spot_img
Home Blog Page 7630

ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୭ ମହଲା ବିଶିଷ୍ଟ ହେବ ନୂଆ DHH କମ୍ପ୍ଳେକ୍ସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବର ଉନ୍ନତି ପାଇଁ କେତକ ନିଷ୍ପତ୍ତି ନେଇଛନ୍ତି । ମୋ ସରକାର ଟିମ ର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ମତାମତ ଓ ଡାକ୍ତରମାନଙ୍କ ସହ ଆଲେଚନାକୁ ଭିତ୍ତି କରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ DHH Complex ନିର୍ମାଣ କରାଯିବ । ଏଥିରେ ୩୦୦ଟି ଶଯ୍ୟା ରହିବ । ବର୍ତ୍ତମାନ ଯେଉଁ ବିଲ୍ଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି ସେଥିରେ ୧୯୧ଟି ଶଯ୍ୟା ରହିଛି । ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ ।

ରୋଗୀମାନଙ୍କର ଆଟେଣ୍ଡାଣ୍ଟମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାରେ ଏକ ବିଶ୍ରାମ ଗୃହ ନିର୍ମାଣ କରାଯିବା ସହିତ ଓ.ପି.ଡି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ରୋଗୀ ଓ ଆଟେଣ୍ଡାଣ୍ଟ ମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ ।

ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ।

ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

ଢେଙ୍କାନାଳ: ପ୍ରତାରଣା କଲା ପ୍ରେମିକ । ବିବାହର ପ୍ରଲୋଭନ ଦେଖାଇ ୩ବର୍ଷ କାଳ ଶାରୀରିକ ସମ୍ପର୍କ ପରେ ଅଧା ବାଟରେ ଛାଡି ଦେଲା ପ୍ରେମିକ । ଶେଷରେ ନ୍ୟାୟ ଅପେକ୍ଷାରେ ଥାନାର ଦ୍ୱାରସ୍ତ ହେଲା ସମ୍ପୃକ୍ତ ଯୁବତୀ । ଏବେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ସେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ ଆଜିକୁ ୩ବର୍ଷ ତଳେ ଆମ୍ବପଳାଶ ଗାଁ ସୁର୍ଯ୍ୟକାନ୍ତ ସାହୁ ଓରଫ ପପୁ କୁଟୁରିଆ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିବା କହିଛନ୍ତି ପିଡିତା ।

ପରେ ପିଡିତା ବିବାହ କରିବାକୁ ପ୍ରେମିକ ସୁର୍ଯ୍ୟକାନ୍ତକୁ କହିବାରୁ ସେ ରୋକ ଠୋକ ମନା କରି ଦେଇଥିଲେ । ଯାହାକୁ ନେଇ ନ୍ୟାୟ ପାଇଁ ପୋଲିସର ସହାୟତା ନେଇଛନ୍ତି ସମ୍ପୃକ୍ତ ଯୁବତୀ । ଏନେଇ ଗତ ଡିସେମ୍ବର ମାସ ୨୩ ତାରିଖରେ ପିଡିତା ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଫଳରେ ଏକ ସପ୍ତାହ ମଧ୍ୟରେ ଉଭୟ ପ୍ରେମିକ ପ୍ରେମିକାଙ୍କୁ ବିବାହ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ପ୍ରେମିକାର ପରିବାର ଲୋକେ । କିନ୍ତୁ ଦିନ ଗଡି ଯାଇଥିଲେ ସୁଦ୍ଧା ଧରା ଛୁଆଁ ଦେଇ ନଥିଲେ ପ୍ରେମିକର ପରିବାର ଲୋକେ । ଶେଷରେ ନ୍ୟାୟ ଅପେକ୍ଷାରେ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ସମ୍ପୃକ୍ତ ଯୁବତୀ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣଙ୍କ କ୍ୟାମେରା ସାମ୍ନାରେ କହିଛନ୍ତି । ସେପଟେ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ଥିବା ଜଣାପଡ଼ିଛି ।

