ମାଆ ପାଖକୁ ଯିବାକୁ ତାକୁ ମନା, ଆଖି କହୁଛି ମା-ଝିଅଙ୍କ କୋହଭରା କାହାଣୀ । ଦେଖନ୍ତୁ ଭିଡ଼ିଓ…

1 min read

ଚୀନରେ ତାଣ୍ଡବ ରଚୁଛି କରୋନା ଭାଇରସ । ପରିବାରକୁ କ୍ଷିନଭିନ୍ କରିଦେଉଛି ଏହି ଭୟଙ୍କରୀ କରୋନା ଭାଇରସ । ଗୋଟେ ମାଆଠୁ ପୁଅ, ବାପାଠୁ ଝିଅ କାହାକୁ ବି ତ୍ରାହି ଦେଉନାହିଁ, ନବଜାତ ଶିଶୁଙ୍କୁ ଛାଡ଼ୁନି ସେ । ଧିରେ ଧିରେ ସବୁ କିଛି ଛଡ଼ାଇନେଉଛି ଏହି କରୋନା ଭାଇରସ । ଏଭଳି ପରିସ୍ଥିତିରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ହୁଏତ ଲୁହ ଝରିପଡ଼ିବ ।

ସୌଜନ୍ୟ-ଏସିଆ ଓୟାର

 

ଏହି ଭିଡ଼ିଓରେ ପିଲାଟି ତା ମାଆ ପାଖକୁ ଯିବାକୁ ଭୋ ଭୋ ହେଇ କାନ୍ଦୁଛି । ଆଉ ପାଖକୁ ଆସି ତାକୁ କୁଣ୍ଢେଇ ଧରିବାକୁ ତାର ଇଚ୍ଛା ଥିଲେ ବି ମାଆକୁ ଜାବୁଡ଼ି ଧରିପାରୁନି । ଠିକ ସେମିତି ମାଆ ବି ୪ପାଦ ଦୂରରେ ଥାଇ ମଧ୍ୟ ତା ପିଲାକୁ ଛାତିରେ ଲଗାଇବାକୁ ହୋଇପଡ଼ିଛି ଅକ୍ଷମ । କୋହ ଭରା ତା ଆଖି ମାଆକୁ ବହୁତ କିଛି କହିବାକୁ ଚାହୁଁଛି, ଆଉ ତାଠୁ ଅଧିକ ଶୁଣିବାକୁ ଚାହୁଁଛି କିନ୍ତୁ ୨ଜଣ ଲାଚାର ।

କାରଣ ହେଉଛି, କରୋନା ଭାଇରସ ପାଇଁ ହୋଇଥିବା ଏକ ସ୍ପେସାଲ ହସ୍ପିଟାଲରେ ଉକ୍ତ ମହିଳା ଜଣଙ୍କ ନର୍ସ ଭାବେ କାମ କରନ୍ତି । ସେହି ହସ୍ପିଟାଲକୁ ବାହାର ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ଏହି ଭାଇରସ ଅଧିକ ନ ବ୍ୟାପୁ ତେଣୁ ତାଙ୍କୁ ୧୦ଦିନ ହେବ ଘରକୁ ଯିବାକୁ ମଧ୍ୟ ମନା ।

ତେଣୁ ମାଆକୁ ମନ ଭରି ଦେଖିବାକୁ ଆସିଛି ଝିଅ, ଆଉ ସାଙ୍ଗରେ ଆଣିଛି ଖାଇବା ଯାହା ସେ କିଛି ପାଦ ଦୂରରେ ରଖି ଦେଇ ଚାଲିଯାଉଛି । ଦୁହେଁ ପରସ୍ପର ଠାରୁ ଦୂରରେ ଠିଆ ହୋଇ ଭୋ ଭୋ ହୋଇ କାନ୍ଦୁଛନ୍ତି । ଖାଲିସେତିକି ନୁହେଁ ଏମିତି ଆଉ ୩୯ଜଣ ମେଡ଼ିକାଲ କର୍ମଚାରୀ ମଧ୍ୟ ତାଙ୍କ ପରିବାରଠୁ ଦୂରରେ ଅଛନ୍ତି ।

କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?

Leave a Reply