spot_img
Home Blog Page 76

ବାଲେଶ୍ୱରରେ ମୁଣ୍ଡ ଉପରେ ଝୁଲୁଛି ବିପଦ

ନନ୍ଦିଘୋଷ ବ୍ୟୁରୋ: ବିପଦରେ ଜୀବନ । କେତେବେଳେ ବି ଘଟିପାରେ ବଡ଼ ଅଘଟଣ । ତଥାପି ବେଫିକର ପ୍ରଶାସନ । ଚାରି ଶତାବ୍ଦୀରୁ ଅଧିକ ପୁରୁଣା ଐତିହାସିକ ସହର ବାଲେଶ୍ୱର ସହରରେ ମାଳମାଳ ଅସୁରକ୍ଷିତ କୋଠା । ଦେଢ଼ ଶହ ବର୍ଷର ବାଲେଶ୍ୱର ପୌରପାଳିକା ଏବେ ଅସୁରକ୍ଷିତ ଅଟ୍ଟାଳିକାର ବୋଝ ତଳେ ଚାପି ହୋଇଯାଇଛି । ଶତାବ୍ଦୀ ପୁରୁଣା ସରକାରୀ ଦପ୍ତର, ବିଦ୍ୟାଳୟ ଠାରୁ ଆରମ୍ଭ କରି ଜରାଜୀର୍ଣ୍ଣ ବେସରକାରୀ କୋଠା ଭିତରେ ପ୍ରତିଦିନ ଆତଙ୍କରେ ବିତୁଛି ଲୋକଙ୍କ ଜୀବନ । ଗତ ରବିବାର ସନ୍ଧ୍ୟାରେ ୧୨ ନମ୍ବର ୱାର୍ଡର ଏହି ଦୃଶ୍ୟ ଯେକୌଣସି ବ୍ୟକ୍ତିର ଛାତି ଥରାଇ ଦେବା ପାଇଁ ଯଥେଷ୍ଟ । ପ୍ରାୟ ୨୫୦ ବର୍ଷ ପୁରୁଣା ଦୁଇ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା । ସୌଭାଗ୍ୟବଶତଃ ରାସ୍ତା ଦେଇ ଯାଉଥିବା ଜଣେ ମହିଳା ମାତ୍ର କେଇ ସେକେଣ୍ଡର ବ୍ୟବଧାନରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସହରବାସୀଙ୍କ ମୁଣ୍ଡ ଉପରେ ଝୁଲୁଥିବା ଏହି ବିପଦର ନିରାକରଣ ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ବାସୀ ଦାବି କରିଛନ୍ତି । ବାଲେଶ୍ୱର ସହରର ଗଳିକନ୍ଦିରେ ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି ଅଗଣିତ କୋଠା । ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ବ୍ୟାବସାୟିକ କେନ୍ଦ୍ର ମୋତିଗଞ୍ଜ, ବାରବାଟୀ ଏବଂ ମାଣିଖମ୍ବ ଅଞ୍ଚଳରେ ଏବେ ବି ଶହ ଶହ ବର୍ଷ ପୁରୁଣା ଘର ଭିତରେ ସ୍କୁଲ ଓ ସରକାରୀ ଦପ୍ତର ଚାଲୁଛି । ସେପଟେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିନଥିବା କହି ପୌରାଧ୍ୟକ୍ଷା ନିଜ ଦାୟିତ୍ୱ ସାରିଦେଇଛି । ତେବେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୁରୁଣା ସରକାରୀ ଓ ବେସରକାରୀ କୋଠା ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ଉପ-ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

