spot_img
Home Blog Page 7412

ପୁରୀରେ ପେଟ୍ରାେଲ ପମ୍ପ୍‌ ମାଲିକଙ୍କୁ ଗୁଳିମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

0

ପୁରୀ: ପୁରୀରେ ଗୁଳିମାଡ଼ । ସତ୍ୟବାଦୀ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଗୁଳିମାଡ଼ । ଛକରେ ଥିବା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ପମ୍ପ ମାଲିକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ରବିବାର ଦିନ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଘଟଣା ନେଇ ପୋଲିସ ଅଧିକ ଛାନ୍‌ ଭିନ୍‌ ଜାରି ରଖିଛି ।

ଅଜଣା ଗାଡ଼ି ଧକ୍କାରେ ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମାଆ

0

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଶିଶୁ ଗୁରୁତର  । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଗୁହାନାଳ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସାହୁପୁର ଗାଁର ଦୁଖୀରାମ୍ ମାରାଣ୍ଡି ଏବଂ ତାଙ୍କ ସ୍ତ୍ରୀ ବାଇକରେ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ । ବାଗୁହାନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଦୁଖୀରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଖାଲି ସେତିକି ନୁହେଁ ଘଟଣା ସ୍ଥଳରୁ ଗୁରୁତର ୫ମାସର ଶିଶୁ କନ୍ୟାକୁ ଉଦ୍ଧାର କାରାଯାଇଛି ।      ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି  । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଯୋଗୀ ସରକାରଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଟାର୍ଗେଟ, କହିଲେ, ଦେଶରେ ହିଂସା ଓ ପ୍ରତିଶୋଧ ପାଇଁ ସ୍ଥାନ ନାହିଁ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ବିଜନୌର, ଲକ୍ଷ୍ନୌ ଏବଂ ବାରାଣାସୀରେ ପୋଲିସର ଅତ୍ୟାଚାରକୁ ଦେଖି ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଯୋଗୀ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବ ସହ ଏଭଳି କରିବା ପଛରେ କଣ ରହିଛି କାରଣ ତାହା ମଧ୍ୟ କହିଛନ୍ତି ।   

ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ ପରାୟଣ ହୋଇଉଠିଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ତାଙ୍କ କହିବା ଅନୁଯାୟୀ, ରାଜ୍ୟ ପୋଲିସ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାୟୀ କାମ କରୁଛି । ପୋଲିସକୁ ନିଜ ହିସାବରେ ୟୁପିରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ସେ ତାଙ୍କର ସୁରକ୍ଷା ଭଙ୍ଗକୁ ନେଇ ସେ ଯେତିକି ଉଦବେଗ୍ ପ୍ରକାଶ କରିନାହାନ୍ତି ପ୍ରତିଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ।   

ସୋମବାର ଲକ୍ଷ୍ନୌରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ପ୍ରତିଶୋଧର ଭାବନାରେ କାର୍ଯ୍ୟ କରୁଛନ୍ତି ୟୁପି ସରକାର ।  ଏନେଇ ରାଜ୍ୟପାଳଙ୍କୁ ସେ ଏକ ଚିଠି ପ୍ରଦାନ କରିଛନ୍ତି । ଏହାର ନିଷ୍ପତ୍ତି ରାଜ୍ୟପାଳ ଖୁବଶୀଘ୍ର ନେବେ ବୋଲି ଆଶା ରହିଥିବା ପ୍ରିୟଙ୍କା କହିଛନ୍ତି ।

ଜେନେରାଲ୍ ରାଓ୍ୱତ୍ ହେବେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ : ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ଭାବେ ନିଯୁକ୍ତି ଦିଆଯାଇଛି । ସେନାଧ୍ୟକ୍ଷ ପଦବୀରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସିଡିଏସ୍‌ ପଦବୀରେ ନିଯୁକ୍ତ କରାଯାଇଛି । ଆସନ୍ତାକାଲି ଆର୍ମି ଚିଫ୍ ପଦବୀରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ୍‌ ଭାବେ ଶପଥ ନେବେ ବିପିନ୍‌ ରାଓ୍ୱତ୍ ।


