spot_img
Home Blog Page 7536

ଅନୁଗୁଳ: ମାଧପୁର-ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ । ଭୋଜି ପାଇଁ ମସଲା ଗ୍ରାଇଣ୍ଡିଂ ପାଇଁ ବାଇକରେ ଯାଉଥିବା ବେଳେ ଅଘଟଣ । ମୃତକ କୁରଗଡ଼ ଥାନା ଆମସରମୁଣ୍ଡା ତାଳମଳିହା ଗାଁର ଚିତ୍ତରଞ୍ଜନ ସାହୁ ଓ ବିକାଶ ସାହୁ ।

ଅନୁଗୁଳ: ମାଧପୁର-ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ । ଭୋଜି ପାଇଁ ମସଲା ଗ୍ରାଇଣ୍ଡିଂ ପାଇଁ ବାଇକରେ ଯାଉଥିବା ବେଳେ ଅଘଟଣ । ମୃତକ କୁରଗଡ଼ ଥାନା ଆମସରମୁଣ୍ଡା ତାଳମଳିହା ଗାଁର ଚିତ୍ତରଞ୍ଜନ ସାହୁ ଓ ବିକାଶ ସାହୁ ।

ସୂର୍ଯ୍ୟ ପରାଗରେ ଗର୍ଭବତୀ ମହିଳା ମାନେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ଭୋଗିବେ ଏମିତି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍‌ରେ ଏହାର ପ୍ରଭାବ ସର୍ବାଧିକ ଦେଖାଯିବ। ତେବେ ଧର୍ମଶାସ୍ତ୍ର ଅନୁସାରେ ଏହି ସମୟରେ ପୂଜାର୍ଚ୍ଚନା ଆଦି କରିବାକୁ ବାରଣ କରାଯାଇଥାଏ । ଏହା ସହ ଗର୍ଭବତୀମାନଙ୍କୁ ଏହି ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହାର ଅନେକ ଆଧ୍ୟାତ୍ମିକ କାରଣ ରହିଥିବା ବେଳେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଏହି ସମୟରେ ଗର୍ଭବତୀ ମହିଳା ମାନେ ଖାସ ଧ୍ୟାନ ଦେବା ଆବଶ୍ୟକ । ତେବେ ଜାଣନ୍ତୁ ସୂର୍ଯ୍ୟ ପରାଗରେ ଗର୍ଭବତୀଙ୍କୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ।

ଧାରୁଆ ଅସ୍ତ୍ର ବ୍ୟବହାର ପ୍ରତି ସାବଧାନ

ପରାଗ ସମୟରେ ଗର୍ଭବତ୍ତୀ ମହିଳା ଛୁଞ୍ଚି, କତୁରୀ, ଛୁରୀ ଆଦି ଜିନିଷ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। ଏପରି କରିବା ଫଳରେ ପେଟରେ ଥିବା ଶିଶୁର ଅଙ୍ଗ    ଉପରେ ପ୍ରଭାବ ପଡ଼ିବା ବିଶ୍ୱାସ ରହିଛି ।

ଘରୁ ବାହାରକୁ ଯିବା ବାରଣ


– ଗର୍ଭବତୀ ମହିଳା ଏହି ସମୟରେ ଘରୁ ବାହାରକୁ ଯିବା ଅନୁଚିତ। ଏହି ସମୟରେ ବାହାରକୁ ଯାଇ ପରାଗ ଦେଖିଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ      ଉପରେ ପ୍ରଭାବ ପଡ଼ିଥାଏ।

ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ


– ଏହି ସମୟରେ ଗର୍ଭବତୀମାନେ ଖାଦ୍ୟ ଖାଆନ୍ତୁ ନାହିଁ । ପରାଗ ଲାଗିବା ସମୟରେ ସୂର୍ଯ୍ୟଙ୍କ କିରଣରେ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇଥାଏ।

ଅଧ୍ୟୟନ


– ଏହି ସମୟରେ ତୁଳସୀ ପତ୍ର ଧରି ହନୁମାନ ଚାଳିଶା କିମ୍ବା ଦୁର୍ଗାଙ୍କ ସ୍ତୁତି ଗାନ କରିବା ଭଲ।

ଗ୍ରହଣ ପରେ

– ଗ୍ରହଣ ପରେ ଗର୍ଭବତୀ ମହିଳାମାନେ ଗାଧୋଇବା ଜରୁରୀ । ନଚେତ୍‌ ପିଲାଠାରେ ଚର୍ମ ଜନିତ ସମସ୍ୟା ଦେଖା ଦେଇପାରେ ।

 

ସୋନିଆଙ୍କୁ ଦିଲ୍ଲୀରେ ଆଜି ସନ୍ଧ୍ୟାରେ ସାକ୍ଷାତ କରିବେ ହେମନ୍ତ ସୋରେନ୍

0

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଜେଏମଏମର ଜବରଦସ୍ତ ଜିତ୍ ପରେ ଉଭୟେ ପରବର୍ତ୍ତୀ ସରକାର ଗଠନ କରିବେ । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ତଥା ଝାଡ଼ଖଣ୍ଡର ଭାବୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ।

ଏଥର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍ ମେଣ୍ଟ ହୋଇ ନିର୍ବାଚନ ଲଢ଼ିଥିଲେ । ଉଭୟଙ୍କୁ ସଫଳତା ମିଳିଲା । ମ୍ୟାଜିକ୍ ନମ୍ବର ୪୧ ଆସନରୁ ଅଧିକ ପାଇଲେ ଉଭୟ ଦଳ । ବିଜେପିକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କଲେ । ଏବେ ମେଣ୍ଟ ସରକାର ପ୍ରସଙ୍ଗରେ ଦିଲ୍ଲୀରେ ବିସ୍ତୃତ ଆଲୋଚନା ହେବ ।

ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?

ନୂଆଦିଲ୍ଲୀ: ଚିହ୍ନଟ ହେବେ ଦେଶରେ ଥିବା ସନ୍ଦିଗ୍ଧ ନାଗରିକ । ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (NPR)କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ NRIC ନେଇ ସରକାର କାମ ଆରମ୍ଭ କରିଛନ୍ତି ।

https://nandighoshatv.comnpr-updation-from-1st-april/

ନ୍ୟାସନାଲ ରେଜିଷ୍ଟର ଅଫ୍ ଇଣ୍ଡିଆନ୍ ସିଟିଜେନ୍ (NRIC) ହେଉଛି NRC । ପୂର୍ବରୁ ଏହା ଆସାମରେ ଲାଗୁ ହୋଇଥିବାରୁ ବାଦ୍ ଦିଆଯାଇ ପୂରା ଦେଶରେ ଏନଆରସି ଲାଗୁ ହେବ । NRICକୁ ସାରା ଦେଶରେ ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାର ଏନପିଆର ପ୍ରସ୍ତୁତ କରିବେ । ଯାହା ପରେ ଯାଞ୍ଚ ଓ ଚିହ୍ନଟ କରାଯାଇ ପାରିବ । ଏନପିଆର ଦ୍ୱାରା ସାଧାରଣ ନାଗିରକଙ୍କ ସମେତ ଅବୈଧ ଭାବେ ଦେଶରେ ରହୁଥିବା ନାଗରିକ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।Publicଦେଶବ୍ୟାପୀ ନାଗରିକତା ସଂଶୋଧନ ବିଲକୁ ନେଇ ବିରୋଧ ଜାରି ରହିଛି । କାରଣ ଏଥିରେ ବାହାର ଦେଶରୁ ଆସିଥିବା ମୁସଲିମାନଙ୍କୁ ନାଗରିକତା ମିଳିବ ନାହିଁ । କିନ୍ତୁ, ଏନପିଆରରେ ‘ସନ୍ଦିଗ୍ଧ ନାଗରିକ’ଙ୍କ ଚିହ୍ନଟ କଥା କୁହାଯାଇଛି ।

୨୦୦୩ ରୁଲ୍ସ ଉପନିୟମ (୪)ର ନିୟମ ୪ରେ କୁହାଯାଇଛି, ଜନସଂଖ୍ୟା ରେଜିଷ୍ଟର (NPR) ଯାଞ୍ଚ ବେଳେ କୌଣସି ବ୍ୟକ୍ତି ବା ପରିବାରକୁ ‘ସନ୍ଦିଗ୍ଧ ନାଗରିକ’ କୁହାଯାଇ ପାରିବ । ଏଥିରେ କୁହାଯାଇଛି ସ୍ଥାନୀୟ ରେଜିଷ୍ଟାର ହିଁ ‘ସନ୍ଦିଗ୍ଧ ନାଗରିକ’ ଚିହ୍ନଟ କରିବେ ବା ସ୍ଥିର କରିବେ ।ଜଣେ ‘ସନ୍ଦିଗ୍ଧ ନାଗରିକ’ ଚିହ୍ନଟ ହେଲା ପରେ ସେ ନିର୍ଦ୍ଧାରିତ ଫର୍ମାଟରେ କିଛି ତଥ୍ୟ ଦେବ । ଦ୍ୱିତୀୟରେ ତାକୁ NRICରେ ସାମିଲ କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ତାକୁ ସବ୍ ରେଜିଷ୍ଟାର (ତହସିଲ୍)ରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ।

