିକିତ୍ସା ଅବହେଳାରୁ ମରିଗଲେ ସ୍ତ୍ରୀ

ଝାରସୁଗୁଡା: ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଯବାନଙ୍କ ପତ୍ନୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁରେ  । ସ୍ବାମୀ ଦେଶକୁ ସୁରକ୍ଷା ଦେଉଥିବା ବେଳେ ସ୍ତ୍ରୀ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କଲେ । କନ୍ୟା ସନ୍ତାନକୁ ଜନ୍ମ ଦେଇ ଚାଲିଯାଇଛନ୍ତି ସ୍ତ୍ରୀ । ବର୍ଡର ଜଗିଥିବା ଯବାନ ସ୍ତ୍ରୀର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ତ୍ରୀଙ୍କୁ ସଠିକ ଭାବରେ ଚିକିତ୍ସା ମିଳିନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ହତଭାଗା ଯବାନ । ବୁର୍ଲା ଭିମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

ଭାରତ ପାକିସ୍ତାନ ଉତ୍ତେଜନା ପାଇଁ ୧୫ ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ବର୍ଡର ଯାଇଥିଲେ ଯବାନ ଦେବରାଜ ଗଣ୍ଡ । ଦେବରାଜ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବାବେଳେ ପତ୍ନୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ  । ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଆଇସିୟୁରେ ୨୯ ତାରିଖରୁ ଅଚେତ ଅବସ୍ଥାରେ ଥିଲେ ଲିପି । କିନ୍ତୁ ମଲ୍ଟି ଅର୍ଗାନ ଫେଲ୍ୟୁଅର ହେବା ପରେ ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଆବଶ୍ୟକ ସମୟରେ ତାଙ୍କର ସଠିକ୍ ଚିକିତ୍ସା କରାଯାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଭାରତ-ପାକିସ୍ତାନ ଉତ୍ତେଜନା ; ୮ ସହରକୁ ସାମୟିକ ଭାବେ ଉଡ଼ାଣ ବନ୍ଦ କଲେ ଦୁଇ ଏୟାରଲାଇନ୍ସ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ୮ ସହରକୁ ସାମୟିକ ଭାବେ ଉଡ଼ାଣ ବନ୍ଦ କଲେ ଦୁଇ ଏୟାରଲାଇନ୍ସ କମ୍ପାନୀ । ଶ୍ରୀନଗର, ଜମ୍ମୁ ସମେତ ଆଉ ୬ ସହରକୁ ଉଡାଣ ବାତିଲ କରିଛନ୍ତି । ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଉଡାଣ ବାତିଲ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଉତ୍ତେଜନା ମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ବିମାନ କମ୍ପାନୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଚଣ୍ଡିଗଡ଼ ଏବଂ ରାଜକୋଟ ସମେତ କିଛି ସହରକୁ ବିମାନ ଉଡ଼ାଣ ବାତିଲ କରାଯାଇଥିବା କହିଛି ଇଣ୍ଡିଗୋ ଏୟାରଲାଇନ୍ସ । ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିମାନ ବାତିଲ ସମ୍ପର୍କରେ ଅପଡେଟ୍ ଦେଇଛି ।

ବର୍ତ୍ତମାନର ସ୍ଥିତିକୁ ନେଇ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ବିମାନ କମ୍ପାନୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢିଥିବା ଉତ୍ତେଜନା ମଧ୍ୟରେ ସାମୟିକ ଭାବରେ ବନ୍ଦ ରହିବା ପରେ ଗତକାଲି ସରକାର ଏୟାରପୋର୍ଟ ଗୁଡିକୁ ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ଗତ ୨୨ ଏପ୍ରିଲରେ ଜାମ୍ମୁ-କାଶ୍ମୀର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା।୨୬ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ଆକ୍ରମଣରେ ପାକିସ୍ତାନ ଲିଙ୍କ୍ ପାଇବା ପରେ ଭାରତ ଗତ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଉତ୍ତେଜନା ଥମିଥିବାବେଳେ ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।

ପ୍ରେମ ପାଇଁ ସ୍ବାମୀ ଓ ପରିବାରକୁ ଛାଡିଲେ ମହିଳା

କେନ୍ଦୁଝର: ପ୍ରେମ ପାଇଁ ସ୍ବାମୀ ଓ ପରିବାରକୁ ଛାଡିଲେ ମହିଳା । ପଞ୍ଚାୟତ ଆଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମହିଳା । କେନ୍ଦୁଝର ଆନନ୍ଦପୁର ଥାନା ଅକରୁଆ ଗାଁର ଏହି ଘଟଣା । ୭ ବର୍ଷ ତଳେ ଗାଁରେ ବିବାହ କରିଥିଲେ ସମ୍ପୃକ୍ତ ମହିଳା । ତାଙ୍କର ପାଞ୍ଚ ବର୍ଷର ପୁଅଟିଏ ମଧ୍ୟ ରହିଛି । ବିଦ୍ୟାଧରପୁର ଗାଁର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବା ଭୟ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଗତ ରବିବାର ମହିଳା ଜଣଙ୍କ ଘର ଭିତରେ ଯୁବକଙ୍କ ସହ ରହିଥିବା ବେଳେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ । ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା ।

