ବାପଘରୁ ଫେରିବେ ମାଆ ଲକ୍ଷ୍ମୀ: ଶ୍ରୀଜିଉଙ୍କ ହେବ ବିଶେଷ ନୀତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି  । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ସେପଟେ ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ମଙ୍ଗଳ ଆରତି, ଅବକାଶ ବେଶ, ଶୃଙ୍ଗାର, ଗୋପାଳ ବଲ୍ଲଭ, ଓ ସକାଳ ଧୂପ ପରେ  ଶ୍ରୀଜିଉମାନଙ୍କ ମହାସ୍ନ।ନ ଅନୁଷ୍ଠିତ ହେବ ।  ଏହାପରେ ନୂଆଲୁଗା ଓ ସର୍ବାଙ୍ଗ ଚନ୍ଦ ଲାଗି କରାଯିବ । ଚନ୍ଦନଲାଗି ପରେ ମହାପ୍ରଭୁଙ୍କ ମସ୍ତକରେ ମକର ଚୂଳ ଲାଗି ହେବ । ସମ୍ପୂର୍ଣ୍ଣ ନୀତି ଶେଷ ପରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଶ୍ରୀଜିଉଙ୍କ ନିକଟରେ ଭୋଗ ଲଗାଯିବ ।

ପୌଷମାସ ଧନୁ ସଂକ୍ରାନ୍ତି ଠାରୁ ମା ଲକ୍ଷ୍ମୀ ବାପ ଘରକୁ ଯାଇ ଆଜି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରତ୍ୟାବର୍ତ୍ତନ ବେଳେ ମା ସାଙ୍ଗରେ ଆଣିଥିବା ଭାରରେ ମକର ଚାଉଲ  ପସ୍ତୁତ କରାଯିବ । ମଧ୍ୟାନ୍ନ ଧୂପ ପରେ ମକର ବେଢା ଅନୁଷ୍ଠିତ  କରାଯାଇ ମକର ଚାଉଳକୁ ଶ୍ରୀଜିଉଙ୍କ ନିକଟରେ ଭଗୋ ଲଗାଯିବ ।

Leave a Reply