ଟେଲିକମ୍ ବିଭାଗକୁ ୧୦ ହଜାର କୋଟି ଟଙ୍କା ଦେଲା ଏୟାରଟେଲ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବକେୟା ଥିବା ଦେୟ ବାବଦରେ ଭାରତୀ ଏୟାରଟେଲ୍‌ ଆଜି ଟେଲିକମ୍‌ ବିଭାଗକୁ ୧୦ ହଜାର କୋଟି ଟଙ୍କା ଦେଇଛି । ଖୁବ୍‌ଶୀଘ୍ର ବକେୟା ଅର୍ଥ ପୈଠ କରିବାକୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର କେତେକ ଟେଲିକମ୍‌ କମ୍ପାନୀକୁ ଅଳ୍ପ ଦିନ ତଳେ ତାଗିଦ କରିଥିଲେ । କମ୍ପାନୀ ହିସାବପତ୍ର ସରିଲେ ବକେୟା ଅର୍ଥ ପୈଠ କରାଯିବ ।

भारती एयरटेल पर एजीआर की कुल 35000 करोड़ रुपए की देनदारी है।

ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସମସ୍ତ ବକେୟା ଦିଆସରିଥିବ ବୋଲି ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି । ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ୍ ୟୁସେଜ୍‌ ଚାର୍ଜ ବାବଦକୁ ଏୟାରଟେଲ୍‌ ଠାରୁ ସରକାର ପ୍ରାୟ ୩୫ ହଜାର ୫୮୬ କୋଟି ଟଙ୍କା ପାଇବେ । ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ପୈଠକ କରିବ ବୋଲି ପୂର୍ବରୁ ଏୟାରଟେଲ୍‌ କହିଥିଲା । ବାକି ମାର୍ଚ୍ଚ ୧୭ ପୂର୍ବରୁ ପୈଠ କରାଯିବ ବୋଲି ଏୟାରଟେଲ୍‌ ଟେଲିକମ୍‌ ବିଭାଗକୁ କହିଛି  । ବକେୟା ପଡ଼ିଥିବା ଦେୟ ତୁରନ୍ତ ପୈଠ କରିବାକୁ ଟେଲିକମ୍‌ ବିଭାଗ ଫେବ୍ରୁଆରୀ ୧୪ ତାରିଖରୁ ନୋଟିସ ଦେବା ଆରମ୍ଭ କରିଛି । ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ଆଇଡିଆ ପ୍ରଭୃତି ଟେଲିକମ୍‌ କମ୍ପାନୀଗୁଡ଼ିକ ଉପରେ ବହୁ ପରିମାଣର ଦେୟ ବକେୟା ରହିଛି  ।

Leave a Reply