କନ୍ଧମାଳ/ସୁବର୍ଣ୍ଣପୁର: ଜିଲ୍ଲା ପିରିଙ୍ଗିଆ ଥାନା ସାରଙ୍ଗଡ଼ ରାସ୍ତାରୁ ୭୦ କେଜି ଗଞ୍ଜେଇ ଜବତ । ୨ଟି ଅଟୋରୁ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମାନେ ହେଲେ ସମୁନ୍ତ ମାଝି, ବଳରାମ କହଁର, ପ୍ରତାପ ନାୟକ ଓ ଅନ୍ୟ ଜଣେ ଜୁଭେନିଲ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଅନ୍ୟପଟେ ସୁବର୍ଣ୍ଣପୁର ସଦର ପୋଲିସ ପଟାଭାଡି-ଜନମୁରା ରାସ୍ତାରୁ ୩୩ କେଜି ଗଞ୍ଜେଇ ଜବତ କରିଛି । ଏକ ମାରୁତି କାରରେ ଚାଲାଣ ବେଳେ ପୋଲିସ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ନୂଆ ରଙ୍ଗରେ ସଜେଇ ହେବେ ଶ୍ରୀବିଗ୍ରହ
ପୁରୀ: ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ୟାଏଁ ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଉଧାର ଟଙ୍କା ମାଗିବାରୁ ଗୁଳି ମାଡ଼
ନୟାଗଡ: ଧାର ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ । ନୂଆପଡା ଇଟାମାଟି ଥାନା ତେନ୍ତୁଳିଆପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ତେନ୍ତୁଳିଆପଲ୍ଲୀର ଗାଁ ଜନାର୍ଦ୍ଦନ ନାୟକ ସେହି ଗାଁର ଶ୍ୟାମ ନାୟକଙ୍କୁ ଏକ ଲକ୍ଷ ଟଙ୍କା ଧାର ଦେଇଥିଲେ ।

ତେବେ ଧାର ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ବାମ ଗୋଡରେ ଗୁଳିମାଡ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା
ଭୁବନେଶ୍ୱର: ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା । ତାଲିକା ପ୍ରକାଶ କଲେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଅନୁଗୁଳ-ବାଉରୀ ବନ୍ଧୁ ମହାପାତ୍ର, ବାଲେଶ୍ୱର- ପ୍ରଣବ କୁମାର ପଣ୍ଡା, ବରଗଡ଼- ଅଶୋକ ବାରିକ, ଭଦ୍ରକ- ଯତିକାନ୍ତ ନାୟକ, ଭୁବନେଶ୍ୱର- ଶେଖ୍ ନିଜାମୁଦ୍ଦିନ, ବଲାଙ୍ଗିର- ମୋହନ ଲାଲ ଜୈନ, ବୌଦ୍ଧ- ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେଓଗଡ଼- କାମାକ୍ଷା ପ୍ରସାଦ ଗଙ୍ଗଦେବ, ଢେଙ୍କାନାଳ- ଧରମାନନ୍ଦ ବରାଳ, ଗଜପତି- ପି. ପ୍ରସାଦ ରାଓ, ଗଞ୍ଜାମ- ପ୍ରମୋଦ କୁମାର ପାତ୍ର, ଜଗତସିଂହପୁର- ଗୌତମ ପଲିତ, ଝାରସୁଗୁଡ଼ା- ସାୟଦ ବେଗ୍, ଯାଜପୁର- ବାବଜୀ ଚରଣ ଦାସ, କଳାହାଣ୍ଡି- ସୁନିଲ କୁମାର ମୁଣ୍ଡ୍, କେନ୍ଦ୍ରାପଡ଼ା- ଧୀରେନ ସାହୁ, କେନ୍ଦୁଝର- ସଞ୍ଜୟ ମିଶ୍ର, ଖୋର୍ଦ୍ଧା- ରଶ୍ମିରଞ୍ଜନ ବ୍ରହ୍ମା, କନ୍ଧମାଳ- ବିରୁପାକ୍ଷ ପଣ୍ଡା, କୋରାପୁଟ- ନରେନ୍ଦ୍ର କୁମାର ସ୍ୱାଇଁ, ମୟୂରଭଞ୍ଜ- କୃଷ୍ଣଚନ୍ଦ୍ର ଦାସ, ମୟୁରଭଞ୍ଜ (ସଦର)- ମଙ୍ଗଳ ସିଂହ ମୁଦି, ମାଲକାନଗିରି- ଡମ୍ବୁରୁ ସିସା, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ୱାଇଁ, ନୟାଗଡ଼- ଗଙ୍ଗାଧର ପଣ୍ଡା, ପୁରୀ-ପ୍ରକାଶ ମିଶ୍ର, ରାଉରକେଲା- ସନ୍ତୋଷ ନାୟକ, ସମ୍ବଲପୁର- ଆର୍ତ୍ତତ୍ରାଣ ମିଶ୍ର, ସୁବର୍ଣ୍ଣପୁର- ଶରତ ଚନ୍ଦ୍ର ଭୋଇ, ସୁନ୍ଦରଗଡ଼- ପ୍ରଦୀପ ମହାପାତ୍ର, ନୂଆପଡ଼ା- ମୁଲଚାନ୍ଦ ଫାଣ୍ଡେ ଓ ରାୟଗଡ଼ା ପାଇଁ ବ୍ରଜସୁନ୍ଦର ନାୟକଙ୍କୁ ନିଯୁକ୍ତି ମିଳିଛି ।
ଝିଅମାନେ ସାବଧାନ୍! ଘାତକ ହୋଇପାରେ ଲିପ୍ଷ୍ଟିକ୍ର ଅଧିକ ବ୍ୟବହାର
ମହିଳାମାନଙ୍କ ଓଠକୁ ଆକର୍ଷଣୀୟ କରିବାରେ ଲିପ୍ଷ୍ଟିକର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ କୈାଣସି ସନ୍ଦେହ ନାହିଁ । କିନ୍ତୁ ଏହି ଲିପିଷ୍ଟକ୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କିଛି ରସାୟନିକ ପଦାର୍ଥ ଯ଼ୋଗୁଁ ଏହାର ବ୍ୟବହାର ଏବେ ଘାତକ ହେବାକୁ ଯାଉଛି ।
ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲିପ୍ଷ୍ଟିକ୍ ତିଆରି ନିମେନ୍ତ କ୍ରୋମିୟମ୍ ( Chromium)ଓ ମ୍ୟାଗ୍ନେସିୟମ୍ ( Magnesium)ଭଳି କ୍ଷତିକାରକ ଉପାଦାନ ବ୍ୟବହୃତ ହୁଏ । ଯାହା ଶରୀର ଭିତରକୁ ଯିବା ଫଳରେ କିଛି ଭୟଙ୍କର ରୋଗ ହେବାର ଆଶଙ୍କା ବଢାଇଦିଏ । ଏଥିସହିତ ଲିପ୍ଷ୍ଟିକ୍ରେ ଲିଡ୍ ବା ସିସା ଭଳି ହାନୀକାରକ ଉପାଦାନ ବହୁ ମାତ୍ରାରେ ରହିଛି । ଲିଡ୍ ଏକ ପ୍ରକାର ନ୍ୟୁରୋଟକ୍ସିନ ( Neuro Toxin) ଯାହା ଶରୀରର ସ୍ନାୟୁ ସଂସ୍ଥାନକୁ ପ୍ରଭାବିତ କରିବା ସହିତ ହରମୋନ୍ ଅସନ୍ତୁଳନ ସମସ୍ୟାର ମୁଖ୍ୟ କାରଣ ।

ଲିପିଷ୍ଟିକ୍ରେ ରହିଥିବା ଅନ୍ୟ ଏକ ଉପାଦାନ ହେଉଛି ପେଟ୍ରୋକେମିକାଲ ( Petro chemical) । ଯାହା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଉପାଦାନରେ ଗଠିତ । ଏହି କେମିକାଲ ଶରୀର ଭିତରକୁ ଗଲେ ଅନ୍ତଃସ୍ରାବୀରୁ ହରମୋନ୍ କ୍ଷରଣ ଗ୍ରନ୍ଥି ପ୍ରଭାବିତ ହୁଏ, ଯାହା ଫଳରେ ପ୍ରଜନନ ଜନିତ ସମସ୍ୟା ବଢ଼ିଯାଏ । ଏଣୁ ଲିପ୍ଷ୍ଟିକଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍ । ଯଦି ଆପଣ ପ୍ରତିଦିନ ଲିପ୍ଷ୍ଟିକ୍ ବ୍ୟବହାର କରୁଛନ୍ତି ତାହାହେଲେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବେ ଅର୍ଗାନିକ୍ ଲିପ୍ଷ୍ଟିକ୍ ବ୍ୟବହାର କରିବେ, ତାହା ପୁଣି ଦିନରେ ଥରେ । ଏହା ଫଳରେ ଲିପ୍ଷ୍ଟିକର ବ୍ୟବହାର ଦ୍ଵାରା ହେବାକୁ ଥିବା ବିଭିନ୍ନ ରୋଗକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ ।
