spot_img
Home Blog Page 7541

OTDC ସମସ୍ତଙ୍କ ପାଇଁ ଖୋଲା : ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର : ବିଧାନସଭାର ଶୂନ୍ୟକାଳରେ ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ । କହିଥିଲେ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଦୁଇ ଜଣ ମହିଳା ହାଇଦ୍ରାବାଦ ଯାଇଥିଲେ। ସେହି ଦୁଇ ମହିଳା କିଏ ? କାହିଁକି ସେମାନଙ୍କୁ ସରକାରୀ ଅର୍ଥରେ ସେଠାକୁ ନିଆଯାଇଥିଲା ? ଏହାକୁ ନେଇ ଗୃହରେ ହୋ ହଲ୍ଲା ମଧ୍ୟ କରିଥିଲେ ବିରୋଧୀ ।

ତେବେ ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । କହିଥିଲେ, ଏକ ଟଙ୍କା ବି ସରକାରୀ ଖାତାରୁ ଖର୍ଚ୍ଚ ହୋଇନାହିଁ । OTDC ସମସ୍ତଙ୍କ ପାଇଁ ଖୋଲା ରହିଛି । ସେ କୌଣସି ନିୟମ ଭାଙ୍ଗି ନାହାନ୍ତି ବୋଲି ପୁଣିଥରେ ସ୍ପଷ୍ଟ କରିଥିଲେ ସଂସ୍କୃତି ମନ୍ତ୍ରୀ । ତେବେ ବିରୋଧୀ ଏହାକୁ ନେଇ ଗୃହେ ହଙ୍ଗାମା କରିଥିଲେ । କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଥିଲା । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏ ପ୍ରସଙ୍ଗ ଶାନ୍ତ ପଡ଼ିବ ବୋଲି ଆଲୋଚନା ହେଉଛି ।

ତେବେ ଗତ ଅକ୍ଟୋବର ମାସ ୪ ତାରିଖରେ ସଂସ୍କୃତି ମନ୍ତ୍ରୀ ହାଇଦ୍ରାବାଦ ଯାଇଥିଲେ ଯାହାକୁ ନେଇ ବିରୋଧୀ ପ୍ରସଙ୍ଗ କରିଛନ୍ତି ।

ଲୋକଙ୍କୁ ମହଲତ ଦେବା ଲାଗି ଦଳମତ ନିର୍ବିଶେଷରେ ଦାବି: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

0

ଭୁବନେଶ୍ୱର: ଡିସେମ୍ବର ୧ ପରିବର୍ତ୍ତେ ଦୁଇରୁ ତିନି ମାସ ବିଳମ୍ବରେ ନୂଆ ମୋଟର ଯାନ ଆଇନ ଲାଗୁ କରିବା ନେଇ ଗୃହରେ ଦାବି । ଦଳମତ ନିର୍ବିଶେଷରେ ଗୃହରେ ଦାବି କଲେ ବିଧାୟକମାନେ । ସନ୍ଧ୍ୟା ନ ହେଉଣୁ ଆରଟିଓ ଅଫିସ ଵନ୍ଦ ହୋଇଯାଉଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ପ୍ରମୁଖ ହନ୍ତସନ୍ତ ହେଉଛନ୍ତି । ଏନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକ ଦେବୀ ମିଶ୍ର ଓ ତାରା ପ୍ରସାଦ ବାହିନୀପତି । ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦୁଇରୁ ତିନି ମାସର ମହଲତ ପରେ ଯାଇ ଟ୍ରାଫିକ କଟକଣା ସହ ନୂଆ ଜରିମାନା ଓ ନିୟମ ଲାଗୁ କରିବା ନେଇ ଯୁକ୍ତି ବାଢ଼ିଥିଲେ । ଏ ନେଇ ବାଚସ୍ପତି ଏହା ଉପରେ ରୁଲିଂ ସହ ପରିଵହନ ମନ୍ତ୍ରୀଙ୍କ ଏ ଵାଵଦରେ ଗୃହରେ ସ୍ପଷ୍ଟୀକରଣ ମାଗିଥିଲେ ।

ଅପରପକ୍ଷରେ ସମୟସୀମା ସରିବା ବେଳକୁ ଲୋକଙ୍କ ଭିଡ଼ ଜମୁଛି । ଏନେଇ ବିଭାଗ ପାଖରେ ଖବର ରହିଛି । ଯେପରି କିଛି ଅସୁବିଧା ହେବନି ସେନେଇ ଦୃଷ୍ଟି ଦେଉଥିବା କହିଛନ୍ତି ପରିବହନ ମନ୍ତ୍ରୀ । ଏଥିସହ ଡିସେମ୍ୱର ପହିଲାରୁ ନୂଆ ନିୟମ ଲାଗୁ ହେବକି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ ଖର୍ଚ୍ଚ ନେଇ ବିଧାନସଭାରେ ଉଦ୍‌ବେଗ

