spot_img
Home Blog Page 7473

ଭୁବନେଶ୍ୱର ବିମାନବନ୍ଦରରୁ ୨୧୬ ଗ୍ରାମ୍‌ ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ । ଆଜି କଷ୍ଟମ୍‌ସ ବିଭାଗ ଦ୍ୱାରା ୨୧୬ ଗ୍ରାମ୍‌ ସୁନା ଜବତ କରାଯାଇଛି  । ଏହାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ । କ୍ୱାଲାଲମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି । ହ୍ୟ।ଣ୍ଡ ବ୍ୟାଗ୍‌ ଓ ଲଗେଜ୍‌ରେ ଯାତ୍ରୀ ଜଣଙ୍କ ୪୮ ଖଣ୍ଡ ସୁନା ଲୁଚାଇ ଆଣିଥିଲେ ।

ଏହି ଯାତ୍ରୀଙ୍କ ଘର ତାମିଲନାଡୁରେ ବୋଲି ସୂଚନା ମିଳିଛି । ସେ କେଉଁଠାରୁ ଓ କେଉଁ ଉଦ୍ଦେଶ୍ୟରେ ସୁନା ଆଣିଥିଲେ, ସେ ନେଇ ଜାରି ରହିଛି ତଦନ୍ତ । ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍‌ସ ବିଭାଗ ଅଟକ ରଖି ପଚରାଉଚରା କରୁଛି ।

ପୂର୍ବରୁ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ବହୁବାର  ବିପୁଳ ପରିମାଣର ସୁନା ଜବତ କରାଯାଇଥିଲା । ଏଣୁ ବିମାନବନ୍ଦରର ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ପ୍ରତିରକ୍ଷା ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ ଓଡ଼ିଆ IAS ଅଫିସରଙ୍କୁ ନିଯୁକ୍ତି

କେନ୍ଦ୍ରକୁ ଯିବେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍‌ ଅଫିସର ବିଶାଳ ଗଗନ । ତାଙ୍କୁ ପ୍ରତିରକ୍ଷା ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ ଆଜି ନିଯୁକ୍ତି ମିଳିଛି । ୫ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଶାଳ ଗଗନଙ୍କ ସମେତ ୩୧ଜଣ ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଭାବେ ମିଳିଛି ନିଯୁକ୍ତି । ସେମାନେ ବିଭିନ୍ନ ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ କାମ କରିବେ ।  ବିଶାଳ ଗଗନ ଏବେ ଓଡ଼ିଶାର ଜଳସଂପଦର ସ୍ୱତନ୍ତ୍ର ସଚିବ ଅଛନ୍ତି ।

ଘଟଗାଁ: ସ୍କୁଲ୍ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ସାର୍ ମାଡ଼ ମାରିବା ଘଟଣା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ । ପିଟାଟାଙ୍ଗର ସ୍କୁଲର ଶିକ୍ଷକ ରତି ନାରାୟଣ ରାଉତ ନିଲମ୍ବିତ । ନିଲମ୍ବନ କଲେ ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିକାରୀ ।

ବାଲିଗୁଡା: ଜି.ଉଦୟଗିରି ଡୁଗୁଡ଼ି ନିକଟରେ ଦୁର୍ଘଟଣା । ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ । ୩ ଜଣ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର ।

ବାଲିଗୁଡା: ଜି.ଉଦୟଗିରି ଡୁଗୁଡ଼ି ନିକଟରେ ଦୁର୍ଘଟଣା । ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ । ୩ ଜଣ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର ।

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ବିମଷ୍ଟେକ ସମ୍ମିଳନୀ ଲାଗି ନିମନ୍ତ୍ରଣ କଲି । ଓଡ଼ିଶାରେ NDRFର ଅଧିକ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିବା ସୂଚନା ଦେଲେ ସତ୍ୟନାରାୟଣ ।

ଭୁବନେଶ୍ୱର: ବିମାନବନ୍ଦରରୁ ସୁନା ଜବତ । ୨୧୫ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ସ ବିଭାଗ । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନରେ ୪୮ ପିସ୍ ସୁନା ନେଇ ଆସୁଥିଲେ । ମଦୁରାଇର ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ଜେରା କରୁଛି ବିଭାଗ । ହ୍ୟାଣ୍ଡ ବ୍ୟାଗ୍ ଓ ଲଗେଜରେ ଆଣୁଥିଲେ ସୁନା ।

ଫୋନ ଦେଖି ଦେଖି ପିଟିଦେଲେ ଆମ୍ବୁଲାନ୍ସ

ବୌଦ୍ଧ: ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଲାବେଳେ ଫୋନ ଦେଖିଲେ ଡ୍ରାଇଭର, ଘଟିଲା ଦୁର୍ଘଟଣା । ଏଥିରେ ଡ୍ରାଇଭରଙ୍କ ସହିତ ଅନ୍ୟମାନେ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲକ୍ଷ୍ମଣପୁରର ନରୋତ୍ତମ ବିଶ୍ବାଳ ତାଙ୍କ ପୁଅକୁ ୧୦୮ ଆମ୍ବୁଲାନ୍‌ସରେ ପୁରୁଣା କଟକ ଡାକ୍ତରଖାନାକୁ ନେଉଥିଲେ ।

କିନ୍ତୁ ଆମ୍ବୁଲାନ୍‌ସ ଡ୍ରାଇଭର ଅଜୟ ମହାନନ୍ଦିଆ ବାରମ୍ବାର ମୋବାଇଲ୍‌ ଦେଖୁଥିଲେ । ଏହି କାରଣରୁ ଆମ୍ବୁଲାନ୍‌ସ ରାସ୍ତା ତଳକୁ ଖସି ଗଛରେ ପିଟି ହୋଇଯାଇଥିଲା । ଏଥିରେ ନିଜେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ରୋଗୀଙ୍କ ସଂପର୍କୀୟ ନରୋତ୍ତମ ବିଶ୍ବାଳ ମଧ୍ୟ ଆହତ ହୋଇଛନ୍ତି ।

ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ

ଘଟଗାଁ: ଶିକ୍ଷକ ଯିଏ ଶିଖାନ୍ତି ନମ୍ରତା, ସହନଶୀଳତା । ଯାହାଠାରୁ ଦୁନିଆ ଶିଖେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର କୌଶଳ । ନିର୍ଦ୍ଦୟ ନୁହଁ ବରଂ ସମସ୍ତଙ୍କ ପ୍ରତି ଦୟାବାନ ହେବାକୁ ଶିକ୍ଷକ ବତାନ୍ତି ଓ ପ୍ରେରଣା ଦିଅନ୍ତି । ଗୁରୁଙ୍କ ଏଭଳି ଗାରିମାର ବହୁ ନଜିର୍ ମଧ୍ୟ ରହିଛି । ହେଲେ, ଗୁରୁ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅମଣିଷ ପାଲଟିଯିବେ ଯେ କେହି ଏହା ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । 

ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଇଛି ଦଣ୍ଡ । ସୀମା ଟପିଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଶିକ୍ଷକଙ୍କ ମାଡ଼ ଭିଡିଓ ଭାଇରାଲ ହୋଇଛି । ପିଟାଟାଙ୍ଗର ସ୍କୁଲର ଏ ଟିଙ୍ଗା ଶିକ୍ଷକ ଜଣକ ହେଉଛନ୍ତି ରତି ନାରାୟଣ ରାଉତ । ଭାଇରାଲ ଭିଡିଓ ଅଭିଯୋଗ ପ୍ରକାରେ ସାର୍ ପଚାରିଥିବା ପ୍ରଶ୍ନର ଉତ୍ତର ପିଲା ଦେଇପାରି ନଥିଲେ । ଆଉ ଏଥିରେ ରାଗିପାଚି ଲାଲ୍ ହୋଇଯାଇଥିଲେ ସାର୍ ।ଖରାବେଳେ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବେତ ଭାଙ୍ଗିବା ଯାଏଁ ମନ ଇଚ୍ଛା ପିଟିଥିଲେ ସାର୍ । ପିଲାଙ୍କ ଆଖିରୁ ଝରୁଥିଲା ଧାର ଧାର ଲୁହ । ହେଲେ ଛୁଆଙ୍କ ଲୁହରେ ତରଳି ନଥିଲା ନିର୍ଦ୍ଦୟ ସାରଙ୍କ ବେଦରଦି ହୃଦୟ । କିଛି ସମୟ ଧରି ଶିକ୍ଷକ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ଏମିତି ମାଡ଼ ମାରି ଚାଲିଥିଲେ ।ଏବେ ସୋସିଆଲ୍ ମିଡିଆରେ ସାର୍, ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ।ସମାଜକୁ ଅହିଂସାର ପଥ ପ୍ରଦର୍ଶନ କରାଉଥିବା ଶିକ୍ଷକ ହିଂସ୍ର ହୋଇ ଉଠିଲେ ଛାତ୍ରଛାତ୍ରୀ ଆଉ କାହାଠୁ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।

ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।

ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।

ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।