spot_img
Home Blog Page 7409

ଟେଲିକମ୍ ବିଭାଗକୁ ୧୦ ହଜାର କୋଟି ଟଙ୍କା ଦେଲା ଏୟାରଟେଲ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବକେୟା ଥିବା ଦେୟ ବାବଦରେ ଭାରତୀ ଏୟାରଟେଲ୍‌ ଆଜି ଟେଲିକମ୍‌ ବିଭାଗକୁ ୧୦ ହଜାର କୋଟି ଟଙ୍କା ଦେଇଛି । ଖୁବ୍‌ଶୀଘ୍ର ବକେୟା ଅର୍ଥ ପୈଠ କରିବାକୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର କେତେକ ଟେଲିକମ୍‌ କମ୍ପାନୀକୁ ଅଳ୍ପ ଦିନ ତଳେ ତାଗିଦ କରିଥିଲେ । କମ୍ପାନୀ ହିସାବପତ୍ର ସରିଲେ ବକେୟା ଅର୍ଥ ପୈଠ କରାଯିବ ।

भारती एयरटेल पर एजीआर की कुल 35000 करोड़ रुपए की देनदारी है।

ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସମସ୍ତ ବକେୟା ଦିଆସରିଥିବ ବୋଲି ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି । ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ୍ ୟୁସେଜ୍‌ ଚାର୍ଜ ବାବଦକୁ ଏୟାରଟେଲ୍‌ ଠାରୁ ସରକାର ପ୍ରାୟ ୩୫ ହଜାର ୫୮୬ କୋଟି ଟଙ୍କା ପାଇବେ । ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ପୈଠକ କରିବ ବୋଲି ପୂର୍ବରୁ ଏୟାରଟେଲ୍‌ କହିଥିଲା । ବାକି ମାର୍ଚ୍ଚ ୧୭ ପୂର୍ବରୁ ପୈଠ କରାଯିବ ବୋଲି ଏୟାରଟେଲ୍‌ ଟେଲିକମ୍‌ ବିଭାଗକୁ କହିଛି  । ବକେୟା ପଡ଼ିଥିବା ଦେୟ ତୁରନ୍ତ ପୈଠ କରିବାକୁ ଟେଲିକମ୍‌ ବିଭାଗ ଫେବ୍ରୁଆରୀ ୧୪ ତାରିଖରୁ ନୋଟିସ ଦେବା ଆରମ୍ଭ କରିଛି । ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ପ୍ରଭୃତି ଟେଲିକମ୍‌ କମ୍ପାନୀଗୁଡ଼ିକ ଉପରେ ବହୁ ପରିମାଣର ଦେୟ ବକେୟା ରହିଛି  ।

ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ ହେବେନି ମହିଳା ।

ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ ହେବେନି ମହିଳା ।

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୫ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର ।

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୫ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର ।

ଭୁବନେଶ୍ୱର: ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍‌ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ୱର: ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି  ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍‌ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଜାତିସଂଘ ମହାସଚିବଙ୍କ ମଧ୍ୟସ୍ଥତା ପ୍ରସ୍ତାବ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ଭାରତର ନା

0

କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ମହାସଚିବଙ୍କ ମଧ୍ୟସ୍ଥତା ପ୍ରସ୍ତାବ । ଯାହାକୁ ସିଧାସଳଖ ମନା କରିଛି ଭାରତ । ପାକିସ୍ତାନ ଗସ୍ତ ବେଳେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ରଖିଥିଲେ ଏଣ୍ଟୋନିଓ ଗୁତାରେସ । ଯାହାର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର । ସେ କହିଛନ୍ତି, ଜାମ୍ମୁ-କାଶ୍ମୀରକୁ ନେଇ ଭାରତର ନୀତି ପୂରା ସ୍ପଷ୍ଟ। ଏହା ଭାରତର ଅଭିନ୍ନ ଅଙ୍ଗ ।

ସେଥିପାଇଁ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ କିମ୍ବା ଭୂମିକାର ଆବଶ୍ୟକତା ନାହିଁ ।  ୪ ଦିନିଆ ପାକିସ୍ତାନ ଗସ୍ତରେ ଯାଇ ରବିବାର ଇସଲାମାବଦାରେ ପହଞ୍ଚିଥିଲେ ଜାତିସଂଘ ମହାସଚିବ । ସେଠାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ କଶ୍ମୀର ପ୍ରସଙ୍ଗରେ ବୟାନ ରଖିଥିଲେ ଏଣ୍ଟୋନିଓ ଗୁତାରେସ।

ସିଏଏ ନେଇ ଶାହିନବାଗରେ ହେଉଥିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶାହିନବାଗ ଶୁଣାଣି । ଦିଲ୍ଲୀର ଶାହିନବାଗରେ ଚାଲିଥିବା ଧାରଣା ହଟାଇବାକୁ ସୁପ୍ରିମକୋର୍ଟରେ କରାଯାଇଛି ଆବେଦନ । ପୂର୍ବ ଶୁଣାଣିରେ ବିରୋଧ ପାଇଁ ରାସ୍ତା ବନ୍ଦକୁ ନେଇ ଅସନ୍ତୋଷ ଜାହିର କରିଥିଲେ ସୁପ୍ରିମକୋର୍ଟ ।