ଏପରି ହେଲେ, ଗରିବ, ନିରକ୍ଷର, ଭୂମିହୀନ, ମହିଳା ଓ ଅନାଥ ଲୋଗଙ୍କୁ ‘ସନ୍ଦିଗ୍ଧ ନାଗରିକ’ ମନାଯିବ । ଏହାଦ୍ୱାରା ଭ୍ରଷ୍ଟାଚାର ବୃଦ୍ଧି ପାଇବ ବୋଲି ସମ୍ବିଧାନ ବିଶେଷଜ୍ଞ ମତ ରଖିଛନ୍ତି ।

https://nandighoshatv.comcensus-npr-may-get-approval-in-next-center-cabinet-meeting/

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ । ଯଥା ସମ୍ଭବ ଓଡ଼ିଶାରେ ଏହାକୁ ଲାଗୁ କରାଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ନ୍ଧନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ପୁର୍ବରୁ ମଧ୍ୟ ଥରେ ଏ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଯାଇଥିଲା, ତେବେ ଆଉଥରେ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

 

ଭୁବନେଶ୍ୱର ଏମ୍ସ ପରିସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇ ଅଟଳଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏଥିସହ  ଏମ୍ସରେ ଆଇସିୟୁ , ଓ.ଟି ଓ କ୍ୟାଥ ଲ୍ୟାବର୍ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ଏମ୍ସ ଭୁବନେଶ୍ୱର ସଭାପତି ସୁବ୍ରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

୧.୫ ଲକ୍ଷ ୱେଲନେସ ସେଣ୍ଟର ସାରା ଭାରତରେ ନିର୍ମାଣ ହେବାକୁ ଯୋଜନା ରହିଛି। ଏପର୍ଯ୍ୟନ୍ତ ୨୫ ହଜାରଟି ସମ୍ପୂର୍ଣ୍ଣ ହୋଇଛି  । ମାର୍ଚ୍ଚ ୨୦ ସୁଦ୍ଧା ଆଉ ୪୦ହଜାର ୱେଲନେସ ସେଣ୍ଟର ତିଆରି ହେବ ।

 

ଡିସେମ୍ବର ୩୧, ୨୦୨୨ ସୁଦ୍ଧା  ୧.୫ ଲକ୍ଷ ୱେଲଫେୟାର ସେଣ୍ଟର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୧୫୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜରେ ପରିଣତ କରାଯାଇଛି । ଆଉ ୭୫ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିକାଲ କଲେଜରେ ପରିଣତ ହେବ ବୋଲି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କଥାବାର୍ତ୍ତା ଚାଲିଛି । ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ପୂର୍ବରୁ ଏକ ଯୋଜନା ରହିଛି । ଦୁଇଟା ଅଲଗା ଅଲଗା ସ୍କିମ । ଏହି ଦୁଇଟା ଯୋଜନାକୁ ସଂଯୋଗୀକରଣ କରିବା ସହଜ କଥା ନୁହେଁ। ଏହା ଉପରେ ଆଲୋଚନା ଚାଲିଛି ବୋଲି ମତ ରଖିଛନ୍ତି  ଅମର ପଟ୍ଟନାୟକ  ।

ଡ୍ୟୁଟି ସାରି ଫେରୁଥିଲେ, କେନାଲରେ ପଡ଼ି ଚାଲିଗଲା ହୋମଗାର୍ଡଙ୍କ ଜୀବନ

0

ବାରିପଦା: କେନାଳରେ ଖସିପଡି ହୋମଗାର୍ଡଙ୍କ ମୃତ୍ୟୁ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ବାରିପଦା ଥାନା ଲକ୍ଷ୍ମୀପୋଷି ଫାଣ୍ଡିର ହୋମଗାର୍ଡ ଜାମିନି ଚନ୍ଦ୍ର ମହାନ୍ତ । ରାତିରେ ଡ୍ୟୁଟି ସାରି ନିଜ ଘର ଚାନ୍ଦୁଆ ବ୍ଲକ କରକଚିଆ ଗାଁକୁ ଫେରୁଥିଲେ ।

ମୋଟର ସାଇକେଲରୁ ଭାରସାମ୍ୟ ହରାଇ କେନାଲ ଭିତରକୁ ଚାଲିଯାଇଥିଲେ ଜାମିନି । ଅନ୍ଧାର ରାତି ହୋଇଥିବାରୁ ପାଣିଭିତରୁ ବାହାରି ପାରିନଥିବା ଆଶଙ୍କା କରାଯାଉଛି । ସକାଳୁ ତାଙ୍କ ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଓଃ କି ଶାନ୍ତି ! ରେଳବିଭାଗ ଆଣିଲା ବଢ଼ିଆ ପଦକ୍ଷେପ

