spot_img
Home Blog Page 7487

ଝିଅ ଘରକୁ ଆସିଥିଲା ମାଆ, ଉତ୍‌କ୍ଷିପ୍ତ ହୋଇ ହାଣିଦେଲା ଦିଅର

ବଣାଇ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଏକ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଟିକରାପୋଷ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଝିଅ ଜ୍ୱାଇଁଙ୍କ ଘରକୁ ବୁଲିବାକୁ ଆସିଥିଲେ ଚିକଟନଳୀ ଗାଁର ମହିଳା ବନ୍ଦିନୀ ଓରାମ୍ । କିନ୍ତୁ ସେଠାରେ ସେ ଜ୍ୱାଇଁ ଦଶରଥ ଓରାମ୍‌ଙ୍କ ସାନ ଭାଇର ଟାଙ୍ଗିଆ ଚୋଟର ଶିକାର ହୋଇଛନ୍ତି  । ସାନ ଭାଇ ରତିକାନ୍ତ ଓରାମ୍ ପୂର୍ବରୁ ବଡ଼ଭାଇର ଶାଶୁ ବନ୍ଦିନୀ କୁ ଗୁଣି କରୁଥିବା ଦର୍ଶାଇ ତାଙ୍କ ଘରକୁ ନ ଆସିବା ପାଇଁ କହିଥିଲା  ।

କିନ୍ତୁ ଗତକାଲି ରାତିରେ ଶାଶୁ ବନ୍ଦିନୀଙ୍କୁ ତାଙ୍କ ଘରେ ଦେଖି ହଠାତ୍ ରାଗିଯାଇ ଏକ ଟାଙ୍ଗୀଆରେ ଚୋଟ ପକାଇଥିଲା ରତିକାନ୍ତ । ଘଟଣାସ୍ଥଳରେ ବନ୍ଦିନୀର ମୃତ୍ୟୁ ଘଟିଥିବା ବେଳେ ପାଖରେ ଥିବା ଏକ ଶିଶୁ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅଭିଯୁକ ଏପର୍ଯ୍ୟନ୍ତ ଫେରାର ରହିଛି ।

ବେଦାନ୍ତର ଦାଦାଗିରି

ଭୁବନେଶ୍ୱର: ବେଦାନ୍ତର ଦିନକୁ ଦିନ ଚାଲିଛି ଦାଦାଗିରି । ପାଉଁଶ ପୋଖରୀ ପାଇଁ ପଦା ହେଉଛି ଜଙ୍ଗଲ । ବେଦାନ୍ତ କଂପାନୀ ବେଆଇନ ଭାବେ ଚାଷଜମି ଦଖଲ କରୁଥିବା ଅଭିଯୋଗ ହୋଇଛି ।

Image result for vedanta ash

ପ୍ରଦୂଷଣର ବିଷ ବଳୟରେ ବିଲୀନ ହେବାକୁ ଯାଉଛି ପୂରା ଗାଁ । ଝାରସୁଗୁଡ଼ା ଜିଲ୍ଲା ନୂଆମୁଣ୍ଡା ଗାଁଲୋକ ତ୍ରାହିତ୍ରାହି ଡାକିଲେଣି । ସେପଟେ ବିରୋଧର ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଲୋକ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଜଣା ପଡିଛି  ।

ଶୁକ୍ରବାର ଦେଖି ଆପଣାନ୍ତୁ ଏହି ଉପାୟ, ଘରର ଆର୍ଥିକ ସମସ୍ୟା ଓ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ

ଶୁକ୍ରବାର ମା’ଲକ୍ଷ୍ମୀ ଓ ମା’ ସନ୍ତୋଷୀଙ୍କ ଦିନ । ବହୁ ମହିଳା ଓ ଝିଅ ଏହିଦିନ ବ୍ରତ କରି ମା’ଙ୍କୁ ପୁଜାର୍ଚନା କରିଥାନ୍ତି । ବିଶେଷ କରି ବହୁ ଲୋକେ ମା’ ସନ୍ତୋଷୀଙ୍କର ବ୍ରତ ରଖିଥାଆନ୍ତି । ଏହି ବ୍ରତ କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ମିଳିଥାଏ । ମା’ଙ୍କ କୃପାରୁ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଶୁକ୍ରବାରରେ ଏପରି କେତେକ ବିଶେଷ ଉପାୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିମ୍ନରେ ଜାଣନ୍ତୁ ସେ ବିଷୟରେ..
୧. ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି । ତାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Related image
୨. ଶୁକ୍ରବାର ଦିନ ହଳଦିଆ କପଡ଼ାରେ ହଳଦିଆ କଉଡ଼ି, ସାମାନ୍ୟ କେସର, ଏକ ଚାନ୍ଦି ଟଙ୍କା ବାନ୍ଧି ନିଜ ଆଲମିରାରେ ରଖନ୍ତୁ । ଏହି ଉପାୟ କିଛି ଶୁକ୍ରବାର ଲଗାତର କରିବା ଦ୍ୱାରା ଆପଣଙ୍କ ଗୃହରେ କଦାପି ଟଙ୍କାର ଅଭାବ ରହିବ ନାହିଁ ।

