ପ୍ରେମ ପାଇଁ ଝିଅକୁ ପୋଡ଼ି ମାରିଦେଲେ !

ବାଲିପାଟଣା: ରାଜଧାନୀରେ ଅନର୍ କିଲିଂର ଅଭିଯୋଗ । ପ୍ରେମ ପାଇଁ ପରିବାର ଲୋକ ଝିଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ । ଅନ୍ୟପଟେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଶାଣିରୁ ହାଡ ପାଉଁଶ ଜବତ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅମଣାକୁଦ ପଞ୍ଚାୟତ ଗଡଚାରିପଦା ଗାଁରେ  ।

ସୂଚନା ଅନୁଯାୟୀ, ଗତକାଲି ଗଡଚାରିପଦା ଗାଁରେ ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଯୁବତୀଙ୍କର ଅତ୍ୟଧିକ ରକ୍ତସ୍ରାବ ହେଉଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଯୁବତୀ ଜଣଙ୍କ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଯୋଗୁଁ ପରିବାର ଲୋକେ ସମ୍ମାନ ବଞ୍ଚାଇବାକୁ ଯାଇ ଝିଅକୁ ପୋଡ଼ି ମାରି ଦେଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମୃତ ଯୁବତୀଙ୍କ ଭଉଣୀ କହିଛନ୍ତି କି ରକ୍ତସ୍ରାବ ଯୋଗୁଁ ଅଧିକ କଷ୍ଟ ହେବାରୁ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲା । ପରେ ପରିବାର ଲୋକେ ଶବକୁ ସକାଳୁ ସକାଳୁ ପୋଡି ଦେଇଥିଲେ । ଏନେଇ ଅନର କିଲିଂ ଘଟଣା ଅଭିଯୋଗ ହେବା ପରେ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  । ପୋଲିସ ମଶାଣିରୁ ହାଡ ପାଉଁଶ ଜବତ କରିଛି  । ସାଇଣ୍ଟିଫିକ୍ ଟିମକୁ ଘଟଣାସ୍ଥଳକୁ ଡାକି ତଦନ୍ତ ଆରମ୍ଭ କରିଛି ପୋଲିସ  ।

Leave a Reply