spot_img
Home Blog Page 749

ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଭାରତର ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀଙ୍କୁ ଗିରଫ କରିଛି NIA । ଉଭୟ ଆତଙ୍କବାଦୀଙ୍କୁ ଅବଦୁଲ୍ଲା ଫୈଜ ଶେଖ  ଏବଂ ତଲହା ଖାନ ଭାବରେ ଚିହ୍ନଟ କରାଯାଇଛି। ଏହି ଉଭୟ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ। ଭାରତ ଫେରିବା ପରେ, ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଇମିଗ୍ରେସନ ବିଭାଗ ଅଟକାଇଥିଲା। ଏହା ପରେ NIA ତାଙ୍କୁ ଗିରଫ କରିଥିଲା।

ସୂତ୍ର ଅନୁସାରେ ଉଭୟ ଆତଙ୍କବାଦୀ, ଅବଦୁଲାଲ ଫୈଜ ଶେଖ ଏବଂ ତଲହା ଖାନ, ୨୦୨୩ ପୁଣେ ଆଇଇଡି ମାମଲାରେ ଅଭିଯୁକ୍ତ। ଏଥିରେ ତାଙ୍କ ବିରୁଦ୍ଧରେ IED (ବମ୍) ତିଆରି ଏବଂ ପରୀକ୍ଷା କରିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ। ଦୁହେଁ ଭାରତରେ ଆତଙ୍କବାଦୀ ସଂଗଠନ ISISର ସ୍ଲିପର ସେଲ୍। ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କେବଳ ଏତିକି ନୁହେଁ, ଏହି ଦୁଇଜଣଙ୍କ ବିଷୟରେ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।

ଆତଙ୍କୀ ଲିଙ୍କରେ ଜାମ୍ମୁ କାଶ୍ମୀରରେ ରେଡ୍ । ଜାମ୍ମୁ କାଶ୍ମୀର ଏକାଧିକ ସ୍ଥାନରେ ରେଡ୍ । ଗାନ୍ଦରବଲ ଅଂଚଳରେ ଚାଲିଛି ରେଡ୍ ।

ଚକ ଫାଟିବାରୁ ଓଲଟିପଡ଼ିଲା ବୋଲେରୋ, ଦୁର୍ଘଟଣାରେ ୧୬ଜଣ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ଠାରେ ଓଲଟିପଡିଲା ବୋଲେରୋ । ବୋଲେରୋର ଆଗ ଚକ ଫାଟିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୬ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି । ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲ ଓ କଟକ ରେଫର କରାଯାଇଛି ।

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ ବିବାହ ଭୋଜିଖାଇ ଚୂଡ଼ାମଣୀ ଫେରୁଥିବା ବାଟରେ ଓଲଟିପଡ଼ିଥିଲା ଗାଡ଼ି । ଗାଡ଼ିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟିହୋଇ ଦୁଇ ପାଲଟା ଖାଇ ଓଲଟି ପଡ଼ିଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଓଲଟିପଡ଼ିଥିବା ଗାଡ଼ି ଭିତରେ ଫସି ରହିଥିବା ଶିଶୁକୁ ଲୋକେ ଗାଡ଼ିକୁ ଟେକି ଉଦ୍ଧାର କରିଥିଲେ। ଏହାପରେ ଆମ୍ଵୁଲାନ୍ସ ଡାକି ହସ୍ପିଟାଲ ପଠାଇଲେ ସ୍ଥାନୀୟ ଲୋକେ ।

ଆଜିଠାରୁ ପୁଣି ଆରମ୍ଭ ହେଉଛି ଆଇପିଏଲର ଅବଶିଷ୍ଠ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସ୍ଥଗିତ ରଖାଯାଇଥିବା ଆଇପିଏଲ ଆଜିଠାରୁ ପୁଣି ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବିସିସିଆଇ IPL 2025 ପୁନଃଆରମ୍ଭ ଘୋଷଣା କରିଛି । ସରକାର, ସୁରକ୍ଷା ଏଜେନ୍ସି ଏବଂ ସମସ୍ତ ପ୍ରମୁଖ ଅଂଶୀଦାରଙ୍କ ସହିତ ବ୍ୟାପକ ପରାମର୍ଶ ପରେ ବୋର୍ଡ ସିଜିନର ବାକି ମ୍ୟାଚ୍ ଖେଳିବାକୁ ନେଇ ନିଷ୍ପତ୍ତି ନେଇଛି। IPL ୨୦୨୫ର ୬ଟି ସ୍ଥାନରେ ଅବଶିଷ୍ଟ ୧୭ଟି ମ୍ୟାଚ୍ ଖେଳାଯିବ । ଆସନ୍ତା ଜୁନ୍ ୩ରେ ଆଇପିଏଲର ଫାଇନାଲ ଶେଷ ହେବ। ଆଜି ରାତି ୭ଟା ୩୦ ମିନିଟରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଓକୋଲକତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।

