spot_img
Home Blog Page 7485

ରାଜଧାନୀର ରାସ୍ତାକୁ ଢ଼ାଙ୍କିଛି ଘନ କୁହୁଡ଼ିର ଚାଦର, ରାସ୍ତାରେ ଗଲାବେଳେ ମୁହଁକୁ ମୁହଁ ଦେଖାଯାଉନାହିଁ

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ ଘନ କୁହୁଡିରେ ରାସ୍ତାଘାଟ ଢାଙ୍କି ହୋଇଯାଇଛି । କୁହୁଡ଼ିର ତୀବ୍ରତା ଅଧିକ ଥିବା ବେଳେ ପ୍ରଭାବିତ ହୋଇପଡିଛି ଜୀବନ ଯାତ୍ରା ।

ସକାଳୁ ମୁହଁକୁ ମୁହଁ ଦେଖାଯାଉନଥିବା ବେଳେ ମାତ୍ର ଅଳ୍ପ ଦୂରତାରୁ ବି ରାସ୍ତା ସ୍ପଷ୍ଟ ବାରି ହୋଇପାରୁନି। କେବଳ ରାଜଧାନୀ ନୁହେଁ ବିଭିନ୍ନ ସହର ଗୁଡିକ ଘନ କୁହୁଡ଼ିର ଚାଦର ତଳେ ରହିଛି । କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀରେ ଦେଖିବାକୁ ମିଳିଛି ଘନ କୁହୁଡି ।

ସେହିଭଳି କାଲି ମଧ୍ୟ କଟକ, ପୁରୀ ଓ ଭୁବନେଶ୍ୱର-୫୦ ମିଟର ଭିଜିବିଲିଟି ଥିବା ବେଳେ ପାରାଦୀପ ଓ ଅନୁଗୁଳ-୩୦ ମିଟର, ଚାନ୍ଦବାଲିରେ ୨୦ ମିଟର, ଗୋପାଳପୁର-୨୦୦ ମିଟର ଏବଂ ବାରିପଦା-୫୦୦ ମିଟର ଭିଜିବିଲିଟି ରହିଥିଲା।

ଆସିକା: କବିସୂର୍ଯ୍ୟନଗର ଥାନା ବାଉଁଶିଆ ଅଶିଣିପୁର ରାସ୍ତାରେ ଟ୍ରାକ୍ଟର ଓଲଟି, ୨ ଶ୍ରମିକ ମୃତ । ମୃତକ ହେଲେ ବି.ନୂଆପଲି ଗାଁର ମୁନା ନାଏକ ଓ ଶମ୍ଭୁ ନାଏକ ।

ଆସିକା: କବିସୂର୍ଯ୍ୟନଗର ଥାନା ବାଉଁଶିଆ ଅଶିଣିପୁର ରାସ୍ତାରେ ଟ୍ରାକ୍ଟର ଓଲଟି, ୨ ଶ୍ରମିକ ମୃତ । ମୃତକ ହେଲେ ବି.ନୂଆପଲି ଗାଁର ମୁନା ନାଏକ ଓ ଶମ୍ଭୁ ନାଏକ ।

ଦିଗପହଣ୍ଡି: କେ.ନୂଆଗାଁ ଥାନା ବାହିନୀପତି ଛକରେ ବାଇକ୍ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ମୃତ ଗୋବିନ୍ଦ ନଗରର ସିତୁ ସାହୁ ଓ ବାବୁଲା ସେଠୀ ।

ଦିଗପହଣ୍ଡି: କେ.ନୂଆଗାଁ ଥାନା ବାହିନୀପତି ଛକରେ ବାଇକ୍ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ମୃତ ଗୋବିନ୍ଦ ନଗରର ସିତୁ ସାହୁ ଓ ବାବୁଲା ସେଠୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓୟୋ ମୁଖ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓୟୋ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରଓ୍ୱାଲ । ସୌଜନ୍ୟମୂଳକ ସାକ୍ଷାତ ବେଳେ ସେ ତାଙ୍କର ବ୍ୟବସାୟ ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି ।

ଏବେ ୭ ହଜାର ୫୦୦ଓୟୋ ରୁମ୍‌ ରାଜ୍ୟରେ ସକ୍ରିୟ ରହିଛି । ହୋଟେଲ, ହଷ୍ଟେଲ ଓ ରୁମ୍‌ରେ ପୁଞ୍ଜିନିବେଶକୁ ଗୁରୁତ୍ୱ ଦିଆଯାଇଛି ।  ଗତବର୍ଷ ୫ହଜାର ଚାକିରି ସୃଷ୍ଟି କରାଯାଇଛି । ହଜାର ହଜାର ଲୋକଙ୍କୁ ସନ୍ତୋଷ ଜନକ ସେବା ଯୋଗାଇ ଦିଆଯାଉଥିବା ନେଇ ରିତେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

‘ମୋ ସରକାର’ରେ ସାମିଲ ହେଲା ଶିଳ୍ପ ଉଦ୍ୟୋଗ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ

ଭୁବନେଶ୍ୱର: ‘ମୋ ସରକାର’ରେ ସାମିଲ ହେଲା ଆଉ ୨ ବିଭାଗ । ଶିଳ୍ପ ଉଦ୍ୟୋଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସାମିଲ । ଏହା ଦ୍ଵାରା ଉଦ୍ୟୋଗୀ, ନିବେଶକାରୀ ଏବଂ ଅନ୍ୟ ଅଂଶୀଦାରଙ୍କୁ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ବ୍ୟବହାରରେ ପରିବର୍ତ୍ତନ ଆସିବା ସହିତ ସ୍ୱଚ୍ଛତା ତଥା ସାଧୁତା ବୃଦ୍ଧି ପାଇବ । ମୁଖ୍ୟମୁନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ପ୍ରମୁଖ ପଞ୍ଜିକୃତ ନମ୍ବରରୁ ଚୟନ କରି ଫିଡବ୍ୟାକ ନେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଶାସନ ପାଇଁ ବାର୍ତ୍ତା ଦେବା ସହ ଆଗାମୀ ଦିନରେ ଅନ୍ୟ ବିଭାଗ ପ୍ରତି ଆଦର୍ଶ ହେବ ବୋଲି କହିଛନ୍ତି । ସେପଟେ ନିବେଶକ ତଥା ଉଦ୍ୟୋଗପତିମାନଙ୍କର ଭରସାର ପାତ୍ର ହୋଇ କର୍ମଚାରୀମାନଙ୍କୁ ଏ ଦିଗରେ ସଚେତନ କରାଇବା ପାଇଁ ପଦକ୍ଷେପ ନିଆଯାଉଥିବା ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଆରପାରିକୁ ଟାଣିନେଲା ଟିକ୍‌ଟକ୍‌: ଦୁର୍ଘଟଣାରେ ଶାଳକ ମୃତ, ଭିଣୋଇ ଗୁରୁତର

ବ୍ରହ୍ମପୁର: ମହଙ୍ଗା ପଡିଲା ଟିକ୍‌ଟକ୍‌ କରିବା । ଅକାଳେ ଚାଲିଗଲା ଜୀବନ । ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଗତକାଲି ତାରାତାରିଣୀ ଦର୍ଶନ କରି ଶଳା ଭିଣୋଇ ଫେରୁଥିବାବେଳେ ଘଟିଥିଲା ସଡ଼କ ଦୁର୍ଘଟଣା  । ଖଜୁରିଆ ଛକଠାରେ ବାଇକଟି ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାଳକ ଶିବ ସାହୁଙ୍କ ଗୁରୁବାର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭିଣୋଇ ଶିବ ପାତ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଟିକ୍‌ଟକ୍‌ ସାଜିଥିଲା ମାୟା ମରିଗ । ରାସ୍ତା ତମାମ ଉଭୟେ ବାଇକରେ ବସି ଟିକ୍‌ଟିକ୍‌ ଭିଡିଓ ସୁଟିଂ କରୁଥିଲେ । ତାରାତାରିଣୀ ପାହାଡ଼ରୁ ହିଁ ଭିଡିଓ ସୁଟିଂ ଆରମ୍ଭ ହୋଇଥିଲା । ଆଉ ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ଛକ ନିକଟରେ ଘଟିଥିଲା ଦୁର୍ଘଟଣା ।

ଟିକ୍‌ଟକ୍‌ ଭିଡିଓ ମାୟାରେ ପଡ଼ି ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ଘଟିଥିବା ନଜିର ରହିଛି । ନିକଟରେ ରାଉରକେଲା ସେକ୍ଟର- ୬ରେ  ଅନିଲ ଗୋଚ୍ଛାୟତ ନାମକ ଜଣେ ୧୯ବର୍ଷ ବୟସ ଯ଼ୁବକ ଛାତ ଉପରେ ବିପଦଜ୍ଜନକ ଅବସ୍ଥାରେ ଚାଲୁ ଥିବାବେଳେ ଖସି ପଡି ଗୁରୁତର ହୋଇଥିଲେ ।

ପ୍ରତ୍ୟେକ ଦିନ ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଟିକ୍‌ଟକ୍‌ ଭିଡିଓ କରି ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ସାମନାକୁ ଆସୁଛି । ଏଭଳି ଘଟଣାକୁ ଆଖି ଆଗରେ ରଖି ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ସୂଚନାଯ଼ୋଗ୍ୟ  ଟିକ୍‌ଟକ୍‌ ଏକ ଚାଇନିଜ୍‌ ଆପ୍‌ । ବିଶେଷ କରି ଯ଼ୁବପିଢି ଏଥିରେ ଆକାଉଣ୍ଟ ଖୋଲି ନିଜ ନିଜର ଭିଡିଓ ଅପ୍‌ଲୋଡ଼ କରିବାରେ ଲାଗିଛନ୍ତି । ଭିଡ଼ିଓର ପସନ୍ଦ ଅନୁସାରେ ରୋଜଗାର ମଧ୍ୟ ହେଉଛି । ତେଣୁ ଏହା କେତେକଙ୍କ ପାଇଁ ବୃତ୍ତିରେ ମଧ୍ୟ ପରିଣତ ହେଲାଣି । ତେବେ ଟିକ୍‌ଟକ୍‌ର କୁପରିଣାମକୁ ଆଖି ଆଗରେ ରଖି ମାଦ୍ର।ସ ହାଇକୋର୍ଟ ଟିକ୍‌ଟକ୍‌ ଉପରେ କଟକଣା ଜାରି କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ଫଳରେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଟିକ୍‌ଟକ୍‌କୁ ହଟାଯାଇଥିଲା । ତେବେ ପୁଣି ଆଇନର ଫାଙ୍କ ଦେଖି ଟିକ୍‌ଟକ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି । ବ୍ଳୁ ହ୍ୱେଲ୍‌ , ପବ୍‌ଜି, କିକି ଡ୍ୟାନ୍ସ ପରେ ଏବେ ଟିକ୍‌ଟିକ୍‌ ଜୀବନ ସହ ଖେଳିବା ଚିନ୍ତାର କାରଣ ହୋଇଛି ।

