spot_img
Home Blog Page 761

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ମିଶିଲେ ରୋହିତ, ଅବସର ପରେ ରାଜନୀତି ପାଇଁ ପ୍ରସ୍ତୁତି ?

ନନ୍ଦିଘୋଷ ବ୍ୟୁରୋ : ଟି-୨୦ ଫର୍ମାଟରୁ ଅବସର ନେଇଥିବା କ୍ରିକେଟର ରୋହିତ ଶର୍ମା ଏବେ ଟେଷ୍ଟ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି । ଅବସର ନେବା ପରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସରକାରୀ ବାସଭବନରେ ଯାଇ ତାଙ୍କୁ ଦେଖା କରିଛନ୍ତି । ଏହି ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରୋହିତ କ‘ଣ ରାଜନୀତିରେ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କି  ?

ଆଜିକା ଦିନରେ କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତି କରିବା କିଛି ନୂଆ କଥା ନାହିଁ । ବହୁ କ୍ରିକେଟର ଅବସର ନେବା ପରେ ରାଜନୀତି କରୁଛନ୍ତି । ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଠାରୁ ଆରମ୍ଭ କରି ବିନୋଦ କାମ୍ବଲି  ଓ ନବଜୋତ ସିଂ ସିଦ୍ଧୁ ପର୍ଯ୍ୟନ୍ତ ବହୁ କ୍ରିକେଟର ରାଜନୀତିରେ ପାଦ ଦେଇଛନ୍ତି ।

ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ସରକାରୀ ବାସଭବନକୁ ସ୍ବାଗତ ଜଣାଉଛି । ତାଙ୍କ ସହ ସାକ୍ଷାତ କରିବା ପରେ ମତେ ବହୁତ ଖୁସି ଲାଗିଲା । ଟେଷ୍ଟରୁ ସନ୍ୟାସ ନେବା ପରେ ତାଙ୍କ ପରବର୍ତ୍ତୀ କ୍ୟାରିୟର ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

ମଇ ୭ ତାରିଖ ଦିନ କ୍ରିକେଟର ରୋହିତ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ରୋହିତ ଶର୍ମା ୬୭ଟି ଟେଷ୍ଟ ମ୍ୟାଚରେ ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ସହ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଅଷ୍ଟ୍ରଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଅଧିନାୟକ ଥିଲେ ରୋହିତ । ଅଧିନାୟକ ଭାବରେ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ଏବେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ ପାଇଁ ନୂତନ ଅଧିନାୟକ ବାଛିବାକୁ ପଡିବ।

ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ, ଅପରେସନ ସିନ୍ଦୂର ବେଳେ ଯୋଗାଇଥିଲା ଡ୍ରୋନ୍

ନନ୍ଦିଘୋଷ ବ୍ୟୁରୋ: ଭାରତର ପ୍ରତିବାଦ ସତ୍ତ୍ବେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଛି ତୁର୍କୀ। ଅପରସେନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବାରୁ ତୁର୍କୀ ବିରୋଧରେ ବୟକଟ ଆହ୍ବାନ ଦେଇଥିଲା ଭାରତ। ଏହା ସତ୍ତ୍ବେ ଇସଲାମାବାଦକୁ ଆଙ୍କାରା ସବୁ ସମୟରେ ସହଯୋଗ କରିଆସିବ ବୋଲି କହିଛନ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ୩୫୦ ଡ୍ରୋନ ଯୋଗାଇଥିବା ସୂଚନା ମିଳିଛି।  ସମର୍ଥନ ଲାଗି ଏର୍ଡୋଗନଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଧନ୍ୟବାଦ ଜଣାଇବା ପରେ ପରେ ପାକିସ୍ତାନକୁ ନିଜର ସମର୍ଥନ ଦୋହରାଇଛନ୍ତି ଏର୍ଡୋଗାନ। ନିଜ ବିବୃତିରେ ଏର୍ଡୋଗାନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ସରିଫ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ଡ୍ରୋନ ଯୋଗାଇଥିଲା ଯାହାକି ଭାରତର ସାମରିକ ପ୍ରତିଷ୍ଠାନ ବିରୋଧରେ ବ୍ୟବହୃତ ହୋଇଥିଲା।

