spot_img
Home Blog Page 7416

ଜଗତସିଂହପୁର: ସେସୁର କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ୱାଇଁ ଗିରଫ । ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳି ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଜଗତସିଂହପୁର: ସେସୁର କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ୱାଇଁ ଗିରଫ । ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳି ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ।

କୈଶୋରରୁ ଯୌବନରେ ଉପନୀତ ହେଲା ବିଜେଡି, ପଞ୍ଚମ ପାଳିରେ ଲୌକଙ୍କ ପାଇଁ ୫-ଟି ଓ ମୋ-ସରକାରର ବଡ଼ ଉପହାର

ଭୁବନେଶ୍ୱର : ଦୀର୍ଘ ୨୨ ବର୍ଷର ଲମ୍ବା ଦୌଡ଼ । କାଲିର କିଶୋର ଆଜି ଭରା ଯୌବନରେ ଅବତୀର୍ଣ୍ଣ । ଇତି ମଧ୍ୟରେ ସାରା ଓଡ଼ିଶାବାସୀଙ୍କ ପାଖରେ ଗ୍ରହଣୀୟ ଏବଂ ନିଜର କାର୍ଯ୍ୟକ୍ରମକୁ ନେଇ ଦଳ ପରିଚିତି ହାସଲ କରିସାରିଛି । ବୟସ ବଢ଼ିବା ସହ ଦଳର କଳେବର ବଢ଼ିଛି ଏବଂ ଅଧିକରୁ ଅଧିକ ସଫଳତା ହାସଲ କରିଛି । ତେବେ ବିଗତ ୨୨ ବର୍ଷରେ ବିଜେଡି ବହୁ ଉତ୍‌ଥାନ ପତନ ଦେଇ ଗତି କରିଛି । କେତେବେଳେ ଦଳ ବିଭାଜନର ଚକ୍ରବ୍ୟୁହରେ ଘେରି ହୋଇଛି ତ କେତେବେଳେ ଦୁର୍ନୀତିର ମାୟାଜାଲରେ ଛନ୍ଦି ହେଉଥିବା ନେତା ମନ୍ତ୍ରୀଙ୍କ ପାଇଁ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିରେ କାଳିମା ବୋଳିବାର ଚେଷ୍ଟା କରିଛନ୍ତି ବିରୋଧୀ ।

ରାଜନୀତିକ ପଟୁତା 

ହେଲେ ସବୁ ଘାତ ପ୍ରତିଘାତକୁ ଅତି ସତର୍କତା ଓ ସଫଳତାର ସହ ମୁକାବିଲା କରି ନବୀନ ରାଜନୈତିକ ପଟୁତାର ପ୍ରମାଣ ଦେଇଛନ୍ତି । ପ୍ରତି ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ବଢ଼ି ବଢ଼ି ଚାଲିଥିବା ବେଳେ ନବୀନ, ଲୋକଙ୍କ ଆତ୍ମବିଶ୍ୱାସକୁ ସମ୍ମାନ ଦେଇ ପଞ୍ଚମ ପାଳିର ସରକାର ଗଠନର ପ୍ରଥମ ଦିନରୁ ହିଁ ଜନତାଙ୍କୁ ପ୍ରଶାସନର ଭାଗିଦାରୀ କରିଛନ୍ତି । ଏହା ୫-ଟି ଓ ମୋ-ସରକାର ଭଳି ଦୁଇଟି କାର୍ଯ୍ୟକ୍ରମରେ ପ୍ରତିଫଳିତ ହେଉଛି । ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଟେଲିଫୋନରେ କଥା ହୋଇ ବିଭିନ୍ନ ଯୋଜନା ସଂପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବା ତାଙ୍କ ପ୍ରଶାସନର ସ୍ୱଚ୍ଛତା ଓ ଲୋକକୈନ୍ଦ୍ରିକ ଶାସନର ଉଦ୍ଦେଶ୍ୟକୁ ପ୍ରତିପାଦିତ କରୁଛି । ଯନ୍ତ୍ରୀରୁ ଅମଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏଭଳି ଏକ କାର୍ଯ୍ୟକ୍ରମ ଲାଗୁ କରି ସାରା ଦେଶରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଦାହୋଇଛନ୍ତି ୪୫ରୁ ଅଧିକ ମନ୍ତ୍ରୀ