ଲୋକମାନ୍ୟ ତିଲକ୍‌ ଟ୍ରେନ୍‌ ଦୁର୍ଘଟଣା: ବିଦା ହେଲେ ୪ ରେଳ କର୍ମଚାରୀ

ଭୁବନେଶ୍ୱର: କଟକ ନିର୍ଗୁଣ୍ଡି- ଶାଳଗାଁ ରେଳ ଷ୍ଟେସନ୍‌ ମଝିରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଦୁଘର୍ଟଣା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ରେଳ କର୍ମଚାରୀଙ୍କୁ ନିଲମ୍ୱିତ କଲା ପୂର୍ବତଟ ରେଳବାଇ । ନିଲମ୍ୱିତ କର୍ମଚାରୀମାନେ ହେଲେ ଡ୍ୟୁଟିରେ ଥିବା ନିର୍ଗୁଣ୍ଡି ଷ୍ଟେସନ୍‌ ମ୍ୟାନେଜର, ମାଲବାହୀ ଟ୍ରେନ୍‌ ଗାର୍ଡ, ଲୋକମାନ୍ୟ ତିଲକ୍‌ର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ । କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା କମିଶନର ଅଭୟ କୁମାର ରାୟ ଘଟଣାର ତଦନ୍ତ କରିବେ ।

ଅପରପକ୍ଷେ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତଟ ରେଳବାଇ । ଘନ କୁହୁଡି ସତ୍ତ୍ୱେ ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାନବିକତାର ପରିଚୟ ଦେଇଛନ୍ତି । ଏଥିସହ ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ, ଆମ୍ୱଲାନ୍ସ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ରେଳବାଇ ।

ଭୁବନେଶ୍ୱର: ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କୁ ସେସୁର ଛାଟ୍ । ପ୍ରଥମ ଦିନରେ ୧୫୪୫ ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ । ୫ କୋଟି ୩୮ ଲକ୍ଷ ଟଙ୍କା ବକେୟା ଆଦାୟ ।

ଭୁବନେଶ୍ୱର: ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କୁ ସେସୁର ଛାଟ୍ । ପ୍ରଥମ ଦିନରେ ୧୫୪୫ ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ । ୫ କୋଟି ୩୮ ଲକ୍ଷ ଟଙ୍କା ବକେୟା ଆଦାୟ ।

ମୟୂରଭଞ୍ଜ: ବାରିପଦା ଥାନା ତକତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜାତୀୟ ରାଜପଥ ଅବରୋଧ । ୪ ଆହତ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ।

ମୟୂରଭଞ୍ଜ: ବାରିପଦା ଥାନା ତକତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜାତୀୟ ରାଜପଥ ଅବରୋଧ । ୪ ଆହତ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ।

ହଜାର ଲିଟରର ବିଷାକ୍ତ ସ୍ପିରିଟ୍‌ ଜବତ

କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାକୁ ବଡ଼ ସଫଳତା । ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରୁ ଏକ ହଜାରର ଲିଟରରୁ ଅଧିକ ପରିମାଣର ବିଷାକ୍ତ ସ୍ପିରିଟ୍‌ ଜବତ ହୋଇଛି । ପାଣିକୋଇଲିରୁ ଭୁବନ ଆଡ଼କୁ ଯାଉଥିବାବେଳେ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରୁ ସ୍ପିରିଟ୍‌ ଜବତ ହୋଇଛି ।

ଜବତ ସ୍ପିରିଟ୍‌ କୈାଣସି ଏକ ଯାତ୍ରୀବାହୀ ବସରେ କଲିକତାରୁ ଆସିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଘଟଣାରେ ଗାଡ଼ି ଡ୍ରାଇଭରକୁ ଗିରଫ କରାଯାଇଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଇନସ୍ପେକ୍ଟର ସୂଚନା ଦେଇଛନ୍ତି । ଏହି ଚଢାଉରେ ଯାଜପୁର ରୋଡ଼ ଅବକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରାକେଟ୍‌ର ଚେର ଓଡିଶାର ବିଭିନ୍ନ ସ୍ଥାନକୁ ଲମ୍ବିଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ଏହି ରାକେଟକୁ ଠାବ କରାଯିବ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି ।