spot_img
Home Blog Page 738

ପହଲଗାଓଁ ଆକ୍ରମଣ ଷଡଯନ୍ତ୍ରକାରୀ ତଥା ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଫିଲ୍ଡ ମାର୍ଶଲ ରାଙ୍କକୁ ପ୍ରମୋସନ

ନନ୍ଦିଘୋଷ: ପହଲଗାଓଁରେ ଆତଙ୍କବାଦୀ ରକ୍ତର ହୋଲି ଖେଳିବାର ସ୍କ୍ରିପ୍ଟ ଲେଖିଥିବା ପାକିସ୍ତାନ ସେନା ମୁଖ୍ୟଙ୍କୁ ପ୍ରମୋଶନ । ମଙ୍ଗଳବାର ପାକିସ୍ତାନ କ୍ୟାବିନେଟ୍ ମୁନିରଙ୍କ ପ୍ରମୋସନକୁ ମଞ୍ଜୁରୀ ଦେଇଛି । ଏହାଦ୍ବାର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଫିଲ୍ଡ ମାର୍ଶଲ ରାଙ୍କକୁ ପଦୋନ୍ନତି ପାଇଛନ୍ତି । ସୂଚନାଯୋଗ୍ୟ, ପହଲଗାଓଁ ଆକ୍ରମଣର ସମ୍ପର୍କ ପାକିସ୍ତାନ ଓ ଆଇଏସଆଇ ସହ ରହିଥିବା ପ୍ରମାଣ ମିଳିଛି । ଏହାସହ ପାକିସ୍ତାନ ସେନାର ଜଣେ ଅଫିସର ସ୍ବୀକାର କରିଛନ୍ତି, ପହଊଗାଓଁ ଆତଙ୍କମବାଦୀ ଆକ୍ରମଣର ଯୋଜନା ଅସିମ ମୁନିର ହିଁ ବନାଇଥିଲେ ।

ଆପଣଙ୍କୁ କହି ରଖିବାକୁ ଚାହୁଁ, ପାକିସ୍ତାନ ସେନାରେ ଫିଲ୍ଡ ମାର୍ଶଲଙ୍କ ପଦ ନା କେବଳ ଏକ ବଡ଼ ସମ୍ମାନ, ଏହା ରଣନୈତିକ କ୍ଷେତ୍ରରେ ନିଷ୍ପତ୍ତି ନେବାର ଅଧିକାର ଦେଇଥାଏ । ଅର୍ଥାତ ମୁନିରଙ୍କ ପାଖରେ ଏବେ ପାକିସ୍ତାନ ସେନାର ଶକ୍ତି ସହ ସରକାରରେ ମଧ୍ୟ ଦବଦବା ରହିବ । ଏହା ମୁନିରଙ୍କୁ ନା କେବଳ ସେନାକୁ ଦେବ ବରଂ ରାଜେନୖତିକ ଓ ସୈନ୍ୟ ପ୍ରସଙ୍ଗରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଅଧିକାର ଦେବ ।

ଫିଲ୍ଡ ମାର୍ଶଲ ହେବା ପରେ ମୁନିର ଏବେ ପାକିସ୍ତାନ ସେନା, ଗୁଇନ୍ଦା ସଂସ୍ଥା ସମନ୍ବୟ ରଖିବା ଓ ଏହାକୁ ମଜଭୁତ କରିବାକୁ ଖୋଲା ଅଧିକାର ମିଳିପାରେ । ଏହା ଭାରତ ବିପକ୍ଷରେ ହାଇବ୍ରିଡ଼ ଓ୍ବାର୍, ଆତଙ୍କବାଦ, ସାଇବର ଆଟାକ ଓ ପ୍ରୋକ୍ସି ଓ୍ବାର କରି ସ୍ଥିତିକୁ ଅଧିକ ବଢ଼ାଇ ପାରେ ।

ତେବେ ପାକିସ୍ତାନ ସରକାର କେବଳ ଏକ ପ୍ରୋପାଗେଣ୍ଡା ଆଧାରରେ ଏମିତି ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ବିଶ୍ବକୁ ମିଛ ମେସେଜ ଦେବାକୁ ଚେଷ୍ଟା କରୁଛି । ମୁନିରଙ୍କୁ ପ୍ରମୋସନ ଦେଇ ପାକିସ୍ତାନ ଦୁନିଆକୁ ଦେଖାଇବାକୁ ଚାହୁଁଛି, ସେ ଭାରତ ବିରୋଧୀ ଯୁଦ୍ଧରେ ବିଜୟ ହାସଲ କରିଛି । ଏଥିପାଇଁ ସେନାମୁଖ୍ୟଙ୍କୁ ପ୍ରମୋସନ ଦିଆଯାଇଛି । ଏପରି କରି ପାକିସ୍ତାନ ଦୁନିଆକୁ ଭୂଆଁ ବନାଇବାକୁ ଚେଷ୍ଟା କରୁଛି ।

