ଭୂବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ କୁହୁଡ଼ି ଯୋଗୁଁ ଅଳ୍ପ ଦୂରତା ପର୍ଯ୍ୟନ୍ତ ବି ରାସ୍ତା ଦେଖାଯାଉନଥିଲା। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ସହ କଟକ ଓ ପୁରୀରେ ମଧ୍ୟ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

ଆସନ୍ତା ୨ ଦିନ ଯାଏଁ ରାତିର ତାପମାତ୍ରା ବଢିବ। ହେଲେ ସକାଳ ହେଲେ ଦେଖିବାକୁ ମିଳିବ ଘନ କୁହୁଡ଼ିର ଆସ୍ତରଣ। ଆସନ୍ତା ୪୮ ଘଣ୍ଟା ଯାଏଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।




ପିଆଜ ଦର ଏବେ ବଜାରରେ ୭୦ ଟଙ୍କା ଥିବା କଥାକୁ ଖୋଲାଖୋଲି ନହେଲେ ବି ଅସ୍ୱୀକାର କରିନାହାନ୍ତି ସୁଧାକର ପଣ୍ଡା । ଏବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ରହିଛି । ଅନେକ ସମୟରେ ମାର୍କେଟରେ ଅଭିଯୋଗ ଆସୁଛି ପିଆଜ ୭୦ରୁ ୮୦ ଟଙ୍କାରି ବିକ୍ରି ହେଉଛି । ଆମଦାନୀ ଅନୁସାରେ ପ୍ରତିଦିନ ପାଇକାରୀ ଦର ପରିବର୍ତ୍ତନ ହେଉଛି । ତାକୁ ତାଳଦେଇ ଖୁଚୁରା ବଜାରରେ ଦର ଏପେଟ ସେପଟ ହେବ । ତେବେ, ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଭଳି ସେ ଚିନ୍ତିତ ଥିବା କହିଛନ୍ତି । ତେବେ, ପ୍ରଶାସନ ମେକାନିଜିମ୍ ଉପରେ ଦର ନିୟନ୍ତ୍ରଣ କରୁଥିବା କହିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।