ତେବେ ୫-ଟି ଓ ମୋ ସରକାର ଲାଗୁ ହେବା ପୂର୍ବରୁ ଦୁର୍ନୀତିର ଛାଇ ଏବଂ ଦକ୍ଷତା ଆଧାରରେ ୧୯ ବର୍ଷରେ ନବୀନ ୪୫ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉ କେତେ ନେତା ମଧ୍ୟ ଦଳରୁ ଯାଇଛନ୍ତି । ୨୦୦୦ରୁ କ୍ରମାଗତ ୧୯ ବର୍ଷ ଥରି ଓଡ଼ିଶା ଶାସନର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ରାଜନୈତିକ ପୁଂଜି ହେଉଛି ତାଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି । ସରକାର ଓ ଦଳର ସ୍ୱଚ୍ଛତା ବଜାୟ ରଖିବାକୁ ସେ କେବେ କାହାକୁ ପ୍ରଶ୍ରୟ ଦେଇନାହାନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବି ବଡ଼ବଡ଼ ନେତା ଦଳରୁ ବାହାରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦକ୍ଷତା ଆଧାରରେ ମୃନ୍ତ୍ରୀପଦ ହରାଇଥିବା ନେତା ଆଉ ମନ୍ତ୍ରିମଣ୍ଡଳକୁ ଫେରିପାରିନଥିଲେ ବି ରାଜନୀତିରେ ବଂଚିଛନ୍ତି । ହେଲେ ନବୀନଙ୍କ ନେତୃତ୍ବ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହୋଇଥିବା ନେତାମନ୍ତ୍ରୀ ରାଜନୀତିରେ ଆଉ ଉଧେଇ ପାରିନାହାନ୍ତି । ମୋଟାମୋଟି ଭାବେ ରାଜନୀତିରେ ଅଲୋଡା ହୋଇଯାଇଛନ୍ତି ଏ ସବୁ ନେତା ।

କୁହାଯାଏ, ଦୁର୍ନୀତିର ଛାଇ ପଡ଼ିଲେ ସହ୍ୟ କରନ୍ତିନି ନବୀନ

୧୯ ବର୍ଷର ଶାସନରେ କେତେବେଳେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇଁ ତ କେତେବେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନାଁରେ ବହୁମନ୍ତ୍ରୀ ମନ୍ତ୍ରୀପଦ ହରାଇଛନ୍ତି । ଏଥିସହିତ ବିବାଦ ଘେରରେ ଜଣେ ବାଚସ୍ପତିଙ୍କୁ ମଧ୍ୟ ପଦ ଛାଡିବାକୁ ପଡିଛି । ଏହି ପରମ୍ପରା ଆରମ୍ଭ ହୋଇଥିଲା ନଳିନୀକାନ୍ତ ମହାନ୍ତି, ପ୍ରଶାନ୍ତ ନନ୍ଦ ଓ କମଳା ଦାସଙ୍କ ଠାରୁ । ଦୁର୍ନୀତିର ଛାୟା ଅଭିଯୋଗରେ ମୃନ୍ତ୍ରୀପଦ ହରାଇଥିଲେ ଏହି ତିନି ମନ୍ତ୍ରୀ । ପରେ ନିଜର ପ୍ରଥମ ଟର୍ମରେ ଅର୍ଥାତ ୨୦୦୦ରୁ ୨୦୦୪ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ମାଝୀ, ଅମର ଶତପଥୀ ଓ ରାମୃକୃଷ୍ଣ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ୨୦୦୦ରୁ ୨୦୦୪ ମଧ୍ୟରେ ଏଭଳି ୯ ମନ୍ତ୍ରୀଙ୍କୁ ବିଦା କରିଛନ୍ତି ନବୀନ ।

