spot_img
Home Blog Page 762

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ

ସୋର : ବାଲେଶ୍ବର ସୋରରେ ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଶ୍ବଶୁର ଓ ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ବାପଘର ଲୋକେ। ଝିଅକୁ ଜ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ୨୦୧୬ ମସିହାରେ କାନ୍ଥଗଡିଆର କୃପାସିନ୍ଧୁ ମଲ୍ଲିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥିଲେ ସିମୁଳିଆ ଥାନା କ୍ଷୀରକୋଣା ଗାଁର ପ୍ରହଲ୍ଲାଦ ଦାସ ଓ ସରସ୍ବତୀଙ୍କ ଝିଅ ରୁନାମଣି ଦାସ। ଗତକାଲି ଝିଅ ଘରକୁ ରଜଭାର ନେଇ ଯାଇଥିଲେ ମା’ ସରସ୍ବତୀ। କିନ୍ତୁ ଆଜି ସକାଳେ ଝିଅର ମୃତ୍ୟୁ ହୋଇଥିବା ନେଇ ଖବର ପାଇଥିଲେ। ସୋର ଡାକ୍ତରଖାନାରେ ମୃତଦେହ ଦେଖିଥିଲେ ପରିବାର ଲୋକେ। ଏହି ସମୟରେ ଉପସ୍ଥିତ ଥିବା ମୃତ ରୁନାର ଶାଶୁ ଓ ଶଶୁରଙ୍କୁ ବାନ୍ଧି ମାଡ଼ ମାରିବା ସହ ଅଟକ ରଖିଥିଲେ ବାପଘର ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶାଶୁ ଓ ଶଶୁରଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଜ୍ବାଇଁ ରାଜେନ୍ଦ୍ରକୁ ଫାଶି ଦେବାକୁ ଦାବି କରିଛନ୍ତି ମୃତ ରୁନାର ବାପଘର ଲୋକେ।

ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ…

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣା। ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କହିଛି ଏୟାର ଇଣ୍ଡିଆ। ହେଲେ ସମସ୍ତ ମୃତଯାତ୍ରୀଙ୍କ ପରିବାରକୁ ଯଦି ବୀମା ବାବଦରେ କ୍ଷତିପୂରଣ ଦିଆଯାଏ ତେବେ ସେହି ପରିମାଣ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୧୯୯୯ ମଣ୍ଟ୍ରିଲ କନଭେନସନ ଅନୁଯାୟୀ ମୃତକଙ୍କ ପରିବାର ଓ ଆହତ ବିମାନ ଯାତ୍ରୀଙ୍କ ଲାଗି କ୍ଷତିପୂରଣ ବ୍ୟବସ୍ଥା ରହିଛି। ଏହି ବୃହତ କ୍ଷତିପୂରଣ ପରିମାଣ ବିମାନ ସେବା ଇତିହାସରେ ପ୍ରଥମ ହୋଇପାରେ। ଏହି ଦୁର୍ଘଟଣାରେ ୧୬୯ ଭାରତୀୟ, ୫୩ ବିଟ୍ରେନ ନାଗରିକ, ୭ ପର୍ତ୍ତୁଗୀଜଙ୍କ ମୃତ୍ୟୁ ଘଟିଥିଲା। ଜଣେ ବ୍ରିଟେନ ନାଗରିକ ରକ୍ଷା ପାଇଯାଇଥିଲେ।

ନା ଶ୍ୱଶୁର ଘର ନା ବାପା-ମା’… କାହା ସହ ୧୪ ଦିନ ଥିଲେ ସୋନମ ରଘୁବଂଶୀ ?

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ସେ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କ ସହିତ ହନିମୁନରେ ଶିଲଂ ଯାଇଥିଲେ ଓ ସୋନମ ସେଠାରେ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ଏହା ପରେ ସୋନମ ଗୋଟିଏ କି ଦୁଇଟି ନୁହେଁ ବରଂ ୧୪ ଦିନ ଇନ୍ଦୋରରେ ରହିଥିଲେ। କିନ୍ତୁ ଏ ବିଷୟରେ କାହାକୁ କିଛି ଜଣା ନଥିଲା । ୨୩ ମେ’ରେ ରାଜାଙ୍କୁ ହତ୍ୟା କରିବା ପରେ, ସେ ୨୫ ମେ’ରେ ଟ୍ରେନରେ ଇନ୍ଦୋର ଆସିଥିଲେ।

