ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଦୋଳବେଦୀ ନିକଟରେ ଉଛେଦ
ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ପୁଣିଥରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳବେଦୀ ନିକଟରେ ଉଛେଦ କରୁଛି ଜିଲ୍ଲା ପ୍ରଶାସନ । ସେହିପରି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଛେଦ କରାଯାଉଛି ।

ଗତକାଲି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୭ଦିନ ବୃଦ୍ଧି କରିଥିଲେ । ଡିସେମ୍ବର ୨ରେ ଏହାର ସମୟ ଶେଷ ହେଉଥିଲା । ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଦେଖି ଏହି ସମୟ ସୀମା ଆଉ ୭ ଦିନ, ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।
https://nandighoshatv.comland-accuration-date-extented-in-puri/
ଗତକାଲି ସୁଦ୍ଧା ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିକ୍ରି କରିଛନ୍ତି ।
୨୦୧୯ରେ ଇଣ୍ଟରନେଟରେ ସଲମାନ୍ ଖାନ୍ ଓ ସନ୍ନି ଲିଓନୀଙ୍କୁ ଅଧିକ ଖୋଜିଛନ୍ତି ଲୋକ : ସର୍ଭେ
ମୁମ୍ବାଇ : ସରିବାକୁ ବସିଲାଣି ବର୍ଷ ୨୦୧୯ । ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆସିବ ୨୦୨୦ । ତେବେ ଚଳିତବର୍ଷ ଇଣ୍ଟରନେଟରେ ସବୁଠାରୁ କେଉଁ ସେଲିବ୍ରିଟିଙ୍କୁ ଲୋକେ ଅଧିକ ଖୋଜିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ।
ଟାଇଗର୍ ଜିନ୍ଦା ହୈ ଆକ୍ଟଟର ତଥା ବିଗ୍ ବସର ହୋଷ୍ଟ ସଲମାନ୍ ଖାନଙ୍କୁ ବର୍ଷ ୨୦୧୯ରେ ଲୋକେ ଇଣ୍ଟରନେଟରେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ତଳକୁ ମେଗାଷ୍ଟାର ଅମିତାଭ୍ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଲୋକେ ସର୍ଚ୍ଚ କରିଛନ୍ତି । ଷ୍ଟାଇଲିସ୍ ଆଇକନ୍ ଭାବେ ହ୍ରିତିକ ରୋସନଙ୍କୁ ଖୋଜିଛନ୍ତି ଲୋକେ ।

ସେହିପରି ଫିମେଲ୍ ସେଲିବ୍ରିଟି ହିସାବରେ ସନ୍ନି ଲିଓନଙ୍କୁ ଲୋକେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ପଛକୁ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ ସର୍ଚ୍ଚ ଲିଷ୍ଟରେ ଅଛନ୍ତି ।

ୟାହୋ ଇଣ୍ଡିଆ ପକ୍ଷରୁ ଏଭଳି ଏକ ସର୍ଭେ କରାଯାଇଥିଲା । ଏଥିରେ ମେଲ୍ ଓ ଫିମେଲ୍ ସେଲିବ୍ରିଟିଙ୍କୁ ସ୍ଥାନ ଦିଆଯାଇଥିଲା । ସଲମାନ୍ ଓ ସନ୍ନି ଏ ଲିଷ୍ଟରେ ଟପରେ ଥିବା ବେଳେ ଆଗକୁ ଅନ୍ୟ ସଂସ୍ଥାର ସର୍ଭେ ଆସିବାକୁ ଅଛି ।
୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ
କନ୍ଧମାଳ/ସୁବର୍ଣ୍ଣପୁର: ଜିଲ୍ଲା ପିରିଙ୍ଗିଆ ଥାନା ସାରଙ୍ଗଡ଼ ରାସ୍ତାରୁ ୭୦ କେଜି ଗଞ୍ଜେଇ ଜବତ । ୨ଟି ଅଟୋରୁ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମାନେ ହେଲେ ସମୁନ୍ତ ମାଝି, ବଳରାମ କହଁର, ପ୍ରତାପ ନାୟକ ଓ ଅନ୍ୟ ଜଣେ ଜୁଭେନିଲ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଅନ୍ୟପଟେ ସୁବର୍ଣ୍ଣପୁର ସଦର ପୋଲିସ ପଟାଭାଡି-ଜନମୁରା ରାସ୍ତାରୁ ୩୩ କେଜି ଗଞ୍ଜେଇ ଜବତ କରିଛି । ଏକ ମାରୁତି କାରରେ ଚାଲାଣ ବେଳେ ପୋଲିସ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ନୂଆ ରଙ୍ଗରେ ସଜେଇ ହେବେ ଶ୍ରୀବିଗ୍ରହ
ପୁରୀ: ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ୟାଏଁ ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଉଧାର ଟଙ୍କା ମାଗିବାରୁ ଗୁଳି ମାଡ଼
ନୟାଗଡ: ଧାର ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ । ନୂଆପଡା ଇଟାମାଟି ଥାନା ତେନ୍ତୁଳିଆପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ତେନ୍ତୁଳିଆପଲ୍ଲୀର ଗାଁ ଜନାର୍ଦ୍ଦନ ନାୟକ ସେହି ଗାଁର ଶ୍ୟାମ ନାୟକଙ୍କୁ ଏକ ଲକ୍ଷ ଟଙ୍କା ଧାର ଦେଇଥିଲେ ।

