ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ । ଘରେ ଘରେ ସୂର୍ଯ୍ୟ ପୂଜା ସହ ଜମିବ ପିଠା ପଣାର ଆସର । ଏପଟେ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଏଥିସହ ସ୍ୱତନ୍ତ୍ର ନୀତି ପରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ସକାଳୁ ହୋମ ସ୍ୱତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ସହ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୁଢ଼ କରାଯିବ । ରଥ ଉପରେ କାକରା, ୧୦୮ ବରା ଓ ପୋଡ଼ ପିଠା ଲାଗି ହେବ ।

ଏହାପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସର ସହ ରଥ ଟାଣିବେ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ।

ମାଘ ସପ୍ତମୀରେ ବାହୁଡା ଅନୁଷ୍ଠିତ ହେବ । ପୌରାଣିକ ମତ ଅନୁସାରେ ଦ୍ଵାପର ଯୁଗରେ କୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ପରେ ସେ ବ୍ୟାଧି ମୁକ୍ତ ହୋଇଥିଲେ । ଶାକଲ୍ୟ ଦ୍ୱୀପରୁ ବ୍ରାହ୍ମଣଙ୍କୁ ଆଣି ବିଗ୍ରହ ପୂଜା କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ ।


୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି । ଶୀତଋତୁରେ ୨ ଦିନ ଧରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ତାଳଚେରରେ ସର୍ବାଧିକ ୫୮ ମିଲିମିଟର, ବାଲେଶ୍ୱରରେ ୨୨, କେନ୍ଦୁଝରରେ ୧୫ ଓ ଭୁବନେଶ୍ୱରରେ ୧୨ମିଲିମିଟର ବର୍ଷା ହୋଇଛି ।
ଆସନ୍ତା ୬ ତାରିଖଠାରୁ ରାଜ୍ୟର ଉପାନ୍ତରୁ ଉପକୂଳ, ସବୁଠି ଶୀତ ଅନୁଭୂତ ହେବ । ସାରା ଓଡ଼ିଶାକୁ ଥରାଇବ ହାଡ଼ଭଙ୍ଗା ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।
ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।
ପ୍ରଶାସନ ଚଢ଼ାଉ କରି ଘର ଆଗରେ ୨ଟି ଟ୍ରକରେ ଲୋଡ ହୋଇଥିବା ୩୪୦ ବସ୍ତା ଚାଉଳ ଜବତ କରିଥିଲା । ପରେ ଚାଉଳ ଗଛିତ ହୋଇ ରହୁଥିବା ଘରକୁ ଯାଞ୍ଚ କରିଥିଲା । ଘର ଭିତରୁ ୫୦୦ରୁ ଊର୍ଦ୍ଧ୍ୱ ବସ୍ତା ଚାଉଳ ଜବତ କରାଯାଇଛି । ବ୍ୟକ୍ତିଗତ ଘରେ ଗଚ୍ଛିତ ଚାଉଳ ଅଙ୍ଗନୱାଡ଼ିର ହୋଇଥିବା ଜଣାପଡ଼ିଛି ।
ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ପହଞ୍ଚି ଚାଉଳ ଗଛିତ ଥିବା ଘରକୁ ସିଲ୍ କରିଛନ୍ତି । ଚାଉଳ ଲୋଡ୍ ଥିବା ୨ଟି ଟ୍ରକକୁ ପୋଲିସ ଜବତ କରିଛି । ତେବେ, ଏତେ ପରିମାଣର ସରକାରୀ ଚାଉଳ ବ୍ୟକ୍ତିଗତ ଘରେ କାହିଁକି ଷ୍ଟକ ରଖାଯାଇଥିଲା । ଏହା ପଛରେ କିଏ ଅଛି ? ଏନେଇ ତଦନ୍ତ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।