ଧାର୍ମିକ ପ୍ରସଙ୍ଗରେ ନିଆଯିବ ଶଙ୍କରାଚାର୍ଯ୍ୟଙ୍କ ମତ

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକ ଶେଷ ହୋଇଛି । ଧାର୍ମିକ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତ ନିଆଯିବ । ବର୍ଷକୁ ଚାରିଥର ପରିଚାଳନା କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବ । ଯାନିଯାତ୍ରା ସମ୍ପର୍କରେ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ରୀତିନୀତି ପୂରାଣ ଓ ଆଧ୍ୟାତ୍ମିକ ସଂହିତା ଅନୁଯାୟୀ ହେବା ଉଚିତ । ସେହିପରି ରୀତିନୀତି ପ୍ରସଙ୍ଗରେ ଧର୍ମଗୁରୁଙ୍କ ମତ ନେବା ଜରୁରି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଦିଲ୍ଲୀରେ ବାଜିଲା ନିର୍ବାଚନୀ ବିଗୁଲ, ଗୋଟିଏ ଦିନରେ ହେବ ସମସ୍ତ ୭୦ଟି ଆସନ ପାଇଁ ଭୋଟ ଗ୍ରହଣ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ  । ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା  । ଏଥିସହ ଦିଲ୍ଲୀରେ ଲାଗୁ ହେଲା ଆଦର୍ଶ ଆଚରଣବିଧି । ଫେବ୍ରୁଆରୀ ୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୧ରେ ହେବ ଭୋଟ ଗଣତି ।  ଏନେଇ ଜାନୁଆରୀ ୧୪ରେ ଜାରି ହେବ ବିଜ୍ଞପ୍ତି । ଜାନୁଆରୀ ୨୧ ହେଉଛି ନାମାଙ୍କନର ଶେଷ ତାରିଖ ।  ଗୋଟିଏ ଦିନରେ ସମସ୍ତ ୭୦ଟି ଆସନ ପାଇଁ ହେବ ଭୋଟ ଗ୍ରହଣ ।

ଘୋଷଣା ହୋଇପାରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ

ଔଘଟଙ୍କୁ ନେଇ ଦିଲ୍ଲୀରେ ତାତି । ଏହାରି ଭିତରେ ଆଜି ବାଜି ପାରେ ଦିଲ୍ଲୀ ନିର୍ବାଚନୀ ବିଗୁଲ । ଘୋଷଣା ହୋଇପାରେ ବିଧାନସଭା ନିର୍ବାଚନର ତାରିଖ । ସେପଟେ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରଚାର । ଇଇଚ, ବିଜେପି ଓ କଂଗ୍ରେସ ପକ୍ଷରୁ ପରସ୍ପର ଉପରେ ଆକ୍ରମଣ ଜାରି ରହିଛି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ସବୁ ପ୍ରମୁଖ ଦଳ । ତାରିଖ ଘୋଷଣା ସହ ଲାଗୁ ହେବ ନିର୍ବାଚନୀ ଆଚାରଣ ସଂହିତା । ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ଭୋଟର ଲିଷ୍ଟ ମଧ୍ୟ ଜାରି କରାଯାଇ ପାରେ । ତେବେ ଭୋଟର ଲିଷ୍ଟରେ ନାଁ ନ ଥିଲେ ଭୋଟ ଦେବାରୁ ବଞ୍ଚିତ ହେବେ ଭୋଟର । କୁହାଯାଉଛି ପ୍ରାୟ ଦେଢ଼ କୋଟି ଭୋଟର ଏଥର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିରେ ପ୍ରାୟ ଅଢେଇ ଲକ୍ଷ ନୂଆ ଭୋଟର ସାମିଲ ହେବେ ।

ସୂର୍ଯ୍ୟପରାଗରେ ଭଉଣୀକୁ ବଳି ଦେଇଥିଲା ବୋଲି ମାନିଲା ଭାଇ

ବଲାଙ୍ଗିର: ବଲାଙ୍ଗିର ସିନ୍ଧେକେଲାରେ ଲୋମଟାଙ୍କୁରା ଘଟଣା । ସୂର୍ଯ୍ୟପରାଗ ଦିନ ଭଉଣୀକୁ ବଳି ଦେଇଥିବା ମାନିଲା ଭାଇ । ୨୪ ତାରିଖରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗୁଡିଚକା ଗାଁ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ସିନ୍ଧେକେଲା ପୋଲିସ । ନିଖୋଜ ନାବାଳିକା ଭାଇକୁ ଗତ ୨୭ତାରିଖରୁ ଅଟକ ରଖିଥିଲା ପୋଲିସ । ପୋଲିସ ଆଗରେ ଭଉଣୀକୁ ବଳି ଦେଇଥିବା ମାନିଥିଲା ଭାଇ । ଗତବର୍ଷ ମାମୁ ପୁଅକୁ ବଳି ଦେଇ ଜେଲ୍‌ ଯାଇଥିଲା ଅଭିଯୁକ୍ତ ଶୋଭାବନ ରାଣା ।

ସୁରକ୍ଷିତ ଭାବେ ନଷ୍ଟ ହେଲା ଟିଫିନ ବୋମା

ଉମରକୋଟ: ନଷ୍ଟ ହେଲା ଜବତ ହୋଇଥିବା ଟିଫିନ୍‌ ବୋମା । ନବରଙ୍ଗପୁର ଜିଲ୍ଲାରେ ଠାବ କରାଯାଇଥିବା ଦୁଇଟି ଟିଫିନ୍‌ ବୋମାକୁ ସୁରକ୍ଷାକର୍ମୀ ସୁରକ୍ଷିତ ଭାବେ ବିସ୍ଫୋରଣ କରି ନଷ୍ଟ କରିଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସରଗୁଲି ଗାଁରୁ ଗତକାଲି ଦୁଇଟି ଟିଫିନ୍‌ ବୋମା ମିଳିଥିଲା । ରାଇଘର ଥାନା ପୋଲିସ କର୍ମଚାରୀ ତାକୁ ସୁରକ୍ଷିତ ଭାବେ ଜନବସତିଠାରୁ ଦୂରକୁ ସ୍ଥାନାନ୍ତର କରି ରାତିସାରା ଜଗି ରହିଥିଲେ ।