ପାର୍ବଣରେ ଶକ୍ତି ଆରାଧନା, ଚଳଚଞ୍ଚଳ ଶକ୍ତିପୀଠ

ନନ୍ଦିଘୋଷ ବ୍ୟୁରୋ: ପାର୍ବଣରେ ଶକ୍ତି ଆରାଧନା । ଚଳଚଞ୍ଚଳର ରାଜ୍ୟର ସମସ୍ତ ଶକ୍ତପୀଠ । ମୂଳାଷ୍ଟମୀ ଠାରୁ ବିଜୟା ଦଶମୀ ଯାଏଁ ଚାଲିବ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ କଟକର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସହରର ପ୍ରମୁଖ ପୀଠ କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଭୂଆସୁଣୀ ଓ ଅନ୍ୟାନ୍ୟ ଶକ୍ତିପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ରଙ୍ଗ ଠାରୁ ଆରମ୍ଭ କରି ସମସ୍ତ ଆୟୋଜନ ଶେଷ ହୋଇଛି । ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଶନିବାର ମୂଳାଷ୍ଟମୀରେ ଶହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ ହେବ । ଏହିଦିନ ମାଆ କଟକ ଚଣ୍ଡୀ ସୁନା ବେଶରେ ଦର୍ଶନ ଦେବେ । ସେହିଭଳି ଗଡ଼ଚଣ୍ଡୀଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୂଳାଷ୍ଟମୀ ଦିନ ଶହସ୍ର କୁମ୍ଭାଭିଶଷେକ ଓ ଘଟ ସ୍ଥାପନ ସହ ଚାନ୍ଦି ବେଶରେ ଦର୍ଶନ ଦେବେ ମାଆ ଗଡଚଣ୍ଡୀ । ଅନ୍ୟପଟେ ଷୋଡ଼ଶ ଉପଚାର ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ । ୧୬ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସ୍ୱତନ୍ତ୍ର ପୂଜାରେ ମାଆଙ୍କୁ ବିଭିନ୍ନ ରୂପରେ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ବିଶେଷକରି ଦୁର୍ଗାପୂଜା ଆସିଲେ କଟକ ସହରର ପରିବେଶ ଉତ୍ସବମୁଖର ହୋଇଉଠେ । ଦୂରଦୂରାନ୍ତରେ ରହୁଥିବା ଅତିଥି ଓ ପ୍ରିୟଜନ ଘରକୁ ଫେରିଆସନ୍ତି । ପରିବାର, ବନ୍ଧୁବାନ୍ଧବଙ୍କ ସହ ଏକାଠି ହୋଇ ପୂଜାର ଆନନ୍ଦ ନେବା ସହ ବିଭିନ୍ନ ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଥାନ୍ତି । ଏହାସହ କଟକ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ନେଇଥାନ୍ତି । କଟକ ବାସିନ୍ଦାଙ୍କ ପାଇଁ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ବରଂ ଏହା ସହ ଜଡ଼ିତ ରହିଛି ଭାବନା, ପରମ୍ପରା ଓ ଭାଇଚାରା ।

ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ବଡ଼ ସୁରାକ, ମୁଖାପିନ୍ଧା ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ କେସରେ ସାଂଘାତିକ ସୁରାକ୍ । ମୁଖାପିନ୍ଧା ଦୁଷ୍କର୍ମୀକୁ ଚିହ୍ନଟ କଲା ପୋଲିସ୍ । ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ । ସେପଟେ ରିପୋର୍ଟ ତଲବ କଲେ ମହିଳା କମିଶନ । ୨୪ ଘଣ୍ଟା ବିତିଲା । ସିସିଟିଭି ଯାଞ୍ଚ ପରେ ଦୁଷ୍କର୍ମକାରୀ ଚିହ୍ନଟ ବି ହେଲା । ପୀଡିତାଙ୍କ ବୟାନ ପରେ ପୋଲିସ ସାଙ୍ଘାତିକ ସୁରାକ ପାଇଲା । ହେଲେ ଅଭିଯୁକ୍ତ ଏଯାବତ ଧରା ନପଡିବାରୁ ପୁରା ଘଟଣାର ଖୁଲାସା କରିପାରିଲା ନାହିଁ ପୋଲିସ । ବୁଧବାର ରାତିରେ ନୟାପଲ୍ଲୀ ବେହେରା ସାହିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଏଯାଏଁ ଧରିପାରି ନାହିଁ କମିଶନରେଟ ପୋଲିସ । ସେପଟେ ମହିଳା କମିଶନ ଟିମ, ଥାନା ଓ କ୍ରାଇମ ସ୍ପଟରେ ପହଞ୍ଚି ପୀଡିତାଙ୍କ ସହ ଆଲୋଚନା ପରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଘଟଣାର ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତାଗିଦ କରିଛନ୍ତି କମିଶନ । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମର ତଦନ୍ତ ବେଳେ ଅନେକ ଦିଗରୁ ସୁରାକ ମିଳିଛି । ସିସିଟିଭି ଯାଞ୍ଚ ଓ ପଡ଼ୋଶୀଙ୍କୁ ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ଦୁଇଦିନ ପୂର୍ବରୁ କ୍ରାଇମ ସ୍ପଟରେ ବୁଲୁଥିବା ଜାଣିବାକୁ ପାଇଛି ପୋଲିସ୍ । ତେଣୁ ଯୁବତୀଙ୍କ ସହ ପୂର୍ବରୁ ତାଙ୍କର ସମ୍ପର୍କ ନେଇ ଖୋଳତାଡ଼ ହେଉଛି । ପୀଡିତାଙ୍କ ଡାକ୍ତରୀମାଇନା ପରେ ବୟାନ ରେକର୍ଡ ହୋଇଛି । କିନ୍ତୁ ମୁଖା ପିନ୍ଧିଥିବାରୁ ପୀଡିତା ତାଙ୍କୁ ଚିହ୍ନିନଥିବା ଉଭୟ ପୋଲିସ ଓ କମିଶନଙ୍କ ନିକଟରେ ପ୍ରକାଶ କରିଛନ୍ତି । ଏ ବୟାନ ର ସତ୍ୟାସତ୍ୟ ଯାଞ୍ଚ ଚାଲିଛି । ନୟାପଲ୍ଲୀ ଭଳି ଜନଗଣଳିପୂର୍ଣ୍ଣ ସ୍ଥାନ । ଚାରିଆଡେ ଭିଭିଆଇପିଙ୍କ ଘର । ଚତୁଃପାର୍ଶ୍ଵରେ ସିସିଟିଭି । କିନ୍ତୁ ଏସବୁକୁ ଖାତିର ନକରି ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିବା ଘଟଣା ସଭିଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।

ସାମ୍ବାଦିକଙ୍କ ଉପରେ ବଡ ଆକ୍ସନ୍: ବନ୍ଧା ହେଲେ ୬ ସାମ୍ବାଦିକ !

ନନ୍ଦିଘୋଷ ବ୍ୟୁରୋ: ଖବର ଦେଖାଇବାରୁ ମିଳିଲା ଦଣ୍ଡ । ସାମ୍ବାଦିକ ହେଲେ ଗିରଫ । ଏକା ସାଙ୍ଗରେ ୬ ଜଣ ସାମ୍ବାଦିକମାନଙ୍କୁ ଗିରଫ କରାଯାଇଛି । ଯେଉଁ ସାମ୍ବାଦିକ ଖବର ଦେଖାଇ ତାହା ପଛର ସତ ସମସ୍ତଙ୍କ ସାମ୍ନାକୁ ଆଣିଥାଏ, ଆଜି ସେହି ସାମ୍ବାଦିକ ନିଜେ ଖବର ପାଲଟିଯାଇଛି । ଇଜିପ୍ଟରୁ ସାମ୍ନାକୁ ଆସିଛି ଏଭଳି ଖବର । ମିଶର କର୍ତ୍ତୃପକ୍ଷ ସ୍ବତନ୍ତ୍ର ମିଡିଆ ସଂସ୍ଥା ‘ମତସାଦାଶ’ ର ପୂରା ଏଡିଟୋରିଆଲ ଟିମ୍ ର ୬ ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି ।  ପ୍ରତିବନ୍ଧିତ ମୁସଲିମ୍ ବ୍ରଦରହୁଡ ସହ ସମ୍ପର୍କ ଏବଂ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ହେଲେ ମିସ୍ର ବାହାରେ ଥିବା ‘ମତସାଦାଶ’ ର ସହ ପ୍ରତିଷ୍ଠାତା ଅବଦେଲରହମା ମନସୁର ଏହି ଦାବିଗୁଡିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।  ଯାହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ଏହି ଘଟଣା ଏବେ ଇଜିପ୍ଟ କର୍ତ୍ତୃପକ୍ଷଙ୍କର ବଢାଇଦେଇଛି ବିବାଦ ।  ୮୦ରୁ ଅଧିକ ଅର୍ନ୍ତଜାତୀୟ ଏବଂ ଆଞ୍ଚଳିକ  ମାନବାଧିକାର ଏହି ସାମୁହିକ ଗିରଫଦାରୀକୁ ନିନ୍ଦା କରିବା ସହ ସାମ୍ବାଦିକମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ।  ସୂଚନା ଅନୁସାରେ ଏହି ଗଣମାଧ୍ୟମ ଅନୁଷ୍ଠାନଟି ୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଯାହା ଏକ ତଥ୍ୟ ଯାଞ୍ଚ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଥିଲା ।  ଆଉ ବର୍ତ୍ତମାନ ଏହା ମିଶର ଏବଂ ଅନ୍ୟାନ୍ୟ ଆରବ ଦେଶରେ ଇନଭେଷ୍ଟିଭ ରିପୋର୍ଟିଂର କାର୍ଯ୍ୟ କରୁଥିଲା ।