 

୨୦୦୪ରୁ ୨୦୦୯ ଯାଏଁ 

୨୦୦୪ରୁ ୨୦୦୯ ମଧ୍ୟରେ ଡାକ୍ତର ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ବିଷ୍ଣୁ ଚରଣ ଦାସ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ, ରବି ନାରାୟଣ ନନ୍ଦ, ପଦ୍ମନାଭ ବେହେରା, ବଳଭଦ୍ର ମାଝୀ, କାଳନ୍ଦୀ ବେହେରା, ପ୍ରଦୀପ୍ତ ନାୟକ ଓ ନଗେନ୍ଦ୍ର ପ୍ରଧାନ ଏଭଳି ୧୧ ମନ୍ତ୍ରୀ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଦା ହୋଇଥିଲେ । ସେହିପରି ବିବାଦ ଘେରରେ ବାଚସ୍ପତି ପଦରୁ ହଟିବାକୁ ପଡିଥଲା ମହେଶ୍ବର ମହାନ୍ତିଙ୍କୁ । ଶାସନର ତୃତୀୟ ପାଳିରେ ନବୀନ ୧୫ ମନ୍ତ୍ରୀଙ୍କୁ ବିଭିନ୍ନ କାରଣରୁ ବିଦା କରିଛନ୍ତି । ଦ୍ବିତୀୟ ପାଳିରେ ମୃନ୍ତ୍ରୀପଦ ହରାଇ ପୁଣି ଥରେ ତୃତୀୟ ପାଳିରେ ମନ୍ତ୍ରୀ ହୋଇଥିବା ପ୍ରମିଳା

ମଲ୍ଲିକ ଓ ଡାକ୍ତର ଦାମୋଦର ରାଉତଙ୍କ ସହ ବିଜୟ ରଂଜନ ସିଂହ ବରିହା, ପ୍ରବୀଣ ଚନ୍ଦ୍ର ଭଂଜଦେଓ, ପ୍ରଦୀପ ମହାରଥୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କୁ ବିଭିନ୍ନ କାରଣରୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ୨୦୧୨ ଜାନୁଆରୀ ୧୯ରେ ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଦୀପ ମହାରଥୀ ଏବଂ ସେହି ବର୍ଷ ଫେବୃଆରୀ ୯ ତାରିଖରେ ଖୋର୍ଦ୍ଧା-କଟକ ମୃଦ ମୃତ୍ୟୁ ଘଟଣାରେ ଅନଙ୍ଗ ଉଦୟ ସିଂହଦେଓଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । ଦଳ ବିଭାଜନ ଚକ୍ରାନ୍ତ ପାଇଁ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଥିଲେ ନବୀନ । ଏହି ଚକ୍ରାନ୍ତରେ ମନ୍ତ୍ରୀ ଅଂଜଳି ବେହେରା, ସଂଜୀବ ସାହୁ ଓ ସାରଦା ନାୟକ ଦଳରୁ ହୋଇଥିଲେ ସସ୍‌ପେଣ୍ଡ । ପରେ ମନ୍ତ୍ରୀ ପଦ ହରାଇଥିଲେ ପ୍ରଫୁଲ୍ଲ ସାମୃଲ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ ଓ ଅତନୁ ସବ୍ୟସାଚୀ ନାୟକ । ବୋହୂଙ୍କୁ ଯୌତୁକ ନିର୍ଯ଼ାତନା ଅଭିଯୋଗରେ ସେମିତି ମନ୍ତ୍ରୀ ପଦ ହରାଇଥିଲେ ରଘୁନାଥ ମହାନ୍ତି ।