୧୦ ଜଣ ଆରପିଏଫ୍ ଯବାନ ସସପେଣ୍ଡ

ରାଉରକେଲା: ୧୦ ଜଣ ଆରପିଏଫ୍ ଯବାନ ସସପେଣ୍ଡ । ଚକ୍ରଧରପୁର ରେଲୱେ ଡିଭିଜନରେ ୧୦ RPF ଯବାନ ନିଲମ୍ୱିତ । କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ ଚାକିରିରୁ ନିଲମ୍ୱିତ । ଚକ୍ରଧରପୁର ରେଲୱେ ଡିଭିଜନ ସିନିଅର ଡିଏସପି କଲେ ନିଲମ୍ବିତ। ନିଲମ୍ୱିତ ହୋଇଥିବା ଆରପିଏଫ ଯବାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସକାଳ ସାଢ଼ ୧୦ଟା ସମୟରେ ଅଫିସରେ ଉପସ୍ଥିତ ରହିବା ସହିତ ବିନା ଅନୁମତିରେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତର ଆକ୍ରମଣକୁ ମାନିଲା ପାକିସ୍ତାନ; ପ୍ରତିକ୍ରିୟା ରଖି ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭାରତ ଆକ୍ରମଣରେ ପାକିସ୍ତାନର ବ୍ୟାପକ ଘଟିଛି କ୍ଷତି। ଏହା ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନୂର ଖାନ ଏୟାରବେସର ହୋଇଛି ବ୍ୟାପକ କ୍ଷତି। ଭାରତୀୟ ବାୟୁସେନା ଆକ୍ରମଣକୁ ସ୍ଵୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ। ଗତ ୯ ଏବଂ ୧୦ ମଧ୍ୟରାତ୍ରୀ ସାଢେ ୨ଟାରେ ହୋଇଥିଲା ଆକ୍ରମଣ। ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଫୋନ କରି ଜଣାଇଥିଲେ ସେନାମୁଖ୍ୟ ଜେନେରାଲ ଆସୀମ ମୁନିର। ଭାରତ ଆକ୍ରମଣର ସୂଚନା ଦେଇଥିଲେ ମୁନିର। ନୂର ଖାନ ଏୟାରବେସ ଉପରେ ଆକ୍ରମଣ ହୋଇଥିବା କହିଥିଲେ। ୯-୧୦ ତାରିଖ ରାତି ପ୍ରାୟ ୨ଟା ୩୦ ସମୟରେ ଜେନେରାଲ ସୟଦ ଅସୀମ ମୁନିର ଫୋନ୍ କରି ଜଣାଇଥିଲେ ଯେ ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନୁର ଖାନ ଏୟାରବେସ୍ ଏବଂ ଅନ୍ୟ କିଛି ଅଞ୍ଚଳରେ ପଡ଼ିଛି। ପାକିସ୍ତାନର ବାୟୁସେନା ଦେଶକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା। ସେମାନେ ଚୀନ୍ ଯୁଦ୍ଧ ବିମାନରେ ଆଧୁନିକ ଗ୍ୟାଜେଟ୍ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହାର କରିଥିଲେ ବୋଲି ଶେହବାଜ କହିଛନ୍ତି।

ପାକିସ୍ତାନ ବାୟୁସେନାର ନୁର ଖାନ ବେସ୍ ପଞ୍ଜାବ ପ୍ରଦେଶର ରାୱଲପିଣ୍ଡି ଉପକଣ୍ଠ ଚକଲାଲାରେ ଅବସ୍ଥିତ। ଏହି ଏୟାରବେସ୍ ମୂଳତଃ ବ୍ରିଟିଶ ରୟାଲ୍ ବାୟୁସେନା ଦ୍ୱାରା ବିକଶିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ମିତ୍ର ସୈନ୍ୟମାନଙ୍କ ପାଇଁ ଏଠାରେ ପାରାସୁଟ୍ ତାଲିମ କାର୍ଯ୍ୟ କରାଯାଇଥିଲା। ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଏହି ବେସ୍ ପାକିସ୍ତାନ ବାୟୁସେନା ପାଇଁ ମୁଖ୍ୟ ପରିବହନ ଏବଂ ଲଜିଷ୍ଟିକ୍ସ କେନ୍ଦ୍ର ମଧ୍ୟରୁ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଥିଲା। କିଛି ବର୍ଷ ପୂର୍ବରୁ ନୂଆ ଇସଲାମାବାଦ ଆନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ପୂର୍ବରୁ ବେନଜିର ଭୁଟ୍ଟୋ ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏହି ସ୍ଥାନରୁ ପରିଚାଳିତ ହେଉଥିଲା।

 

ଆଜିଠାରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଅଜନ୍ତା ସର୍କସ

ଭୁବନେଶ୍ୱର: ସର୍କସ ଦେଖୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ଆଜିଠାରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଅଜନ୍ତା ସର୍କସ। ଚଳିତ ବର୍ଷ ଏହି ଅଜନ୍ତା ସର୍କସରେ ରୋପ ସର୍କସ, ଗ୍ଲୋଗ ବାଇକ୍ , ଇଥୋପୀୟାନ କଳାକାରଙ୍କ ଦ୍ଵାରା ସ୍ଵତନ୍ତ୍ର ସର୍କସ, ରୁଷିଆନ ଗେମ୍ ସହ ଅନେକ ଚିତ୍ତାକର୍ଷକ ସୋ ଦେଖିବେ ଦର୍ଶକ। ଏହାସହ ଦର୍ଶକଙ୍କ ହସେଇ ହସେଇ ମତୁଆଲା କରିବେ ଜୋକର।

ଆଜି ସନ୍ଧ୍ୟା ୭ଟା ୩୦ରେ ପ୍ରଥମ ସୋ ଅନୁଷ୍ଠିତ ହେବ। ରବିବାର ଦିନ ଠାରୁ ଏକ ମାସ ପର୍ଯ୍ୟନ୍ତ ଅର୍ଥାତ ରଜ ପର୍ଯ୍ୟନ୍ତ ଏହି ଅଜନ୍ତା ସର୍କସ ଦେଖିପାରିବେ ରାଜଧାନୀବାସୀ। ପ୍ରତ୍ୟେକ ଦିନ ୩ଟି ସୋ ଅନୁଷ୍ଠିତ ହେବ। ପ୍ରତ୍ୟେକ ସୋର ସମୟ ଦୁଇ ଘଣ୍ଟା ରଖାଯାଇଛି। ଦିନ ୩ ଟାରେ ପ୍ରଥମ ସୋ, ସଂଧ୍ୟା ୫ଟା ୩୦ରେ ଦ୍ବିତୀୟ ଓ ରାତି ୮ଟାରେ ତୃତୀୟ ସୋ ହେବା ନେଇ ସୂଚନା ଦେଇଛନ୍ତି ଅଜନ୍ତା ସର୍କସର ମ୍ୟାନେଜର।

 

ନିମାପଡ଼ା ବିଜେପିରେ ବଢିଚାଲିଛି ଗୋଷ୍ଠୀ କନ୍ଦଳ ; ବିଜେପି କର୍ମୀଙ୍କ ଅଲଗା ଅଲଗା ଶୋଭାଯାତ୍ରା

ପୁରୀ: ନିମାପଡ଼ା ବିଜେପିରେ ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ। ଆଗରୁ ପଣା ସଂକ୍ରାନ୍ତି ଆଉ ଏବେ ତ୍ରିରଙ୍ଗା ଶୋଭାଯାତ୍ରା । ଏମିତି ଅନେକ କାର୍ଯ୍ୟକ୍ରମରେ ବିଜେପି କର୍ମୀ ମାନେ ଦୁଇଭାଗରେ ବିଭକ୍ତ ହେବା ସହିତ ଅଲଗା ଅଲଗା ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ନିମାପଡ଼ାର ଦୁଇଜଣ ଜଣା ଶୁଣା ନେତା ଯଥା ଜଣେ ହେଉଛନ୍ତି ନିମାପଡ଼ାର ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଯିଏକି ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ । ଆଉ ଜଣେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଦୁଇଜଣ ଗୋଟିଏ ଦଳରେ ଥାଇ ମଧ୍ୟ ବର୍ତ୍ତମାନ ବିଭାଜିତ ହୋଇ ଭିନ୍ନ ଭିନ୍ନ ରାଲି କରୁଥିବା ଦେଖିବାକୁ ମିଳୁଛି।

ଭାରତୀୟ ସେନା ବାହିନୀର ସାହସିକତାକୁ ନେଇ ସାରା ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଉଥିବା ବେଳେ ନିମାପଡ଼ାରେ ମଧ୍ୟ ତିନି ତିନୋଟି ଶୋଭାଯାତ୍ରା ଆୟୋଜନ କରାଯାଇଛି । ଗତ ୧୪ତାରିଖରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟରେ ୧୮ତାରିଖରେ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ସୂଚନା ଦେଇଥିଲେ । ଆଉ ସେ ଶୋଭାଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ସାମିଲ ହେବା ପାଇଁ ନିବେଦନ କରିଥିଲେ । ତାର ଠିକ୍ ଗୋଟେ ଦିନ ପରେ ପ୍ରଭାତିଙ୍କ ସମର୍ଥକ ମାନେ ୧୭ତାରିଖରେ ଶୋଭାଯାତ୍ରା କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଶୋଭାଯାତ୍ରା ପ୍ରସ୍ତୁତି ସୂଚନା ପରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ଗୋପରେ ତ୍ରିରଙ୍ଗା ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ନିମାପଡ଼ା ବିଜେପିରେ ଗୋଷ୍ଠୀ କନ୍ଦଳ ଥିବା ସ୍ପଷ୍ଟ ବାରିହୋଇପଡିଛି।