ନାସିକ: ଜେଣ୍ଟ୍‌ସ ପାର୍ଲର, ଲେଡ଼ିସ ପାର୍ଲର, ବିୟୁଟି ପାର୍ଲର ଆପଣ ଶୁଣିଥିବେ । କିନ୍ତୁ ଏବେ ନୂଆ ଟ୍ରେଣ୍ଡ ହୋଇଛି ଅକ୍ସିଜେନ୍ ପାର୍ଲର । ପ୍ରଦୂଷଣର ବିଷ ବଳୟରୁ ମଣିଷ ମୁକ୍ତି ପାଇଁ ବାଟ ଖୋଜୁଥିବା ବେଳେ ରାସ୍ତା ଦେଖାଇଛି ଏହି ଅକ୍ସିଜେନ୍ ପାର୍ଲର ।

ଭାରତୀୟ ରେଲଓ୍ୱେ ଏବଂ ଏରୋ ଗାର୍ଡ଼ର ମିଳିତ ଉଦ୍ୟମରେ ମହାରାଷ୍ଟ୍ରର ନାସିକ ରେଲଓ୍ୱେ ଷ୍ଟେସନରେ ଏହି ପାର୍ଲର ନିର୍ମାଣ କରାଯାଇଛି । ଭାରତୀୟ ରେଲଓ୍ୱେ ଷ୍ଟେସନ ଗୁଡ଼ିକରେ ଅନେକ ସମୟରେ ଦୁର୍ଗନ୍ଧମୟ ପରିବେଶ ଦେଖାଦେଇଥାଏ । ଯାତ୍ରୀମାନଙ୍କୁ ରେଲଓ୍ୱେ ଷ୍ଟେସନ ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯାହାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ରେଲଓ୍ୱେ । ଏହି ପାର୍ଲର ଶୁଦ୍ଧ ବାୟୁ ସହ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବ । ଏହି ପାର୍ଲର ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିବ ।

ପାର୍ଲର ମଧ୍ୟରେ ବିଭିନ୍ନ ପ୍ରକାରର ଔଷଧିୟ ଗଛ ଲଗାଯାଇଛି । ଯେଉଁ ଗଛ ଅଧିକ ପରିମାଣରେ ଅମ୍ଳଜାନ ଛାଡ଼ିଥାଏ । ଏହି ପାର୍ଲର ମଧ୍ୟରେ ୧୫ ଶହରୁ ଅଧିକ ଗଛ ଲଗାଯାଇଛି । ଆପଣ ମାନେ ଶୁଣି ଖୁସି ହେବେ ଏହି ପାର୍ଲର ନାସାର ଜ୍ଞାନ କୌଶଳରେ ତିଆରି କରାଯାଇଛି ।

ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ: ଆସନ୍ତାକାଲି ପୌଷ ଅମାବାସ୍ୟାରେ ଖଣ୍ଡଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟ ପରାଗ । ଏଥିଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ପୂଜାବିଧି ନିଷ୍ପତ୍ତି ହୋଇଛି । ପରାଗ ଗୁରୁବାର ସକାଳ ୮ଟା ୨୦ରୁ ଆରମ୍ଭ ହୋଇ ଦିନ୧୧ ଟା ୩୦ରେ ଛାଡ଼ିବ । ପରାଗ ସ୍ପର୍ଶ ହେବାର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।ଏଥିସହ ପଢ଼ନ୍ତୁ ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ, ଏହି ୫ଟି ରାଶି ଉପରେ ପଡ଼ିପାରେ ଅଧିକ ପ୍ରଭାବ

ଶ୍ରୀମନ୍ଦିରରେ ଆଜି (ବୁଧବାର) ରାତି ୮ଟା ୨୦ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ସମସ୍ତ ନୀତିକାନ୍ତି ବନ୍ଦ ରଖାଯିବ । ଗୁରୁବାର ସକାଳ ୮ଟା ୨୦ ମିନିଟ୍ ସମୟରେ ପରାଗ ସ୍ପର୍ଶ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ମିଳିପାରିବ । ୮ଟା ୨୦ ପରେ ପରାଗ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ବିଧି ଅନୁସାରେ ଦେବନୀତି ଆରମ୍ଭ କରାଯିବ ।ଏଥିସହ ପଢ଼ନ୍ତୁ ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା

ପ୍ରଥମେ ଶ୍ରୀଜିଉଙ୍କୁ ପରାଗ ମହାସ୍ନାନ ଅନୁଷ୍ଠିତ ହେବା ସହ ତଡ଼ପ ଲାଗି, ମଇଲମ ବେଶ, ମଙ୍ଗଳ ଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ, ପୁନର୍ବାର ମଇଲମ ବେଶ ହୋଇ ଗୋପାଳ ବଲ୍ଲଭ ନୀତି ପରେ ଶ୍ରୀଜିଉଙ୍କୁ ଦୁର୍ଲଭ ପହିଲି ଭୋଗ କରାଯାଇ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗ୍ରହରୁପି ନାରାୟଣ ତେଣୁ ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଦେବନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ଦେବାଳୟ ବା ଘରେ ଦେବନୀତି ବନ୍ଦ ରହିଥାଏ ।

https://nandighoshatv.comsolar-eclipse-on-26th-december/

ରାଜଧାନୀର ରାସ୍ତା ଉପରେ ବସରେ ଲାଗିଲା ନିଆଁ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

0

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ଥିବା ଏକ ବସ୍ ରେ ଲାଗିଲା ନିଆଁ । ନିଆଁ ଲାଗିବା ସମୟରେ କୌଣସି ଯାତ୍ରୀ ବସ୍ ରେ ନଥିବା ସୂଚନା । ବସରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।

ସୂଚନା ଅନୁଯାୟୀ, ବସଟି ସେଠାରେ ଦୀର୍ଘ ୪ ବର୍ଷ ହେବ ସେଠାରେ ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଡିଜେ ଶବ୍ଦକୁ ହଜମ କରିପାରିଲାନି ‘ବବଲୁ’: କଲା ଏମିତି କିଛି ଯାହା କେବେ ଆପଣ ସିନେ ପରଦାରେ ଦେଖିଥିବେ

0

ଶିମିଳିପାଳ: ଡିଜେ ଶୁଣି ଘାଇଲା ହେଲା ଆଉ ପାଗଳ ଭଳି ଆଚରଣ କଲା ‘ବବ୍‌ଲୁ’ । ବଣଭୋଜି ବେଳେ ପାଗଳା ଭଳି ମାଡ଼ି ଆସିଲା ‘ବବଲୁ’ ଆଉ ଯାହା କଲା ତାହା ବିଶ୍ୱାସ କରିହେବନି । ସାଧାରଣତଃ ସିନେମାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଏମିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ପୀଠାବଟା ରେଞ୍ଜର ସୀତାକୁଣ୍ଡ ଅଞ୍ଚଳରେ।

ଶିମିଳିପାଳରେ ଥିବା ପୋଷା ହାତୀ ବବ୍‌ଲୁ ସବୁଦିନ ଭଳି ମହନ୍ତଙ୍କ ସହ ବୁଲିଥାଏ । ହେଲେ ଶନିବାର ଦିନ ଶିମିଳିପାଳର ସୀତାକୁଣ୍ଡକୁ ବୁଲିବାକୁ ଆସିଥିବା ବେଳେ ପର୍ଯ୍ୟଟକ ମାନେ ଆଣିଥିବା ଡିଜେ ଶବ୍ଦକୁ ‘ବବ୍‌ଲୁ’ ହଜମ କରିପାରିଲା ନାହିଁ । ତେଣୁ ସେ ବିଚଳିତ ହୋଇ ମାରି ଗୋଡ଼ାଇବା ଆରମ୍ଭ କଲା । ତା’ ସହ ସେଲ୍ଫି ଉଠାଇବାକୁ ଚେଷ୍ଟା କରିଥିଲେ ପର୍ଯ୍ୟଟକ ।

କିନ୍ତୁ ଅଫମୁଡ୍‌ରେ ଥିବା ‘ବବ୍‌ଲୁ’ ମହନ୍ତଙ୍କଠୁ ଦୁରେଇ ଆସି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଏମିତିକି ରୋଷେଇ ସାମଗ୍ରୀ ଖାଇଦେଇଥିଲା। ଦୀର୍ଘ ଏକ ଘଣ୍ଟା ଧରି ବବ୍‌ଲୁ ବୋବାଲ କରିବା ପରେ ତାକୁ ମହନ୍ତ ଝଞ୍ଜିରରେ ବାନ୍ଧିବାରେ ସକ୍ଷମ ହୋଇଥିଲେ। ଗୋଡ଼ରେ ଝିଞ୍ଜିରି ଲାଗିଥିବାରୁ ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ। ନ ହେଲେ ବବ୍‌ଲୁ ସମ୍ଭାଳିବା ମୁସ୍କିଲ ହୋଇଥା’ନ୍ତା ।