ଲିପ୍ଷ୍ଟିକ୍ର ବ୍ୟବହାରରେ ଯେତେ ସାବଧାନତା ଅବଲମ୍ୱନ କଲେ ସୁଦ୍ଧା ଏହା ପେଟକୁ ଯିବା ଥୟ । ଏହା ଦ୍ୱାରା କମ୍ ମାତ୍ରାରେ ହେଲେ ମଧ୍ୟ ଆପଣଙ୍କ ପେଟକୁ କେମିକାଲ ଯାଇଥାଏ । ଏଣୁ କେମିକାଲଯୁକ୍ତ ଲିପ୍ଷ୍ଟିକ୍ ବଦଳରେ ଅର୍ଗାନିକ ଲିପ୍ଷ୍ଟିକ୍ର ବ୍ୟବହାର ଭଲ ବିକଳ୍ପ । ଏହାର ପ୍ରସ୍ତୁତିରେ କୌଣସି କେମିକାଲର କିମ୍ୱା ଏନିମଲ୍ ଫ୍ୟାଟ୍ ବ୍ୟବହାର ହୋଇନଥିବା ଅର୍ଗାନିକ ଲିପ୍ଷ୍ଟିକ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ।
ସାଂସଦ ବୟଫ୍ରେଣ୍ଡଙ୍କ ଅଜବ ହରକତ୍, ଗୃହ ଚାଲିଥିବା ବେଳେ ମହିଳାଙ୍କୁ କହିଲେ…
ସଂସଦ ଚାଲିଥିବା ବେଳେ ଅନେକ ଅଜବ ଘଟଣା ଘଟିଥାଏ । କିଏ ନିଜ ମୋବାଇଲ ଧରି ବ୍ୟସ୍ତ ଥାଏ ତ ଆଉ କେହି ନିଦରେ ଘୁମେଇବା ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏହାଠୁ ବି ଦି ପାଦ ଆଗରେ ଅଛନ୍ତି ବିଦେଶର ପାର୍ଲାମେଣ୍ଟ ହାଉସ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସଂସଦ ଚାଲିଥିବା ସମୟରେ ମଜାଳିଆ ଘଟଣା ଘଟିଥାଏ । ଇଟଲୀରେ ସଂସଦ ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ଭୂକମ୍ପ ଉପରେ ଭାଷଣ ଦେଉଥିଲେ, କିନ୍ତୁ ମଝିରେ ସେ ଏମିତି କିଛି କହିଲେ ଯାହାକୁ ଶୁଣି ସଂସଦରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ ।

ଡେଲି ମେଲ୍ ର ରିପୋର୍ଟ ଅନୁଯାୟୀ, ଇଟଲୀର ଏହି ଏମପି ପାର୍ଲାମେଣ୍ଟରେ ଚାଲୁଥିବା ଡିବେଟ ମଝିରେ ଗାର୍ଲଫ୍ରେଣ୍ଡକୁ ବାହାଘର ପାଇଁ ପ୍ରପୋଜ କରିଥିଲେ । କେବଳ ଯେ କହିକି ପ୍ରପୋଜ କେ ତା ନୁହେଁ, ସେ ସଂସଦକୁ ଏକ ମୁଦି ନେଇ ଯାଇଥିଲେ , ଯାହାକୁ ଦେଖାଇ ସେ କହିଲେ ‘ ଏଲିସା, ୱିଲ ୟୁ ମ୍ୟାରି ମି’?’
ଇଟଲୀର ଏହି ୩୩ ବର୍ଷିୟ ଏମପିଙ୍କ ନାଆ ହେଇଛି ଫ୍ଲାଭିଓ ଦି ମୁରୋ, ଯିଏ ସଂସଦରେ ୨୦୧୬ରେ ଇଟଲୀର କିଛି କ୍ଷେତ୍ରରେ ହୋଇଥିବା ଭୂକମ୍ପର କ୍ଷୟକ୍ଷତି ବିଷୟରେ ଆଲୋଚନା କରୁଥିଲେ । ସେ ନିଜ ଭାଷଣରେ କହିଥିଲେ ଯେ, ଏହି ସଂସଦରେ ଉପସ୍ଥିତ ସମସ୍ତ ସଦସ୍ୟ କୌଣସି ନା କୌଣସି ରାଷ୍ଟ୍ରୀୟ ଆପତ୍ତ ସ୍ଥିତିରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଆମେ ଏହି କାମ ବ୍ୟସ୍ତତାରେ ସେହି ଲୋକଙ୍କ ବିଷୟରେ ଭୁଲି ଯାଆନ୍ତି ଯିଏ ଆମ ଜୀବନର ଅତି ନିକଟତର । ତାଙ୍କ ପ୍ରେମର ଅନାଦର କରିଥାଉ । କିନ୍ତୁ ଆଦିର ଦିନଟି ମୋ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ’

ଏହାର ଠିକ ପରେ ଫ୍ଲୋଭିଓ ଟେବୁଲ ତଳି ଏକ ମୁଦି ବାହାର କରି ନିଜ ଗାର୍ଲଫ୍ରେଣ୍ଡକୁ କହିଲେ, ‘ ଏଲିସା ୱିଲ ୟୁ ମ୍ୟାରି ମି’ । ଏହା ଶୁଣି ସଂସଦରେ ଥିବା ସମସ୍ତେ ହସିବାକୁ ଲାଗୁଲେ । ଉପସ୍ଥିତ ଲୋକେ ତାଳି ମାରିବା ସହ ତାଙ୍କୁ ଆଲିଙ୍କନ କରିଥିଲେ ।
ପରେ ଏହି ଭିଡିଓଟି ଦେଖି ସାରିବା ପରେ ଫ୍ଲୋଭିଓଙ୍କ ଗାଲଫ୍ରେଣ୍ଡ ଏହି ପ୍ରପୋଜାଲରେ ରାଜି ହୋଇଛନ୍ତି ।