ସାଧାରଣ ନିର୍ବାଚନ ପର ଠାରୁ ନିମାପଡ଼ାର କୌଣସି କାର୍ଯ୍ୟକ୍ରମରେ ସମୀର ଓ ପ୍ରଭାତୀଙ୍କୁ ଏକାଠି ଦେଖିବାକୁ ମିଳୁନଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ନିରଜ ଚୋପ୍ରାଙ୍କ ନୂଆ ରେକର୍ଡ; ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ନିରଜ ଚୋପ୍ରାଙ୍କ ନୂଆ ରେକର୍ଡ । ଜାଭେଲିନ ଥ୍ରୋରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ନିରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ୯୦ ଦଶମିକ ୨୩ ମିଟର ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି ନିରଜ ଚୋପ୍ରା ।

ଆଇଏଏନଏସ ରିପୋର୍ଟ ଅନୁସାରେ, ନିରଜ ତାଙ୍କର ତୃତୀୟ ପ୍ରୟାସରେ ୯୦ ଦଶମିକ ୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ନୀରଜ ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଥିବା ବେଳେ ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି । ନିରଜ ଚୋପ୍ରା ତାଙ୍କ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଛନ୍ତି । ତଥାପି ଏହି ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ।

ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଏହି ଲିଗ୍‌ର ଶ୍ରେଷ୍ଠ ସ୍କୋର କରିଥିଲେ। ଏହି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉ ଜଣେ ଭାରତୀୟ ଖେଳାଳି କିଶୋର ଜେନା ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । କିଶୋର ୭୮ ଦଶମିକ ୬୦ ମିଟରର ଦୂର ଜାଭେଲିନ୍ ଫିଙ୍ଗି ତାଙ୍କର ସର୍ବୋତ୍ତମ ସ୍କୋର କରିଛନ୍ତି ।

ଖସୁଛି ସୁନା ଦର: ସପ୍ତାହକ ମଧ୍ୟରେ ଖସିଲାଣି ଅଢେଇ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଖସି ଚାଲିଛି ସୁନା ଦର। ସପ୍ତାହକ ମଧ୍ୟରେ ଅଢେଇ ହଜାର ଟଙ୍କା ଖସିଛି ସୁନା ଦର। ଆମେରିକା ଚୀନ ମଧ୍ୟରେ ଟାରିଫ ଯୁଦ୍ଧ ଯୋଗୁଁ ଦର ହ୍ରାସ ହୋଇ ଚାଲିଛି।

ଗତକାଲି ଭୁବନେଶ୍ଵରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୭ ହଜାର ୨୦୦ ଟଙ୍କା ରହିଥିଲା। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୯୫ ହଜାର ୮୦୦ ଟଙ୍କା ଥିଲା। ଆଜି ଏବଂ ଆସନ୍ତାକାଲି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର କାରବାର ବନ୍ଦ ରହୁଥିବାରୁ ଏହି ଦର ଅପରିବର୍ତ୍ତିତ ରହିବ। ସୋମବାର ପୁଣିଥରେ କାରବାର ଆରମ୍ଭ ହେବା ପରେ ଦରରେ ପରିବର୍ତ୍ତନ ଦେଖାଦେବ।

ଜାରି ରହିବ ଅପରେସନ ସିନ୍ଦୂର: ପବନ କଲ୍ୟାଣ

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅପରେସନ ସିନ୍ଦୂରକୁ ନେଇ ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପ୍ରତିକ୍ରିୟା। କହିଲେ ଜାରି ରହିବ ଆତଙ୍କବାଦ ନିପାତ ଅଭିଯାନ ଅପରେସନ ସିନ୍ଦୂର। ପାକିସ୍ତାନ ଆତଙ୍କୀ ଗତିବିଧି ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଅପରେସନ ଚାଲିବ କହିଲେ ପବନ କଲ୍ୟାଣ।

ସରକାରଙ୍କ ଅପରେସନ ସିନ୍ଦୂର ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପବନ କଲ୍ୟାଣ। କଂଗ୍ରେସକୁ ସମାଲୋଚନା କରିବା ସହ ଅପରେସନ ସିନ୍ଦୂର ପ୍ରତ୍ୟାହାର କରାଯାଇନି ବୋଲି କହିଛନ୍ତି। ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ତାର ସ୍ଥିତି ହରାଇଥିବାରୁ ସରକାରଙ୍କୁ ସମାଲୋଚନା କରୁଥିବା ପବନ କଲ୍ୟାଣ କହିଛନ୍ତି ।