କୋଲକାତା ନୁହେଁ, ଅହମ୍ମଦାବାଦରେ ହେବ IPL ଫାଇନାଲ

ନନ୍ଦିଘୋଷ ବ୍ୟୁରୋ: IPLକୁ ନେଇ ବଡ଼ ଖବର । ନୂଆ ସିଡ୍ୟୁଲ ଅନୁସାରେ କୋଲକାତା ନୁହେଁ, ଅହମ୍ମଦାବାଦରେ ହେବ ଫାଇନାଲ ମ୍ୟାଚ୍ । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଡି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ବିସିସିଆଇର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜୁନ ୧ ତାରିଖରେ କ୍ବାଲିଫାୟର-୨ ମ୍ୟାଚ ବି ଅହମ୍ମଦାବାଦରେ ହେବା ନେଇ ଶୁଣାଯାଉଛି ।

ପ୍ଲେ ଅଫର ପ୍ରଥମ ଦୁଇଟି ମ୍ୟାଚ୍ କ୍ବାଲିଫାୟର-୧ ଓ ଏଲିମିନେଟର ୨୯ ଓ ୩୦ ତାରିଖରେ ମୁଲ୍ଲାମ୍ପୁର ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇ ପାରେ । ମୌସୁମୀ ସ୍ଥିତିକୁ ଦେଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବିସିସିଆଇ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା । ମେ’ ୧୭ ତାରିଖରୁ ଏହା ପୁଣି ଥରେ ଆରମ୍ଭ ହୋଇଛି । ଏହି କାରଣରୁ ସିଡ୍ୟୁଲରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଛି । ସେହିପରି ମୌସୁମୀକୁ ଦୃଷ୍ଟିରେ ରଖି ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚକୁ ଲକ୍ଷ୍ନୌ ସ୍ଥାନାନ୍ତର କରି ଦିଆଯାଇଛି । ଏବେ ଆରସିବି ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ୨୩ ତାରିଖରେ ଖେଳିବ । ସେହିପରି ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ୨୭ ମେ’ ରେ ଲକ୍ଷ୍ନୌରେ ଖଷଳିବ ।

ନୂଆ ସିଡ୍ୟୁଲ

କ୍ବାଲିଫାୟର ୧ : ମେ’ ୨୯, ମୁଲାନପୁର, ନ୍ୟୁ ଚଣ୍ଡିଗଡ଼

ଏଲିମିନେଟର : ମେ’ ୩୦, ମୁଲାନପୁର, ନ୍ୟୁ ଚଣ୍ଡିଗଡ଼

କ୍ବାଲିଫାୟର ୨ : ଜୁନ ୧, ଅହମ୍ମଦାବାଦ

ଫାଇନାଲ : ଜୁନ ୩, ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦ

ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ତାରିଖ

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ତାରିଖ । ଆଜି ନାମଲେଖା ପାଇଁ ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯୁକ୍ତଦୁଇ ରେଜଲ୍ଟ ପ୍ରକାଶ ପାଇ ନଥିବାରୁ ଯୁକ୍ତତିନି ନାମଲେଖା ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ ଯୁକ୍ତଦୁଇ ରେଜଲ୍ଟ ବାହାରିନି । ଏମିତି ସ୍ଥିତିରେ ଯୁକ୍ତତିନି ଆବେଦନ ତାରିଖ ଆଜି ଶେଷ ହେଉଥିଲା । ଏମିତି ସ୍ଥିତିରେ ଯୁକ୍ତଦୁଇରେ ପାସ୍ କରିଥିବା ଛାତ୍ରଛାତ୍ରୀ ଯୁକ୍ତତିନି ପଢ଼ିବା ପାଇଁ ନାମ ଲେଖାଇବାରୁ ବଞ୍ଚିତ ହୋଇଥାନ୍ତେ । ଏହାକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା Common Application Form ବା CAF ପୂରଣ ପ୍ରକିୟାର ଅବଧିକୁ ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲରେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ଏଥିସହ ଯୁକ୍ତଦୁଇ ପରୀକ୍ଷାରେ ରଖିଥିବା ମାର୍କକୁ ଜୁନ୍‌ ୧ ତାରିଖ ସୁଦ୍ଧା ଅପଲୋଡ଼ କରିପାରିବେ ।