ଅପରେସନ ସିନ୍ଦୂର ବେଳେ କରାଚୀ ବନ୍ଦର ନିକଟରେ ମୁତୟନ ହୋଇଥିଲା INS ବିକ୍ରାନ୍ତ ସହ ୩୬ ଜାହାଜ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ବେଳେ କରାଚୀ ବନ୍ଦର ନିକଟରେ ମୁତୟନ ହୋଇଥିଲା ଆଇଏନଏସ ବିକ୍ରାନ୍ତ, କେତେକ ବୁଡ଼ାଜାହାଜ ସମେତ ୩୬ଟି ନୌସେନା ଜାହାଜ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ପାକିସ୍ତାନ ବିରୋଧରେ ଭାରତ ମୁତୟନ କରିଥିଲା ମୋଟ ୬ଟି ଯୁଦ୍ଧଜାହାଜ। ଅପରେସନ ସିନ୍ଦୂର ବେଳେ ଭାରତୀୟ ନୌସେନା ହାଇଆଲର୍ଟରେ ଥିଲା ବୋଲି ଜଣାଯାଇଛି। କ୍ୟାରିୟର ବ୍ୟାଟଲ ଗରୁପ ଆଇଏନଏସ ବିକ୍ରାନ୍ତକୁ ସହଯୋଗ କରୁଥିଲେ ୮ରୁ ୧୦ଟି ଯୁଦ୍ଧଜାହାଜ। ଭାରତୀୟ ନୌସେନାର ଏହା ଥିଲା ଏକ ସର୍ବବୃହତ ରିଅଲଟାଇମ ଅପରେସନାଲ ମୁଭମେଣ୍ଟ। ପାକିସ୍ତାନ ବିରୋଧରେ ମୁତୟନ ହୋଇଥିଲା ୭ଟି ଡ୍ରେଷ୍ଟ୍ରୟର ଯେଉଁଥିରେ ରହିଥିଲା ବ୍ରହ୍ମୋସ ମିସାଇଲ, ମଧ୍ୟମଦୂରଗାମା ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ମିସାଇଲ, ବରୁଣାସ୍ତ୍ର ଟର୍ପେଡୋ।

ଏହା ସହ ୭ଟି ଷ୍ଟିଲଥ ଗାଇଡେଡ ମିସାଇଲ ଫ୍ରିଗେଟ, ଆଇଏନଏସ ତ୍ରିଶୂଳ ଆଦି ବି ଖଞ୍ଜାଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପକ୍ଷରୁ ମୋଟ ୩୦ଟି ଯୁଦ୍ଧଜାହାଜ ମୁତୟନ ହୋଇଥିଲା ବୋଲି କୁହାଯାଇଛି। ପହଲଗାଓଁ ହମଲା ପରେ ଗତ ମେ ୭ରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ଏହି ଅଭିଯାନରେ ଭାରତର ଦର୍ପ ନିକଟରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ ।

ସୋପିଆନରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ତିନି ଲସ୍କର ଆତଙ୍କୀବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ଜାମୁ କାଶ୍ମୀର: ଜାମୁ ଓ କାଶ୍ମୀର ସୋପିଆନରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ଗତକାଲିଠାରୁ ସେଠାରେ ଜାରି ରହିଥିବା ଅପରେସନରେ ଯବାନଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ସ୍ଥାନରେ ଚଢାଉ କରଯାଇ ଜବତ ହୋଇଛି ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏନକାଉଣ୍ଟର ପ୍ରଥମେ କୁଲଗାମରୁ ଆରମ୍ଭ ହୋଇଥିଲା। ପରେ ସୋପିଆନକୁ ଏହି ଅଭିଯାନ ଯାଇଥିଲା। ଅପରେସନରେ ନିୟୋଜିତ ହୋଇଥିଲେ ସେନା ଓ ଅର୍ଦ୍ଧସାମରିକ ବାହିନୀ। ରାଷ୍ଟ୍ରୀୟ ରାଇଫଲ୍ସର ୟୁନିଟର ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା।

କାଶ୍ମୀରର ସୋପିଆନରେ ତିନି ଲସ୍କର ଆତଙ୍କୀବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ଏହି ଏନକାଉଣ୍ଟର ଘଟଣା ଘଟିଛି । ଯେଉଁଥିରେ ଲସ୍କର-ଏ-ତୋଇବାର ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଶୁକ୍ରୁ ଜଙ୍ଗଲରେ ଆତଙ୍କୀବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସର୍ଚ୍ଚ ଅପରେସନ କରି ତିନି ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ଏହି ଅଭିଯାନରୁ ପ୍ରବଳ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ

ଭୁବନେଶ୍ବର: ନବୀନଙ୍କ ହାତ ତିଆରି ଅନୁଷ୍ଠାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି ।  ଦଶମ ଶ୍ରେଣୀରେ ପାସ ହାର ୯୧.୮ପ୍ରତିଶତକୁ ବୃଦ୍ଧି ପାଇଛି । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ବୋଲି ସେ କହିବା ସହ ପ୍ରତି ବ୍ଲକରେ ଏହା କରାଯାଉଛି । ଓଏଭିରେ ଭଲ ପାଠ ପଢ଼ାଯାଉଛି । ଗାଁ ଗହଳିରେ ଯେଉଁ ପିଲା ଓ ଅଭିଭାବକ ଭଲ ପଢ଼ାର ସୁଯୋଗ ପାଇଛନ୍ତି ସେମାନେ ଭଲ ଫଳାଫଳ କରିଛନ୍ତି । ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ପ୍ରମିଳା କହିଛନ୍ତି ।

ଲୋକ ପ୍ରତିନିଧି ମାନେ ଶିକ୍ଷକ ବଦଳି ପାଇଁ କରି ପାରିବେ ସୁପାରିସ, ସମାଲୋଚନା କଲା ବିଜେଡି, କଂଗ୍ରେସ, ଓଷ୍ଟା

ଭୁବନେଶ୍ବର: ଯୋଗ୍ୟତା ଭିତ୍ତିରେ ଲୋକ ପ୍ରତିନିଧି ମାନେ ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିସ କରି ପାରିବେ। ପ୍ରତି ସାଂସଦ ଓ ବିଧାୟକ ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବୋଚ୍ଚ ୧୫ ଜଣଙ୍କ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ । ଅନେକ ଶିକ୍ଷକ ବଦଳି ପାଇଁ ଲୋକ ପ୍ରତିନିଧିମାନଙ୍କ ପାଖକୁ ଯାଇଥାନ୍ତି । ସେମାନଙ୍କ ଅସୁବିଧାକୁ ବିଚାରକୁ ନେଇ ବଦଳି ପାଇଁ ସୁପାରିଶ କରି ପାରିବେ। ଏଥିରେ କୌଣସି ଦୁର୍ନୀତି ହେବ ନାହିଁ। ୬ବର୍ଷରୁ ଉର୍ଦ୍ଧ ସମୟ ଧରି ଥିବା ଶିକ୍ଷକମାନଙ୍କ  ବଦଳି ପାଇଁ ସୁପାରିଶ କରାଯାଇପାରିବ। ୧୫ ମେ ରୁ ୧୫ ଜୁନ୍ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ । ମାତ୍ର ରାଜ୍ୟ ସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତାଲିକା ଦେବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଅନ୍ୟପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବଦଳି ପାଇଁ ସୁପାରିଶ କରିବୁ ନାହିଁ। ଏହାକୁ ଅଫିସିଆଲ କରାଯାଇଥିବା ସତ୍ୱେ ସୁପାରିଶ କରିବୁ ନାହିଁ। ସେଥିପାଇଁ BEO, ସ୍କୁଲ କମିଟି, ସ୍କୁଲ ଅଧ୍ୟକ୍ଷ ଅଛନ୍ତି।  ଯେଉଁଠି ସେମାନେ ଅନୁଭବ କରିବେ, ବଦଳି କରିବେ କି ଶିକ୍ଷକ ନଥିବା ସ୍କୁଲକୁ ଶିକ୍ଷକ ଦେବେ। ଅତି ଜରୁରୀକାଳୀନ କି ମେଡିକାଲ କେଶରେ ଆମେ କହି ପାରୁ। ହେଲେ ସୁପାରିଶ କରିବୁ ନାହିଁ। ଶିକ୍ଷକ କିଛି ଭୁଲ କରୁ ନାହାନ୍ତି।  ସେମାନେ ଭୟଭୀତ ନ ହୁଅନ୍ତୁ। ସରକାର ତ କହିଥିଲେ, ଶିକ୍ଷକ ଅଭାବ ପୂରଣ କରିବେ। ହେଲେ କେତେ କଲେ? ସରକାର କଣ କରିବେ, ସମୟ କହିବ।  ଶିକ୍ଷକମାନେ ତାଙ୍କ କାମ କରୁଛନ୍ତି। ତାଙ୍କୁ ହଇରାଣ ନ କରାଯାଉ। ଦଳୀୟ ଭିତ୍ତିରେ ଶିକ୍ଷକଙ୍କୁ ହଇରାଣ ନ କରାଯାଉ ବୋଲି ପ୍ରମିଲ୍ଲା ମଲ୍ଲିକ କହିଛନ୍ତି।

ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ନିଷ୍ପତ୍ତି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ ପ୍ରଶ୍ନ କରିଛନ୍ତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଣ ନିଜେ ସ୍ୱଚ୍ଛ ? ସେ ତ ନିଜେ ସ୍ୱଚ୍ଛ ନୁହଁନ୍ତି। ସେ ଆସିବା ଦିନଠାରୁ ୩୦୦୦ ବଦଳି କରି ସାରିଲେଣି। ନବରଙ୍ଗପୁର, କୋରାପୁଟରୁ ବଦଳି କରି କରି ଶିକ୍ଷକ ଖାଲି କରି ଦେଇଛନ୍ତି। ସେ ଟଙ୍କା ଖାଇବା ମୁଁ ଦେଖିନି। ହେଲେ ଲୋକ ଯାହା କହୁଛନ୍ତି ସେ ବୁଝିବା ଦରକାର। ଗଣଶିକ୍ଷା ମନ୍ତ୍ରୀ କେବେ ବି ବିରୋଧୀଙ୍କ କାମ କରନ୍ତି ନାହିଁ। ବଦଳି ପାଇଁ ଯଦି ବିରୋଧୀ ବିଧାୟକ ସୁପାରିଶ କରିବେ, ତାହା ସେ କରିବେ ନାହିଁ ବୋଲି କହିଛନ୍ତି ତାରା ବାହିନୀପତି।

ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ବିରୋଧରେ ପ୍ରଶ୍ନ ଉଠାଇଛି ଓଷ୍ଟା। କେବଳ ଅଫଲାଇନରେ କାହିଁକି ଆବେଦନ ହେବ, ଅନଲାଇନ ଆବେଦନ ବି ହେଉ। କେବଳ ଅଫଲାଇନ ହେଲେ ମେଡିକାଲ ବା ସ୍ପାଉସ ସ୍ତରରେ ବଦଳି ହେବନି। ଦଳୀୟ ଭିତ୍ତିରେ ବଦଳି ନ ହେଉ। ସବୁ ଦଳର ବିଧାୟକମାନଙ୍କ ସୁପାରିଶକୁ ଅଗ୍ରାଧିକାର ଦିଆଯାଉ। କାରଣ ବିଜ୍ଞପ୍ତିରେ ଲେଖାଯାଇଛି ଯେ ଆବଶ୍ୟକତା ଭିତ୍ତିକୁ ଅଗ୍ରାଧିକାର ଦିଆଯିବ। ଶିକ୍ଷକ ଅଭାବ ଅଛନ୍ତି। ରାସନାଲାଇଜେସନକୁ ଗୁରୁତ୍ୱ ଦିଆଯାଇ ଶିକ୍ଷକ ଅଭାବ ଥିବା ସ୍କୁଲକୁ ଶିକ୍ଷକ ବଦଳି ହେଉ। ହେଲେ ଯେଉଁ ନିୟମ କରାଯାଇଛି ଯେ, ଗାଁରୁ ସହର ବଦଳି ହୋଇ ପାରିବ ନାହିଁ, ତାହା ପରିବର୍ତ୍ତନ କରାଯାଉ। ନ ହେଲେ ମେଡିକାଲ କି ସ୍ପାଇଜ୍ କ୍ଷେତ୍ରରେ ଏହା ବି ଅସୁବିଧା ଆଣିବ। ଯେଉଁମାନେ ଜିଲ୍ଲା ବାହାରକୁ ଯିବାକୁ ଚାହିଁବେ, ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଓଷ୍ଟା କହିଛି।