Image result for yellow kaudi
୩. ଏହି ଦିନ ଐଶାନ୍ୟ କୋଣରେ ଗାଈ ଘିଅରେ ଲାଲ ରଙ୍ଗର ସଳିତାରେ ଦୀପ ଲଗାନ୍ତୁ । ଏହାର ଖୁବ ଶୁଭଫଳ ଆପଣଙ୍କୁ ମିଳିବ ।

Image result for diwali dipa with red salita
୪. ୩ଟି କୁଆଁରୀ କନ୍ୟାଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ । ଏହାପରେ ତାଙ୍କୁ ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଉପହାରରେ ଦିଅନ୍ତୁ । କୁଆାଁରୀ କନ୍ୟା ଦେବୀଙ୍କ ଏକ ରୂପ ବୋଲି କୁହାଯାଏ । ତେଣୁ ଏହା କରିବା ଦ୍ୱାରା ଘର ପାଇଁ ମଙ୍ଗଳ ହୋଇଥାଏ ।

 

କୋର୍ଟଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ହାତରେ ବନବିଭାଗ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡ଼ିଆବାହାଲ ରେଞ୍ଜରଙ୍କ ଘରେ ଚଢ଼ାଉ ହୋଇଛି ।

ବନ ବିଭାଗ ଅଧିକାରୀ ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟି ବନ୍ଧ ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

 

ସୁରେଶଙ୍କର ପୁଟିବନ୍ଧ ଘର, ଧମା ଠାରେ ଥିବା ବିଶି ଡେରାର ଘର, ପୁଟିବନ୍ଧ ଠାରେ ଥିବା ତାଙ୍କ ଝିଅ-ଜୁଆଇଁ ଘରେ ଏବଂ ତାଙ୍କ ପଡିଆ ବାହଲ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଏକ କାଳୀନ ରେଡ଼ ଚାଲିଛି ।

ସମ୍ବଲପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉ ଚାଲିଥିବା ଭିଜିଲାନ୍ସ ଡିଏସପି କହିଛନ୍ତି । ବର୍ତ୍ତମାନ ସୁଧା ଏହି ଚଢ଼ାଉ ଜାରି ରହିଛି ।

କୂଳରେ ଲାଗିଲା ମଝି ଚିଲିକାରେ ଫସି ରହିଥିବା ଡ଼ଙ୍ଗା

ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସି ରହିଥିବା ଡ଼ଙ୍ଗା ଏବେ କୂଳରେ ଲାଗିଛି । କୁହୁଡ଼ି ଛାଡ଼ିବା ପରେ ଜହ୍ନିକୁଦାରେ ପହଞ୍ଚିଲା ଡ଼ଙ୍ଗା ।ସାତପଡ଼ାରୁ ଜହ୍ନିପଦା ଅଭିମୁଖେ ଯାଉଥିବା ଡଙ୍ଗାଟି ଘନ କୁହୁଡ଼ି ଯୋଗୁଁ ଆଜି ସକାଳରେ ଚିଲିକା ମଝିରେ ଫସି ରହିଥିଲା ।

ଏବଂ ଘନ କୁହୁଡ଼ି ଯୋଗୁଁ ଡ଼ଙ୍ଗା ଚାଳକ ବାଟବଣା ହୋଇଥିଲେ । ତେବେ ଡ଼ଙ୍ଗାଟିରେ ୩୦ଜଣ ଯାତ୍ରୀ ରହିଥିବା ବେଳେ ୧୦ଟି ମୋଟର ସାଇକେଲ ରହିଥିବା ଜଣାପଡ଼ିଛି । ଡ଼ଙ୍ଗା ପହଞ୍ଚିଲା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

କୁହୁଡ଼ି ପାଇଁ ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡ଼ଙ୍ଗା

ଡ୍ରାଇଭରକୁ ମାରି, ଟ୍ରକ ଚୋରି କଲେ ଦୁର୍ବୃତ୍ତ !