କହିଥିଲେ ଲୋକଙ୍କର ବିରୋଧ କରିବାର ଅଧିକାର ରହିଛି । ତେବେ ପ୍ରଦର୍ଶନ ନାଁରେ ରାସ୍ତା ହଟାଇବାକୁ ଭୁଲ୍‌ କହିଥିଲେ କୋର୍ଟ । ସିଏଏ ବିରୋଧରେ ଶାହିନବାଗରେ କରାଯାଉଛି ଜବରଦସ୍ତ ବିରୋଧ ।

ପ୍ରାୟ ୨ ମାସ ଧରି ନୋଏଡ଼ା-ଦିଲ୍ଲୀ ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି । ଏହି ମାମଲାରେ କୋର୍ଟ ଦିଲ୍ଲୀ ପୋଲିସ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ।

ସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ, ଏହାକୁ ୩ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ ହେବେନି ମହିଳା । ହାଇକୋର୍ଟର ନିଷ୍ପତ୍ତି ଉପରେ ବାଜିଲା ସୁପ୍ରିମକୋର୍ଟର ମୋହର । ନିର୍ଦ୍ଦେଶକୁ ୩ ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟ କହିଛନ୍ତି । ସେହିପରି ଏବେ ସ୍ଥଳସେନାରେ ମହିଳାଙ୍କୁ ବି ମିଳିବ କମାଣ୍ଡିଂ ପଦବୀ । ଏହାସହ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।  ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ପ୍ରସ୍ତାବ ଦେଇଥିଲେ । ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆଉ ଯୁକ୍ତି କରିଥିଲେ, ପୁରୁଷ ସୈନିକ ମହିଳା ଅଧିକାରୀଙ୍କଠାରୁ ଆଦେଶ ନେବାକୁ ପ୍ରସ୍ତୁତ ନୁହନ୍ତି । ଆଜି ୧୦ ବର୍ଷ ପରେ କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

କରୋନା ଭାଇରସ୍: ଚୀନ୍‌ରେ ମୃତକଙ୍କ ସଂଖ୍ୟା ୧୭୦୦ ପାର

0

କରୋନା ଭାଇରସ୍‌ର କହର ଜାରି ରହିଛି । ଚୀନ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଚୀନ୍‌ରେ ମୃତକଙ୍କ ସଂଖ୍ୟା ୧୭୦୦ରେ ପହଞ୍ଚିଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ ନିଗମର ସୂଚନା ଅନୁଯାୟୀ ୨୦୪୮ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ସଂଖ୍ୟା ବଢ଼ି ୭୦୫୪୮ରେ ପହଞ୍ଚିଛି । ଚୀନ ନ୍ୟୁଜ୍‌ ଏଜେନ୍ସିର ସୂଚନା ଅନୁଯାୟୀ କରୋନା ଭାଇରସ୍‌ ଯୋଗୁଁ ଚୀନର ହୁବାଇ ପ୍ରଦେଶରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୧୭୭୦ରେ ପହଞ୍ଚିଛି ।

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୫ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍‌ ମୋହର

0

ଭୁବନେଶ୍ୱର: ୫ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର । ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଲେଖାଁଏ ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ସେହିପରି ଏସ୍‌ସି, ଏସ୍‌ଟି ବିଭାଗର ଗୋଟିଏ ପ୍ରସ୍ତାବ ଉପରେ ବାଜିଛି ମୋହର ।

ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟର ମଞ୍ଜୁରି । ଓବିସି ବର୍ଗ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ୭ଟି ପ୍ରସ୍ତାବ ଆସିଥିଲା ବେଳେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ବିଧାନସଭା ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ କୈାଣସି ସୂଚନା ଦିଆଯାଇନାହିଁ ।

ବ୍ୟାଟେରୀରେ ଖେଳୁଥିବା ବେଳେ ହାତରେ ଫାଟିଗଲା

ଭଦ୍ରକ: ବ୍ୟାଟେରୀ ଫାଟି ନାବାଳକ ଗୁରୁତର, ଜଣେ ଆହତ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତରାଶୁଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ୟାଟେରୀ ଫାଟି ନାବାଳକର ୩ଟି ଆଙ୍ଗୁଠି ନଷ୍ଟ ହୋଇଛି ।

ପାପୁଲି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ନାବାଳକଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂଧ୍ୟାରେ ଦୁଇ ଜଣ ନାବାଳକ ବ୍ୟାଟେରୀରେ ତାର ସଂଯୋଗ କରୁଥିବାବେଳେ ଏଭଳି ଅଘଟଣ ଘଟିଛି ।