ଯୁବକଙ୍କ ପରିବାର ଲୋକେ ଅକରୁଆ ଗାଁରେ ଅଟକ ରଖାଯାଇଥିବା ନେଇ ପୋଲିସକୁ ଜଣାଇଥିଲେ। ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ। ଏନେଇ ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା । ଶେଷରେ ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବା ନେଇ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ । ଏହାପରେ ଯୁବକ ଓ ମହିଳାଙ୍କୁ ଛାଡିଥିଲେ ଗ୍ରାମବାସୀ ।

ଭୁବନେଶ୍ଵରରେ ‘ଆମ ବସ’ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : କେମିତି ରଙ୍ଗ ରୁଟରେ ଗାଡ଼ି ଚଳାଉଛି ‘ଆମ ବସ’  । ଗତକାଲି ରାତ୍ରିରେ ବେପରୁଆ ଭାବରେ ଗାଡ଼ି ଚଳାଉଥିବା ‘ଆମ ବସ’ ବିଭିନ୍ନ ଜାଗାରେ କରିଥିଲା ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ଲୋକେ ‘ଆମ ବସ’ ର ପିଛା କରିଥିଲେ  । ‘ଆମ ବସ’ ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ କଣ୍ଡକ୍ଟର  । ଉତ୍ତ୍ୟକ୍ତ ଲୋକେ କଣ୍ଡକ୍ଟରକୁ ମାଡ଼ ମାରିଥିବା ଅଭିଯୋଗ କରି ଆଜି ଆମ ବସ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି  । ହେଲେ ସତ କିଛି ଅଲଗା ବୋଲି ଭିଡିଓରୁ ଜଣାପଡୁଛି  । ରଙ୍ଗ ରୁଟରେ ଆମ ବସ ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍ ନିୟମକୁ ମାନୁନାହାନ୍ତି । ଆଇନକୁ ମଧ୍ୟ ଆମ ବସ ଡ୍ରାଇଭରଙ୍କ ଭୟ ରହୁନଥିବା ବେଳେ ଭୁଲ୍ ଗାଡ଼ି ଚାଳନା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡୁଥିବା ଅଭିଯୋଗ ହୋଇଛି ।

ସେପଟେ ଆମ ବସର କଣ୍ଡକ୍ଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ‘ଆମ ବସ’ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ‘ଆମ ବସ’ ଡିପୋରେ ବସ ଚଳାଚଳ ବନ୍ଦ । ସିଟି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ମାଷ୍ଟରକ୍ୟାଣ୍ଟିନ୍ ଛକ ଆମ ବସ ଷ୍ଟାଣ୍ଡରୁ ଗଡୁନି ବସ  । ଅଭିଯୁକ୍ତକୁ ଗିରଫ ଦାବି ସହିତ ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ।ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ  ।

ପଞ୍ଜାବରେ ମୃତ୍ୟୁର ତାଣ୍ଡବ : ବିଷାକ୍ତ ମଦ ନେଲା ୧୪ଜୀବନ

ନନ୍ଦିଘୋଷ ବ୍ୟୁରୋ: ବିଷାକ୍ତ ମଦ ନେଲା ୧୪ଜୀବନ । ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହି ଘଟଣା ମଜୀଠାର ମଡଇ ଗାଁ ଓ ଭାଗଲୀ ଗାଁରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ପୋଲିସର କହିବା ମୁତାବକ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଶବକୁ ପୁଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରଯାଉଛି । ଗୁରୁତର ଲୋକଙ୍କୁ ଅମୃତସରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ମୃତ୍ୟୁବରଣ କରିଥିବା ଅଧିକାଂଶ ଶ୍ରମିକମାନେ ଇଟା ଭାଟିରେ କାମ କରନ୍ତି।

ଅମୃତସର ଏସଏସପି ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏହି ମାମଲାର ଯାଞ୍ଚ ଏବେ ଆରମ୍ଭ ହୋଇଛି । ବିଷାକ୍ତ ମଦ କାରବାରର ମୁଖ୍ୟ ଅଭିଯୁକ୍ତ ପ୍ରଭଜିତ୍ ସିଂଙ୍କୁ ତୁରନ୍ତ ଗିରଫ କରାଯାଇଛି । ଏହାସହ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତମାନଙ୍କୁ ଗିରଫ କରି ପୁଲିସ ଯାଞ୍ଚ କରୁଛି ।  ପୋଲିସ ସେମାନଙ୍କ ବିରୁଦ୍ଧରେ ଧାରା 105 BNS ଏବଂ 61A ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକ ଏବେ ବି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି। ଘଟଣା ପରେ, ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ସାରା ରାଜ୍ୟରେ ଚାଲିଥିବା ନକଲି ମଦ କାରବାରର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ପଞ୍ଜାବରେ ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁର ପ୍ରଥମ ଘଟଣା ନୁହେଁ ଗତବର୍ଷ ମାର୍ଚ୍ଚ ମାସରେ, ସାଙ୍ଗରୁରରେ ବିଷାକ୍ତ ମଦ ପିଇ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇଲେ। ୨୦୨୦ ମସିହାରେ, ତରନତାରନରେ ବିଷାକ୍ତ ମଦ ପିଇବା ଯୋଗୁଁ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ତତ୍କାଳୀନ ସରକାର ଏବଂ ପ୍ରଶାସନ ଉପରେ ପ୍ରଶ୍ନ ଉଠିଥିଲା।