ଭୁବନେଶ୍ୱର: ନୂଆବର୍ଷରେ ନୂଆ ସଭାପତି ପାଇବ ରାଜ୍ୟ ବିଜେପି । ଏଥିଲାଗି ବିଜେପି ଶିବିରରେ ଜୋରଦାର କସରତ ଚାଲିଛି । ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚି ନିର୍ବାଚନ ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି । ତେବେ ନିର୍ବାଚନ ନା ସହମତିରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ, ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ ।

କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତି ସଭାପତି । କାହାକୁ ମଙ୍ଗ ଧରାଇବେ ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ । ଏନେଇ ବିଜେପିରେ ଜାରି ରହିଛି ବିଚାରବିମର୍ଶ । ସପ୍ତାହେ ଭିତରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ପାଇଁ ଓଡ଼ିଶାରେ ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚି ପୂରା ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି । ଏହାପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜୀବ ପ୍ରତାପ ରୁଡ୍ଡି, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂଆ ସଭାପତିଙ୍କ ନାଁ ଘୋଷଣା କରିବେ । ତେବେ ନିର୍ବାଚନ ହେବ ନା ସହମତିରେ ଚୟନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । କାରଣ ଏଯାଏ ଦଳର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଳ। ନିର୍ବାଚନ ହୋଇନାହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଭାପତି ଦୌଡ଼ରେ ଥିବାରୁ କିଛିଟା ଦ୍ୱନ୍ଦ୍ୱ ରହିଛି । ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ସହମତି ଭିତ୍ତିରେ ସଭାପତି ଚୟନ ପାଇଁ ଚେଷ୍ଟା କରାଯାଉଛି ।

ବିଜେପି ରାଜ୍ୟ ସଭାପତି ଦୌଡ଼ରେ ସମୀର ମହାନ୍ତି, କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ବିଷ୍ଣୁ ସେଠୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଅଛି । ଏମାନଙ୍କୁ ମଧ୍ୟରୁ କାହାକୁ ଦଳ ସଭାପତି କରିବ, ସେନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଚାଲିଛି ମାନସମନ୍ଥନ । ଜୁଲାଇ ୬ରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଏବେ ସୁଦ୍ଧା ୩୭ ହଜାର ବୁଥ୍ରୁ ୨୭ ହଜାରୁ ଅଧିକ ବୁଥ୍ରେ ନିର୍ବାଚନ ସରିଛି । ସେହିପରି ୩୬ ଟି ଜିଲ୍ଲାରୁ ୩୭ ଜିଲ୍ଲା ଓ ୧୦୦୪ ମଣ୍ଡଳରୁ ୯୦୦ ମଣ୍ଡଳରେ ନିର୍ବାଚନ ସରିଛି ।

ନୂଆ ସଭାପତିଙ୍କୁ ବିଜେପି ରାଜ୍ୟ ପରିଷଦର ୧୩୬ ଜଣ ସଦସ୍ୟ ଓ ଜିଲ୍ଲାସଭାପତିମାନେ ଚୟନ କରିବେ । ଯେଉଁ ୫ ଜଣଙ୍କ ନାଁ ଚର୍ଚ୍ଚା ରେ ଅଛି, ସେମାନଙ୍କ ମଧ୍ୟରୁ କନକବର୍ଦ୍ଧନ ସିଂହଦେଓ ଓ ସମୀର ମହାନ୍ତି ରେସ୍ର ଆଗରେ ରହିଛନ୍ତି ।


କାରଣ ଏଠାକାର ସମୟ ଭାରତର ସମୟ ଠାରୁ ୭ ଘଣ୍ଟା ୩୦ ମିନିଟ୍ ଆଗୁଆ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର ସ୍କାଏ ଟାୱାରରେ ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜୀରେ ରଙ୍ଗୀନ ହୋଇଛି ଅକଲାଣ୍ଡର ଆକାଶ ।
ଭାରତରେ ନୂଆବର୍ଷ ଛୁଇଁବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି । ଏଥିପାଇଁ ଦେଶବ୍ୟାପୀ ସବୁଠି ପ୍ରସ୍ତୁତି ସରିଛି । ପ୍ରସ୍ତୁତ ହୋଇ ରହିଛି ବିଭିନ୍ନ ହୋଟେଲ । ନୂଆବର୍ଷ ପାଇଁ ଗୋଆ ବିଚ୍ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ।




୫ ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ କରାଯିବ । ଏଥିପାଇଁ ଗଠିତ ଟାସ୍କ ଫୋର୍ସ ୧୦୨ ଲକ୍ଷ କୋଟିର ପ୍ରୋଜେକ୍ଟ ଚିହ୍ନଟ କରିଛି । ଏଥିସହ ଅଲଗା ଅଲଗା ଭାବେ ସରକରା ୭୦ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଗତ ୪ ମାସ ମଧ୍ୟରେ ପ୍ରାୟ ୭୦ଟି ବୈଠକ କରାଯାଇଥିବା ନିର୍ମଳା କହିଛନ୍ତି । ବିଗତ ୬ ବର୍ଷ ହେଲା ଆମ ସରକାରଙ୍କ ଫୋକସ ଭିତ୍ତିଭୂମି ଉପରେ ଥିଲା ।
ବିଦ୍ୟୁତ୍ କ୍ଷେତ୍ର ପାଇଁ ୨୫ ଲକ୍ଷ କୋଟି । ସଡ଼କ ନିର୍ମାଣ ପାଇଁ ୨୦ ଲକ୍ଷ କୋଟି । ରେଳ ପାଇଁ ୧୪ ଲକ୍ଷ କୋଟିର ଯୋଜନା କରାଯାଉଛି । ଏତଦବ୍ୟତୀତ ଜଳସେଚନ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ଡିଜିଟାଲ କ୍ଷେତ୍ର ପାଇଁ ମଧ୍ୟ ଯୋଜନା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।