ତେବେ ଧାର ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ବାମ ଗୋଡରେ ଗୁଳିମାଡ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା
ଭୁବନେଶ୍ୱର: ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା । ତାଲିକା ପ୍ରକାଶ କଲେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଅନୁଗୁଳ-ବାଉରୀ ବନ୍ଧୁ ମହାପାତ୍ର, ବାଲେଶ୍ୱର- ପ୍ରଣବ କୁମାର ପଣ୍ଡା, ବରଗଡ଼- ଅଶୋକ ବାରିକ, ଭଦ୍ରକ- ଯତିକାନ୍ତ ନାୟକ, ଭୁବନେଶ୍ୱର- ଶେଖ୍ ନିଜାମୁଦ୍ଦିନ, ବଲାଙ୍ଗିର- ମୋହନ ଲାଲ ଜୈନ, ବୌଦ୍ଧ- ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେଓଗଡ଼- କାମାକ୍ଷା ପ୍ରସାଦ ଗଙ୍ଗଦେବ, ଢେଙ୍କାନାଳ- ଧରମାନନ୍ଦ ବରାଳ, ଗଜପତି- ପି. ପ୍ରସାଦ ରାଓ, ଗଞ୍ଜାମ- ପ୍ରମୋଦ କୁମାର ପାତ୍ର, ଜଗତସିଂହପୁର- ଗୌତମ ପଲିତ, ଝାରସୁଗୁଡ଼ା- ସାୟଦ ବେଗ୍, ଯାଜପୁର- ବାବଜୀ ଚରଣ ଦାସ, କଳାହାଣ୍ଡି- ସୁନିଲ କୁମାର ମୁଣ୍ଡ୍, କେନ୍ଦ୍ରାପଡ଼ା- ଧୀରେନ ସାହୁ, କେନ୍ଦୁଝର- ସଞ୍ଜୟ ମିଶ୍ର, ଖୋର୍ଦ୍ଧା- ରଶ୍ମିରଞ୍ଜନ ବ୍ରହ୍ମା, କନ୍ଧମାଳ- ବିରୁପାକ୍ଷ ପଣ୍ଡା, କୋରାପୁଟ- ନରେନ୍ଦ୍ର କୁମାର ସ୍ୱାଇଁ, ମୟୂରଭଞ୍ଜ- କୃଷ୍ଣଚନ୍ଦ୍ର ଦାସ, ମୟୁରଭଞ୍ଜ (ସଦର)- ମଙ୍ଗଳ ସିଂହ ମୁଦି, ମାଲକାନଗିରି- ଡମ୍ବୁରୁ ସିସା, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ୱାଇଁ, ନୟାଗଡ଼- ଗଙ୍ଗାଧର ପଣ୍ଡା, ପୁରୀ-ପ୍ରକାଶ ମିଶ୍ର, ରାଉରକେଲା- ସନ୍ତୋଷ ନାୟକ, ସମ୍ବଲପୁର- ଆର୍ତ୍ତତ୍ରାଣ ମିଶ୍ର, ସୁବର୍ଣ୍ଣପୁର- ଶରତ ଚନ୍ଦ୍ର ଭୋଇ, ସୁନ୍ଦରଗଡ଼- ପ୍ରଦୀପ ମହାପାତ୍ର, ନୂଆପଡ଼ା- ମୁଲଚାନ୍ଦ ଫାଣ୍ଡେ ଓ ରାୟଗଡ଼ା ପାଇଁ ବ୍ରଜସୁନ୍ଦର ନାୟକଙ୍କୁ ନିଯୁକ୍ତି ମିଳିଛି ।