0

ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ ଖର୍ଚ୍ଚ ନେଇ ବିଧାନସଭାରେ ଉଦ୍‌ବେଗ । ଖଣି ଅଞ୍ଚଳର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ ହେବା କଥା । ହେଲେ ଏହା ଅନ୍ୟ ଅଞ୍ଚଳରେ ଖର୍ଚ୍ଚ ହେଉଥିବା ବିଜେଡି ବିଧାୟକ କିଶୋର ମହାନ୍ତି ଅଭିଯୋଗ କରିଛନ୍ତି ।

ଅନେକ ଜିଲ୍ଲାରେ ଏହି ପାଣ୍ଠି ଖର୍ଚ୍ଚ ଲାଗି ଟ୍ରଷ୍ଟ ବୋର୍ଡ ହୋଇନି। ତେବେ ଟ୍ରଷ୍ଟ ବୋର୍ଡ ନଥାଇ କୋଟିକୋଟି ଟଙ୍କା କେମିତି ଆଉ କେଉଁ ଆଧାରରେ ଖର୍ଚ୍ଚ ହେଉଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ ।

ତେବେ ଡିଏମ୍‌ଏଫ୍‌କୁ ସ୍ଥାନୀୟ ଅଞ୍ଚଳରେ କିପରି ଭାବେ ବିନିଯୋଗ କରାଯିବ, ସେନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପାଣ୍ଠି ବିନିଯୋଗ ଗାଇଡ୍‌ଲାଇନ୍‌ର ଯେପରି ଉଲଂଘନ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।

ସ୍ତ୍ରୀର ଆଉଥରେ ବାହାଘର ପାଇଁ ଚାଲିଥିଲା ମେହେନ୍ଦି କାର୍ଯ୍ୟକ୍ରମ, ପହଞ୍ଚିଗଲେ ପ୍ରଥମ ସ୍ୱାମୀ

0

ଅନୁଗୁଳ : ସ୍ତ୍ରୀର ଦ୍ୱିତୀୟ ବିବାହକୁ ସ୍ୱାମୀର ବିରୋଧ । ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚି ବିରୋଧ କଲେ ପ୍ରଥମ ବିବାହ କରିଥିବା ସ୍ୱାମୀ। ଭୁବନେଶ୍ୱର ନୟାପଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ୧୧ ବର୍ଷର ପ୍ରେମ, ୭ ବର୍ଷର କୋର୍ଟ ମ୍ୟାରେଜ ଓ ୩ ମାସର ବିବାଦୀୟ କାହାଣୀ ଏବେ ରାଜଧାନୀରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି ।

 

ଅନୁଗୁଳର ରାକେଶ କୁମାର ବାରିକ, ଭୁବନେଶ୍ୱର ନୟାପଲ୍ଲୀର ଜଣେ ଯୁବତୀଙ୍କୁ ୨୦୧୩ ମେ’ ୧୭ ତାରିଖରେ କୋର୍ଟରେ ବିବାହ କରିଥିଲେ । ଉଭୟ ଯୁବକ-ଯୁବତୀ ରାଜ୍ୟ ବାହାରେ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲେ। ଗତ ୩ ମାସ ହେଲା ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ବିବାଦ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ କୈାଣସି ପ୍ରକାର ଯୋଗାଯୋଗ ନଥିବା ଯୁବକ ଜଣଙ୍କ କହିଛନ୍ତି ।

ତେବେ ଯୁବତୀଙ୍କର ଦ୍ୱିତୀୟ ବିବାହ ହେଉଥିବା ଜାଣିବା ପରେ ଏହାକୁ ରାକେଶ ଓ ତାଙ୍କ ପରିବାର ବିରୋଧ କରିଥିଲେ । ଏପରିକି କୋର୍ଟରେ ମ୍ୟାରେଜ ସାର୍ଟିଫିକେଟ ଦାଖଲ କରିବା ପରେ କୋର୍ଟ ଯୁବତୀଙ୍କ ଘରକୁ ନୋଟିସ କରିଛନ୍ତି । ନୋଟିସର କୈାଣସି ଉତ୍ତର ଦେଇ ନଥିବା କଥା ରାକେଶ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାକେଶ ଜୋରଜବରଦସ୍ତ କୋର୍ଟରେ ବିବାହ କରିଛନ୍ତି ଓ ଝିଅ ସେ ବିବାହରେ ରାଜି ନଥିବା ଯୁବତୀଙ୍କ ବାପା କହିଛନ୍ତି ।