ତୃତୀୟ ପାଳିରେ ଗଡ଼ିଥିଲା ୧୫ ମୁଣ୍ଡ

ଏମିତି ତୃତୀୟ ପାଳିରେ ନବୀନ ୧୫ ମନ୍ତ୍ରୀଙ୍କ ମୁଣ୍ଡ ଗଡାଇଥିଲେ । ଏଭିତରେ ନବୀନ ସରକାର ବିରୋଧରେ କେତେବେଳେ ଖଣି ଦୁର୍ନୀତିର ଅଭିଯୋଗ ତ କେତେବେଳେ ଚିଟ୍‌ଫଣ୍ଡ ଠକେଇ ତ କେତେବେଳେ ଜମି ଜାଲିଆଲିର ଅଭିଯ଼ୋଗ ଆସିଛି । ଏସବୁ ଦୁର୍ନୀତିକୁ ନେଇ ବହୁ ରାଜନୈତିକ ଝଡ ସୃଷ୍ଟି ହୋଇଥିଲେ ବି ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିପାରିନାହିଁ ।

ଦାମ ଓ ବୈଜୟନ୍ତ ବିଦା 

ଚତୁର୍ଥ ପାଳିରେ ୨୦୧୪ ପରେ ପ୍ରଥମ ଥର ପାଇଁ ଅତନୁ ସବ୍ୟସାଚୀ ନାୟକଙ୍କୁ ପଦଚ୍ୟୁତ କରିଥିଲେ ନବୀନ । ୨୦୧୭ ମେ-ରେ ଦଳ ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ଅରୁଣ ସାହୁ, ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେଲା, ଲାଲବିହାରି ହିମିରିକା, ଦେବୀ ମିଶ୍ର, ସୁଦାମ ମାରାଣ୍ଡି, ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀପଦ ତ୍ୟାଗ କରି ବିଜେଡିର ସାଂଗଠନିକ ଦାୟିତ୍ବ ନେଇଥିଲେ। ସେହିପରି ମନ୍ତ୍ରୀପଦ ପାଇଁ ନିରଂଜନ ପୂଜାରୀ ବାଚସ୍ପତି ପଦ ଛାଡିଥିବା ବେଳେ ମନ୍ତ୍ରୀ ପଦ ଛାଡ଼ି ବାଚସ୍ପତି ହୋଇଥିଲେ ପ୍ରଦୀପ ଅମାତ । ପରବର୍ତ୍ତୀ ସମୟରେ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର ମଧ୍ୟ କରାଯାଇଥିଲା । ଗତ ୧୯ ବର୍ଷ ମଧ୍ୟରେ ବହୁ ଘାତ ପ୍ରତିଘାତ ଦେଇ ଗତିକରିଥିବା ବିଜେଡି ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିଥିଲା । ଜାତୀୟ ରାଜନୀତିରେ ଦଳର ପ୍ରଭାବ ଓ ମୁଖ୍ୟମନ୍ତ୍ରୀଙ୍କ ଦବଦବା ବହୁ ପ୍ରସଙ୍ଗରେ ବାରି ହୋଇ ପଡ଼ିଛି ।

ଆଖିରେ ସ୍ୱତନ୍ତ୍ର ଚଷମା ଲଗାଇ ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ ସୂର୍ଯ୍ୟ ପରାଗ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଲେ ସୂର୍ଯ୍ୟ ପରାଗ । ମୋଦି ତାଙ୍କ ବାସଭବନରେ ଥାଇ ଦେଖିଛନ୍ତି ସୂର୍ଯ୍ୟ ପରାଗ । ଭାରତର ସବୁ ବ୍ୟକ୍ତିଙ୍କ ପରି ସେ ମଧ୍ୟ ଏହି ଦୃଶ୍ୟ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଥିଲେ । 