ଅପରେସନ ସିନ୍ଦୂରକୁ ନେଇ କମେଣ୍ଟ ଦେବା ପଡ଼ିଲା ଭାରି, ପ୍ରଫେସରଙ୍କୁ ୧୪ ଦିନ ଜେଲ୍

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ କମ୍ପେଣ୍ଟ ଦେବା ଆଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରମୁଖ ପ୍ରଫେସର ଅଲି ଖାନ ମହମ୍ମୁଦାବାଦଙ୍କୁ ପଡ଼ିଲା ଭାରି । ସୋସିଆଲ ମିଡ଼ିଆରେ କରିଥିବା ପୋଷ୍ଟ ପାଇଁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହରିୟାଣା ପୋଲିସ ଆଲି ଖାନଙ୍କୁ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ସୋନିପତ କୋର୍ଟ ପୋଲିସର ଆବେଦନକୁ ଗ୍ରହଣ କରି ନଥିବା ବେଳେ ଆଲି ଖାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଅଲି ଖାନ କରିଥିବା ପୋଷ୍ଟକୁ ଭାରତୀୟ ସେନା ବିରୋଧୀ ବୋଲି ବିଚାର କରାଯାଉଛି । ବିଶେଷ କରି ସେନାର ମହିଳା ଅଧିକାରୀ କର୍ଣ୍ଣଲ ସୋଫିଆ କ୍ୟୁରେସୀ ଏବଂ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି । ଏହି ଦୁଇ ମହିଳା ଅଫିସର ଅପରେସନ ସିନ୍ଦୂରର ମିଡିଆ ବ୍ରିଫିଙ୍ଗ କରିଥିଲେ ।

ପ୍ରଫେସର ଖାନଙ୍କ ଉପରେ ଅଭିଯୋଗ ଲାଗିଛି, ସେ ସୋସିଆଲ ମିଡ଼ିଆରେ ଏମିତି ଉଲ୍ଲେଖ କରିଛନ୍ତି, ଯାହା ସେନାର ଗାରିବାକୁ ନଷ୍ଟ କରୁଛି । ଏହାସହ ସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ଅପମାନିତ କରୁଛି । ମାମଲାର ତଦନ୍ତ ଚାଲିଛି । ସତ ପଦାକୁ ଆସିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ବେଲୁଚଙ୍କୁ ଖୋଲା ସମର୍ଥନ କାହିଁକି ଦେଉନି ଭାରତ, କ’ଣ ରହିଛି ଲକ୍ଷ୍ମଣରେଖା ?

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ବିବାଦ ଭିତରେ ବେଲୁଚିସ୍ତାନ ସ୍ବାଧୀନତା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଭାରତର ଅପରେସନ ସିନ୍ଦୂର ପାକିସ୍ତାନର ସାମରିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହାରି ଭିତରେ ବେଲୁଚିସ୍ତାନ ଇସଲାମାବାଦରୁ ଅଲଗା ହେବା ନେଇ ଘୋଷଣା କରିଛି । ଆଉ ଭାରତକୁ ନିଜର ଘନିଷ୍ଠ ବନ୍ଧୁ କହିବା ସହ ମାନ୍ୟତା ଦେବାକୁ ଆଶା ବାନ୍ଧି ବସିଛି । ଏହାଦ୍ବାରା ବିଶ୍ବସ୍ତରରେ ତାକୁ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ମିଳିବା ରାସ୍ତା ସହଜ ହୋଇଯିବ । ଶତ୍ରୁର ଶତ୍ରୁ ମିତ୍ର ନୀତିରେ ଏହା ଭାରତ ପାଇଁ ବି କିଛି ଖରାପ ଅଫର ନୁହେଁ । ପାକିସ୍ତାନ ପୁଣି ଥରେ ଭାଗ ହୋଇଗଲେ ଆହୁରି ଦୁର୍ବଳ ହୋଇଯିବ ଓ ଭାରତ ସହ ପଙ୍ଗା ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବ । ହେଲେ ଏହା ଉପରକୁ ଯେତେ ସହଜ ଦେଖାଯାଉଛି, ସେତେ ସହଜ ନୁହେଁ । ଆମେ ବେଲୁଚଙ୍କ ପ୍ରତି ସହାନୁଭୂତି ଦେଖାଇ ପାରିବା । ହେଲେ ଖୋଲା ସମର୍ଥନ ଦେଇ ପାରିବା ନାହିଁ । କାରଣ ଏପରି କରିବା ଦ୍ବାରା ବୈଶ୍ବିକ ସ୍ତରରେ ଭାରତର ଷ୍ଟାଣ୍ଡ ଦୁର୍ବଳ ହୋଇଯିବ ଓ କାଶ୍ମୀର ଓ ବେଲୁଚକୁ ନେଇ ଆମେ ଡବଲ ଷ୍ଟାଣ୍ଡାର୍ଡ ଆପଣାଉଛନ୍ତି ବୋଲି ବି ଧାରଣା ଯିବ ।

ତେବେ ପୂରା ଘଟଣା କ’ଣ ? କାହିଁକି ଭାରତର ବେଲୁଚଙ୍କ ସମର୍ଥନରେ ଖୋଲାଖୋଲି ବାହାରୁ ନାହିଁ ? କ’ଣ ପାକିସ୍ତାନ ଆଉ ଥରେ ଭାଗ ଭାଗ ହେଉ ଭାରତ ଚାହିଁ ନାହିଁ ? କାହିଁକି ଭାରତ ବେଲୁଚକୁ ନେଇ କୌଣସି ଷ୍ଟେଟମେଣ୍ଟ ଦେଉନାହିଁ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ବେଲୁଚିସ୍ତାନକୁ ନେଇ ଭାରତ ଷ୍ଟାଣ୍ଡ କ’ଣ ଓ କହିଁକି ଭାରତ ଖୋଲା ସମର୍ଥନ କରୁନି ଜାଣିବା ପୂର୍ବରୁ ପ୍ରଥମେ ବୁଝନ୍ତୁ କାହିଁକି ବେଲୁଚ ପାକିସ୍ତାନଠାରୁ ଅଲଗା ହେବାକୁ ଚାହିଁଛନ୍ତି ?