ଏବେ ଏ ଘଟଣା କେବଳ ଭୁବନେଶ୍ୱର ନୁହେଁ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ରାକେଶ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଫେରିପାଇବେ କି ନାହିଁ ତାକୁ ନେଇ ସବୁଠି ପ୍ରଶ୍ନ । ଯଦି ସଂପୃକ୍ତ ଯୁବତୀ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ରାକେଶଙ୍କ ଠାକୁ ଆଇନଗତ ଭାବେ ଛାଡ଼ପତ୍ର ନେଇଛନ୍ତି କି ନାହିଁ । ତେବେ ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ୱାମୀଙ୍କୁ ଶ୍ୱଶୁରଘର ଲୋକେ କିଭଳି ଖାତିରଦାରି କରିବେ ତାହା ହି ସନ୍ଦେହ ଘେରରେ ।

 

ଟାଓ୍ୱାର ଉପରୁ ନଟ୍‌ ବୋଲ୍‌ଟ ଚୋରି କରୁଥିଲା: ୧୧ କେଭି ତାର ଲାଗି ଜଳିଗଲା

ରାଜଧାନୀରେ ଚାଞ୍ଚଲ୍ୟ। ମହଙ୍ଗା ପଡ଼ିଲା ଚୋରି। ୧୧ କେଭି ତାର ଲାଗି ଜଳିଗଲା ଚୋର। ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଏଭଳି ଘଟଣା ସାମନାକୁ ଆସିଛି।

ଟାଓ୍ୱାର ଉପରେ ଚଢି ନଟ୍‌ ବୋଲ୍‌ଟ ଚୋରି କରୁଥିବା ବେଳେ କରେଣ୍ଟ ଲାଗି ଚୋର ତଳକୁ ଖସି ପଡିଥିଲା। ଚୋରର ମୃତଦେହକୁ ଖାରବେଳ ନଗର ଥାନା ପୋଲିସ ଉଦ୍ଧାର କରିଛି। ଯୁବକ ପାଖରୁ ରେଞ୍ଚି ଜବତ କରାଯାଇଛି ।

ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ଠାକ୍‌ରେ ଯୁଗ: ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ, ସଂଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ

ପଶ୍ଚିମରେ ନୂଆ ସୂର୍ଯ୍ୟୋଦୟ। ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ହେଉଛି ଠାକ୍‌ରେ ଯୁଗ। ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବ ଶିବାଜୀ ପାର୍କ। ପ୍ରଥମ ଥର ପାଇଁ ଠାକ୍‌ରେ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବେ। ଉଦ୍ଧବ ଠାକ୍‌ରେଙ୍କର ହେବ ରାଜ୍ୟଭିଷେକ। ସଂଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ ସମାରୋହ ହେବ।

ଶିବସେନା ସହ ଏନ୍‌ସିପି ଓ କଂଗ୍ରେସର ନୂଆ ମେଣ୍ଟ ‘ମହାବିକାଶ ଆଘାଡ଼ି’ ସରକାର ଗଠନ କରିବ। ଆଜି ଉଦ୍ଧବଙ୍କ ସହ ତିନି ଦଳର ଦୁଇ ଜଣ ଲେଖାଏଁ ନେତା ଶପଥ ନେବେ। ଶିବସେନାରୁ ସୁଭାଷ ଦେଶାଇ ଓ ଏକନାଥ ସିନ୍ଦେ ମନ୍ତ୍ରୀ ପଦର ଶପଥ ନେବେ। ସେପଟେ ଏନ୍‌ସିପିରୁ ଜୟନ୍ତ ପାଟିଲ, ଛଗନ ଭୁଜବଳ ଏବଂ କଂଗ୍ରେସରୁ ବାଲାସାହେବ ଥୋରଟ୍‌ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଶପଥ ନେବେ ବୋଲି ଜଣାପଡିଛି। ପୂର୍ବରୁ ଉଭୟ ଏନ୍‌ସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା।

ତେବେ ଗତକାଲି ବୈଠକରେ ଏନ୍‌ସିପିରୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସରୁ ବାଚସ୍ପତି ହେବା ନେଇ ସ୍ଥିର ହୋଇଛି। ମଙ୍ଗଳବାର ଶିବସେନା, ଏନସିପି ଓ କଂଗ୍ରେସର ନୂଆ ମେଣ୍ଟ ‘ମହାବିକାଶ ଆଘାଡ଼ି’ ପକ୍ଷରୁ ଉଦ୍ଧବ ଠାକରେ ନେତା ନିର୍ବାଚିତ ହୋଇଥିଲେ ।