ରାଜାଙ୍କୁ ହତ୍ୟା କରିବା ସହିତ, ସୋନମ ଏହା ପରେ କେଉଁଠି ଓ କିପରି ରହିବେ ତାହା ମଧ୍ୟ ଯୋଜନା କରିଥିଲା। ତେଣୁ, ଯୋଜନା ଅନୁଯାୟୀ ହତ୍ୟା କରିବା ପରେ, ସେ ୨୫ ମେ ରେ ଇନ୍ଦୋର ଆସିଥିଲେ। ଯେଉଁଠାରେ ସେ ଶ୍ବଶୁର ଘରେ କି ବାବା ଘରେ ରହିନଥିଲେ । ବରଂ ସେ ଏଠାରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ। ଏହି ଫ୍ଲାଟରେ ରହି, ସୋନମ ରାଜାଙ୍କ ନିଖୋଜ ଖବର ଦେଖୁଥିଲେ। ଏହି ସମୟରେ ରାଜ ଓ ସୋନମ ପରସ୍ପର ସହିତ ଅଧିକାଂଶ ସମୟ ବିତାଉଥିଲେ।

ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୋଲିସ ଶିଲଂରୁ କିଛି ପ୍ରମାଣ ପାଇଛି, ତାଙ୍କ ପ୍ରେମିକ ରାଜ କୁଶୱାହା ତାଙ୍କୁ କହିଥିଲେ ଯେ ସେ ଆଉ ଇନ୍ଦୋରରେ ସୁରକ୍ଷିତ ନୁହଁନ୍ତି। ତେଣୁ, ଇନ୍ଦୋର ପରେ, ସେ ଉତ୍ତର ପ୍ରଦେଶର ରାଜଙ୍କ ଗାଁ ରାମପୁରରେ ରହିବାକୁ ଚାଲିଗଲେ। ଏହା ପରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ​​ଓ ତାଙ୍କ ପ୍ରେମିକ ରାଜ କୁଶୱାହା ସମେତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା।

ଯେତେବେଳେ ସୋନମ ଜାଣିଲେ ତାଙ୍କ ସହଯୋଗୀମାନେ ଧରାପଡ଼ିଛନ୍ତି । ସେତେବେଳେ ସେ ଧରା ପଡିଯିବାର ଅନୁଭବ କଲେ । ତେଣୁ ସେ ରାମପୁରରୁ ଗାଜିପୁରର ଏକ ଢାବାକୁ ଗଲେ। ସୋନମ ତାଙ୍କ ପ୍ରେମିକଙ୍କ ସହିତ ମିଶି ସମ୍ପୂର୍ଣ୍ଣ ହତ୍ୟା ଯୋଜନା କରିଥିଲେ। ହତ୍ୟା ପରେ ଅଲଗା ହେବା ପରେ ତାଙ୍କୁ ବଞ୍ଚିବାରେ କୌଣସି ଅସୁବିଧା ନହେବା ପାଇଁ ସେ ୯ ଲକ୍ଷ ଟଙ୍କା ଏବଂ ଅଳଙ୍କାର ନେଇ ଘରୁ ବାହାରି ଆସିଥିଲେ।

ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପୋଲିସ ଏବେ୫ ଜଣଙ୍କୁ ଗିରଫ କରିଛି। ସୋନମ ମଧ୍ୟ ଏଥିରେ ସାମିଲ ଅଛନ୍ତି। ରାଜ ଓ ସୋନମ ଉଭୟ ରାଜାଙ୍କ ହତ୍ୟା ସ୍ୱୀକାର କରିଛନ୍ତି। ତଥାପି, ସେମାନେ ପଚରାଉଚରା ସମୟରେ ଏଡାଇ ଯାଉଥିବା ଉତ୍ତର ଦେଇ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ କହିଛି ଯେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି। ଆବଶ୍ୟକ ହେଲେ, ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରାଯିବ।

