ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଅର୍ବାନ ଡେଭେଲପମେଣ୍ଟର ଏକ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ମଧ୍ୟରେ ଥିବା ଅନେକ ସାଂସଦଙ୍କ ସହ ଅନ୍ୟ ଅଫିସର ମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି । ଗତକାଲି ମଧ୍ୟପ୍ରଦେଶ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।

ତେବେ ଏହି ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ତିନିଦିନିଆ ଗସ୍ତରେ ଆସି ଗତକାଲି ସଂନ୍ଧ୍ୟାରେ ପୁରୀରେ ପହଞ୍ଚି ଥିଲେ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ  ପୁରୀ ମେଫେୟାର ହୋଟେଲ ପରିସରରେ  ସଲିଡ ୱେଷ୍ଟମେନେଜମେଣ୍ଟ, ୱାଟର ସପ୍ଲାଏ, ସାନିଟେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଯୋଜନା ରହିଛି । ଏହାସହ ୧୯ ତାରିଖ ସକାଳେ ପୁରୀ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Leave a Reply