spot_img
Home Blog Page 7481

କେମିତି ଲାଇନ୍‌ଚ୍ୟୁତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ ?

ଭୁବନେଶ୍ୱର: କେମିତି ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ? ସେ ନେଇ ଆଜିଠୁ ଆରମ୍ଭ ହେବ ତଦନ୍ତ । କୋଲକାତା ରେଳ ନିରାପତ୍ତା କମିଶନର ଘଟଣାର ତଦନ୍ତ କରିବେ । ଗତ ଗୁରୁବାର ଦିନ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ନିର୍ଗୁଣ୍ଡି- ଶାଳଗାଁ ଷ୍ଟେସନ୍‌ ମଝିରେ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା । ଫଳରେ ଏକ୍ସପ୍ରେସ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା ।

ରେଲୱେ ସାଉଥ୍‌ ଇଷ୍ଟର୍ଣ୍ଣ ସର୍କଲ କୋଲକାତାର ସେଫ୍‌ଟି କମିଶନର ଅଭୟ ରାୟ ଦୁର୍ଘଟଣାର ତଦନ୍ତ କରିବେ । ଦୁର୍ଘଟଣା ସଂପର୍କରେ କିଛି ଜାଣିଥିବା ଓ ପ୍ରମାଣ ପାଇଥିବା ବ୍ୟକ୍ତି, ତାହା ଅବଗତ କରିବା ପାଇଁ ସୂଚନା ଦିଆଯାଇଛି ।

ପପୁ ପମପମଙ୍କ ‘ଗାଁର ନାଁ ଗାଲୁଆପୁର’

ଭୁବନେଶ୍ୱର: ପ୍ରତିମା ପ୍ରଡକ୍ସନର ପ୍ରଥମ ଅବଦାନ ଗାଁର ନାଁ ଗାଲୁଆପୁର, ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ହୀରାପୁରସ୍ଥିତ ଚଉଷଠି ଯୋଗିନି ମନ୍ଦିର ପରିସରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ବରିଷ୍ଠ ଅଭିନେତା ଯୋଗଦେଇଥିଲେ । ଶୁଭ ମହୁରତ ଉତ୍ସବ ସମ୍ପନ୍ନ ହେବା ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।

ଏହାସହ ନୟାଗଡ଼ରେ ଫିଲ୍ମର ଅନ୍ୟାନ୍ୟ ସୁଟିଁ କରାଯିବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା । ତେବେ ଶୁଫ ମହୁରତ ସମୟରେ ଫିଲ୍ମର ମୁଖ୍ୟ ଅଭିନେତା ପପୁ ପମପମ୍, ନବାଗତା ଅଭିନେତ୍ରୀ ମନୀଷା ଧର ମହାପାତ୍ରଙ୍କ ସହିତ ରବି ମିଶ୍ର, ମନୀଷା ମିଶ୍ର, କୁନା ତ୍ରିପାଠୀ ରହିଛନ୍ତି । ସେହିପରି ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଜିତୁ ମହାପାତ୍ର  ।

ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଅର୍ବାନ ଡେଭେଲପମେଣ୍ଟର ଏକ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ମଧ୍ୟରେ ଥିବା ଅନେକ ସାଂସଦଙ୍କ ସହ ଅନ୍ୟ ଅଫିସର ମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି । ଗତକାଲି ମଧ୍ୟପ୍ରଦେଶ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।

ତେବେ ଏହି ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ତିନିଦିନିଆ ଗସ୍ତରେ ଆସି ଗତକାଲି ସଂନ୍ଧ୍ୟାରେ ପୁରୀରେ ପହଞ୍ଚି ଥିଲେ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ  ପୁରୀ ମେଫେୟାର ହୋଟେଲ ପରିସରରେ  ସଲିଡ ୱେଷ୍ଟମେନେଜମେଣ୍ଟ, ୱାଟର ସପ୍ଲାଏ, ସାନିଟେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଯୋଜନା ରହିଛି । ଏହାସହ ୧୯ ତାରିଖ ସକାଳେ ପୁରୀ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ,, ସୌରଭ ସୌମ୍ୟକାନ୍ତ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ। ସୌରଭ ସୌମ୍ୟକାନ୍ତ ଦାସ ୯୯.୯୯ ସ୍କୋର କରିବା ସହ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ମୋଟ ୯ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାର ୨ଜଣ ଲେଖାଏଁ ପରୀକ୍ଷାର୍ଥୀ ରହିଥିବା ବେଳେ ଗୁଜରାଟ ଓ ଦିଲ୍ଲୀର ଜଣେ ଲେଖାଏଁ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ଗତ ୭ ଓ ୯ ତାରିଖରେ ଜେଇଇ ମେନ୍‌ ପରୀକ୍ଷା ହୋଇଥିଲା। ୫୭୦ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୮ଲକ୍ଷ ୬୯ହଜାର ୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ପଛପଟୁ ପିଟିଲା ଟ୍ରଲର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋରଗଡ଼ ଠାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ମେଘା ପେଟ୍ରୋଲ ପମ୍ପ ନିକଟରେ ୬୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ କୋଲକତାରୁ ପୁରୀ ଯାଉଥିବା ବେଳେ ଧକ୍କା ଦେଲା ଟ୍ରଲର । ତେବେ ବସଟି ସୋରଗଡ଼ ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରଲରଟି ପଛପଟୁ ଧକ୍କା ଦେଇଥିଲା ।

ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ଥିବାବେଳେ ୧୦ରୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବାଲେଶ୍ଵର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକ କୁହୁଡି କାରଣରୁ ଦୁର୍ଘଟଣାଟି ହୋଇଥିବା ସନ୍ଦେହ କରାଯାଉଛି ।

ୟଲୋ ୱାର୍ଣ୍ଣଂ ଜାରି, ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି । ଏଥିପାଇଁ ୟଲୋ ଓ୍ବାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୫ଟି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବ । ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସୁମରବନ୍ଧରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏସ୍‌ଓଜି କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିନି । ଗତକାଲି ବିଳମ୍ବିତ ରାତି ଯାଏଁ ଏସଓଜି କମ୍ବିଂ କରିଥିଲେ । କେକେବିଏନ୍‌ ଡିଭିଜନର ୨୫ଜଣ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସୁରକ୍ଷାକର୍ମୀ କମ୍ବିଂ କରିଥିଲେ । ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ- ଲିଗ୍‌

0

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ- ଲିଗ୍‌ । ମୁହାଁମୁହିଁ ହେବେକୁ ଯାଉଛନ୍ତି  ନେଦରଲ୍ୟାଣ୍ଡ ଓ ଭାରତ । ମେ’ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଖେଳାଯିବ ।

 

କଳିଙ୍ଗ ଷ୍ଟାଡିୟମରେ ଜାନୁଆରୀ ୧୮ ଓ ୧୯ ତାରିଖରେ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ ଖେଳିବାକୁ ଥିବାବେଳେ ଫେବ୍ରୁଆରୀ ମାସରେ ୪ଟି ମ୍ୟାଚ ଖେଳିବ । ସେହିପରି ଏପ୍ରିଲରେ ୨ଟି ଓ ମେ ମାସରେ ୨ଟି ମ୍ୟାଚ ଖେଳିବ । ଅଲମ୍ପିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏହି ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି । ଆଜିର ମ୍ୟାଚରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନିଜ ନିଜ ଦଳର ଅଧିନାୟକ ।

କୁହୁଡ଼ି ହେଲା କାଳ: ୬ଫୁଟ୍ ତଳକୁ ଖସିଲା ବୋଲେରୋ

ବାଲେଶ୍ୱର: କୁହୁଡ଼ି ଯୋଗୁଁ ଦୁର୍ଘଟଣା । ଚାରିଆଡ଼େ ଘନ କୁହୁଡ଼ି କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । କିଛି ନ ଦିଶିବା କାରଣରୁ ପଛପଟୁ ଧକ୍କା ଦେଲା ଟ୍ରକ ।

ଚନ୍ଦନେଶ୍ୱର ରାସ୍ତାର ନହରା ଠରେ ଘନ କୁହୁଡି କାରଣରୁ ପଛପଟୁ ଧକ୍କା ଦେଲା ଟ୍ରକ । ଫଳରେ ୬ ଫୁଟ ତଳକୁ ଖସିଲା ବୋଲେରୋ ।

ବୋଲେରୋରେ ୧୫ଜଣ ଥିବାବେଳେ ୧୦ ଆହତ ଓ ୫ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଯାଇଛି ।

ହାତୀ ନେଲା ୨ଜୀବନ

ବେଗୁନିଆ:ପୁଣି ହାତୀ ନେଲା ପ୍ରାଣ । ବେଗୁନିଆ ବ୍ଲକ ହଜ ଓ କଲରାଝରରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ମୃତ । ମୃତକ ହଜର ବଂଶୀଧର ଛୁଆଳସିଂହ ଓ କଲରାଝରରର ସନାତନ ପ୍ରଧାନ । ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି ।