୨୦୧୯ର ଶେଷ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଡ଼ ଘୋଷଣା

1 min read

ନୂଆଦିଲ୍ଲୀ: ୨୦୧୯ ବର୍ଷର ଅନ୍ତିମ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା । ଭିତ୍ତିଭୂମି କ୍ଷେତ୍ରର ବିକାଶ ସହ ଅର୍ଥନୀତି ଅଭିବୃଦ୍ଧି ପାଇଁ ସରକାର ଘୋଷଣା କରିଛନ୍ତି । ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ପାଇଁ ଆଗାମୀ ୫ ବର୍ଷରେ ୧୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ।ସ୍ୱାଧୀନତା ଦିବସରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏଥିସହ ୩ ଲକ୍ଷ କୋଟି ଟଙ୍କା ଅନ୍ୟ ଯୋଜନା ପାଇଁ ରଖାଯିବ ।୫ ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ କରାଯିବ । ଏଥିପାଇଁ ଗଠିତ ଟାସ୍କ ଫୋର୍ସ ୧୦୨ ଲକ୍ଷ କୋଟିର ପ୍ରୋଜେକ୍ଟ ଚିହ୍ନଟ କରିଛି । ଏଥିସହ ଅଲଗା ଅଲଗା ଭାବେ ସରକରା ୭୦ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଗତ ୪ ମାସ ମଧ୍ୟରେ ପ୍ରାୟ ୭୦ଟି ବୈଠକ କରାଯାଇଥିବା ନିର୍ମଳା କହିଛନ୍ତି । ବିଗତ ୬ ବର୍ଷ ହେଲା ଆମ ସରକାରଙ୍କ ଫୋକସ ଭିତ୍ତିଭୂମି ଉପରେ ଥିଲା ।ବିଦ୍ୟୁତ୍ କ୍ଷେତ୍ର ପାଇଁ ୨୫ ଲକ୍ଷ କୋଟି । ସଡ଼କ ନିର୍ମାଣ ପାଇଁ ୨୦ ଲକ୍ଷ କୋଟି । ରେଳ ପାଇଁ ୧୪ ଲକ୍ଷ କୋଟିର ଯୋଜନା କରାଯାଉଛି । ଏତଦବ୍ୟତୀତ ଜଳସେଚନ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ଡିଜିଟାଲ କ୍ଷେତ୍ର ପାଇଁ ମଧ୍ୟ ଯୋଜନା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିରେ ରାଜ୍ୟର ୩୯ ପ୍ରତିଶତ ଓ କେନ୍ଦ୍ରର ୩୯ ପ୍ରତିଶତ ସହଯୋଗ ରହିବ । ୨୨ ପ୍ରତିଶତ ନିବେଶ ଘରୋଇ କ୍ଷେତ୍ରରୁ ହେବ । ଗତ ୬ ବର୍ଷରେ ବିଭିନ୍ନ ଯୋଜନାରେ ୫୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନିର୍ମଳା କହିଛନ୍ତି । ଏହି ଯୋଜନା ମାଧ୍ୟମରେ ଭାରତୀୟ ଅର୍ଥନୀତି ୫ ହଜାର ଅରବ ଡଲାର ହେବା ଦିଗରେ ସହଯୋଗ ମିଳିବ ବୋଲି କୁହାଯାଉଛି ।

ପୁଞ୍ଜି ନିବେଶ ପାଇଁ ଭାରତ ଠାରୁ ଭଲ ଜାଗା ନାହିଁ: ନିର୍ମଳା ସୀତାରମଣ

Leave a Reply