ଚଣ୍ଡିଖୋଲ: ଚଣ୍ଡିଖୋଲ ଶ୍ରୀରାମପୁର ଟୋଲଗେଟ୍ ପାଖରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଜଗତପୁରର ବଳରାମ  ବାରିକ ।

 

ସେ ପାରାଦୀପରେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଦୁର୍ବୃତ୍ତମାନେ ତାଙ୍କ ଟ୍ରକ ଚୋରି କରିନେଇଥିବା ବେଳେ ୨ ଦିନ ହେଲା ନିଖୋଜ ଥିଲେ ବଳରାମ ।

ଦୁର୍ବୃତ୍ତମାନେ ହିଁ ବଳରାମଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।

ପୂର୍ବରୁ ଧର୍ମଶାଳା ଥାନାରେ ବଳରାମଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା ।

ଲୋକମାନ୍ୟ ତିଳକ୍‌ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ ନେଇ ବଦଳିଲା ଟ୍ରେନ୍‌ର ଗତିପଥ, ଗଠନ ହେଲା ଯାଞ୍ଚ୍‌ ଟିମ୍‌

ଭୁବନେଶ୍ୱର: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ୍‌ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଯୋଗୁଁ ଅନେକ ଟ୍ରେନ୍‌ର ଗତିପଥ ବଦଳିଛି । କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବାର ସୂଚନା ମିଳିଛି ।

ଏହି ଟ୍ରେନ୍‌ ଗୁଡ଼ିକ କଟକ ପରିବର୍ତ୍ତେ ନରାଜ ବାଟ ଦେଇ ଯାତ୍ରା କରିବେ ବୋଲି ଜଣାଯାଇଛି । ତାଳଚେର-ପୁରୀ ମେମୁ ଟ୍ରେନ୍, ଦୁର୍ଗ-ପୁରୀ ଏକ୍ସପ୍ରେସ୍, ପୁରୀ-ରାଉରକେଲା , ଧାନବାଦ୍- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍  ନରାଜ ବାଟ ଦେଇ ଯାତ୍ରା କରିବ । ଘଟଣାର ତଦନ୍ତ ପାଇଁ ଏକ ଯାଞ୍ଚ୍‌ ଟିମ୍‌ ଗଠନ ହେଲା ।

ସମସ୍ତ ଦିଗ ଉପରେ ତଦନ୍ତ କରାଯିବ । ଟ୍ରେନର ସ୍ପୀଡ଼ ମିଟର ସିଜ୍‌ କରାଯାଇଛି । ରେଳବାଇ ପକ୍ଷରୁ ବସ୍‌ ଯୋଗେ ଘଟଣା ସ୍ଥଳରୁ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନିଆଯାଇଛି । ଟ୍ରେନ୍‌ରେ ମୋଟ ୪୫୦ ଯାତ୍ରୀ ଥିଲେ ବୋଲି ସୂଚନା ଦେଲେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର  ।

ନୂଆଗାଁରେ ଦନ୍ତା ହାତୀ ଆତଙ୍କ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ନୂଆଗାଁ ଗଉଡ଼ ସାହିରେ ଦେଖିବାକୁ ମିଳିଛି ଗୋଟିକିଆ ଦନ୍ତା ହାତୀ ଆତଙ୍କ । ସକାଳୁ ସକାଳୁ ଦନ୍ତାଟି ଗ୍ରାମ ଭିତରେ ପଶି ବୁଲୁଥିବା ବେଳେ ବର୍ତ୍ତମାନ ଗ୍ରାମ ନିକଟରେ ଥିବା ଏକ ଛୋଟ ଜଙ୍ଗଲ ରେ ଛିଡା ହୋଇ ରହିଛି । ହାତୀଟି କିଛି କୋବି ବାରିରେ ପଶି ମଧ୍ୟ କୋବି ଖାଇ ନଷ୍ଟ କରି ଦେଇଛି । ତେବେ ୩ଦିନ ହେବ ଦନ୍ତାଟି ଏହି ଗ୍ରାମରେ ଆତଙ୍କ ଖେଳାଇ ରଖିଛି । ଗାଁ ଲୋକେ ମଧ୍ୟ ହାତୀର କାର୍ଯ୍ୟକଳାପକୁ ଦେଖି ଡରି ସକାଳୁ ଘନ କୁହୁଡିରେ ପଦାକୁ ବାହାରୁ ନାହାନ୍ତି ।

Related image

ତେବେ ଜଣା ପଡିଛି ଏହି ଦନ୍ତାଟି ଏକ ୧୨ଟିକିଆ ହାତୀପଲ ଭିତରୁ କୌଣସି ବସତ ବାହାରି ଅଲଗା ହୋଇ ଯାଇଥିଲା । ସୂଚନା ମୁତାବକ ବନ ବିଭଗ ବର୍ତ୍ତମାନ ହାତୀଟି ଉପରେ ନଜର ରଖିଛି ।

କୁହୁଡ଼ି ପାଇଁ ମଝି ଚିଲିକାରେ ଅଟକି ରହିଲା ଯାତ୍ରୀବାହୀ ଡ଼ଙ୍ଗା

ଚିଲିକା: ଚିଲିକା ମଝିରେ ଫସିଲେ ୩୦ ଜଣ ଯାତ୍ରୀ  । ଘନ କୁହୁଡ଼ି ଯୋଗୁଁ ଏଭଳି ଚିଲିକା ମଝିରେ ଫସିଥିବା ସୂଚନା । ଆଜି ସକାଳୁ ସାତପଡ଼ାରୁ ଜହ୍ନିକୁଦାକୁ ଯାଇଥିବା ଏକ ଯାତ୍ରୀବାହୀ ଡ଼ଙ୍ଗା କୁହୁଡ଼ି ଯୋଗୁଁ ଚିଲିକା ମଝିରେ ଫସିରହିଛି ।

ଡ଼ଙ୍ଗାରେ ୩୦ଜଣ ଯାତ୍ରୀଙ୍କ ସମେତ ୧୦ଟି ମୋଟର ସାଇକେଲ ରହିଛି । ଡ଼ଙ୍ଗାଟି ମହିସା ଗାଁ ନିକଟରେ ଚିଲିକା ମଝିରେ କୁହୁଡ଼ି ଯୋଗୁଁ ବାଟବଣା ହୋଇ ଅଟକି ରହିଛି ।

ଯଦି ଆପଣ ବିଦ୍ୟୁତ ବିଲ୍‌ ଦେଇନାହାନ୍ତି ତେବେ ଆଜିଠୁ ଅନ୍ଧାର ରହିବ ଆପଣଙ୍କ ଘର

ଭୁବନେଶ୍ୱର: ବିଲ୍‌ ପଇଠ କରି ନଥିଲେ ଆଜିଠୁ ବିଦ୍ୟୁତ ବିଚ୍ଛିନ୍ନ । ପୂର୍ବରୁ ଦେଇଥିବା ଚେତାବନୀକୁ କାର୍ଯ୍ୟକାରି କରିବ ସେସୁ । ୮ ଲକ୍ଷ ୩୬ ହଜାର ୨୬୯ ଜଣ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ ନୋଟିସ ପଠାଯାଇଛି ।

୫୯ ହଜାର ୧୯୦ ବ୍ୟାବସାୟିକ ପ୍ରତିଷ୍ଠାନକୁ ବି ଯାଇଛି ନୋଟିସ୍‌ । ୫ ହଜାର ୯୬୫ ସରକାରୀ ଉପଭୋକ୍ତ। ଓ ୭୩ ହଜାର ୯୫୬ କୃଷିଶିଳ୍ପକୁ ନୋଟିସ ଜାରି କରାଯାଇଛି । ଗାଁରେ ଯାହାର ବିଲ୍‌ ବାକି ଥିବ, ସେମାନଙ୍କର ବି  ବିଦ୍ୟୁତ୍‌ ବିଚ୍ଛିନ୍ନ କରିବ ସେସୁ ।

ବ୍ୟାବସାୟିକ ପ୍ରତିଷ୍ଠାନରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ବିଲ୍‌ ପଇଠ କରି ନଥିବା ବ୍ୟକ୍ତିଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ ହୋଇଛି । ସେସୁ ଅଧୀନ ୯ଟି ଜିଲ୍ଲାରେ ଏଭଳି ବିଚ୍ଛିନ୍ନ କରିବାକୁ ସ୍କ୍ୱାଡ୍‌ ଗଠନ କରାଯାଇଛି । ଆଜିଠାରୁ ବିଦ୍ୟୁତ ବିଚ୍ଛିନ୍ନ ପ୍ରକିୟା ଆରମ୍ଭ ହୋଇ ଫେବ୍ରୁଆରୀ ୫ ସୁଦ୍ଧା ସରିବ ।