ପିପିଲି ଦୁଷ୍କର୍ମ ମାମଲା ନେଇ ପୁରୀ ଏସପିଙ୍କୁ ଭେଟିଲା ବିଜେଡି

ପୁରୀ: ପୁରୀରେ ବିଜେଡି ଟିମ। ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପୁରୀ ଏସପି ଙ୍କୁ ଭେଟିଛି। ଟିମରେ ସାଂସଦ ସୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ,ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ଜଗତସିଂହପୁର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ରହିଅଛନ୍ତି। ପିପିଲି ଦୁଷ୍କର୍ମ ମାମଲା ନେଇ ବିଜେଡି ଟିମ ଏସପି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଚୀନ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ X ଆକାଉଣ୍ଟ ବ୍ୟାନ୍ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟ ସମ୍ପର୍କ ଖରାପ ହେଉଥିଲାବେଳେ ଚୀନ ଏ ବିଷୟର ଫାଇଦା ନେବାକୁ ଚାହୁଁଛି । ଭାରତରେ ବିଭିନ୍ନ ଅପପ୍ରଚାର ଚଳାଇଥିବା ଅଭିଯୋଗ। । ଏହା ପରେ ଚୀନ ଖବରକାଗଜର ଏକ୍ସ ଆକାଉଣ୍ଟ ‘ଗ୍ଲୋବାଲ ଟାଇମ୍ସ’ କୁ ଭାରତରେ ବ୍ୟାନ୍ କରାଯାଇଛି । ଏବେ ଭାରତରେ କେହି ଏହି ଏକ୍ସ ଆକାଉଣ୍ଟକୁ ଦେଖି ପାରିବେ ନାହିଁ । ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି-ପାକିସ୍ତାନୀ ସପକ୍ଷବାଦୀମାନେ ଭାରତ ବିରୋଧରେ ବିଶେଷ କରି ଅପରେସନ ସିନ୍ଦୂର ନେଇ ଅପପ୍ରଚାର କରୁଥିବାରୁ ଭାରତ ଏହି ପଦକ୍ଷେପ ନେଇଛି।

ଅରୁଣାଞ୍ଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନାଁ ଦେବା ଘଟଣାକୁ ମଧ୍ୟ ଭାରତ ଖଣ୍ଡନ କରିଛି । ଏ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଅରୁଣାଞ୍ଚଳ ପ୍ରଦେଶ ଆମର ନାଁ ଦେବା ପ୍ରୟାସ ନିରର୍ଥକ । ଅରୁଣାଞ୍ଚଳ ପ୍ରଦେଶ ଭାରତର ଥିଲା, ଅଛି ଏବଂ ରହିବ ।

୨୦ ଦିନ ପରେ BFS ଯବାନଙ୍କୁ ଛାଡ଼ିଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତର କାର୍ଯ୍ୟାନୁଷ୍ଠାନ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଶେଷରେ ଭାରତୀୟ ଯବାନଙ୍କୁ ଛାଡ଼ିଲା । ପାକିସ୍ତାନୀଙ୍କ ହେପାଜତରେ ଥିବା BSF ଯବାନଙ୍କୁ ଆଜି ସ୍ବଦେଶ ଛାଡ଼ିଛି ପାକିସ୍ତାନ । ସେ ୨୦ ଦିନରୁ ଅଧିକ ସମୟ ହେବ ପାକିସ୍ତାନରେ ରହିଥିଲେ । ଏବେ ସେ ଅଟ୍ଟାରୀ-ଓ୍ବାଘା ବର୍ଡର ଦେଇ ଭାରତକୁ ଫେରିଛନ୍ତି ।

୪୦ ବର୍ଷିୟ ପୂର୍ଣ୍ଣମ ସ’ ଏପ୍ରିଲ ୨୩ ତାରିଖରେ ଅସାବଧାନତାବଶତଃ ଅନ୍ତର୍ଜାତୀୟ ସୀମା ପାର୍ କରିଯାଇଥିଲେ । ପରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ତାଙ୍କୁ ଅଟକ ରଖାଯାଇଥିଲା । ପଞ୍ଜାବର ଫିରୋଜପୁର ସେକ୍ଟରର BSF ୧୮୨ ତମ ବାଟାଲିୟନରେ ନିଯୁକ୍ତ ଥିଲେ ପୂର୍ଣ୍ଣମ କୁମାର ସ’ । ସେ ସେଦିନ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ସର୍ଭିସ ରାଇଫଲ ଥିଲା । BSF ଅଧିକାରୀଙ୍କ ଅନୁସାରେ, ସୀମା ନିକଟରେ ଚାଷୀମାନଙ୍କ ସୁରକ୍ଷା ପାଇଁ ଏକ ଗୋଷ୍ଠୀ ଯାଉଥିଲା ସମୟରେ ଏହି ଘଟଣା ଘଟିଥିଲେ । ସେ ଗଛ ତଳେ ବିଶ୍ରମ ନେବାକୁ ଯାଇ ଅଜାଣତରେ ପାକିସ୍ତାନରେ ପ୍ରବେଶ କରିଥିଲେ । ତାଙ୍କୁ ତୁରନ୍ତ ପାକିସ୍ତନୀ ରେଞ୍ଜର୍ସମାନେ ହେପାଜତକୁ ନେଇଯାଇଥିଲେ ।