ଆଜି ବିଏସଏଫ୍‌ କର୍ମଚାରୀ ପହଞ୍ଚି ତାକୁ ସୁରକ୍ଷିତ ଭାବେ ବିସ୍ଫୋରଣ କରି ନଷ୍ଟ କରିଦେଇଛନ୍ତି । ଟିଫିନ୍‌ ବୋମା ମିଳିବା ପରେ ରାଇଘର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏ ବୋମା କିଏ ଓ କାହିଁକୁ ଖଞ୍ଜିଥିଲା, ମାଓବାଦୀଙ୍କ କାମ କି ନୁହେଁ, ସେନେଇ ଖୋଳତାଡ଼ ଜାରି ରହିଛି ।

୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ବନ୍ଦ ଡାକରା

ଭୁବନେଶ୍ୱର: ୮ରେ ଭାରତ ବନ୍ଦ । ୧୨ ଦଫା ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧୀନ ଫେଡେରେସନ ମିଳିତ ମଞ୍ଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ରାଜ୍ୟ ସରକାରଙ୍କ ସହଯ଼ୋଗ ଲୋଡ଼ିଲା ମଞ୍ଚ । ଓଡ଼ିଶା ଶାଖାର ଏକ ପ୍ରତିନିଧି ଦଳ ତିନି ଜଣିଆ ମନ୍ତ୍ରୀସ୍ତରୀୟ କମିଟିକୁ ଦାବିପତ୍ର ଦେଇଛି ।

ଉଦ୍ଧାର ହେଲେ ୪ ଦାଦନ ଶ୍ରମିକ, ଦଲାଲ ନେଇଯାଉଥିଲା କେରଳ

କଲ୍ୟାଣସିଂପୁର: ଉଦ୍ଧାର ହେଲେ ୪ ଦାଦନ ଶ୍ରମିକ । ଦଲାଲ କେରଳକୁ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ । ଦାଦନ ଦଲାଲ ବଳରାମ ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଏକ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଶଙ୍ଖନନ୍ଦିପଡ଼ା ଗାଁର ବଳରାମ ଜେନା ୪ ଜଣ ଦାଦନଙ୍କୁ ନେଇ କେରଳ ଯାଉଥିଲେ । ଶ୍ରମିକମାନେ ହେଉଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ବାଲି ପଞ୍ଚାୟତର । ଗୁଡ଼େଲ ଗାଁର ରହନ ନାଚିକା, ସାନ ମାଟୁର ଗାଁର ମହେନ୍ଦ୍ର ହିକକା, ବଡ଼ ମାଟୁର ଗାଁର ଅଭିରାମ ମାଝି ଓ ଜଣେ ନାବାଳକ ।

ଏମାନଙ୍କୁ ନେଇ କେରଳକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ସିକରପାଇ ବସଷ୍ଟାଣ୍ଡ ପାଖରୁ କଲ୍ୟାଣସିଂହପୁର ପୋଲିସ ଏମାନଙ୍କୁ ଉଦ୍ଧାର କରିଥିଲା । ସେପଟେ ଦଲାଲ ଜଣକୁ ପଚରା ଉଚରା ପରେ ପୋଲିସ ଦଲାଲକୁ କୋର୍ଟ ଚାଲଣ କରିଛି । ଅନ୍ୟପଟେ ୪ଜଣ ଶ୍ରମିକକୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରିଥିବା ଆଇ ଆଇସି ସୁକୁମା ହଂସଦା ସୁଚନା ଦେଇଛନ୍ତି।

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମିନତି ମିଶ୍ରଙ୍କ ପରଲୋକ

ଭୂବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତର ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ । ସ୍ୱିଜରଲାଣ୍ଡରେ ତାଙ୍କର ନିଧନ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ନିଜର ଅଭିନୟରେ ଲୋକଙ୍କ ହୃଦୟକୁ ଜିଣିପାରିଥିବା ଏହି ଅଭିନେତ୍ରୀଙ୍କୁ ୨୦୧୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନୀତ କରାଯାଇଥିଲା ।

ପ୍ରଥମରୁ ମିନତି ମିଶ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ । ପରେ ଜୀବନ ସାଥୀ, ସୂର୍ଯ୍ୟମୁଖୀ, ଅରୁନ୍ଧତୀ ଆଦି ଫିଲ୍ମରେ ନାୟିକା ଭାବେ ଅଭିନୟ କରିଥିଲେ ମିନତି ମିଶ୍ର । ବେଷ୍ଟ ରିଜିଓନାଲ ସିନେମା ପାଇଁ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ମଧ୍ୟ ହୋଇଥିଲେ ।

 

ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏବଂ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ତେବେ କେବଳ ଓଡ଼ିଆ ନୁହେଁ ସେ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।

 

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ଆଜି ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଏହି ନୃତ୍ୟାଙ୍ଗନାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।