ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ଅଧା ପୋଡ଼ା ଶବ ନିକଟରୁ ମିଳିଳା ଆଉ ଏକ ଅର୍ଦ୍ଧ ଦଗ୍ଧ ମୃତଦେହ
ହାଇଦ୍ରାବାଦ: ଗୋଟିଏ ରାତି, ଛାତି ଥରାଇଲା ଭଳି ୨ଟି ଘଟଣା । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ଗୋଟିଏ ରାତିରେ ଦୁର୍ବୃତ୍ତ ଦୁଇ ଦୁଇ ଜଣଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଛନ୍ତି । ପଶୁ ଡାକ୍ତରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିବା ସ୍ଥାନର କିଛି ଦୂରରୁ ପୁଣି ଆଉ ଜଣେ ମହିଳାଙ୍କ ଅଧା ପୋଡ଼ା ଶବ ମିଳିଛି ।
ଅଧା ପୋଡ଼ା ମୃତଦେହ ମିଳିବା ନେଇ ସାଇବରାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସମଶାବାଦ ଥାନା ସିଡଡୁଲାଗଟ୍ଟା ରୋଡ୍ ନିକଟରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ପରିଚୟ ଜଣାପଡ଼ିନାହିଁ । ତାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଏହା ପୂର୍ବରୁ ୨୭ ବର୍ଷୀୟ ପଶୁ ଚିକିତ୍ସକଙ୍କ ଅଧା ପୋଡ଼ା ମୃତଦେହ ଟୋଲ୍ ପ୍ଲାଜା ନିକଟରୁ ମିଳିଥିଲା । ପଢ଼ନ୍ତୁ ପୂରା ଘଟଣା…
https://nandighoshatv.comburnt-body-of-woman-veterinary-doctor-found-two-suspects-detained/
ଡାକ୍ତରାଣୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ଅଛନ୍ତି । ଟୋଲ ପ୍ଲାଜା ନିକଟରେ ଡାକ୍ତରାଣୀ ତାଙ୍କ ସ୍କୁଟି ପାର୍କିଂ କରିଥିଲେ । ନିଶାରେ ମସଗୁଲ୍ ଥିବା ୪ ଜଣ ଯୋଜନା ଅନୁଯାୟୀ ସ୍କୁଟିକୁ ଲିକ୍ କରିଦେଇଥିଲେ । ପରେ ଟ୍ରକ୍ ଡ୍ରାଇଭର ଜଣଙ୍କ ସାହାଯ୍ୟ କରିବା ବାହାନାରେ ଟୋଲ୍ ପ୍ଲାଜା ନିକଟ ଏକ ପରିତ୍ୟକ୍ତ ଘରକୁ ନେଇ ଅନ୍ୟ ୩ ଜଣଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ । ଟୋଲ୍ ପ୍ଲାଜା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ବହୁମତ ସାବ୍ୟସ୍ତ କରିବେ ‘ଠାକରେ’ ସରକାର
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପରୀକ୍ଷାର ସମୟ । ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଉଦ୍ଧବ ଠାକରେ । ଦିନ୨ଟାରେ ଫ୍ଲୋର ଟେଷ୍ଟ ହେବ । ସପକ୍ଷରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଶିବସେନା ଦାବି କରୁଛି ।
ରାଜ୍ୟପାଳ ଡିସେମ୍ବର ୩ ତାରିଖ ସୁଦ୍ଧା ନୂଆ ସରକାର ବହୁମତ ସାବ୍ୟସ୍ତ କରିବାକୁ ସମୟ ଦେଇଥିଲେ । ଏହାପରେ ଶିବସେନା, କଂଗ୍ରେସ ଓ ଏନସିପି ମିଶି ‘ମହା ବିକାଶ ଅଘାଡ଼ି’ ମେଣ୍ଟ କରିଥିଲେ । ମେଣ୍ଟ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ଓ ଆମେ ଫ୍ଲୋର ଟେଷ୍ଟରେ ସଫଳ ହେବୁ ବୋଲୁ ଦାବି କରାଯାଇଛି ।

ଫ୍ଲୋର ଟେଷ୍ଟ ପାଇଁ ଏନସିପିର ବରିଷ୍ଠ ନେତା ଦିଲୀପ ୱାଲ୍ସେ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାରେ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯାଇଛି । ଆଜିର ସ୍ୱତନ୍ତ୍ର ଅଧିବେଶନରେ ଦିଲୀପ ଗୃହରେ ଅଧ୍ୟକ୍ଷତା କରିବେ ।
ବହୁମତ ପାଇଁ ଆବଶ୍ୟକ ୧୪୫ ସଦସ୍ୟଙ୍କ ସମର୍ଥନ
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବହୁମତ ହେଉଛି ୧୪୫ । ଶିବସେନା ପାଖରେ ୫୬ ବିଧାୟକ ଥିବାବେଳେ ଏନସିପି ୫୪, କଂଗ୍ରେସ ପାଖର ୪୪ ବିଧାୟକ ଅଛନ୍ତି । ୩ ଦଳର ସଂଖ୍ୟା ମିଶିଲେ ୧୫୪ ହେଉଛି, ଯାହାକି ବହୁମତ ଠାରୁ ଅଧିକ । ଏହା ବାଦ୍ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିବ ବୋଲି ଶିବସେନା ଦାବି କରୁଛି ।
https://nandighoshatv.comshiv-sena-leader-sanjay-raut-we-have-170-mla-support/
ଅବଦୁଲ କାଲାମ ଦ୍ୱୀପରୁ ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ହେବ ବ୍ୟାବହାରିକ ପରୀକ୍ଷଣ
ବାଲେଶ୍ୱର: ଅଗ୍ନି-୩ କ୍ଷେପଣାସ୍ତ୍ରର ଆଜି ହେବ ବ୍ୟାବହାରିକ ପରୀକ୍ଷଣ । ଧାମରା ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷଣ ହେବ । ଏଥିପାଇଁ ଡିଆରଡିଓ ଏବଂ ଭାରୀତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟରମିଡିଏଟ୍ ରେଞ୍ଜ ବାଲିଷ୍ଟିକ ମିଜାଇଲ ଅଗ୍ନି-୩ ।

ଏହାର ଲକ୍ଷଭେଦ କ୍ଷମତା ସାଢ଼େ ୩ ହଜାରରରୁ ୫ ହଜାର କିଲୋମିଟର । ଅଗ୍ନି-୩ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ରରେ ବ୍ୟବହାର କରାଯାଇ ପାରିବ । ଏହାକୁ ଜୁନ୍ ୨୦୧୧ରେ ସେନାରେ ସାମିଲ କରାଯାଇଥିଲା । ଅଗ୍ନି-୩ର ଲମ୍ବ ୧୭ ମିଟର ହୋଇଥିବା ବେଳେ ଓଜନ ୨,୨୦୦ କେଜି ।
ବିରୋଧୀ ଦଳ ଉପନେତାଙ୍କ ମନ୍ତବ୍ୟ ପ୍ରତ୍ୟାହାର ଦାବି କଲା ବିଜେଡି
ଭୁବନେଶ୍ୱର : ବିରୋଧୀଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଧାୟକ ଶ୍ରୀ ସେଠୀ ଶାଳୀନତାର ସୀମା ଟପିଛନ୍ତି । ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗାରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ଦଳ ଦାବି କରିଛି ।
ଦୀର୍ଘବର୍ଷ ଧରି ଓଡ଼ିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କିମ୍ୱା କୌଣସି ସ୍ଥିତିରେ ଜଣେ ବିଧାୟକଙ୍କଠାରୁ ଏଭଳି ଆଶା କରାଯାଏ ନାହିଁ । ବିଧାୟକ ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଦିନ ବିଧାନସଭାରେ ମଧ୍ୟ ତାହା ଉଠାଇପାରିଥାନ୍ତେ ବୋଲି ଡ. ପାତ୍ର କହିଛନ୍ତି । ତେବେ ବିଧାନସଭା ଅଧିବେଶନ ସମୟରେ ଏଭଳି ନକରି ମୁଲତବୀ ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।
ସେହିପରି ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାଦୃଭାବ ହ୍ରାସ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରିଥିବା ବିଜେଡି କହିଛି । ଏହାଫଳରେ ଧାନ ବିକ୍ରୀରେ ଦଲାଲ ବ୍ୟବସ୍ଥାକୁ ବିରୋଧୀ ଦଳ ଉପନେତା ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହେଉଛି ବୋଲି ଡ. ପାତ୍ର କହିଛନ୍ତି ।