ତେବେ ଏ ଘଟଣା କିଛି ନୂଆ ନୁହେଁ ।  ଏହା ପୂର୍ବରୁ ୨୦୨୩ ରେ ମଧ୍ୟ ଏହି ଆଉଟଲେଟର ଦୁଇ ସମ୍ପାଦକଙ୍କୁ ଗିରଫ କରାଯାଇଥିଲା । ହେଲେ ରାଜ୍ୟ ସୁରକ୍ଷା ତଦନ୍ତକାରୀଙ୍କୁ ମୁସଲିମ୍ ବ୍ରଦରହୁଡ୍ ସହିତ ସେମାନଙ୍କର ଲିଙ୍କ୍ ଥିବା ନେଇ କୌଣସି ପ୍ରମାଣ ନମିଳିବା ପରେ ସେମାନଙ୍କୁ ବିନା ଦୋଷରେ ମୁକ୍ତ କରାଯାଇଥିଲା । ଆମେରିକୀୟ ସଂସ୍ଥା କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ ଅନୁଯାୟୀ, ମିଶର ହେଉଛି ସେହି ଦେଶମାନଙ୍କ ଭିତରୁ ଗୋଟିଏ, ଯେଉଁଠି ସବୁଠୁ ଅଧିକ ସଂଖ୍ୟକ ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ଇଜିପ୍ଟିଆନ୍ ଇନିସିଏଟିଭ୍ ଫର ପର୍ସନାଲ୍ ରାଇଟ୍ସର ସୂଚନା ଅନୁସାରେ, ବର୍ତ୍ତମାନ ୨୬ ଜଣ ସାମ୍ବାଦିକଙ୍କୁ ଗିରଫ କରି ମିଶରରେ ଏକ ଅଜଣା ସ୍ଥାନରେ ରଖାଯାଇଛି ।  ଅନ୍ୟପଟେ ମିଶର ଗୃହ ମନ୍ତ୍ରଣାଳୟ କହିବା କଥା ଯେ, ‘ମତସାଦାଶ’ ଏକ ଅଣଲାଇସେନ୍ସପ୍ରାପ୍ତ ପେଜ୍ । ଯାହା ବିଦେଶରେ ରହୁଥିବା ପଳାତକ ମୁସଲିମ୍ ବ୍ରଦରହୁଡର ସଦସ୍ୟ ଦ୍ବାରା ପରିଚାଳିତ ହେଉଥିଲା । ଆଉ ଗିରଫ ହୋଇଥିବା ୬ ଜଣ ସାମ୍ବାଦିକ ବ୍ରଦରହୁଡର ମିଡିଆ କମିଟିର ସଦସ୍ୟ ଥିଲେ । ସେମାନେ ମନସୁର ପାଇଁ ମିଛ ଏବଂ ମନଗଢା ଖବର କରୁଥିଲେ  । ଯାହାକୁ ପରେ ପ୍ରକାଶ କରାଯାଉଥିଲା । ତେବେ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହେଲେ ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ।

ଗୋପରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଦଳରେ ମିଶିଲେ ୫୦ରୁ ଅଧିକ କର୍ମୀ