କାହିଁକି ସ୍ବତନ୍ତ୍ର ଦେଶ ମାଗୁଛନ୍ତି ବେଲୁଚ ?

ବେଲୁଚିସ୍ତାନ । ଏହା ଏମିତି ଏକ ପ୍ରାନ୍ତ ଯାହା କେବେ ବି ପାକିସ୍ତାନର ନିୟନ୍ତ୍ରଣରେ ରହିନି । ଏହାର ଦୁଇଟି କାରଣ ରହିଛି । ପ୍ରଥମଟି ହେଲା ପାକିସ୍ତାନ ଷଡଯନ୍ତ୍ର କରି ଏହାକୁ ନିଜ ଦେଶରେ ମିଶାଇଛି । ଦ୍ବିତୀୟ କାରଣ ହେଲା, ବେଲୁଚିସ୍ତାନ ଲୋକେ ଭାବୁଛନ୍ତି ପାକିସ୍ତାନ ସେମାନଙ୍କ ସହ ସାବତ ପରି ବ୍ୟବହାର କରୁଛି । କହି ରଖିବାକୁ ଚାହୁଁ, ପ୍ରାକୃତିକ ସମ୍ପଦରେ ଭରା ବେଲୁଚିସ୍ତାନକୁ ପାକିସ୍ତାନ କେବେ ଆଗକୁ ନେବାକୁ ଚେଷ୍ଟା କରିନି । ରାଜନୀତିରୁ ଆରମ୍ଭ କରି ଆର୍ଥିକ ସ୍ତରରେ ସବୁବେଳେ ପଛରେ ରଖି ଆସିଛି । ଏପରିକି ଇସଲାମାବାଦ ସେମାନଙ୍କ ପରମ୍ପରା ଓ ପ୍ରଥ ଭାଙ୍ଗିବାକୁ ହିଂସାର ପଥ ଆପଣାଇବାକୁ ବି ପଛାଉ ନାହିଁ । ଏସବୁ କାରଣ ପାଇଁ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହେବାକୁ ଚାହିଁଛନ୍ତି । ଏବେ ଆସନ୍ତୁ ଜାଣିବା ବେଲୁଚିସ୍ତାନକୁ କାହିଁକି ଭାରତ ଖୋଲା ସମର୍ଥନ କରୁନି ଓ ଭାରତ ପାଇଁ କ’ଣ ରହିଛି ଲକ୍ଷ୍ମଣରେଖା ।

କାହିଁକି ଭାରତ ଦେଉନି ଖୋଲା ସମର୍ଥନ ?

ବର୍ତ୍ତମାନ ଯାଏଁ ଭାରତର ବେଲୁଚର ସ୍ବାଧୀନତାକୁ ନେଇ କୌଣସି ସରକାରୀ ବୟାନ ଦେଇନାହିଁ । ହେଲେ ବେଲୁଚ ଚାହୁଁଛନ୍ତି, ୧୯୭୧ ଯୁଦ୍ଧରେ ଭାରତ ଯେମିତି ବାଂଲାଦେଶକୁ ସମର୍ଥନ କରିଥିଲା, ସେମିତି ସମର୍ଥନ ସେମାନଙ୍କୁ ବି କରୁ । ଭାରତ ଚାହିଁଲେ ଏପରି କରି ପାରିବ । ହେଲେ ଏମିତି ନ କରିବାର କାରଣ ବହୁତ ବଡ଼ ।

ଯଦି ଭାରତ ବେଲୁଚିସ୍ତାନ ଆନ୍ଦୋଳନକୁ ସମର୍ଥନ କରିବ ତେବେ ଆମେ ପାକିସ୍ତାନର ଆଭ୍ୟନ୍ତରିଣ ବ୍ୟାପାରରେ ହସ୍ତକ୍ଷେପ କରୁଛ ବୋଲି ଅଭିଯୋଗ କରିବ । ଏହା ଆମର କାଶ୍ମୀର ଷ୍ଟାଣ୍ଡକୁ ଦୁର୍ବଳ କରିଦେବ । କାରଣ ଆମେ ସବୁ ବେଳେ କହି ଆସିଛନ୍ତି କାଶ୍ମୀର ଏକ ଆଭ୍ୟନ୍ତରିଣ ସମସ୍ୟା ଓ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆମେ ସହ୍ୟ କରିବୁ ନାହିଁ । ବେଲୁଚିସ୍ତାନ ସମର୍ଥନରେ ଯଦି ବାହାରିବା ତେବେ ପାକିସ୍ତାନରୁ ଅଲଗା ହେବାକୁ ଚାହିଁଥିବା ଅନ୍ୟ ସଂଗଠନମାନେ ମଧ୍ୟ ଆମ ପାଖରୁ ସମାନ ଆଶା ରଖିବେ । ଏହା ଭାରତର ନୈତିକତାକୁ ଦୁର୍ବଳ କରିଦେବ ।

