ଯଦି ଆପଣ ବିଦ୍ୟୁତ ବିଲ୍‌ ଦେଇନାହାନ୍ତି ତେବେ ଆଜିଠୁ ଅନ୍ଧାର ରହିବ ଆପଣଙ୍କ ଘର

ଭୁବନେଶ୍ୱର: ବିଲ୍‌ ପଇଠ କରି ନଥିଲେ ଆଜିଠୁ ବିଦ୍ୟୁତ ବିଚ୍ଛିନ୍ନ । ପୂର୍ବରୁ ଦେଇଥିବା ଚେତାବନୀକୁ କାର୍ଯ୍ୟକାରି କରିବ ସେସୁ । ୮ ଲକ୍ଷ ୩୬ ହଜାର ୨୬୯ ଜଣ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ ନୋଟିସ ପଠାଯାଇଛି ।

୫୯ ହଜାର ୧୯୦ ବ୍ୟାବସାୟିକ ପ୍ରତିଷ୍ଠାନକୁ ବି ଯାଇଛି ନୋଟିସ୍‌ । ୫ ହଜାର ୯୬୫ ସରକାରୀ ଉପଭୋକ୍ତ। ଓ ୭୩ ହଜାର ୯୫୬ କୃଷିଶିଳ୍ପକୁ ନୋଟିସ ଜାରି କରାଯାଇଛି । ଗାଁରେ ଯାହାର ବିଲ୍‌ ବାକି ଥିବ, ସେମାନଙ୍କର ବି  ବିଦ୍ୟୁତ୍‌ ବିଚ୍ଛିନ୍ନ କରିବ ସେସୁ ।

ବ୍ୟାବସାୟିକ ପ୍ରତିଷ୍ଠାନରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ବିଲ୍‌ ପଇଠ କରି ନଥିବା ବ୍ୟକ୍ତିଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ ହୋଇଛି । ସେସୁ ଅଧୀନ ୯ଟି ଜିଲ୍ଲାରେ ଏଭଳି ବିଚ୍ଛିନ୍ନ କରିବାକୁ ସ୍କ୍ୱାଡ୍‌ ଗଠନ କରାଯାଇଛି । ଆଜିଠାରୁ ବିଦ୍ୟୁତ ବିଚ୍ଛିନ୍ନ ପ୍ରକିୟା ଆରମ୍ଭ ହୋଇ ଫେବ୍ରୁଆରୀ ୫ ସୁଦ୍ଧା ସରିବ ।

Leave a Reply