ପୁରୀ: ପୁରୀ ଜିଲ୍ଲା ଗୋପ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗୋପ ବ୍ଲକ ବିଜେଡି ସଭାପତି ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ବରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ସ୍ଥାନୀୟ ବଡତାର ପଞ୍ଚାୟତ ମଲ୍ଲେହେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଜାତୀୟ ପିତା ମହାତ୍ମା ଗାନ୍ଧୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସମ୍ପୂର୍ଣ୍ଣ ଅଞ୍ଚଳ ପରିକ୍ରମା ପରେ ବଡତରା ବଜାରରେ ଏହି ପଦଯାତ୍ରା ଶେଷ ହୋଇଥିଲା। ଏହି ଅବସରରେ ବଡତରା ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ସ୍ଥାନୀୟ ବ୍ଲକ ବିଭିନ୍ନ ପଂଚାୟତର ପ୍ରାୟ ୫୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ସ୍ୱାଇଁ, ବିଜେଡି ନେତା ନିରଞ୍ଜନ ମହାପାତ୍ର, ଡ଼ଭାର ପଞ୍ଚାୟତ ବିଜେଡି ସଭାପତି ଗୌତମ ପଣ୍ଡାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

କେବିସି ହଟ୍‌ସିଟ୍‌ରେ ମୟୂରଭଞ୍ଜର ଝିଅ ସୋନାଲି

ମୟୁରଭଞ୍ଜ: ଲୋକପ୍ରିୟ ରିୟାଲିଟି ସୋ ‘କୋନ୍ ବନେଗା କରୋଡ଼ପତି’ ହଟ ସିଟ୍ ରେ ବସିଛନ୍ତି ମୟୁରଭଞ୍ଜ ଖୁଣ୍ଟା ଅଞ୍ଚଳର ଝିଅ ସୋନାଲି ସେଶାଦ୍ରୀ। ପେଶାରେ ସେ ଡାକ ବିଭାଗରେ ଜିଡ଼ିଏସ ଭାବେ କାର୍ଯ୍ୟରତ। କେବିସି ରେ ଭାଗ ନେବା ପାଇଁ ସେ ଗତ ଜାନୁଆରୀ ମାସରେ କେବିସି ପାଇଁ ରେଜିଷ୍ଟ୍ରେସନ କରିଥିଲେ। ପରେ ମାର୍ଚ୍ଚ ମାସରେ କ୍ୱାଲିଫାଏ ହେବା ସହିତ ଜୁନ ମାସରେ କଲିକତାରେ ଅଡିସନ ଦେଇଥିଲେ। ଅଡିସନରେ ମନୋନୀତ ହେବା ପରେ ଗତ ୧୭ ତାରିଖରେ ସେ କେବିସି ର ହଟସିଟ ରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଙ୍କ ସାମ୍ନାରେ ବସିଥିଲେ। ସମୁଦାୟ ୧୬ ଗୋଟି ପ୍ରଶ୍ନ କେବିସି ରେ ପଚରା ଯାଉଥିବା ବେଳେ ସୋନାଲି ୧୨ ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ସାଢେ ୧୨ ଲକ୍ଷ ଟଙ୍କା ଜିତିଛନ୍ତି। ସୋ ରେ ସୋନାଲିଙ୍କ ସହିତ ତାଙ୍କ ମା’ ରୀନା ଦଳେଇ ଉପସ୍ଥିତ ଥିଲେ। ଝିଅ ର ଏହି ସଫଳତା ପାଇଁ ପରିବାର ସଦସ୍ୟ ସମସ୍ତେ ବେଶ୍ ଖୁସି ଅଛନ୍ତି।

