spot_img
Home Blog Page 7432

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସୋର ରାସ୍ତା ଓ କୋଠାବାଡ଼ି ସବଡିଭିଜନର ସହକାରୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ୱର ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଅଫିସରେ ଲାଞ୍ଚ ନେଉଥିଲେ ।

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସୋର ରାସ୍ତା ଓ କୋଠାବାଡ଼ି ସବଡିଭିଜନର ସହକାରୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ୱର ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଅଫିସରେ ଲାଞ୍ଚ ନେଉଥିଲେ ।

ବୌଦ୍ଧ: ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ବୌଦ୍ଧ ବ୍ଲକର ରକ୍ସା, ମୁଣ୍ଡିପଦର ସହ ହରଭଙ୍ଗା ବ୍ଲକର ବାମୋଣ୍ଡା, ରାମଗଡ଼, କଣ୍ଟାମାଳ ବ୍ଲକର ଖଟଖଟିଆ ମଣ୍ଡିରେ ଗଜା ହୋଇଗଲାଣି ଶହ ଶହ କ୍ୱିଣ୍ଟାଲ ଧାନ ।

ବୌଦ୍ଧ: ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ବୌଦ୍ଧ ବ୍ଲକର ରକ୍ସା, ମୁଣ୍ଡିପଦର ସହ ହରଭଙ୍ଗା ବ୍ଲକର ବାମୋଣ୍ଡା, ରାମଗଡ଼, କଣ୍ଟାମାଳ ବ୍ଲକର ଖଟଖଟିଆ ମଣ୍ଡିରେ ଗଜା ହୋଇଗଲାଣି ଶହ ଶହ କ୍ୱିଣ୍ଟାଲ ଧାନ ।

ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ

ବାଲେଶ୍ୱର: ବାଲେଶ୍ୱର ବାମପଦା ଛକରେ ରାସ୍ତାରୋକ । ରାସ୍ତା ମରାମତି ଏବଂ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଛି ।

ଏନ୍‌ଏଚ୍‌ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବଦଳି ମଧ୍ୟ ଦାବି କରିଛି ମଞ୍ଚ । ଫଳରେ ଏନଏଚ୍-୧୬ର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି ।

ଦାବି ପୂରଣ ନହେଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

କଟକ: ଓପିଏସସି ଓ ଏନଆଇସି ସହଯୋଗରେ OPSCର ନୂଆ ୱେବ ପୋର୍ଟାଲ ଉନ୍ମୋଚିତ । ଏଥିରେ ପରୀକ୍ଷାର୍ଥୀ ସହଜରେ ନାମ ପଞ୍ଜିକରଣ କରିପାରିବେ । ସହଜରେ ଉପଲବ୍ଧ ହେବ ପରୀକ୍ଷା ଫଳ । ନୂଆ ପୋର୍ଟାଲ www.opsc.gov.in ।

କଟକ: ଓପିଏସସି ଓ ଏନଆଇସି ସହଯୋଗରେ OPSCର ନୂଆ ୱେବ ପୋର୍ଟାଲ ଉନ୍ମୋଚିତ । ଏଥିରେ ପରୀକ୍ଷାର୍ଥୀ ସହଜରେ ନାମ ପଞ୍ଜିକରଣ କରିପାରିବେ । ସହଜରେ ଉପଲବ୍ଧ ହେବ ପରୀକ୍ଷା ଫଳ । ନୂଆ ପୋର୍ଟାଲ www.opsc.gov.in

ମଣ୍ଡି ଖୋଲିଲାନି ବୋଲି ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା, ଚାଷୀ ହତାଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି । ଫଳରେ ବିକ୍ରି ପାଇଁ ମଣ୍ଡିରେ ଗଦା ହୋଇଥିବା ଧାନ ଭିଜିଯାଇଛି । ଜିଲ୍ଲାର କଣ୍ଟାମାଳ ବ୍ଲକ ଖଟଖଟିଆ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ନଷ୍ଟ ହୋଇଛି ।

ବର୍ଷା ପାଣିରେ ଧାନ ପୁରା ଓଦା ହୋଇଯାଇଛି । ଆଉ ଯାହା କିଛି ଧାନ ବଞ୍ଚିଯାଇଛି ସେଗୁଡିକୁ ଚାଷୀ ସାଉଣ୍ଟିବାରେ ଲାଗିପଡ଼ିଛି ।

ଲୋକେ ଧାନ ଉପରେ ଜରିପାଲ ଘୋଡାଉଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବର୍ଷାରେ ଭିଜିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ମଣ୍ଡି ଠିକ୍‌ ସମୟରେ ଧାନ ନେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଗତ ଜାନୁଆରୀ ୨୫ ତାରିଖରୁ ମଣ୍ଡି ବାହାରେ ଧାନ ଗଦା ହୋଇଛି ।

ବର୍ଷା ହେବାର ପୂର୍ବାନୁମାନ ପାଣିପାଗ କେନ୍ଦ୍ର କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ହେଇନଥିଲା । ଯାହାଫଳରେ ଏଭଳି ପରିସ୍ଥିତି ହୋଇଛି ବୋଲି ଲୋକେ କହିଛନ୍ତି ।

ବାଲିପାଟଣା: ବାଲିଅନ୍ତା ଥାନା ନଖରା 6ଭୖବବ ରିୟଲକନ ପ୍ରାଇଭେଟ୍ ଲିମିଟେଡରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।

ବାଲିପାଟଣା: ବାଲିଅନ୍ତା ଥାନା ନଖରା 6ଭୖବବ ରିୟଲକନ ପ୍ରାଇଭେଟ୍ ଲିମିଟେଡରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ଦୁଷ୍କର୍ମ ପରେ ଜଙ୍ଗଲରେ ପୋଡ଼ି ମାରିଦେଲେ !

କାଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା କିଡିଙ୍ଗ ଜଙ୍ଗଲରୁ ଗୋଟିଏ ଅର୍ଦ୍ଧଦଗ୍ଧ ଅପରିଚିତ ଶବ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ଶବ ଜଣେ ମହିଳାଙ୍କ ବୋଲି ସନ୍ଦେହ କରାଯାଉଥିବାରୁ ଏହି ଘଟଣାକୁ ଲୋକେ ହାଇଦ୍ରାବାଦରେ ଘଟିଥିବା ମହିଳା ପ୍ରାଣୀ ଚିକିତ୍ସକଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ବୋଲି ମନେ କରୁଛନ୍ତି ।

ସମ୍ଭବତଃ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ପୋଡ଼ିବା ଭଳି ଉଦ୍ୟମ କରାଯାଇଛି । ଅନ୍ୟ ଏକ ସୂତ୍ର ମୁତାବକ ସେହି ଅଞ୍ଚଳରୁ ଜଣେ ମହିଳା ନିଖୋଜ ଥିବାର ସୂଚନା ରହିଥିବାରୁ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।

ନର୍ଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅର୍ଦ୍ଧଦଗ୍ଧ ଶବକୁ ପୋଷ୍ଟମର୍ଟମ ପାଇଁ ଭବାନୀପାଟଣା ଡାକ୍ତରଖାନାକୁ ପଠାଇଛି । ତେବେ ରିପୋଟ ନ ଆସିବା ପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା ଦେବାକୁ ପାଲିସ ମନା କରିଛି । ଅପରପକ୍ଷେ ଏହି ଘଟଣାରେ ତୁରନ୍ତ ଫରେନସିକ ଯାଞ୍ଚ ସହ ଡିଏନ୍‌ଏ ଟେଷ୍ଟ କରିବାକୁ ଲୋକେ ଦାବି କରିଛନ୍ତି ।

କେମିତି ତିଆରି ହେବ ଭବ୍ୟ ରାମ ମନ୍ଦିର ? ସଂସଦରେ ତଥ୍ୟ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ପାଦେ ଆଗେଇଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଟ୍ରଷ୍ଟର ନାଁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି । ଗୃହରେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬୭ ଦଶମିକ ୦୩ ଏକର ଜମି ଟ୍ରଷ୍ଟକୁ ଦିଆଯିବ । ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ଦାୟିତ୍ୱପୂର୍ଣ୍ଣ ରୂପରେ ଟ୍ରଷ୍ଟ ହାତରେ ରହିବ ।PM MODIସୁନି ୱାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ ନେଇ ୟୁପି ସରକାର କାର୍ଯ୍ୟ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ୮୭ ଦିନ ପରେ ଟ୍ରଷ୍ଟର ରୂପରେଖ ପ୍ରସ୍ତୁତ ହୋଇଛି । ରାମ ମନ୍ଦିର ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହୀ ଆଖଡ଼ା ଏବଂ ରାମଲଲା ବିରାଜମାନର ଜଣେ ଲେଖାଏଁ ସଦସ୍ୟ ରହିବେ । ତେବେ, ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି ।

ଦୁର୍ଘଟଣା ଭଳି ଲାଗିବ ବୋଲି…ଝିଅର ପ୍ରେମିକକୁ ଡାକି ଏମିତି କଲା ବାପା !

ମଧ୍ୟପ୍ରଦେଶର ଏମିତି ଏକ ଲୋମହର୍ଷଣ କାରି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ଝିଅର ପ୍ରେମକୁ ଗ୍ରହଣ କରି ନାହିଁ ବାପା ଆଉ ଘଟାଇଛି ଏମିତି ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ଜଣେ ଯୁବକକୁ ଏଥିପାଇଁ ହତ୍ୟା କରାଗଲା କାହିଁକି ନା ସେ ସେହି ଗାଁର ଏକ ଝିଅକୁ ପ୍ରେମ କରୁଥିଲା । ସ୍ଥାନୀୟ ପୋଲିସର କହିବା ଅନୁସାରେ ଝିଅର ବାପା ଏବଂ ତା ମାମୁଁ ପୁଅ ଭାଇ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟା କରି ତାହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଏମାନେ ବହୁ ଚେଷ୍ଟା କରିଥିଲେ । ଦାନିସ କୁରେସିଙ୍କୁ ହତ୍ୟା କରି ତାକୁ ଟ୍ରେନ ଲାଇନରେ ଫୋପାଡ଼ି ଦେଇଥିଲେ । ଏବଂ ତାପରେ ତାର ପାରିପାର୍ଶ୍ୱିକ ଦୃଶ୍ୟକୁ ଦୁର୍ଘଟଣାର ରୂପ ଦେବାକୁ ବହୁତ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ପୋଲିସ ଆଗରେ ସବୁ ଯୋଜନା ଏମାନଙ୍କର ଫେଲ ମାରିଛି ।

ସୂଚନା ଅନୁସାରେ, ଝିଅର ବାପା ଓ ମାମୁଁ ପୁଅ ଭାଇ ଉକ୍ତ ଦାନିସଙ୍କୁ ଝିଅଠୁ ଦୂରେଇ ରହିବାକୁ କହିଥିଲେ  । ଯୁବକ ଜଣଙ୍କ ଅମଙ୍ଗ ହେବାରୁ ତାକୁ ହତ୍ୟା କରି ଟ୍ରେନ ଲାଇନରେ ଫୋପାଡ଼ି ଦେଇଥିଲେ ଏବଂ ଯୁବକଙ୍କ ବାଇକକୁ ଭାଙ୍ଗି ଟ୍ରେନ ଲାଇନର ଅଳ୍ପ ଦୂରତାରେ ପକାଇଥିଲେ ଯେମିତି ସେ ଦୃଶ୍ୟ ଏକ ଦୁର୍ଘଟଣା ଭଳି ଲାଗିବ ।

ଗତ ୩୧ ଜାନୁଆରୀର ଏହି ଘଟଣା ପାରିପାର୍ଶ୍ୱିକ ଦୃଶ୍ୟରୁ ଏହା ଦୁର୍ଘଟଣା ଭଳି ମଧ୍ୟ ଲାଗିଥିଲା କିନ୍ତୁ କିଛି ଦିନ ପାଇଁ । ତା’ପରେ ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଘଟଣା ଉପରୁ ପରଦା ଉଠାଇଥିଲା । ଯୁବକଙ୍କ ବେକର ଚିହ୍ନରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଘଟଣାରେ ଝିଅର ବାପାକୁ ଗିରଫ କରାଯାଇଥିବା ବେଳେ ମାମୁଁ ପୁଅ ଭାଇ ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ପୋଲିସ ।