ଅନ୍ୟପକ୍ଷେ ବାଂଲାଦେଶ ଅଲଗା ହେବା ପରେ ପାକିସ୍ତାନ ଆହୁରି ଆକ୍ରମଣାତ୍ମକ ହୋଇଯାଇଛି । ଭାରତରେ ସବୁ ବେଳେ ଅସ୍ତିରତା ଜାରି ରଖିବାକୁ ଚେଷ୍ଟା କରି ଆସିଛି । ଏହି କାରଣରୁ ପାକିସ୍ତାନ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଆସିଛି । ଏମିତି ସ୍ଥିତିରେ ନୂଆଦିଲ୍ଲୀ ଯଦି ବେଲୁଚକୁ ମାନ୍ୟତା ଦେବ ତେବେ ପାକିସ୍ତାନ ଆହୁରି ଆକ୍ରମଣାତ୍ମକ ହୋଇଯିବ ।

ବେଲୁଚକୁ ସମର୍ଥନ ଭାରତ ପାଇଁ ବହୁତ ଭାରି ପଡ଼ିପାରେ । ଅନ୍ତରାଷ୍ଟ୍ରୀୟ ଆଇନରେ ଦେଶମାନଙ୍କ ଅଖଣ୍ଡତା ଉପରେ ଗୁରୁତ୍ବ ଦିଆଯାଇଥାଏ । ଯଦି ଆମେ ଉଗ୍ରବାଦୀ ଆନ୍ଦୋଳନକୁ ସମର୍ଥନ କରିବା ତେବେ ଚୀନ ପରି ଦେଶ ଏଠାରେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିପାରନ୍ତି । ଏମିତିରେ ବି ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ସିଧା ସିଧା ବେଲୁଚିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁ ନଥିଲେ ବି ଏହି ପ୍ରସଙ୍ଗକୁ ମାନବାଧିକାରର ହତ୍ୟା କହି ଉଠାଉଛି । ଏହାକୁ ଆପଣ କୂଟନୈତିକ ଚାଲାକି ବି କହି ପାରନ୍ତି ।

ଆଜିଠାରୁ ଆରମ୍ଭ ହେବ ଭାରତ-ପାକିସ୍ତାନ ବିଟିଂ ଦି ରିଟ୍ରିଟ ସେରିମନି

ନନ୍ଦିଘୋଷ ବ୍ୟୁରୋ: ୧୨ ଦିନ ପରେ ଆଜିଠାରୁ ଆରମ୍ଭ ହେବ ବନ୍ଦ ଥିବା ଭାରତ-ପାକିସ୍ତାନ ବିଟିଂ ଦି ରିଟ୍ରିଟ ସେରିମନି । ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହେବ ବିଟିଂ ରିଟ୍ରିଟ ସେରିମନି । ଗତ ୮ ତାରିଖରୁ ବନ୍ଦ ରହିଥିଲା ବିଟିଂ ଦି ରିଟ୍ରିଟ ସେରିମନି । ପାକିସ୍ତାନ ରେଞ୍ଜର୍ସ ଓ ଭାରତର ସୀମା ସୁରକ୍ଷା ବଳ ମଧ୍ୟରେ ଏହି ଉତ୍ସବ ହୋଇଥାଏ । ତେବେ ଉତ୍ସବରେ କେବଳ ଭାରତର ଦର୍ଶକ ହିଁ ଉପସ୍ଥିତ ରହିପାରିବେ। ଏନେଇ ସୀମାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୯୫୯ ପରଠାରୁ ଦୁଇ ଦେଶ ମଧ୍ୟରେ ବିଟିଂ ଦି ରିଟ୍ରିଟ ସେରିମନି ହୋଇଆସୁଛି । ଏହି ଉତ୍ସବବେଳେ ଦୁଇ ଦେଶର ଗେଟ ଖୋଲାଯାଇଥାଏ ।

 