ବନ୍ୟାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ

ନୟାଗଡ଼: ଦୁଃଖ ଦେଇଗଲା ବନ୍ୟା । ବର୍ଷକର ଫସଲ ଧୋଇ ନେଇଛି ବନ୍ୟାପାଣି । ଉଜୁଡ଼ା କ୍ଷେତକୁ ଦେଖି ଭାଙ୍ଗି ପଡ଼ିଛି ଚାଷୀ । ଏକର ଏକର ଚାଷ ଜମିରେ ଲହଡି ମାରୁଛି ବନ୍ୟାଜଳ। ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ୪ ଚାରିଟି ବନ୍ୟା। ପାଣି ଭିତରେ ବୁଡ଼ିଛି ଧାନ ଓ ପରିବା କିଆରି। ଚିନ୍ତାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ, ମଣିପୁର ଏବଂ କରବର ପଞ୍ଚାୟତର ମାଣିତ୍ରୀ ଗାଁର ଚାଷୀ। କାକୁଡ଼ି, ଭେଣ୍ଡି, ପୋଟଳ, ଜହ୍ନି ଭଳି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶେଷ କରି ଧାନ ଗଛ ଥୋଡ଼ ଧରିବା ସମୟରେ ପାଣି ମାଡ଼ି ଯିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ସେପଟେ ଖଣ୍ଡପଡ଼ା ବ୍ଲକ ବିରିଡିହି ଗାଁରେ ମଧ୍ୟ ବନ୍ୟାପାଣି ପଶି ଧାନ ସହ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏପଟେ ଫସଲ କ୍ଷତି, ସେପଟେ ଋଣ ଚିନ୍ତା । ଚାଷ ପାଇଁ ବିହନ, ସାର, ଔଷଧ ଓ ମଜୁରୀ ବାବଦରେ ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ । ଅମଳ ପରେ ଉତ୍ପାଦ ବିକ୍ରି କରି ଖର୍ଚ୍ଚ ଭରଣା ସହ ଧାରକରଜ ସୁଝିଥାନ୍ତେ ।ହେଲେ ବନ୍ୟା ସବୁ ଆଶା ଧୋଇନେଇଛି । ପ୍ରଶାସନ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ।

କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ ଅବହେଳିତ

ପୁରୀ : ଅବହେଳିତ ଐତିହାସିକ ଲବଣ ସତ୍ୟାଗ୍ରହ ସ୍ମୃତିପୀଠ କୁହୁଡ଼ି। ପ୍ରଶାସନିକ ଉଦାସୀନତାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ୫ କୋଟି ଘୋଷଣା କେବଳ ଫାଇଲରେ ରହିଯାଇଛି। ନା ଅଛି ଇଣ୍ଟରପ୍ରିଟେସନ ସେଣ୍ଟର, ନା ଅଛି ମ୍ୟୁଜିୟମ। ନା ପର୍ଯ୍ୟଟକଙ୍କ ପାଇଁ ସେଡ୍, ନା ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା। ଚାରିପଟେ ଅନାବନା ଘାସ ଉଠିଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ କୁହୁଡିରେ ମେ ୨୧ରେ ହଜାର ହଜାର ସତ୍ୟାଗ୍ରହୀ ଲୁଣ ତିଆରି କରିଥିଲେ। ସେଥିପାଇଁ କୁହୁଡି ହେଉଛି ଅନ୍ୟତମ ପ୍ରମୁଖ ପୀଠ। ହେଲେ ସ୍ୱାଧୀନତାର ୮୦ବର୍ଷ ପରେ ବି ଏଠି ଗୋଟିଏ ଛୋଟ ଘର ଛଡା କିଛି ନାହିଁ। ଘର ଭିତରେ ଧୂଳିରେ ଗାନ୍ଧୀ-ଗୋପବନ୍ଧୁ, ବାହାରେ ନୂଆ କରି କେବଳ ନୀଳକଣ୍ଠ ଦାସଙ୍କ ମୂର୍ତ୍ତି ରହିଛି। ୨୦୨୫ ମେ ୨୧ରେ କୁହୁଡ଼ିରେ ୯୫ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୫କୋଟି ଅନୁମୋଦନ ପାଇଁ ଘୋଷଣା କରିଥିଲେ। ହେଲେ ଘୋଷଣା କେବଳ ଘୋଷଣାରେ ରହିଗଲା। ଏଯାଏଁ ଇଟା ଖଣ୍ଡେ ବି ପଡିଲାନି। ସେପଟେ ଜମି ଚିହ୍ନଟ କରାଯାଇ ତୁରନ୍ତ କାମ ଆରମ୍ଭ ହେବ ବୋଲି ତହସିଲଦାର କହିଛନ୍ତି।