ଟିମ୍ ଇଣ୍ଡିଆକୁ ମଝିରେ ଛାଡି ଭାରତ ଫେରିଲେ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ମଝିରେ ଛାଡି ଭାରତ ଫେରି ଆସିଲେ ଗୌତମ ଗମ୍ଭୀର  । ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ସେ ଭାରତ ଫେରିଛନ୍ତି । ତାଙ୍କ ମାଆଙ୍କ ହୃଦଘାତ ହୋଇଥିବା ରିପୋର୍ଟ ଆସିଛି। କୁହାଯାଉଛି ଯେ ଗୌତମ ଗମ୍ଭୀରଙ୍କ ମାଆ ବର୍ତ୍ତମାନ ଆଇସିୟୁରେ ଅଛନ୍ତି, ଯେଉଁଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଭାରତ ଆସିବା ପରେ ଗୌତମ ଗମ୍ଭୀର ପ୍ରଥମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଫେରିଯିବେ ବୋଲି ଆଶା କରାଯାଉଛି।

ଟିମ୍ ଇଣ୍ଡିଆ ଜୁନ୍ ୧୩ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଆନ୍ତଃ-ସ୍କ୍ୱାଡ୍ ମ୍ୟାଚ୍ ଖେଳିବାର ଥିଲା, ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀର ଭୁମିକା ଜରୁରୀ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଅନୁପସ୍ଥିତିରେ, ଏହି କାମ ଅନ୍ୟ ସପୋର୍ଟ ଷ୍ଟାଫ୍ ଦ୍ୱାରା କରିବାକୁ ପଡିପାରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୦ ରୁ ହେଡିଂଲିରେ ଖେଳାଯିବ। ଆଶା କରାଯାଉଛି ଯେ ଗୌତମ ଗମ୍ଭୀରଙ୍କ ପରିବାର ଉପରେ ଆସିଥିବା ସଙ୍କଟ ଦୂର ହୋଇଯିବ ଏବଂ ସେ ଜୁନ୍ ୨୦ ପୂର୍ବରୁ ଟିମ୍ ଇଣ୍ଡିଆରେ ଯୋଗଦେବେ ।

ସ୍ତ୍ରୀର ଚିତାଭସ୍ମ ବିସର୍ଜନ କରିବାକୁ ଆସିଥିଲେ, ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ। ଏହି ଦୁର୍ଘଟଣାରେ ଆମରେଲିର ଭାଡିଆର ବାସିନ୍ଦା ଭାରତୀୟ ବଂଶୋଦ୍ଭବ ଅର୍ଜୁନଭାଇ ପଟୋଲିଆଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ଭାରତ ଆସିଥିଲେ, କିନ୍ତୁ ଏହି ଦୁର୍ଘଟଣାରେ ଅର୍ଜୁନଙ୍କ ଜୀବନ ଚାଲିଗଲା।

ପ୍ରକୃତରେ ଅର୍ଜୁନଙ୍କ ପତ୍ନୀ ଭାରତୀଙ୍କର ସାତ ଦିନ ପୂର୍ବରୁ ଲଣ୍ଡନରେ ମୃତ୍ୟୁ ହୋଇଥିଲା। ଭାରତୀବେନଙ୍କ ମୃତ୍ୟୁ ପୂର୍ବରୁ, ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଚିତାଭସ୍ମ ତାଙ୍କ ମାତୃଭୂମିକୁ ଫେରାଇ ନେବାକୁ କହିଥିଲେ। ୩୬ ବର୍ଷୀୟ ଅର୍ଜୁନ ମନୁଭାଇ ପଟୋଲିଆ ତାଙ୍କ ପତ୍ନୀଙ୍କ ଚିତାଭସ୍ମ ନର୍ମଦାରେ ବିସର୍ଜନ କରିବା ପାଇଁ ଆମରେଲି ଜିଲ୍ଲାର ଭାଡିଆ ଗ୍ରାମକୁ ଫେରି ଆସିଥିଲେ।

ଅର୍ଜୁନ ତାଙ୍କ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ ଗୁଜରାଟ ଆସିଥିଲେ  । ଫେରିବା ସମୟରେଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ପ୍ରାଣ ହରାଇଲେ। ତାଙ୍କର ଦୁଇ ଝିଅ ଘରେ ଅପେକ୍ଷା କରିଥିଲେ । ଜଣଙ୍କର ବୟସ ୮ ବର୍ଷ ଓ ଅନ୍ୟଜଣଙ୍କର ବୟସ ୪ ବର୍ଷ ।