ଭାରତର ଅପରେସନ୍ ସିନ୍ଦୂର ସ୍ଥଗିତ ଅଛି, ସରିନାହିଁ : ଭାରତୀୟ ରାଷ୍ଟ୍ରଦୂତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସ୍ଥଗିତ ରହିଛି । ଏହା ସରିନାହିଁ ବୋଲି କହିଛନ୍ତି ଇସ୍ରାଏଲ ଲାଗି ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଜେପି ସିଂହ କହିଛନ୍ତି । ସେ କହିଛନ୍ତି- କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ, ସାଜିଦ ମୀର ଓ ଜାକିଉର ରେହମାନ ଲଖବିଙ୍କୁ ଭାରତ ହାତରେ ପ୍ରତ୍ୟର୍ପଣ କରିବା ଲାଗି ପାକିସ୍ତାନ ନିକଟରେ ଦାବି କରାଯାଇଛି ବୋଲି କହିଛନ୍ତି ରାଷ୍ଟ୍ରଦୂତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଯେପରି ଆମେରିକା ଭାରତ ହାତରେ ପ୍ରତ୍ୟର୍ପଣ କଲା ଠିକ୍ ସେହିପରି ଏହି ୩ ଆତଙ୍କୀଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ପାକିସ୍ତାନ ନିକଟରେ ଭାରତ ଦାବି କରିଛି ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସେ ଏପ୍ରିଲ ୨୨ ପହଲଗାଓଁ ହମଲାକୁ ତୀବ୍ର ସମାଲୋଚନା କରିବା ସହ ଭାରତର ଅପରେସନ ସିନ୍ଦୂର ଆତଙ୍କୀ ସଂଗଠନଗୁଡିକ ବିରୋଧରେ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି । ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି । ଯଦି ରାଣାକୁ ଆମେରିକା ଭାରତ ହାତରେ ପ୍ରତ୍ୟର୍ପଣ କରିପାରିଲା ତେବେ ପାକିସ୍ତାନ କାହିଁକି ଏହି ୩ ଆତଙ୍କୀଙ୍କୁ ହସ୍ତାନ୍ତର କରିପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପାକିସ୍ତାନକୁ ପଇସା ଦେଇ ଚୀନ୍ କାଙ୍ଗାଳ

ନନ୍ଦିଘୋଷ ବ୍ୟୁରୋ: ଚାଇନା, ଯିଏ ନିଜର ଅର୍ଥବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଚୀନର ଅର୍ଥବ୍ୟବସ୍ଥା ସବୁଠୁ ସ୍ବଚ୍ଛ ଏବଂ ସମ୍ବଳ ବୋଲି ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ଚୀନର ସ୍ଥିତି ପୁରା ଓଲଟା । ଏବେ ଚୀନ୍ ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ବଜେଟ୍ ଚାପ ସହ ସଂଘର୍ଷ କରୁଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଦେଶର ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କର ଯାତ୍ରା, ଖାଦ୍ୟ ଏବଂ ଅଫିସ୍ ଖର୍ଚ୍ଚ ହ୍ରାସ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶ କେବଳ ସରକାରୀ ଖର୍ଚ୍ଚକୁ କଣ୍ଟ୍ରୋଲ୍ କରିବା ନୁହେଁ ବରଂ ଚୀନ୍ ଗୁରୁତର ଅର୍ଥନୈତିକ ମାନ୍ଦାବସ୍ଥାକୁ ବି ଦର୍ଶାଉଛି । ସରକାରଙ୍କର ଏଭଳି ଆଦେଶ ପରେ ସରକାରୀ କର୍ମଚାରୀଙ୍କୁ  ନିଜର ମଦ ଏବଂ ସିଗାରେଟ୍ ଖର୍ଚ୍ଚ ପାଇଁ ଚିନ୍ତା କରିବାକୁ ପଡିବ । ଚୀନ୍  ହେଉଛି ସେହି  ଦେଶ, ଯିଏ ପାକିସ୍ତାନକୁ ତାର ପକେଟ୍ ଖର୍ଚ୍ଚ ଉଠାଇବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଆଜି ପରିସ୍ଥିତି ଏପରି ଯେ, ଚୀନକୁ ନିଜର ଖର୍ଚ୍ଚ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି ।

ସିନହୁଆ ସମାଚାର ଏଜେନ୍ସିର ରିପୋର୍ଟ ଅନୁସାରେ, ଏହି ଆଦେଶ ସ୍ପଷ୍ଟ ଭାବରେ ପ୍ରମାଣ କରୁଛି ଯେ ସି ଜିନପିଙ୍ଗ ପ୍ରଶାସନ ଏବେ ଅପବ୍ୟୟ ଖର୍ଚ୍ଚ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ମନୋଭାବ ଗ୍ରହଣ କରିବାକୁ ବାଧ୍ୟ । ଚୀନର, ସ୍ଥାନୀୟ ସରକାର ପୂର୍ବରୁ ଜମି କ୍ରୟ ଏବଂ ବିକ୍ରୟରୁ ମୁଖ୍ୟତଃ ରାଜସ୍ୱ ଆଦାୟ କରୁଥିଲେ, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଜମି ବିକ୍ରୟ ଦ୍ରୁତ ଭାବରେ ହ୍ରାସ ପାଇଛି, ଯାହା ଫଳରେ ବଜେଟ୍ ନିଅଣ୍ଟ ବୃଦ୍ଧି ପାଉଛି ଏବଂ ଋଣ ବୋଝ ଅଧିକ ବୃଦ୍ଧି ପାଇଛି । ଏହି କାରଣରୁ, 2023 ଶେଷରେ, ସି ଜିନପିଙ୍ଗ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଆମକୁ ‘ବେଲ୍ଟ-ଟାଇଟିଂ’ କରିବାର ଅଭ୍ୟାସ ବିକଶିତ କରିବାକୁ ପଡିବ, ଅର୍ଥାତ୍, ଆମକୁ ପ୍ରତ୍ୟେକ ସ୍ତରରେ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ। ଏବେ 2025 ମସିହାରେ ଏହି ନୀତିକୁ କାର୍ଯ୍ୟକାରୀ କରାଯାଇଛି ।