କିନ୍ତୁ ଖରାପ ପାଗ ଏବଂ ମେଘ ଢାଙ୍କିରଖିଥିବାରୁ ସେ ସୂର୍ଯ୍ୟପରାଗକୁ ଦେଖି ପାରିନଥିବା ଉଲ୍ଲେଖ କରିଛନ୍ତି । ଏହା ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । କୋଝିକୋଡ଼ି ଏବଂ ଭାରତର ଅନ୍ୟ ସ୍ଥାନ ଗୁଡ଼ିକରେ ଏହି ଦୃଶ୍ୟକୁ ଲାଇଭ ଷ୍ଟ୍ରିମ ଯୋଗେ ଦେଖିଛନ୍ତି ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଏହି ସୂର୍ଯ୍ୟ ପରାଗ ନେଇ ବିଶେଷଜ୍ଞଙ୍କ ଠାରୁ ପଚାରି ବୁଝିଥିଲେ ମଧ୍ୟ ଟ୍ୱିଟରରେ ସୂଚନା ଦେଇଛନ୍ତି ।  

 

କଥା ନଶୁଣିବାରୁ ସମ୍ପର୍କୀୟ ଭାଇକୁ ହାଣିଲା ଭାଇ

ଭୁବନେଶ୍ୱର: ଭାଇକୁ ହାଣିଲା ଭାଇ । ସାମାନ୍ୟ ବଚସାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ମାରଣାତ୍ମକ ଆକ୍ରମଣ କରିଛି ଭାଇ । ଘଟଣା ଘଟିଛି  ନନ୍ଦନକାନନ ଗୋଲେଇ ଛକ ପାଖରେ ।

। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣରେ ବ୍ୟବହାର ହୋଇଥିବା କଟୁରୀ ଜବତ କରିବା ସହିତ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ସେପଟେ ଆକ୍ରମଣର ଶିକାର ହୋଇଥିବା ଭାଇକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ

0

ଭୁବନେଶ୍ୱର: ଏଣିକି ଓଡ଼ିଆ ଲେଖାରେ ମିଳିବ ଟ୍ରେନ ଟିକେଟ । ବର୍ତ୍ତମାନ ଇଂରାଜୀ ଏବଂ ହିନ୍ଦିରେ ଟ୍ରେନ ଟିକେଟ ମିଳୁଥିବା ବେଳେ ଏପ୍ରିଲ ୧ ରୁ ଓଡ଼ିଆ ଭାଷାରେ ଲେଖାଥିବା ଟିକେଟ ଉପଲବ୍ଧ ହେବ । ଏହାକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  କେବଳ ଅଣସଂରକ୍ଷିତ ଟିକେଟ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ଲାଗୁ ହେବା ପରେ ଇଂରାଜୀ, ହିନ୍ଦି ଏବଂ ଓଡ଼ିଆ ଭାଷାରେ ଟିକେଟ ଉପଲବ୍ଧ ହେବ ।

ଇଷ୍ଟ କୋଷ୍ଟ ରେଲୱେ ଅଧିନରେ ଥିବା ରାଜ୍ୟର ୩୧୭ଟି ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ଦ୍ଵାରା ଇଂରାଜୀ ଓ ହିନ୍ଦିରେ ପଢ଼ିବାକୁ ଅସୁବିଧା ହେଉଥିବା ଲୋକ ମାନେ ବିଶେଷ ଉପକୃତ ହେବେ । କୋଲକାତାର ଏକ ସଂସ୍ଥା ସି.ଆର.ଆଇ.ଏସର ସାହାଯ୍ୟରେ ୮ ହଜାର ଷ୍ଟେସନର ନାଁ ଓଡ଼ିଆରେ ପ୍ରସ୍ତୁତ କରାଯାଇଛି । ଅଣସଂରକ୍ଷିତ ରେଳ ଟିକେଟରେ ଓଡ଼ିଆ ଭାଷା ।

ଅନ୍ୟପଟେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଉଦଘାଟଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନରେ ସ୍ଥାନ ପାଇଛି ଓଡ଼ିଶାର ଐତିହ୍ୟ । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ସଂସ୍କୃତି ଓ ଲୋକକଳାର ଛବି ଏହି ଟ୍ରେନରେ ସ୍ଥାନ ପାଇଛି ।

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୫ ଗୁରୁତର, ୨ ଜଣଙ୍କ ଅବସ୍ଥା ସଙ୍ଗଟାପନ୍ନ

0

ଭଦ୍ରକ: ଜାତୀୟ ରାଜପଥରୁ ଅନ୍ୟ ରାସ୍ତାକୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବାବେଳେ ତାଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଗ୍ରସ୍ଥ ମାନେ ବାଲେଶ୍ୱର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର  ରୁ ଭଦ୍ରକ ଆଡକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

୧୬ ନଂ ଜାତୀୟ ରାଜପଥର ଚରମ୍ପା କେନାଲ ଛକ ନିକଟରେ ବାଲେଶ୍ୱର ଆଡୁ ଲୋକଙ୍କୁ ନେଇ ଆସୁଥିବା ଏକ ଅଟୋ ରାଜପଥରୁ  ତଳ ରାସ୍ତାକୁ ଖସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ଥିବା  ସୂଚନା ମିଳିଛି । ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟ ରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି  । ଭଦ୍ରକ ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରିଛି ।

ଭିତରକନିକା ଅଭୟାରଣ୍ୟରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ, ଗଣନା କାର୍ଯ୍ୟରେ ୨୩ଟି ଟିମ ନିୟୋଜିତ

0

ପଟ୍ଟାମୁଣ୍ଡାଇ: ରାଜନଗର ଭିତରକନିକା ଅଭୟାରଣ୍ୟରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । କୁମ୍ଭୀର ଗଣନା କାର୍ଯ୍ୟରେ ୨୩ ଟି ଟିମ୍ ନିୟୋଜିତ ହୋଇଛି । ରାଜନଗର, ଡଙ୍ଗମାଳ, ମହାକାଳପଡ଼ା, ଗହୀରମଥା ଚାରୋଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା ପ୍ରକ୍ରିୟା ।

ପ୍ରତ୍ୟେକ ଟିମରେ ୫ ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି । ରାଜନଗର ବନଖଣ୍ଡ ଅଧିକାରୀ ଓ କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତରେ ଚାଲିଛି ଗଣନା କାର୍ଯ୍ୟ ।

ସକାଳ ଖାଇବାରେ ଏସବୁ ଖାଦ୍ୟ ସାମିଲ କରୁଛନ୍ତି କି ?

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟନ୍ତ୍ରିତ ଆହାର ଅତି ଆବଶ୍ୟକ। କୁହାଯାଏ ଠିକ୍‌ ସମୟରେ ସକାଳଭୋଜନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇହୁଏ। ଏହା ଦିନ ତମାମ ଜଣଙ୍କୁ ଫୁର୍ତ୍ତି ରଖେ। ହେଲେ ଅନେକ ସମୟରେ ସକାଳଭୋଜନ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ଠିକ୍‌ ରହୁ ନ ଥିବା ପରିଲକ୍ଷିତ ହୋଇଥାଏ। ଏସବୁ ପଛରେ ରହିଛି ଆପଣ ଖାଉଥିବା ଖାଦ୍ୟ। କ’ଣ ଖାଇଲେ ସମସ୍ୟା ଉପୁଜିପାରେ ତାହା ଜାଣି ରଖନ୍ତୁ।

-ଫଳରସ

ସକାଳ ଭୋଜନରେ ଫଳରସକୁ ସାମିଲ କରନ୍ତୁ ନାହିଁ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ, ହଜମଶକ୍ତି, ଟାଇପ୍‌-୨ ଡାଇବେଟିସ୍‌ ଆଦି ହୋଇପାରେ।

-ମିଠାଦହି

ଏଥିରେ ଚିନିର ମାତ୍ରା ଅଧିକ ଥାଏ। କହିବାକୁ ଗଲେ ଆଇସ୍‌କ୍ରିମ୍‌ ତୁଳନାରେ ମଧ୍ୟ ଚିନିର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ଆପଣଙ୍କୁ ଶୀଘ୍ର ଭୋକ ଲାଗିପାରେ।

