spot_img
Home Blog Page 7597

ଡିସେମ୍ବର ୯ ଯାଏଁ ସଂରକ୍ଷିତ ରହିବ ଦୁଷ୍କର୍ମକାରୀଙ୍କ ମୃତଦେହ, କୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ତେଲଙ୍ଗାନା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ କରି ରଖାଯିବ ।

ଏଥିସହ ପଢ଼ନ୍ତୁ ଡାକିନେଲେ ଡାକ୍ତରାଣୀ; ଯେଉଁଠି ନେଇଥିଲେ ଜୀବନ, ସେଇଠି ଗଲା ୪ ଜଣଙ୍କ ଜୀବନଏଥିସହ ଉଚ୍ଚ ନ୍ୟାୟାଳୟ ଶବ ବ୍ୟବଚ୍ଛେଦ ବେଳର ଭିଡିଓକୁ ପେନ୍ ଡ୍ରାଇଭ୍ କିମ୍ବା ସିଡି ମାଧ୍ୟମରେ ଜିଲ୍ଲା ଜଜଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି । ୪ ଦୁଷ୍କର୍ମକାରୀଙ୍କୁ ଶୁକ୍ରବାର ଭୋରରୁ ପୋଲିସ ଏନକାଉଣ୍ଟର କରିଥିଲା ।

ହାଇଦ୍ରାବାଦ ପୋଲିସ ନେଲା ଡିସିସନ୍ ଅନ୍ ସ୍ପଷ୍ଟ, ସଜ୍ଜନରଙ୍କୁ ଚାରିଆଡ଼ୁ ଶୁଭେଚ୍ଛା

ମାନବାଧିକାର କର୍ମୀଙ୍କ ଆବେଦନର ଶୁଣାଣି କରି ତେଲଙ୍ଗାନା ହାଇକୋର୍ଟର ୨ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

https://nandighoshatv.comstory-behind-hyderabad-4-rapist-encounter/

ବଦଳୁନି ମାନଷିକତା, ପୁଣି ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ !

ଜଗତସିଂହପୁର: ଦେଶସାରା ଦୁଷ୍କର୍ମ ପ୍ରତିବାଦର ବହ୍ନି । ହାଇଦ୍ରାବାଦରେ ଚାରି ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର । ତଥାପି ବଦଳୁନି ମାନଷିକତା, ମାତିଛନ୍ତି ଯୌନ ପିପାସୁ । କାମାନ୍ଧଙ୍କ ଆଖିରୁ ବାଦ୍ ପଡ଼ୁନି କଅଁଳ କଢ଼ି । ପୁରୀରେ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ୪ ଦିନ ବି ବିତିନି । ପୁଣି ଜଗତସିଂହପୁର ଜିଲ୍ଲାରୁ ଆସିଛି ଦୁଷ୍କର୍ମ ଅଭିଯୋଗ ।କୁଜଙ୍ଗ ବ୍ଲକ ଗଡ଼ କୁଜଙ୍ଗ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ସନ୍ଧ୍ୟାରେ ତେଜରାତି ଦୋକାନୀକୁ ସଉଦା ପାଇଁ ଯାଇଥିବା ନାବାଳିକାଙ୍କ ସହ ୭୦ ବର୍ଷୀୟ ପ୍ରଫୁଲ ମହାନ୍ତି ଦୁଷ୍କର୍ମ କରିଥିବା ନେଇ ଅଭୟଚାନ୍ଦ ପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଖୋଳତାଡ଼ କରିବା ସହ ଅଭିଯୁକ୍ତ ପ୍ରଫୁଲକୁ ଗିରଫ କରି ପଚରାଉଚରା କରୁଛି । ଆସନ୍ତାକାଲି ସାଇଣ୍ଟିଫିକ୍ ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି ।

ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ରାଜନୀତି ବନ୍ଦକରୁ: ବିଜେଡି

ଭୁବନେଶ୍ୱର: ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ନେତାମାନେ ରାଜନୀତି କରିବା ଅନୁଚିତ । ଏଭଳି ଘୃଣ୍ୟ କାର୍ଯ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟୁଥିବା ସମସ୍ତଙ୍କ ନଜରକୁ ଆସୁଛି । ତେଣୁ, ଏଭଳି ଘଟଣାରେ ରାଜନୀତି କରିବା ଅପେକ୍ଷା ଏହାର ମୂଳୋତ୍ପାଟନ ଲାଗି ସମସ୍ତେ ଏକାଠି ହେବା ଉଚିତ୍‍ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଏଭଳି ଘଟଣାରେ ଆମେ ସମସ୍ତେ ଦୁଃଖିତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।

ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ସ୍ଥିତିରେ ଥିବା ବେଳେ ଘଟଣାର ରାଜନୀତି କରାଗଲେ ସେମାନଙ୍କ ସ୍ଥିତି ଆହୁରି ଖରାପ ହୋଇଯିବ । ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ଏଭଳି ଘଟଣାକୁ ରାଜନୈତିକ ରଙ୍ଗ ଦେବା ସହିତ ଅବାସ୍ତବ ତଥ୍ୟ ଉପସ୍ଥାପନ କରି ଅତ୍ୟନ୍ତ ନିମ୍ନମାନର ରାଜନୀତି କରୁଛି । ଏଭଳି ଆଚରଣ ପାଇଁ ଓଡ଼ିଶାବାସୀ ନିକଟ ଅତୀତରେ ବିଜେପିକୁ ପରାଜୟର ସ୍ୱାଦ ଚଖାଇଥିଲେ । ମନୋଭାବରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ମଧ୍ୟ ଅନୁରୂପ ବାଟ ଦେଖାଇବେ । ତେଣୁ, ବିଜେପି ନେତାମାନେ ଏଭଳି ରାଜନୀତିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାତ୍ର ।ସେହିଭଳି କାଳିଆ ଯୋଜନାକୁ ବିଜେପିର ସମାଲୋଚନାର ଜବାବ ଦେଇଛି ବିଜେଡି । ରାଜ୍ୟର ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ଏକ ବୈପ୍ଲବିକ ପଦକ୍ଷେପ । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଏଭଳି ଯୋଜନାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି । ଏଭଳି ଯୋଜନାକୁ ସମାଲୋଚନା କରି ବିଜେପି ତା’ର ଚାଷୀ ବିରୋଧି ମନୋଭାବକୁ ପ୍ରଦର୍ଶନ କରୁଛି ।

ବିଜେପିର ଗୃହ ନିର୍ମାଣ ସମ୍ପର୍କିତ ମତର ଜବାବ ଦେଇଛନ୍ତି ଡକ୍ଟର ପାତ୍ର । ଆମ ସରକାର ଇତି ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିଥିବାବେଳେ ବିଜେପି କେବଳ ସମାଲୋଚନା କରିବାରେ ଲାଗିଛି । ବିଜୁ ପକ୍କାଘର ଯୋଜନାର ସଫଳତାରେ ବିଜେପି ନେତାମାନେ ଇର୍ଷାନ୍ୱିତ ହେଉଥିବାବେଳେ ଏଭଳି ମନ୍ତବ୍ୟ ସେମାନଙ୍କର ହତାଶା ଓ ବିଶୃଙ୍ଖଳିତ ମନୋଭାବକୁ ଦର୍ଶାଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପୁସ୍ତକ ମହୋତ୍ସବ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।

ପୁସ୍ତକ ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଅନୁଭବ କରିଥିବା କହିଛନ୍ତି । ଏଥିସହ ସେ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାରେ ଗାନ୍ଧୀ, ଏହି ବିଷୟ ଉପରେ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯାଇଛି । ମୋର ବିଶ୍ୱାସ, ଗାନ୍ଧୀ ବିଚାର ସହ ଲୋକଙ୍କୁ, ବିଶେଷକରି ଆମର ଯୁବପିଢିଙ୍କୁ ଯୋଡ଼ିବାରେ ଏହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା । ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ଜନସାଧାରଣଙ୍କୁ ପରିଚିତ କରିବାରେ ଅକ୍ଷର ସଫଳ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମାଜସେବୀ କ୍ରୀଷ୍ଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ସଂଖ୍ୟା ୩କୁ ବୃଦ୍ଧି

ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ମାମଲା ଅନ୍ୟ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ ପୂର୍ବରୁ ପୋଲିସ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସେମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ, ରାଜେଶ କୁମାର ସେଠୀ ।

ଡିସେମ୍ବର ୨ ତାରିଖ ଦିନ ଏନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକା । କାକଟପୁର ଯିବାକୁ ନିମାପଡ଼ା ଛକରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ପୁରୀ ନେଇ ଦୁଷ୍କର୍ମ କରାଯାଇଥିବା ସେ କୁମ୍ଭାରପଡ଼ାଥାନାରେ ଏତଲା ଦେଇଥିଲେ

https://nandighoshatv.comdig-asish-singh-press-meet-on-puri-rape-case/