ଡିସେମ୍ବର ୨୪ ତାରିଖରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସିଡିଏସ୍‌ ପଦବିକୁ ମୃଞ୍ଜୁରୀ ମିଳିଥିଲା । ଗତ ଗଣତନ୍ତ୍ର ଦିବସରେ ଏହି ପଦିବୀର ପ୍ରତିଷ୍ଠା ନେଇ ପ୍ରଧାନମୃନ୍ତ୍ରୀ ଘୋଷଣା କରିଥିଲେ । ବିପିନ୍‌ ରାଓ୍ୱତ୍ ଗତ ତିନି ବର୍ଷ ଧରି ସେନାଧ୍ୟକ୍ଷ ପଦବୀରେ ଅବସ୍ତାପିତ ଥିଲେ । ଏବେ ସେ ସରକାର ଏବଂ ସେନା ମଧ୍ୟରେ ସମୃନ୍ବୟ ରକ୍ଷା କରିବେ । ପୂର୍ବରୁ ସିଡିଏସ୍‌ ପଦବିର ଅବସର ବୟସ ୬୨ ବର୍ଷ ରହିଥିବା ବେଳେ ଏହାକୁ ଏବେ ୬୫ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଜେନେରାଲ୍ ରାଓ୍ୱତ୍ ।

ସମ୍ପର୍କରେ ପଡ଼ିଲା ଫାଟ, ମାଆ ଓ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ

0

ଯାଜପୁର: ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ । ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ପୁଅ ଟିମା ଦେହୁରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ପରିବାର ମଧ୍ୟରେ ପୂର୍ବରୁ କଳହ ଲାଗିରହୁଥିଲା । ଟିମା ଅନେକ ଥର ଘରେ ସମସ୍ତଙ୍କୁ ମାରଧୋର କରିଛନ୍ତି । ଆଜି ସକାଳେ ଟିମା କୌଣସି କାରଣରୁ ରାଗିଯାଇ ଏକ କଟୁରି ଧରି ସ୍ତ୍ରୀ କୁ ହାଣିବାକୁ ଗୋଡ଼ାଇ ଥିଲା । ଏହି ସମୟରେ ମାଆ ଅଟକାଇବାରୁ ଟିମା ମାଆର ମୁଣ୍ଡକୁ କଟୁରିରେ ଚୋଟ ପକାଇଥିଲା । ପରେ ସ୍ତ୍ରୀକୁ ଧରି ହାଣିଥିଲା ଟିମା ।

ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ.ପି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିଥିଲେ । ସେପଟେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଘଟଣା ସମ୍ପର୍କରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

କୋଟିଏ ଟଙ୍କାର ସାପ ଉଦ୍ଧାର, ୫ ଗିରଫ

0

ମଧ୍ୟପ୍ରଦେଶ: ଉଦ୍ଧାର ହେଲା ବିରଳ ସରୀସୃପ ରେଡ୍ ସ୍ୟାଣ୍ଡ୍ ବୋଆ ସ୍ନେକ୍ । ଯାହାର ମୂଲ୍ୟ ୧.୨୫କୋଟି ଟଙ୍କା । ମଧ୍ୟ ପ୍ରଦେଶର ନରସିଂହଗଡ଼ରୁ ଧରାଗଲା ଏହି ସାପ । ସୂଚନା ଅନୁଯାୟୀ, ୫ଜଣ ବ୍ୟକ୍ତି ଏହି ବିରଳ ସାପକୁ ବିକୁଥିବାବେଳେ ରବିବାର ପୋଲିସ ଏହି ସାପକୁ ଉଦ୍ଧାର କରିଛି ।

ପୋଲିସ କହିବାନୁସାରେ, ଏହି ସାପରୁ ମେଡିସିନ୍, ପ୍ରସାଧନ ସାମଗ୍ରୀ ଏବଂ କଳା ଯାଦୁ କରିବାରେ ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ସ୍ଥରରେ ଏହି ସାପର ଚାହିଦା ଅନେକ । ଏହି ସାପକୁ ଜ୍ୟୋତିର୍ବିଦ୍ ମାନଙ୍କ ମତରେ ଧନ ଓ ସମୃଦ୍ଧିର ସୂଚକ ରୂପେ ମନେକରାଯାଏ ।

ଏହି ସାପକୁ ଧରିଥିବା ୫ଜଣ ବ୍ୟକ୍ତି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଧରିଥିଲେ ବୋଲି ଜଣାପଡିଛି । ସେମାନେ ନରସିଂହଗଡ଼ ବସ୍ ଷ୍ଟାଣ୍ଡରେ ଥବା ସମୟରେ କେହିଜଣେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ ବୋଲି କୈଳାଶ ଭରଦ୍ୱାଜ ନାମକ ଜଣେ ପୋଲିସ ଅଫିସର କହିଛନ୍ତି । ଏହାପରେ ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏକ ପ୍ଲାଷ୍ଟିକ ବ୍ୟାଗ୍ ଭିତରୁ ଏହି ସାପକୁ ଉଦ୍ଧାର କରିଥିଲେ ।

ଷ୍ଟେଟ ବ୍ୟାଙ୍କ କମାଇଲା ଗୃହଋଣ, ନୂଆବର୍ଷରୁ ହେବ ଲାଗୁ

ମୁମ୍ବାଇ : ନୂଆବର୍ଷରେ ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଗୃହଋଣ । ଜାନୁଆରୀ ପହିଲାରୁ ୭.୮୦% ସୁଧ ହାରରେ ମିଳିବ ଗୃହ ଋଣ । ଏସବିଆଇ ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ୍‌ (EBR)ରେ କାଟ୍‌ କରିଛି । ଯାହାର ଫାଇଦା ଉଠାଇ ପାରିବେ ଗ୍ରାହକ । EBR ୨୫ ବେସିସ୍ ପଏଣ୍ଟ କମିବା ପରେ ଏହା ଏବେ ୭.୮୦କୁ ଖସିଛି । ପୂର୍ବରୁ ଏହା ୮.୦୫ ରହିଥିଲା ।ନୂଆ ଦର ଜାନୁଆରୀ ପହିଲାରୁ ଲାଗୁ ହେବ । ୨୦୨୦ ବର୍ଷରୁ MSME, ହାଉସିଂ ଓ ରିଟେଲ ଲୋନର ସବୁ ଫ୍ଲୋଟିଙ୍ଗ ରେଟକୁ ଏକ୍ସଟର୍ନ।ଲ ବେଞ୍ଚମାର୍କ ରେପୋ ରେଟ ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି । ୨୦୧୯ ଫେବ୍ରୁଆରୀ ମାସରୁ  ଆରବିଆଇ ମୋଟ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଛି ।ଯଦି ତଥ୍ୟକୁ ଦେଖିବା ତେବେ ଏସବିଆଇ ନିକଟରେ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ରହିଛି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।

ଆହୁରି ୩ ଦିନ ହାଡ଼ଭଙ୍ଗା ଜାଡ଼, ପହିଲାରୁ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜିବ ନୂଆବର୍ଷ । ଶୀତ ପରେ ଜାନୁଆରୀ ପହିଲାରୁ ହୋଇପାରେ ବର୍ଷା । ସେପଟେ ଶୀତରେ ଥରୁଛି ସାରା ଓଡ଼ିଶା । ଏଭଳି ସ୍ଥିତି ଆଉ ତିନି ଦିନ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ୧୩ଟି ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୩ ଦିନ ଭିତରେ ପାରଦ ୪ରୁ ୬ ଡିଗ୍ରୀ ଖସିଯିବାରୁ ରାଜ୍ୟର ପ୍ରବଳ ଥଣ୍ଡା ଲାଗି ରହିବା ସହ କେତେକ ସ୍ଥାନରେ ତୁଷାରପାତ ହୋଇଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୧୬ ସହର । ସୋନପୁରରେ ସବୁଠୁ କମ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ତା’ ପଛକୁ  ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଛି ।ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ଥରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାର ବଲାଣି, ବଡ଼ବିଲ, ଚମ୍ପୁଆ, ଯୋଡ଼ା ଆଦି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ହାଡ଼ଭଙ୍ଗା ଶୀତରେ ମଧ୍ୟ ଥରୁଛି ଝାରସୁଗୁଡ଼ା ସହର ।

5T ଜାଲରେ ଟପ୍ ବ୍ୟୁରୋକ୍ରାଟ, ୨୦୦୯ IAS ବିଜୟ କେତନ ଉପାଧ୍ୟାୟଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: 5T ଜାଲରେ ଭାରତୀୟ ପ୍ରଶାସନିକ ସେବାର ବଡ଼ ଅଧିକାରୀ ।  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଧରିଛି ।ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଅଛନ୍ତି ୨୦୦୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ବିଜୟ କେତନଙ୍କ ବାସଭବନ ଓ ଆଉ କିଛି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ବିଜୟ କେତନଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋ ସରକାର କାର୍ଯ୍ୟକ୍ରମରେ ମିଳିଥିବା ଫିଡବ୍ୟାକ ଆଧାରରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି । ଏକ୍ ବିଲ୍ ପାସ କରାଇବା ପାଇଁ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଜଣେ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଡିଜିପି ବିଜୟ କୁମାର ଶର୍ମା 5T ଆଧାରରେ ପଦ ଛାଡ଼ିଥିବା ଜଣାପଡ଼ିଥିଲା ।

https://nandighoshatv.com/?p=16933