ସରକାରୀ ଖର୍ଚ୍ଚ ହ୍ରାସ ନିଷ୍ପତ୍ତି ସିଧାସଳଖ ଚୀନ୍ ଷ୍ଟକ୍ ବଜାରରେ ବି ପ୍ରତିଫଳିତ ହୋଇଛି । ଉପଭୋକ୍ତା ମୁଖ୍ୟ ସାମଗ୍ରୀ ଷ୍ଟକ୍ ସୂଚକାଙ୍କ ୧.୪% ହ୍ରାସ ପାଇଛି । ଏବଂ ପ୍ରିମିୟମ୍ ମଦ ନିର୍ମାତା କ୍ୱେଇଚୋ ମଉଟାଇ କୋ.ର ସେୟାର ୨.୨% ହ୍ରାସ ପାଇଛି । ଏହା ଛଅ ସପ୍ତାହ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ହ୍ରାସ ଦର୍ଶାଉଛି ଯେ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ବ୍ୟବହାର ହ୍ରାସ ପାଇବାର ଭୟ ଯୋଗୁଁ ବଜାରରେ ଏପରି ପରିସ୍ଥିତି ଦେଖିବାକୁ ମିଳିଛି  ।

ସି ଜିନପିଙ୍ଗ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦୁର୍ନୀତି ବିରୋଧୀ ଅଭିଯାନକୁ ତୀବ୍ର କରିଛନ୍ତି । ଶହ ଶହ ଅଧିକାରୀଙ୍କୁ ଦଣ୍ଡ ଦେଇଛନ୍ତି। ଏବେ, ଅପବ୍ୟୟ ଖର୍ଚ୍ଚକୁ ରୋକିବା ପାଇଁ, ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ କଠୋର କରାଯାଉଛି। ବେଜିଂ ପ୍ରଶାସନ ସ୍ଥାନୀୟ ସରକାରଙ୍କୁ ବଜେଟ ସମୀକ୍ଷା, ଋଣ ବିପଦ ପରିଚାଳନା ଏବଂ ଉପଯୋଗୀତା ଖର୍ଚ୍ଚ ହ୍ରାସକୁ ପ୍ରାଥମିକତା ଦେବାକୁ କହିଛି।

 

ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ଦେଇଥିଲା ଗଜଲା

ନନ୍ଦିଘୋଷ ବ୍ୟୁରୋ :  ପଦାକୁ ଆସୁଛି ସୋସିଆଲ ମିଡିଆ ଜରିଆରେ ଗୁପ୍ତଚର କାର୍ଯ୍ୟକଳାପର ଚିଠା । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ଜ୍ୟୋତି ମାଲହୋତ୍ରାଙ୍କ ସମେତ ୧୧ ଅଭିଯୁକ୍ତ । ସୋସିଆଲ ମଡିଆ, ଆର୍ଥିକ ଲୋଭ, ମିଥ୍ୟା ପ୍ରତିଶ୍ରୁତି, ମେସେଜିଂ ଆପ୍, ପାକିସ୍ତାନ ଗସ୍ତ ଆଦି ଜରିଆରେ ଚାଲିଥିଲା ଗୁପ୍ତଚରୀ । ବିଶେଷ କରି ୨୦ରୁ ୩୦ ବର୍ଷ ବୟସ୍କଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗିରଫଙ୍କ ମଧ୍ୟରେ ଅଛି ୩୨ ବର୍ଷ ବୟସ୍କା ଗଜଲା । ସେ ଜଣେ ବିଧବା । ପାକିସ୍ତାନକୁ ଅନେକ ସୂଚନା ଦେଇଥିଲା ଗଜଲା । ଅନ୍ୟଜଣେ ହେଉଛି ୟମିନ ମହମ୍ମଦ । ତା ଘର ପଞ୍ଜାବର ମାଲେକୋଟଲା । ଗଜଲା ଓ ୟମିନଙ୍କ ଲାଗି ଭିସା ଯୋଗାଡ କରିଥିଲେ ଡାନିସ । ଅନ୍ୟ ଜଣେ ହେଉଛି ୨୫ ବର୍ଷ ବୟସ୍କ ରାଜନୀତି ବିଜ୍ଞାନ ଛାତ୍ର ଦେବେନ୍ଦ୍ର ସିଂ । ଦେବେନ୍ଦ୍ର ପଞ୍ଜାବ ପଟିଆଲାର ଖାଲସା କଲେଜର ଛାତ୍ର । ସେ ଆଇଏସଆଇ ଏଜେଣ୍ଟକୁ ପଟିିଆଲା ମିଲିଟାରୀ କାଣ୍ଟୋନମେଣ୍ଟର ଫଟୋ ସେୟାର କରିଥିଲା । ଦେବେନ୍ଦ୍ର ଗତବର୍ଷ ନଭେମ୍ବରରେ ପାକିସ୍ତାନ ଯାଇଥିଲା । ସେହିପରି ଅନ୍ୟ ଜଣେ ଗିରଫ ଅଭିଯୁକ୍ତ ହେଉଛି ୨୬ ବର୍ଷ ବୟସ୍କ ଅରମାନ । ଅରମାନର ଘର ହରିୟାଣା ନୁହରେ । ଅରମାନ ଆର୍ମି ଓ ସାମରିକ ବିଭାଗ ସମ୍ପର୍କରେ ସୂଚନା ସେୟାର କରୁଥିଲା । ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇଛି ହରିୟାଣା ନୁହର ତରିଫ । ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀଙ୍କ ସହ ତରିଫର ସମ୍ପର୍କ ଥିଲା । ତରିଫ ବହୁବାର ପାକିସ୍ତାନ ଯାଇଥିଲା । ଗିରଫଙ୍କ ମଧ୍ୟରେ ଅଛି ୨୪ ବର୍ଷ ବୟସ୍କ ନୌମାନ ଇଲାହୀ । ଆଇଏସଆଇକୁ ଗୋପନ ସୂଚନା ଦେଉଥିଲା ଇଲାହୀ । ଉତ୍ତରପ୍ରଦେଶ କାଇରାନାର ଇଲାହୀକୁ ପାନିପଥରେ ଗିରଫ କରାଯାଇଥିଲା । ଆଇଏସଆଇ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ ହୋଇଛି ମହମ୍ମଦ ମୁର୍ତାଜା ଅଲି । ନିଜେ କରିଥିବା ମୋବାଇଲ ଆପରେ ସେ ସୂଚନା ପ୍ରଦାନ କରୁଥିଲା । ସେହିପରି ଉତ୍ତରପ୍ରଦେଶ ଏଟିଏସ ଶେହଜାଦକୁ ବି ଗିରଫ କରିଛି । ଶେହଜାଦ ଆଇଏସଆଇ ସହ ସମ୍ପର୍କରେ ଥିଲା । ଶେହଜାଦ ବହୁ ଥର ପାକିସ୍ତାନ ଯାଇଥିଲା । କସମେଟିକ୍ସ, ଲୁଗା, ମସଲାର ବେଆଇନ ବାଣିଜ୍ୟରେ ସମ୍ପୃକ୍ତ ଥିଲା ଶେହଜାଦ । ଅପରେସନ ସିନ୍ଦୂର ସମୟରେ ଗୁପ୍ତ ସୂଚନା ପ୍ରଦାନ କରୁଥିଲା ସୁଖପ୍ରୀତ ସିଂ । ଗୁରୁଦାସପୁରରୁ ଗିରଫ ହୋଇଥିଲା ସୁଖପ୍ରୀତ ସିଂ । ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରର ବିଭିନ୍ନ ସାମରିକ ସ୍ଥଳ ସମ୍ପର୍କରେ ସୂଚନା ଦେଇଥିଲା ସୁଖପ୍ରୀତ । ପହଲଗାଓଁ ହମଲା ପରେ ସୁଖପ୍ରୀତ ନିକଟକୁ ଆସିଥିଲା ଲକ୍ଷେ ଟଙ୍କା । ପଞ୍ଜାବ ଗୁରୁଦାସପୁରରୁ ଗିରଫ ହୋଇଛି କରଣବୀର ସିଂ । ସେ ଆଇଏସଆଇକୁ ଅନେକ ସୂଚନା ପ୍ରଦାନ କରିଥିଲା ।

ଦୁଇ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର :  ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ପ୍ରକାଶରେ ଆଉ ବିଳମ୍ବ ହେବନି । ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ ରହିଛି । ତେଣୁ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯିବ । ରେଜଲ୍ଟ ପ୍ରକାଶକୁ ନେଇ ଛାତ୍ରଛାତ୍ରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ମୋଟ ୧୦୫୩ କଲେଜ ରହିଛି । ସିଟ ସଂଖ୍ୟା ୨ ଲକ୍ଷ ୭୩ ହଜାର ୭୮୮ ରହିଛି । ଆଜି ପୋର୍ଟାଲରେ ଆବେଦନ ପ୍ରକ୍ରିୟା ସରୁଥିବା ବେଳେ, ଏଯାଏଁ ୧ ଲକ୍ଷ ୨୧ ହଜାର ୯୦୭ ପିଲା ଅନଲାଇନ ଜରିଆରେ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୪୯୨ ଫର୍ମ ପୂରଣ ଦେୟ ଦେଇଥିବା ଜଣାପଡିଛି ।