ଏୟାର ଇଣ୍ଡିଆ ବିମାନରେ ୨୪୨ ଜଣ ଯାତ୍ରା କରୁଥିଲେ, ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଅହମ୍ମଦାବାଦରେ ପହଞ୍ଚିଥିଲେ। ସେ ଏଠାରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଏବଂ ତା’ପରେ ହସ୍ପିଟାଲ ଯାଇଥିଲେ।

କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । BSFର ୧୩୬ ବାଟାଲିୟନ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ସାମଗ୍ରୀ ଜବତ ହୋଇଛି ।

ଖମଣଖୋଲ ପଞ୍ଚାୟତର କାନିବାଲି ଗାଁ ନିକଟସ୍ଥ ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ। ଜବତ ସାମଗ୍ରୀକୁ ବାଲିଗୁଡ଼ା ପୋଲିସକୁ ହସ୍ତାନ୍ତର କଲା BSF। ଜବତ ହୋଇଥିବା ସାମଗ୍ରୀ ଭିତରେ ଅଛି ୮ଟି ଡିଟୋନେଟର, ୯ ପ୍ୟାକେଟ୍ ଜିଲୋଟିନ୍ ରୋଲ୍, ୨ଟି ବ୍ୟାଟେରୀ, ୧୦ ମିଟର ଇଲେକ୍ରି ତାର, ଗୋଟିଏ ପାଓ୍ବାର ବ୍ୟାଙ୍କ, ରାସନ୍ ସାମଗ୍ରୀ ଓ ବାସନ କୁସନ। ଜବତ ସମସ୍ତ ସାମଗ୍ରୀ ଗୁଡ଼ିକୁ ବିଏସଏଫ ବାଲିଗୁଡ଼ା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବର୍ତ୍ତମାନ ସମୟରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ BSF ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

ଏୟାର ଇଣ୍ଡିଆ ବିମାନ କ୍ରାସରୁ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶ

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନ AI171 କ୍ରାସରୁ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶ। ସେ ଜଣେ ବ୍ରିଟେନ ନାଗରିକ। ସେ ସିଟ ନମ୍ବର ୧୧-ଏରେ ବସିଥିଲେ। ହେଲେ କେବଳ ରମେଶଙ୍କୁ ଛାଡ଼ି ବିମାନର ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ। ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେ କହିଛନ୍ତି, ବିମାନ ଉଡାଣର କିଛି ସମୟ ପରେ ବିମାନଟି ଭାଙ୍ଗିଯାଇଥିଲା। ତାଙ୍କ ସିଟ ପଦାକୁ ବାହାରିଯାଇଥିଲା। ଫଳରେ ସେ ବର୍ତ୍ତିଯାଇଥିଲେ। ସେ ବିମାନରୁ ଡେଇଁ ନଥିଲେ। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କ ସିଟ୍ ପଦାକୁ ବାହାରିଯାଇଥିଲା। ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ବୋଇଁ 787-8 ଡ୍ରିମଲାଇନରରେ ଯାତ୍ରୀ ଥିଲେ ରମେଶ। ଏହି ବିମାନଟି ୧୧ ବର୍ଷ ପୁରାତନ ବୋଲି ଜଣାଯାଇଛି।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦ ଯାଇ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳେ ସେ ଅହମଦାବାଦରେ ପହଞ୍ଚିଥିଲେ। ତା ପରେ ସିଧା ଦୁର୍ଘଟଣାସ୍ଥଳକୁ ଯାଇ ବୁଲି ଦେଖିଥିଲେ। କେମିତି ଦୁର୍ଘଟଣା ହୋଇଥିଲା, ଏବେ ସ୍ଥିତି କେମିତି ଅଛି ସେ ସଂପର୍କରେ ଦୁର୍ଘଟଣାସ୍ଥଳରେ ହିଁ ଅଧିକାରୀଙ୍କୁ ପଚାରି ବୁଝିଥିଲେ।

ପରେ ପ୍ରଧାନମନ୍ତ୍ରୀ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ । ବିମାନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ଯରୁ କେବଳ ଜଣେ ହିଁ ବଞ୍ଚିଛନ୍ତି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ନିଜେ ଭେଟିଛନ୍ତି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ହସ୍ପିଟାଲ ପରିଦର୍ଶନ ପରେ ମୋଦି ବରିଷ୍ଠ ଅଧିକାରୀଙ୍କ ସହିତ ଏହି ଭୟାନକ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ବି ଉପସ୍ଥିତ ଥିଲେ।

ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି ଏବଂ ଶିଶୁକନ୍ୟା

ଗଞ୍ଜାମ: ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି ଏବଂ ଶିଶୁକନ୍ୟା। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ଦଳିତ ସାହିର ନମିତା ନାୟକ।

ନମିତା ଗର୍ଭବତୀ ଥିବା ବେଳେ ସ୍ୱାମୀ ସୁରେନ୍ଦ୍ର ନାୟକ କିଛିମାସ ପୂର୍ବେ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଅଟୋ ଯୋଗେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଉପସ୍ଥିତ ଡାକ୍ତର ଯନ୍ତ୍ରଣା ଉପଶମ ପାଇଁ ମେଡିସିନ ଦେଇଥିଲେ। କିନ୍ତୁ ଯନ୍ତ୍ରଣା କମି ନଥିଲା। ପରେ ତାଙ୍କୁ ପ୍ରସବ କରାଯାଇଥିଲା। ତାଙ୍କର ଏକ ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ରାତି ପ୍ରାୟ ୧୧ ଟାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜ୍ୟ ସରକାର ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।

ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରାଇଜିଂ ଲାୟନ

ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରାଇଜିଂ ଲାୟନ। ଇରାନର ଅନେକ ଆଣବିକା ଓ ସାମରିକ ସ୍ଥଳ ଉପରେ ଜୋରଦାର ହମଲା କରିଛି ଇସ୍ରାଏଲ । ବିଶେଷ କରି ନତାଞ୍ଜସ୍ଥିତ ଇରାନର ପ୍ରମୁଖ ୟୁରାନିୟମ ଏନରିଚମେଣ୍ଟ ସ୍ଥଳ ଉପରେ ବି ହମଲା ହୋଇଛି। ଏହି ହମଲାରେ ଇରାନର ଇସଲାମିକ ରିଭଲୁସନାରୀ ଗାର୍ଡ କର୍ପସ ମୁଖ୍ୟ ମେଜର ଜେନେରାଲ ହୋସେନ ସଲାମିଙ୍କ ପ୍ରାଣହାନି ଘଟିଛି । ହୋସେନଙ୍କ ମୃତ୍ୟୁ ଘଟିଥିବା ସ୍ବୀକାର କରିଛି ଇରାନ। ଇରାନର ମିଲିଟାରୀ ଷ୍ଟ୍ରାଟେଜି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ହୋସେନ। ଏହା ସହ ଲେବାନନ, ସିରିଆ ଓ ଇରାକରେ ଚାଲିଥିବା ଛାୟାଯୁଦ୍ଧରେ ବି ସେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ଦୁଇ ଜଣ ଆଣବିକ ବିଜ୍ଞାନୀ ବି ପ୍ରାଣ ହରାଇଥିବା ସୂଚନା ମିଳିଛି । ଇରାନ ସରକାର ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି ।

