spot_img
Home Blog Page 7429

ବେଳାଭୂମିରେ ଗାଧୋଉଥିବା ବେଳେ ଟାଣି ନେଲା ଜୁଆର

ପୁରୀ: ପୁରୀ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡିଯାଉଥିବା ଚାରି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହାଓଡା ଓ ସାନ୍ଥ୍ରାକାଛି ଅଞ୍ଚଳର ଗୋବିନ୍ଦ ଧର, ତନଶ୍ରୀ ଧର, ବାବୁଲା ମାଲାକର ଓ ଜୁମା ମାଲାକର୍ ।

ପୁରୀ ବୁଲିବାକୁ ଆସି ଆଜି ସକାଳେ ସେମାନେ ବେଳାଭୂମିରେ ଗାଧୋଉଥିବା ବେଳେ ଜୁଆର ସମୁଦ୍ର ଭିତରକୁ ଟାଣି ନେଇଥିଲା । କିନ୍ତୁ ଭାଗ୍ୟ ଟାଣ୍ ଥିବାରୁ ସେଠାରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀ  ଓ ଲାଇଫଗାର୍ଡ  ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାର କରାଯାଇଛି । ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲା । ତେବେ ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ଓ ଜୁଆରିଆ ରହିଛି ।

ମାଆ ପାଖକୁ ଯିବାକୁ ତାକୁ ମନା, ଆଖି କହୁଛି ମା-ଝିଅଙ୍କ କୋହଭରା କାହାଣୀ । ଦେଖନ୍ତୁ ଭିଡ଼ିଓ…

ଚୀନରେ ତାଣ୍ଡବ ରଚୁଛି କରୋନା ଭାଇରସ । ପରିବାରକୁ କ୍ଷିନଭିନ୍ କରିଦେଉଛି ଏହି ଭୟଙ୍କରୀ କରୋନା ଭାଇରସ । ଗୋଟେ ମାଆଠୁ ପୁଅ, ବାପାଠୁ ଝିଅ କାହାକୁ ବି ତ୍ରାହି ଦେଉନାହିଁ, ନବଜାତ ଶିଶୁଙ୍କୁ ଛାଡ଼ୁନି ସେ । ଧିରେ ଧିରେ ସବୁ କିଛି ଛଡ଼ାଇନେଉଛି ଏହି କରୋନା ଭାଇରସ । ଏଭଳି ପରିସ୍ଥିତିରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ହୁଏତ ଲୁହ ଝରିପଡ଼ିବ ।

ସୌଜନ୍ୟ-ଏସିଆ ଓୟାର

 

ଏହି ଭିଡ଼ିଓରେ ପିଲାଟି ତା ମାଆ ପାଖକୁ ଯିବାକୁ ଭୋ ଭୋ ହେଇ କାନ୍ଦୁଛି । ଆଉ ପାଖକୁ ଆସି ତାକୁ କୁଣ୍ଢେଇ ଧରିବାକୁ ତାର ଇଚ୍ଛା ଥିଲେ ବି ମାଆକୁ ଜାବୁଡ଼ି ଧରିପାରୁନି । ଠିକ ସେମିତି ମାଆ ବି ୪ପାଦ ଦୂରରେ ଥାଇ ମଧ୍ୟ ତା ପିଲାକୁ ଛାତିରେ ଲଗାଇବାକୁ ହୋଇପଡ଼ିଛି ଅକ୍ଷମ । କୋହ ଭରା ତା ଆଖି ମାଆକୁ ବହୁତ କିଛି କହିବାକୁ ଚାହୁଁଛି, ଆଉ ତାଠୁ ଅଧିକ ଶୁଣିବାକୁ ଚାହୁଁଛି କିନ୍ତୁ ୨ଜଣ ଲାଚାର ।

କାରଣ ହେଉଛି, କରୋନା ଭାଇରସ ପାଇଁ ହୋଇଥିବା ଏକ ସ୍ପେସାଲ ହସ୍ପିଟାଲରେ ଉକ୍ତ ମହିଳା ଜଣଙ୍କ ନର୍ସ ଭାବେ କାମ କରନ୍ତି । ସେହି ହସ୍ପିଟାଲକୁ ବାହାର ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ଏହି ଭାଇରସ ଅଧିକ ନ ବ୍ୟାପୁ ତେଣୁ ତାଙ୍କୁ ୧୦ଦିନ ହେବ ଘରକୁ ଯିବାକୁ ମଧ୍ୟ ମନା ।

ତେଣୁ ମାଆକୁ ମନ ଭରି ଦେଖିବାକୁ ଆସିଛି ଝିଅ, ଆଉ ସାଙ୍ଗରେ ଆଣିଛି ଖାଇବା ଯାହା ସେ କିଛି ପାଦ ଦୂରରେ ରଖି ଦେଇ ଚାଲିଯାଉଛି । ଦୁହେଁ ପରସ୍ପର ଠାରୁ ଦୂରରେ ଠିଆ ହୋଇ ଭୋ ଭୋ ହୋଇ କାନ୍ଦୁଛନ୍ତି । ଖାଲିସେତିକି ନୁହେଁ ଏମିତି ଆଉ ୩୯ଜଣ ମେଡ଼ିକାଲ କର୍ମଚାରୀ ମଧ୍ୟ ତାଙ୍କ ପରିବାରଠୁ ଦୂରରେ ଅଛନ୍ତି ।

କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ, ଚିନ୍ତାରେ ସରକାର

କରୋନା ଭାଇରସ୍‌ ପାଇଁ ସାରା ବିଶ୍ୱ ଏବେ ଭୟରେ ଥରୁଛି । ମହାମାରୀର ରୂପ ନେଇସାରିଛି ଭୟଙ୍କର କରୋନା ଭାଇରସ୍‌ । ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ଗଲାଣି । ଆହୁରି ୨୮ହଜାର ଲୋକ ଏହି କରୋନା ଭାଇରସ୍‌ରେ ଆକ୍ରାନ୍ତ ଅଛନ୍ତି । ସେପଟେ ଦେଖିବାକୁ ଗଲେ କରୋନା ଭାଇରସ୍‌ରେ ପ୍ରତ୍ୟକ ଦିନ ଏକ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି ଏହି ଭାଇରସ୍‌ ଏବେ ନବ ଜନ୍ମିତ ଶିଶୁ ମାନଙ୍କ ମଧ୍ୟରେ ଦେଖା ଦେଲାଣି । ଉହାନ ସହରରେ ଜନ୍ମ ନେଇଥିବା ଏକ ଶିଶୁ ଦେହରେ ଏହି ରୋଗ ଦେଖା ଦେଇଛି ।

ଜନ୍ମ ହେବାର ମାତ୍ର ୩୦ ଘଣ୍ଟା ପରେ କରୋନା ଭାଇରସରେ ପୀଡିତ ହୋଇଛି ନବଜାତ ଶିଶୁ । ଏହି ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ଏବେସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରେ ଉକ୍ତ ନବଜାତ ସବୁଠାରୁ କମ୍‌ ବୟସର କରୋନାଭାଇରସ ପୀଡିତ ବୋଲି କୁହାଯାଇଛି ।

Corona

ଡାକ୍ତରଙ୍କ କହିବା ମୁତାବକ ମା’ କାରୋନା ଭାଇରସରେ ପୀଡିତ ଥିବାରୁ ଶିଶୁଟି ଏଥିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି । ନଚେତ୍‌ ଜନ୍ମ ହେବା ମାତ୍ରେ ସେ କରୋନା ଭାଇରସ୍‌ କବଳକୁ ଆସିଯାଇଥାଇପାରେ।

ପୂର୍ବରୁ ଥିବା ରେପୋ ରେଟ୍‌କୁ କାୟମ ରଖିଲା ଆରବିଆଇ

ରେପୋ ରେଟ୍‌ରେ ହେଲାନି ପରିବର୍ତ୍ତନ । ପୂର୍ବରୁ ଥିବା ୫.୧୫ ପ୍ରତିଶତ ରେପୋ ରେଟ୍‌କୁ କାୟମ ରଖିଲା ଆରବିଆଇ । ଏହା ପୂର୍ବରୁ ମଧ୍ୟ ୫ ଡିସେମ୍ବରରେ ହୋଇଥିବା ବୈଠକରେ ବଦଳି ନ ଥିଲା ରେଟ୍‌ । ଦରଦାମ ବୃଦ୍ଧି ଓ ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ନୀତିଗତ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

Image result for No changes in the REPO rate of RBI

୨୦୧୯ରେ ରେପୋ ରେଟ ମୋଟ୍‌ ୧୩୫ଆଧାର ପଏଣ୍ଟ କଟାଯାଇଥିଲା । ସେପଟେ ଗତ ୯ବର୍ଷରେ ରେପୋ ରେଟ ସର୍ବନିମ୍ନ ସ୍ତରରେ ରହିଛି ।