ଅନ୍ୟପଟେ କବଜାରେ ଥିବା ପାକିସ୍ତାନୀ ରେଞ୍ଜର୍ସଙ୍କୁ ଛାଡ଼ିଲା ଭାରତ । ପାକିସ୍ତାନୀ ରେଞ୍ଜର୍ସ ମହମ୍ମଦ ଆଲ୍ଲାଙ୍କୁ ଛାଡ଼ିଲା ଭାରତ । ଅଟ୍ଟାରୀ- ୱାଘା ବର୍ଡର ଦେଇ ଛାଡିଲା ଭାରତ ।

ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବି. ଆର୍ ଗବାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ୫୨ତମ CJI ହୋଇଛନ୍ତି। ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପୂର୍ବରୁ, ସେ ତାଙ୍କ ମାଆଙ୍କଠାରୁ ଆଶୀର୍ବାଦ ନେଇଥିଲେ। ସିଜେଆଇ ଭାବରେ ଶପଥ ନେବା ମାତ୍ରେ ସେ ପ୍ରଥମେ ତାଙ୍କ ମାଆ କମଳତାଇ ଗବାଇଙ୍କ ପାଦ ଛୁଇଁଥିଲେ।

ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି। ସ୍ୱାଧୀନତା ପରେ ସେ ଦେଶର ଦଳିତ ସମ୍ପ୍ରଦାୟର ଦ୍ୱିତୀୟ CJI। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ଛଅ ମାସ ହେବ। ଭାରତର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ଗବାଇଙ୍କ ମାଆ କହିଛନ୍ତି ଯେ ତାଙ୍କ ପୁଅ ଜଣେ ସାହସୀ, ଯାହାର କେହି ମୁଣ୍ଡ ନୁଆଁଇ ପାରିବେ ନାହିଁ। ସେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଦେଶର ଲୋକଙ୍କୁ ନ୍ୟାୟ ଦେବ।

ବିଚାରପତି ଥିବା ସମୟରେ, ଜଷ୍ଟିସ୍ ଭି.ଆର. ଗବାଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ, ଯାହା ବହୁ ଆଲୋଚନା ହୋଇଥିଲା। ତାଙ୍କର ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ବୁଲଡୋଜର ଜଷ୍ଟିସ୍, ଧାରା ୩୭୦ ଉଚ୍ଛେଦକୁ ବଜାୟ ରଖିବା, ବିମୁଦ୍ରୀକରଣକୁ ବଜାୟ ରଖିବା, ଏସସି କୋଟାରେ ଉପ-ବର୍ଗୀକରଣକୁ ବଜାୟ ରଖିବା, ମଦ ନୀତିରେ କେ କବିତାଙ୍କୁ ଜାମିନ ପ୍ରଦାନ କରିବା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦୁଇଥର ସମାଲୋଚନା କରିବା ଅନ୍ତର୍ଭୁକ୍ତ।

ନୂତନ CJI ଗବାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ, ସେ ବମ୍ବେ ହାଇକୋର୍ଟରେ ସ୍ୱାଧୀନ ଭାବରେ ଅଭ୍ୟାସ କରିଥିଲେ।

ଜଷ୍ଟିସ୍ ଗବାଇ ୧୯୯୦ ପରେ ମୁଖ୍ୟତଃ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନର ସ୍ୱତନ୍ତ୍ର କ୍ଷେତ୍ର ସହିତ ଅଭ୍ୟାସ କରିଥିଲେ। ସେ ନାଗପୁର ମ୍ୟୁନିସିପାଲ କର୍ପୋରେସନ, ଅମରାବତୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଅମରାବତୀ ବିଶ୍ୱବିଦ୍ୟାଳୟର ସ୍ଥାୟୀ ପରାମର୍ଶଦାତା ଥିଲେ। ଏହା ବ୍ୟତୀତ, ସେ ନିୟମିତ ଭାବରେ ବିଭିନ୍ନ ସ୍ୱାୟତ୍ତ ସଂସ୍ଥା ଏବଂ CICOM, DCVL, ବିଦର୍ଭ ଅଞ୍ଚଳର ଅନେକ ପୌର ପରିଷଦ ପାଇଁ ଲବି କରୁଥିଲେ।