ନତାଞ୍ଜ ଆଣବିକ କମ୍ପ୍ଲେକ୍ସ ଇସଫାନ ପ୍ରଜାତନ୍ତ୍ରରେ ପ୍ରାୟ ଏକ ଲକ୍ଷ ବର୍ଗ ମିଟର ସ୍ଥାନରେ ପ୍ରତିଷ୍ଠିତ । ଏହା ସହ ସେଠାରେ ରହିଛି ସହସ୍ରାଧିକ ସେଣ୍ଟ୍ରିଫ୍ୟୁଜ । ଇରାନର ଆଣବିକ କାର୍ଯ୍ଯକ୍ରମ ନେଇ ସର୍ବଦା ଉଦବେଗ ପ୍ରକାଶ କରିଆସିଥିଲା ଇସ୍ରାଏଲ । ଏହି ହମଲାରେ ଆଣବିକ ପ୍ରତିଷ୍ଠାନଗୁଡିକର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । କିଛି ଦଶନ୍ଧି ତଳେ ଇରାନର ବହୁଚର୍ଚ୍ଚିତ ଷ୍ଟୁକ୍ସନେଟ ସାଇବର ଆଟାକ ପରେ ଇସ୍ରାଏଲ ଏହି ହମଲା ହେଉଛି ଇରାନ ଉପରେ ସିଧାସଳଖ ଆକ୍ରମଣ । ବିଗତ ପାଞ୍ଚ ବର୍ଷ ଧରି ଇରାନ ନିଜର ଆଣବିକ କାର୍ଯ୍ୟକ୍ରମ ଚଳାଇଆସିଥିଲା। ଆଣବିକ ଅସ୍ତ୍ର ସକାଶେ ବି ୟୁରାନିୟମ ଏନରିଚମେଣ୍ଟ ଜରିଆରେ ଯୋଜନା କରିଆସୁଥିଲା। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା ବା IAEAର ସୂଚନା ଅନୁସାରେ ଇରାନ ନିକଟରେ ୬୦ ପ୍ରତିଶତ ଏନରିଚଡ ୟୁରାନିୟମ ରହିଛି । ଯଦି ଏହି ପରିମାଣ ୯୦ ପ୍ରତିଶତ ହେବ ତେବେ ଚାରିଟି ଆଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ହୋଇପାରିବ । ତେବେ ୟୁରାନିୟମ ଏନରିଚମେଣ୍ଟ ପ୍ରକ୍ରିୟା କେବଳ ବେସାମରିକ ଲାଗି ବ୍ୟବହୃତ ହେଉଛି ବୋଲି କହିଆସୁଥିଲା ଇରାନ । ନତାଞ୍ଜ ଛଡ଼ା ତେହେରାନର ଦକ୍ଷିଣରେ ଥିବା କୋମ୍ ସହରର ଫୋର୍ଦୋରେ ବି ରହିଛ ଆଣବିକ କେନ୍ଦ୍ର । ଫୋର୍ଦୋ ଆଣବିକ କେନ୍ଦ୍ର ଗୋପନୀୟ ଭାବେ ପାହାଡ଼ର ଗଭୀର ସ୍ଥାନରେ ପ୍ରତିଷ୍ଠା ହୋଇଥିଲା । ଏଠାରେ ଏକ ହଜାରରୁ ଅଧିକ ସେଣ୍ଟ୍ରଫ୍ୟୁଜ ରହିଛି । ଫୋର୍ଦୋରେ ଗତ ୨୦୨୪ରେ ଇରାନ ନିଜର ସେଣ୍ଟ୍ରିଫ୍ୟୁଜ ସଂଖ୍ୟା ଦୁଇଗୁଣ କରିଥିଲା । ଏହି ହମଲା ପରେ ଇରାନ ନିଜର ଏୟାରସ୍ପେସକୁ ବନ୍ଦ କରିଛି ।

ସେପଟେ ଇରାନର ଆକ୍ରମଣର ଜବାବ ଲାଗି ଏହି ହମଲା କରାଯାଇଛି ବୋଲି କହିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ । ଇରାନ ଉପରେ ଆକ୍ରମଣ ଆସନ୍ନ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସୂଚନା ଦେବା ପରେ ପରେ ଏହି ହମଲା ହୋଇଛି । ଇରାନ ଉପରେ ହମଲା ନେଇ ଆମର ହାତ ନାହିଁ ବୋଲି କହିଛି ଆମେରିକା । ଇରାନର ଆଣବିକ କାର୍ଯ୍ଯକ୍ରମ ନେଇ ସର୍ବଦା ଆଶଙ୍କା ପ୍ରକାଶ କରିଆସୁଥିଲେ ଆମେରିକା ସମେତ ବହୁରାଷ୍ଟ୍ର । ଇରାନ ଉପରେ ହମଲା ପରେ ଇସ୍ରାଏଲ ନିଜର ସେନାବାହିନୀକୁ ଆଲର୍ଟ କରିଛି । ଦେଶରେ ଜାରି କରାଯାଇଛି ଜାତୀୟ ଜରୁରୀକାଳୀନ ପରିସ୍ଥିତି । ଇରାନର ଆଣବିକ କାର୍ଯ୍ୟକ୍ରମ ନେଇ ଆଶଙ୍କା ପ୍ରକାଶ କରିଆସୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟରେ ବଡ ଧରଣର ବିବାଦ ମୁଣ୍ଡ ଟେକିବ ବୋଲି ସେ କହିଥିଲେ ।