ଏହାଛଡ଼ା ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ୬% ରହିବ ବୋଲି ‘ଏମ୍‌ପିସି’ ଆକଳନ କରିଛି । କିନ୍ତୁ, ୨୦୨୦ ଅକ୍ଟୋବର-ଡିସେମ୍ବର ମାସରେ ଅଭିବୃଦ୍ଧି ହାର ୬. ୨% ହେବ ବୋଲି ‘ଏମ୍‌ପିସି’ ଦର୍ଶାଇଛି।

ମହାଭିଯୋଗ ମୋକଦ୍ଦମାରେ ଟ୍ରମ୍ପ୍ ବିଜୟୀ

ଟ୍ରମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ମହାଅଭିଯୋଗ ମୋକଦ୍ଦମାରେ ବିଜୟୀ ହେଲେ ଆମେରିକା ରାଷ୍ଟ୍ରପତି । ତାଙ୍କ ସପକ୍ଷରେ ୫୩ଟି ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ୪୭ଭୋଟ୍‌ ପଡ଼ିଥିଲା । ଦୁଇ ସପ୍ତାହର ଟ୍ରାଏଲ ପରେ ଏହାର ଫଇସଲା ହୋଇଛି ।

Image result for Trump acquitted by Senate in impeachment trial

ଟ୍ରମ୍ପଙ୍କ ନାଁରେ ଆସିଥିଲା କ୍ଷମତାର ଦୂରୁପଯୋଗ ଅଭିଯୋଗ । ଯାହାକୁ ଖାରଜ କରିଛି ସିନେଟ୍‌ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ବିଜୟ ଟ୍ରମ୍ପଙ୍କ ବଡ଼ ସଫଳତା ଭାବରେ ଦେଖାଯାଉଛି । ଭୋଟିଂରେ ୫୨ ରିପବ୍ଲିକାନ ଟ୍ରମ୍ପଙ୍କ ସହ ଠିଆ ହୋଇଥିଲେ । କେବଳ ସିନେଟର ମିଟ ରୋମନୀ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଛନ୍ତି । କ୍ଷମତାର ଦୂରୁପୋଯୋଗ ଅଭିଯୋଗରେ ନିମ୍ନ ଗୃହ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଭରେ ଡିସେମ୍ବର ୧୮ରେ ମହାଅଭିଯୋଗ ପ୍ରସ୍ତାବ ଗୃହୀତ ହୋଇଥିଲା ।

କଟକ ଏସ୍‌ସିବିରେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ, ଢେଙ୍କାନାଳର ରୋଗୀଙ୍କ ନମୁନା ଆସିଲା ପଜିଟିଭ୍‌

କଟକ: ଏସ୍‌ସିବିରେ ଜଣେ ସ୍ୱାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ପୂର୍ବରୁ ୩ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ସେଥିରୁ ୨ଜଣଙ୍କ ନମୁନା ନେଗେଟିଭ୍‌ ଆସିଥିବା ବେଳେ

ଅନ୍ୟ ଜଣଙ୍କର ରକ୍ତ ନମୁନା ପରୀକ୍ଷାରୁ ପଜିଟିଭ୍‌ ଆସିଥିଲା । ସ୍ୱାଇନ୍‌ ଫ୍ଲୁ ନଥିବା ଦୁଇଜଣଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଛି । ଅନ୍ୟପଟେ  ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଚିକିତ୍ସା କରାଯାଉଛି ।

ମଦ ପିଇ ଗଡୁଥିବା ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଏସଆଇ ନିଲମ୍ବିତ

ମୟୂରଭଞ୍ଜ: ନିଲମ୍ବିତ ହେଲେ ମଦ୍ୟପ ପୋଲିସ ଏସଆଇ । ମହଙ୍ଗା ପଡ଼ିଲା ଡ୍ୟୁଟି ବେଳେ ନିଶା ସେବନ । ଭିଡିଓ ଭାଇରାଲ ପରେ ଜାରି ହେଲା କାର୍ଯ୍ୟାନୁଷ୍ଠାନ ।

ତେବେ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ନିଲମ୍ବିତ ହୋଇଛନ୍ତି ବେତନଟୀ ଥାନା ଏସଆଇ ସଚ୍ଚିଦାନନ୍ଦ କିଷାନ । ଏ ନେଇ ଟ୍ୱିଟ କରି ଜଣାଇଛନ୍ତି ମୟୂରଭଞ୍ଜ ଏସପି । ବୁଧବାର ସନ୍ଧ୍ୟାରେ ବେତନଟୀ ଛକରେ ନିଶାଶକ୍ତ ଅବସ୍ଥାରେ ପଡ଼ିଥିବା ଭିଡିଓ ଭାଇରାଲ ହୋଇଥିଲା ।

