ସୁରକ୍ଷିତ ଅଛି ଶ୍ରୀମନ୍ଦିର ଟଙ୍କା: ନିର୍ମଳା

1 min read

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ୍‌ରେ ଜମା ଥିବା ୫୪୫ କୋଟି ଟଙ୍କା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ମହାପ୍ରଭୁଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ପ୍ରଭୁ ଜଗନ୍ନାଥଙ୍କ ଗୋଟିଏ ବି ଟଙ୍କା ଏପଟ ସେପଟ ହେବ ନାହିଁ । ଏହା ମନ୍ଦିରର ଟଙ୍କା , ଏ ନେଇ ଆମେ ସମ୍ପୂର୍ଣ୍ଣ ଯତ୍ନବାନ ଅଛୁ । ଏଥି ସହିତ ସେ ଏ ନେଇ ଆରବିଆଇ ଗଭର୍ଣ୍ଣରଙ୍କ ସହ ମଧ୍ୟ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି ନିର୍ମଳା । ଜଗନ୍ନାଥଙ୍କ ଟଙ୍କା ନେଇ ବିଜେଡି ସାଂସଦଙ୍କ ନିର୍ମଳାଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଏ ନେଇ ନିର୍ମଳାଙ୍କୁ ଚିଠି ଲେଖିଥିଲେ । ହିନ୍ଦୁ ଆସ୍ଥା ସହିତ ଜଡ଼ିତ ଜଗନ୍ନାଥ ମନ୍ଦିରର କର୍ପସ୍ ଫଣ୍ଡକୁ ୟେସ୍ ବ୍ୟାଙ୍କର ପୁରୀ ଶାଖାରେ ଜମା ରଖାଯାଇଛି ।

ମିଆଦି ଜମା ଚଳିତ ମାସରେ ମାଚ୍ୟୁରିଟି ହେଉଛି । ତେବେ, ବ୍ୟାଙ୍କର ସଙ୍କଟ ଅବସ୍ଥାକୁ ନେଇ ଆରବିଆଇ ଜମା ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ଉପରେ ହସ୍ତକ୍ଷେପ କରି ବ୍ୟାଙ୍କରୁ ଟଙ୍କାକୁ ସୁରକ୍ଷିତ ଉଠାଣ ପାଇଁ ପଦେକ୍ଷପ ନେବାକୁ ଅନୁରୋଧ କରିଥିଲେ ଅର୍ଥମନ୍ତ୍ରୀ ।

https://www.facebook.com/nandighoshatv/videos/1644272039045503/

 

Leave a Reply