ଛେଣ୍ଡିପଦାରେ ନାହିଁ ବସଷ୍ଟାଣ୍ଡ, ହନ୍ତସନ୍ତ ଯାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ନାହିଁ ବସଷ୍ଟାଣ୍ଡ । ହନ୍ତସନ୍ତ ଯାତ୍ରୀ । ନା ଅଛି ବିଶ୍ରାମାଗାର ନା ପାନୀୟ ଜଳ ବ୍ୟବସ୍ଥା। ଚିହ୍ନଟ ହୋଇପାରୁନି ଜାଗା । ନିର୍ମାଣ ହୋଇପାରୁନି ନୂତନ ବସଷ୍ଟାଣ୍ଡ । ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରୁଛନ୍ତି ଯାତ୍ରୀ । ଶୌଚାଳୟ ନଥିବାରୁ ଯାତ୍ରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଭୋଗୁଛନ୍ତି ସମସ୍ୟା। ଏହି ଅଞ୍ଚଳ ଦେଇ ପ୍ରତିଦିନ ବିଭିନ୍ନ ଜିଲ୍ଲାକୁ ବସ ଚଳାଚଳ କରିଥାଏ। ବସଷ୍ଟାଣ୍ଡ ନଥିବାରୁ ବସ ରାଜପଥ ଉପରେ ଛିଡା ହେଉଥିବାବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ୨୦୧୮ରେ ପୂର୍ବ ସରକାର ପ୍ରତ୍ୟେକ ବ୍ଲକରେ ମଡେଲ ବସଷ୍ଟାଣ୍ଡ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନର ଅପାରଗତା ଯୋଗୁଁ ନିର୍ମାଣ ହୋଇ ପାରିଲାନାହିଁ ନୂତନ ବସଷ୍ଟାଣ୍ଡ । ୨୦୧୮ ମସିହାରେ ନୂତନ ବସଷ୍ଟାଣ୍ଡ ପାଇଁ ତହସିଲ ପକ୍ଷରୁ ଦମକଳ କାର୍ଯ୍ୟାଳୟ ନିକଟରେ ଜମି ଯୋଗାଇ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସ୍ଥାନ ପରିବର୍ତ୍ତନ କରି ଥାନା ଛକ ନିକଟରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସରକାର ବଦଳିବା ପରେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିନି। ନୂତନ ବସ ଷ୍ଟାଣ୍ଡ ପାଇଁ ପ୍ରଶାସନ ଜମି ଯୋଗାଇ ପାରୁ ନଥିବାରୁ ଅଟକିଛି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ। ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

୬ ଦିନ ପରେ ବି ଶୁଭଶ୍ରୀ ନିଖୋଜ ରହସ୍ୟ ଖୋଲୁନି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ନିଖୋଜର ଖିଅ ପାଉନି ପୋଲିସ । ୮ ଜଣଙ୍କୁ ଉଠାଇ ଆଣି ମାରାଥନ ଜେରା କରିବା ପରେ ମଧ୍ୟ ପୋଲିସ ହାତ ଖାଲି । ଗତକାଲି ଜେରା ପରେ ପୋଲିସ ସମସ୍ତଙ୍କୁ ଛାଡି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ନଦୀରେ ଭାସୁଥିବା ବେଳେ ଶୁଭଶ୍ରୀଙ୍କ ପରିବାର ଲୋକେ ମୃତଦେହ ଡଙ୍ଗାରେ ନେଇଥିବା ଦେଖିଥିଲେ ପ୍ରତକ୍ଷ ଦର୍ଶୀ । ହେଲେ ଏବେ ପୋଲିସ ସାମ୍ନାରେ ସତ ମାନୁନାହାନ୍ତି ଶୁଭଶ୍ରୀଙ୍କ ପରିବାର । ଝିଅକୁ ସେମାନେ ପାଉ ନଥିବା ଥାନାରେ ଅଭିଯୋଗ କରିଛନ୍ତି । ଯାହା ପାଇଁ ଏବେ ଅଡୁଆରେ ପୋଲିସ । ଶୁଭଶ୍ରୀ ନିଖୋଜ ହେବା ଏବଂ ନଦୀରେ ଶବ ମିଳିବା ଘଟଣାକୁ ୬ ଦିନ ବିତିଥିଲେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପାରୁନି ରାଜନଗର ପୋଲିସ । ମୃତଦେହ ମିଳିଲେହିଁ ପୋଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚିବ ବୋଲି କୁହାଯାଇଛି । ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା SP କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି ।