ମଣ୍ଡି ଖୋଲିଲାନି ବୋଲି ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା, ଚାଷୀ ହତାଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି । ଫଳରେ ବିକ୍ରି ପାଇଁ ମଣ୍ଡିରେ ଗଦା ହୋଇଥିବା ଧାନ ଭିଜିଯାଇଛି । ଜିଲ୍ଲାର କଣ୍ଟାମାଳ ବ୍ଲକ ଖଟଖଟିଆ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ନଷ୍ଟ ହୋଇଛି ।

ବର୍ଷା ପାଣିରେ ଧାନ ପୁରା ଓଦା ହୋଇଯାଇଛି । ଆଉ ଯାହା କିଛି ଧାନ ବଞ୍ଚିଯାଇଛି ସେଗୁଡିକୁ ଚାଷୀ ସାଉଣ୍ଟିବାରେ ଲାଗିପଡ଼ିଛି ।

ଲୋକେ ଧାନ ଉପରେ ଜରିପାଲ ଘୋଡାଉଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବର୍ଷାରେ ଭିଜିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ମଣ୍ଡି ଠିକ୍‌ ସମୟରେ ଧାନ ନେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଗତ ଜାନୁଆରୀ ୨୫ ତାରିଖରୁ ମଣ୍ଡି ବାହାରେ ଧାନ ଗଦା ହୋଇଛି ।

ବର୍ଷା ହେବାର ପୂର୍ବାନୁମାନ ପାଣିପାଗ କେନ୍ଦ୍ର କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ହେଇନଥିଲା । ଯାହାଫଳରେ ଏଭଳି ପରିସ୍ଥିତି ହୋଇଛି ବୋଲି ଲୋକେ କହିଛନ୍ତି ।

Leave a Reply