-ପେଷ୍ଟ୍ରିଜ୍‌

ଏହାକୁ ସକାଳ ଭୋଜନରେ ସର୍ବଦା ସାମିଲ କରନ୍ତୁ ନାହିଁ। କାରଣ ଏହା ଭୋକ ବଢ଼ାଇଥାଏ। ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧିର ସମସ୍ୟା ଉପୁଜିପାରେ।

ନାବାଳିକା ଗଣଦୁର୍ଷମ ଓ ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀ ଗ୍ରାମରେ ଘଟିଥିବା ନାବାଳିକା ଗଣଦୁର୍ଷମ ଓ ହତ୍ୟାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଆଜି ଜିଲ୍ଲା କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହାର ପ୍ରଭାବ ଜିଲ୍ଲାର ଉମରକୋଟ,ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଓ ଡାବୁଗାଁ ରେ ମଧ୍ୟ ଦେଖିବାକୂ ମିଳିଛି । ବନ୍ଦ ପ୍ରଭାବରେ ଏସବୁ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି । ଏହା ସହ ଗାଡି ଚଳାଚଳ ମଧ୍ୟ ଠପ୍ ହୋଇଛି। ଗତ ୧୩ ତାରିଖ ରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ୍ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକାଙ୍କ କ୍ଷତ ବିକ୍ଷତ ମୃତଦେହ ଏକ ଜମିରୁ ମିଳିଥିଲା ।

ଗଣ ଦୁର୍ଷମ କରିବା ପରେ ନାବାଳିକାଙ୍କୁ ହତ୍ୟା କରାଯାଇଛି । ଘଟଣାକୁ ୧୫ ଦିନ ବିତି ସାରିଥିଲେ ବି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ପାରିନି । ଏହାର ପ୍ରତିବାଦ ରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ପୋଲିସ ଯଦି ଅଭିଯୁକ୍ତଙ୍କୁ ଶୀଘ୍ର ନଧରିଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନି ଦେଇଛି କଂଗ୍ରେସ ।

ଭୀମକୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯୁବକ ନିଖୋଜ

0

କେନ୍ଦୁଝର: ପିକନିକ୍ ରେ ମୌଜ ମସ୍ତି ଚାଲିଥିବା ବେଳେ ଚାଲିଗଲା ଜୀବନ । ଭୀମକୁଣ୍ଡରେ ଗାଧୋଇବା ହେଲା କାଳ । ଖର ସ୍ରୋତରେ ପଡ଼ି ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ଲୋକେ ଦେଖିଲେ ଭିଡ଼ିଓ ଶୁଟ୍ କଲେ ହେଲେ କେହି ସାହସ କରି ଟିକେ ସାହାଯ୍ୟର ହାତ ବଢ଼େଇ ପାରିଲେ ନାହିଁ । ଭାସି ଯାଉଥିବା ଲୋକଙ୍କୁ କୁଟା ଖିଅର ବଳ ବୋଲି କୁହାଯାଏ କିନ୍ତୁ ସେତିକି ବି ମିଳିଲାନି ଏହି ଯୁବକଙ୍କୁ ।

ଏମିତି ଏକ ହୃଦୟ ବିଦାରକ ଘଟଣା ର ଭିଡ଼ିଓ ଜିଏବି ଦେଖୁଛି ହୃଦୟର ସ୍ପନ୍ଦନ ବଢିଯିବା ସ୍ୱାଭାବିକ । ଘଟଣା ଘଟିଛି ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ । ଗତ କାଲି ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ପାଣି ସ୍ରୋତରେ ପଡି ଟିକେ ଭାସି ଯିବା ପରେ ବୁଡି ଯାଇଥିଲେ ।

ବହୁ ଖୋଜାଖୋଜି କରାଯାଇଥିବା ବେଳେ ଏଯାଏଁ ଉକ୍ତ ବ୍ୟକ୍ତିଙ୍କ କୈାଣସି ପତ୍ତା ମିଳିପାରିନାହିଁ । ନିଖୋଜ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ଏବେ ବି ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।