ଏ ସଂପର୍କରେ ସ୍ଥାନୀୟ ବାସିନ୍ଦା ମୟୂରଭଞ୍ଜ ଏସପିଙ୍କୁ ପ୍ରଥମେ ଜଣାଇଥିଲେ । ଘଟଣାନୁଯାୟୀ ପୂର୍ବରୁ ଟାଉନଥାନାରେ ଥିବା ବେଳେ ମଧ୍ୟ ସଚ୍ଚିଦାନନ୍ଦ ନିଲମ୍ବିତ ହୋଇଥିଲେ ।

ଆହୁରି ୩ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ବାବନା, ଜାଣନ୍ତୁ କେଉଁ ଜିଲ୍ଲା ଭିଜିବ

ଭୁବନେଶ୍ୱର: ଆହୁରି ୩ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ରାଜ୍ୟ ଅଧିକାଂଶ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏହି ସବୁ ଅଞ୍ଚଳରେ ୩୦ରୁ ୪୦ ମିଲିମିଟର ଯାଏଁ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଏନେଇ ଚାଷୀ ମାନଙ୍କୁ ଧାନ ବସ୍ତା ଗୁଡ଼ିକୁ ସୁକ୍ଷୀତ ସ୍ଥାନକୁ ନେଇଯିବା ପାଇଁ କୁହାଯାଇଛି ।

ଜାଣନ୍ତୁ ଆସନ୍ତା ୩ ଦିନ ମଧ୍ୟରେ କେଉଁ କେଉଁ ସ୍ଥାନରେ ବର୍ଷା ହେବାର ସମ୍ବାବନା ରହିଛି

୬/୦୨/୨୦- କଳାହାଣ୍ଡି, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର ରେ ବର୍ଷା ହେବାର ସମ୍ବାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାରନୁମାନ କରିଛି ।

୦୭/୦୨/୨୦- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର, ଦେଓଗଡ଼, କେନ୍ଦୁଝର , ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

୦୮/୦୨/୨୦- ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧରେ ଖାଲି ବର୍ଷା ହେବା ସହ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ  କେନ୍ଦ୍ର ପୂର୍ବାନୁମାନ କରିଛି ।

୦୯/୦୨/୨୦- ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡିରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଘର ସାମ୍ନାରେ ବୁଲୁଥିବା ବେଳେ ହେଲା ଏସିଡ୍‌ ମାଡ଼, ୪ଗୁରୁତର

ରାଉରକେଲା: ସାମାନ୍ୟ କଳହକୁ ନେଇ ଏସିଡ୍‌ ମାଡ଼ । ପଡ଼ୋଶୀଙ୍କ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ  ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ।

ଏସିଡ୍‌ ମାଡ଼ କରିଥିବା ଅଭିଯୁକ୍ତ ସନ୍ତୋଷ କୁମାର ବର୍ମା ଓରଫ୍‌ ସୋନିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଲଓ୍ୱେ ହସ୍ପିଟାଲରେ ଓ ପରେ ଇସ୍ଵାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏସିଡ୍‌ ମାଡ଼ ପଛରେ କଳହ ନା ଆଉ କିଛି କାରଣ ରହିଛି ? ତାର ତଦନ୍ତ କରୁଛି ପୋଲିସ ।

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ

ପିପିଲି: ପୂର୍ବ ଶତ୍ରୁତାକୁ ନେଇ ହତ୍ୟା । ପ୍ରଥମେ ଖୁଣ୍ଟରେ ବାନ୍ଧି ପିଟିଲେ । ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ।  ପୁରୀ କଣାସ ଥାନା ବେଣଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ଗାଁର ଗୋପୀନାଥ ମହାନ୍ତିଙ୍କ ପୁଅ ରଘୁନାଥ ମହାନ୍ତିଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସଂଘବଦ୍ଧ ହୋଇ କିଛି ଯୁବକ ରଘୁନାଥଙ୍କୁ ପ୍ରଥମେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ।

ତା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ପରିବାରଲୋକ ପହଞ୍ଚିବା ବେଳକୁ ରଘୁନାଥଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା ।

ହତ୍ୟାକାଣ୍ଡକୁ ନେଇ କଣାସ ଥାନାରେ ଅଭିଯୋଗ କରିଛନ୍ତି ମୃତ ରଘୁନାଥଙ୍କ ସ୍ତ୍ରୀ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।