spot_img
Home Blog Page 7555

ବ୍ରହ୍ମପୁର ହତ୍ୟାକାଣ୍ଡ ମାମଲା: ସିସିଟିଭିରେ କଏଦ ହେଲା ମର୍ଡରର ଲାଇଭ ଭିଜୁଆଲ

0

ବ୍ରହ୍ମପୁର: ମର୍ଡରର ଲାଇଭ ଭିଜୁଆଲ । ନୃଶଂସତାର ଶେଷ ସୀମା ଟପିଲେ ଦୁର୍ବୃତ୍ତ । ପ୍ରଥମେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରୁଛନ୍ତି ଦୁର୍ବୃତ୍ତ । ମୁହଁକୁ ପଥରରେ ବାରମ୍ବାର ଛେଚୁଛନ୍ତି । ରାଗ ସେତିକିରେ ସରିନି, ଯୁବକ ଜଣକ ମରି ଗଲା ପରେ ମଧ୍ୟ ଦୁର୍ବୃତ୍ତ ମାନେ କାଠ ଫାଳିଆରେ ପିଟିବାରେ ଲାଗିଛନ୍ତି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କେଶପୁରରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପରିସରରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗୁରୁବାର ରାତି ୯ଟାରେ ୩ରୁ ୪ଜଣ ଯୁବକ ଅତି ଅମାନୁଷିକ ଭାବେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

https://www.facebook.com/nandighoshatv/videos/2868659913165292/?eid=ARAJK6YTYGZGbefrMk61DWbH6QENZei39PDR7Q9A7QoiglgkA1cQbQ1l2J4V7fq5j4Bp1vujJ2PEkjg6

ମୃତକ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ । ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ଏସ୍‌ଆଇ ସିଲୁ ଧଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ହତ୍ୟାକାରୀକୁ ଖୁବଶୀଘ୍ର ଧରାଯିବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ଓଡ଼ିଶା

0

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା । ୨୦୨୦ ଆର୍ଥିକ ବର୍ଷ ପ୍ରଥମାର୍ଦ୍ଧରେ ମହାରାଷ୍ଟ୍ରକୁ ପଛରେ ପକାଇ ତାଲିକର ଶୀର୍ଷରେ ରହିଛି ଓଡ଼ିଶା । ସମଗ୍ର ଦେଶରେ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହୋଇଥିବା ନିବେଶ ସହ ଓଡ଼ିଶା ପଛକୁ ରହିଛି ମହାରାଷ୍ଟ୍ର ।

ଗତ ଆର୍ଥିକ ବର୍ଷ ୨୧ ପ୍ରତିଶତ ନିବେଶ ସହ ପ୍ରଥମ ସ୍ଥାନରେ ରହିଥିଲା ମହାରାଷ୍ଟ୍ର, କିନ୍ତୁ ଏଥର ଗ୍ରାହକଙ୍କୁ ଆକୃଷ୍ଟ କରିପାରିନାହିଁ ମହାରାଷ୍ଟ୍ର ।  ଗତବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାର ନିବେଶ ମାତ୍ର ୪ ପ୍ରତିଶତ ଥିଲା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ  ଏ ସୂଚନା ଦିଆଯାଇଛି ।

ଓଡ଼ିଶା ସମେତ ଗୁଜୁରାଟ, ରାଜସ୍ଥାନ, ପଶ୍ଚିମପଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ଆଣ୍ଡାମାନ ଓ ନିକେବରରେ ନିବେଶ ପ୍ରତିଶତ ବଢ଼ିଛି । ଅନ୍ୟପଟେ ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଞ୍ଜାବ, ହରିୟାନା ଏବଂ ମହାରାଷ୍ଟ୍ର ନିବେଶ ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି ।

 

ଶୋଇଥିବା ଅବସ୍ଥାରେ ଘରେ ପଶି ହାଣିଲେ ଦୁର୍ବୃତ୍ତ: ପୂର୍ବ ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ସନ୍ଦେହ

0

ଆନନ୍ଦପୁର: ଘରେ ପଶି ହାଣିଲେ ଦୁର୍ବୃତ୍ତ । ସୋସ ଥାନା ଦଲକି ଗାଁର କେଦାର ହୋ ନାମକ ବ୍ୟକ୍ତି ଘରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଘରେ ପଶି କୌଣସି ଧାରୁଆ ଅସ୍ତ୍ରରେ ହାଣିବାରୁ ଉଦ୍ୟମ କରିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  । ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ  । ତେବେ ପୂର୍ବରୁ ଏକ  ବିବାଦକୁ କେନ୍ଦ୍ରକରି ଏଭଳି ଆକ୍ରମଣ ଘଟିଥାଇପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି ।

ରାୟଗଡ଼ାରେ ଏନକାଉଣ୍ଟର: ଅଭିଯୁକ୍ତ ସହ ଜଣେ ପୋଲିସ ଅଧିକାରୀ ଆହତ

0

ରାୟଗଡ଼ା: ରାୟଗଡ଼ାରେ ଏନକାଉଣ୍ଟର । ପ୍ରାୟ ୫୦ରୁ ଅଧିକ ମାମଲାରେ ଜଡିତ ଥିବା ଅପରାଧୀ ଶିବା ହାଡ଼ପା ଓ ପୋଲିସ ମଧ୍ୟରେ  ଆଜି ସକାଳୁ ଗୁଳି ବିନିମୟ ହେଇଛି । ଏକ ଅପହରଣ ମାମଲାରେ ପୋଲିସ ଶିବାକୁ ଗିରଫ କରିବାକୁ ଯାଇଥିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ । ଏଥିରେ ଜଣେ ପୋଲିସ ଅଧିକାରୀ  ରିଜନ କିଣ୍ଡୋ ଆହତ ହେଇଛନ୍ତି ।

ଆତ୍ମରକ୍ଷା କରିବା ପାଇଁ  ପୋଲିସ ମଧ୍ୟ ଗୁଳି ଚଲାଇବାରୁ ଶିବାର ଗୋଡେରେ ଗୁଳି ବାଜିଥିଲା । ଗୁରୁତର ଶିବାକୁ ପ୍ରଥମେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଓ ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତରିତ  କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ନୀଳଗିରିରେ ହାତୀ ପଲ: ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ

ବାଲେଶ୍ୱର: ନୀଳଗିରି ଗୋପାଳପୁର ଜଙ୍ଗଲ ନିକଟରେ ଝାଡ଼ଖଣ୍ଡୀ ହାତୀ । ସୋନ ନଈ ପାର ହୋଇ କାଠପାଳ ଦେଇ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଗୋପାଳପୁର ଜଙ୍ଗଲ ମୁଁହା ହୋଇଛନ୍ତି । ତେବେ ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ । ହାତୀ ପଲ ଧାନ କ୍ଷେତ ମଧ୍ୟ ଦେଇ ଯାଇଥିବାରୁ ବହୁ ପାଚିଲା ଧାନ କ୍ଷେତ ନଷ୍ଟ ହୋଇଯାଇଛି ।

ଏତେ ମାତ୍ରାରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟରେ ଥିବାବେଳେ  ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ଅନୁଗୁଳରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼: ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଗୁଳିମାଡ଼ । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ଗୁରୁତର ହୋଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ ଦୁଇଟି ଗାଡିରେ କିଛି ଯୁବକ ଧରଣୀ ଧର ସାହୁଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହିତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ।ଏହି ଗୁଳି ଧରଣୀ ଧର ସାହୁଙ୍କ ଗୋଡ଼ରେ ବାଜି ସେ ଆହତ ହୋଇଛନ୍ତି । ଧରଣୀଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।