ପୁରୀ: କରୋନା ସତର୍କତା ନେଇ ପୁରୀ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜିଠାରୁ ପୁରୀକୁ କୈାଣସି ପର୍ଯ୍ୟଟକଙ୍କ ଗାଡ଼ି ପିପିଲି ଦେଇ ପ୍ରବେଶ ଅନୁମତି ଦିଆଯିବ ନାହିଁ । ପରିବହନ ବିଭାଗ, ପୋଲିସ ଓ ଡାକ୍ତରୀ ଟିମ୍ ଗାଡ଼ିରେ ଥିବା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯାଉଛି । ଆବଶ୍ୟକ ହେଲେ ପର୍ଯ୍ୟଟକ ଆସିଥିବା ଗାଡ଼ିକୁ ଫେରାଇ ଦିଆଯିବ । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସନ୍ଦିଗ୍ଧ ନଜରକୁ ଆସିଲେ ଜିଲ୍ଲାପ୍ରଶାସନକୁ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଭାସଙ୍କ ସହ ନିଜ ୧୫ ବର୍ଷର ସମ୍ପର୍କ ନେଇ ମୁହଁ ଖୋଲିଲେ ଅନୁଷ୍କା
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଧିକାଂଶ ଝିଅମାନଙ୍କ ଦିଲ୍ରେ ରାଜ କରନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଲୋକେ ପାଗଳପ୍ରାୟ । ‘ବାହୁବଲୀ’ କ୍ରେଜ୍ ଏବେ ମଧ୍ୟ ଦର୍ଶକଙ୍କ ଗହଣରେ ଦେଖିବାକୁ ମିଳେ । ବାହୁବଲୀ ପରଠାରୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାସ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେଲୁଗୁର ସୁପରହିଟ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ନାଁ ପ୍ରଭାସଙ୍କ ସହ ଯୋଡ଼ାଯାଉଥିଲା। ପ୍ରଭାସ ଓ ଅନୁଷ୍କା ବିବାହ କରିବେ ବୋଲି ବେଶ୍ ଚର୍ଚ୍ଚା ହୋଇଥିଲା । ଦର୍ଶକ ଏହି ଯୋଡିକୁ ପରଦାରେ ଦେଖିବା ସହ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ଭାବେ ଦେଖିବା ପାଇଁ ଉତ୍ସାହିତ ଥିଲେ। ନିକଟରେ ପ୍ରଭାସ ନିଜେ ସ୍ୱୀକାର କରିଥିଲେ ଯେ, ଅନୁଷ୍କା ତାଙ୍କର ବହୁତ ଭଲ ବନ୍ଧୁ।

ରିଲ୍ ଲାଇଫରେ ଏହି ଯୋଡିକୁ ଅଧିକ ପସନ୍ଦ କରାଯାଏ । ବାସ୍ତବ ଜୀବନରେ ମଧ୍ୟ ଉଭୟଙ୍କ ସମ୍ପର୍କ ଖବର ଅନେକ ଥର ଆସିଛି । ତେବେ ଏନେଇ ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ବୋଲି ସେମାନଙ୍କ ତରଫରୁ ଜଣାପଡିଛି। ନିକଟରେ ଅନୁଷ୍କା ସେଟ୍ଟୀ ପ୍ରଭାସଙ୍କ ସହ ତାଙ୍କ ସମ୍ପର୍କ, ରୋମାନ୍ସ ଏବଂ ବିବାହ ବିଷୟରେ ପ୍ରକାଶ କରିଛନ୍ତି କହିଛନ୍ତି। ସେ ଫିଲ୍ମ ବ୍ୟତୀତ ପ୍ରଭାସଙ୍କ ନିଜ ସମ୍ପର୍କ ବିଷୟରେ ବଖାଣିଛନ୍ତି ଅଭିନେତ୍ରୀ ।

ଅନୁଷ୍କାଙ୍କ କହିବା ଅନୁସାରେ ଗତ ୧୫ ବର୍ଷ ଧରି ସେ ପ୍ରଭାସଙ୍କୁ ଜାଣିଛନ୍ତି। ପ୍ରଭାସ ତାଙ୍କର ସବୁଠୁ ଭଲ ବନ୍ଧୁ, ଯାହାଙ୍କ ସହ ସେ ସକାଳ ୩ଟାରେ ମଧ୍ୟ କଥା ହୋଇପାରନ୍ତି । ପ୍ରଭାସଙ୍କ ସହ ତାଙ୍କର ନିବିଢ ସମ୍ପର୍କକୁ ବର୍ଣ୍ଣନା କରାଯାଇପାରିବ । ଉଭୟଙ୍କ ଯୋଡି ପରଦାରେ ହିଟ୍ । ଅନୁଷ୍କା କହିଛନ୍ତି ଯେ, ଉଭୟଙ୍କ ଚିନ୍ତାଧାରା ମିଶେ । ସେମାନେ ଏମିତି ମଣିଷଙ୍କ ମଧ୍ୟ ଗଣାଯାଆନ୍ତି ଯିଏ ନିଜ କୌଣସି କଥା ଲୁଚାନ୍ତି ନାହିଁ । ଏଥିପାଇଁ ସେ ଉଭୟଙ୍କ ବିଷୟରେ ଗୁଜବ ବିସ୍ତାର କରିବାକୁ ମନା କରିଛନ୍ତି । ଦୁହେଁ କୌଣସି ଲଭ୍ ବାର୍ଡ ନୁହଁନ୍ତି ବରଂ ଭଳ ବନ୍ଧୁ । ଯାହା ଲୋକେ ଜାଣିବା ଜରୁରୀ । ଅପରପକ୍ଷରେ କରନ ଜୋହରଙ୍କ ସୋ’ରେ ପ୍ରଭାସ ଏହା କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଅନ୍ୟ କିଛି ସମ୍ପର୍କ ନାହିଁ। ଏହା ସହ ପ୍ରଭାସ କହିଛନ୍ତି ଯେ,ଏଭଳି ଗୁଜବ ଖବର ତାଙ୍କୁ ପ୍ରଭାବିତ କରେ ନାହିଁ।
ମାତାଲ ପୋଲିସ ବାବୁଙ୍କ ଦାଦାଗିରି
ଝାରସୁଗୁଡା: ସ୍ଥାନୀୟ ପୋଲିସ କଲୋନିରେ ଜଣେ ମାତାଲ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ମଦ ପିଇ ମାତାଲ ଅବସ୍ଥାରେ ଅଭଦ୍ର ଭାଷାରେ ପlଟିତୁଣ୍ଡ କରୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ଏହି କର୍ମଚାରୀ ଜଣଙ୍କ ଝାରସୁଗୁଡା ପୋଲିସରେ କାର୍ଯ୍ୟକରୁଥିବା କୁହାଯାଉଛି । ଦୀର୍ଘ ସମୟ ଧରି ସେ ପୋଲିସ କଲୋନୀର ବିଭିନ୍ନ ଲୋକଙ୍କ ଘର ଆଗରେ ପାଟିତୁଣ୍ଡ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଲୋକେ ଭୟରେ ପଦାକୁ ବହାରିନଥିଲେ ।

ଉକ୍ତ ପୋଲିସ କର୍ମଚାରୀ ଜଣଙ୍କ ଗାଳିଗୁଲଜ କରୁଥିବା ସମୟରେ କିଏ ଜଣେ ତାକୁ ବାଲକୋନିରେ ରେକର୍ଡ କରିଥିବାର ଭିଡିଓରେ ଜଣାପଡ଼ିଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏ ସମ୍ପର୍କରେ ଝାରସୁଗୁଡା ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ ପାଇଛି ।
ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ସ୍ଥିର ଅଛି ସ୍ୱାସ୍ଥ୍ୟାବସ୍ଥା: ବାଗଚୀ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ରୋଗୀ ଜଣଙ୍କ ଶନିବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରୋଗୀଙ୍କ ସମ୍ପର୍କରେ କରୋନା ସମ୍ପର୍କିତ ସୂଚନା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସ୍ଥିତି ସ୍ଥିର ରହିଥିବା କହିଛନ୍ତି ବାଗଚୀ । ଏଥିସହିତ ସେ ପ୍ରେସମିଟ୍ରେ ତାଙ୍କ ନାମ ଓ ଠିକଣ କହିବାକୁ ବାରଣ କରିଛନ୍ତି ବାଗଚୀ । ସେ ୩୩ ବର୍ଷିୟ ଯୁବକ ସେ ଇଟାଲୀରେ ଗବେଷଣା କରୁଥିଲେ । ୬ ମାର୍ଚ୍ଚରେ ଦିଲ୍ଲୀ ଓ ପରେ ୧୨ ମାର୍ଚ୍ଚରେ ଓଡ଼ିଶାରେ ପହଞ୍ଚିଥିଲେ ।
କରୋନାଭାଇରସ୍ ଭୟ: ଦୀପିକା-ପ୍ରିୟଙ୍କାଙ୍କୁ WHO ନିର୍ଦ୍ଦେଶକଙ୍କ ଅନୁରୋଧ
ମୁମ୍ବାଇ: କୟା ମେଲାଇବାରେ ଲାଗିଛି କରୋନା ଜୀବାଣୁ । ଦେଶରୁ ଦେଶକୁ ବ୍ୟାପିବାରେ ଲାଗିଛି ଏହି ଜୀବାଣୁ । ଏହାକୁ ବ୍ୟାପିବାରୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ଦୋକାନ ବଜାର, ସିନେମା ହଲ୍ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ବନ୍ଦର ପ୍ରଭାବ ପିଲ୍ମ ଇଣ୍ଡିଷ୍ଟ୍ରି ଉପରେ ମଧ୍ୟ ଦେଖିବାକୁ ମିଳିଛି । କିଛି ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଛି ତ କିଛି ଆୱାର୍ଡ ଶୋ’ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ଘଟଣାକୁ ଦୃଷ୍ଟିରେ ରଖି ଭାରତ ସମେତ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ, ସାକ୍ଷାତକାର, ସୁଟିଂର କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ମଧ୍ୟ ସୋସିଆଲ ମିଡିଆରେ ବଲିଉଡ ସେଲିବ୍ରିଟିମାନଙ୍କୁ ଏହି ପ୍ରସଙ୍ଗରେ ସଚେତନତା ପାଇଁ ନିବେଦନ କରିଛି।

କରୋନାଭାଇରସ୍ ଦୁନିଆର ଅନେକ ସ୍ଥାନରେ ବ୍ୟାପି ସାରିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭୂତାଣୁ ନେଇ ଲୋକମାନେ ସଚେତନତା ବିସ୍ତାର କରୁଛନ୍ତି। ଏହି ପର୍ଯ୍ୟାୟରେ WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଇଡାନମ୍ ଟ୍ୱିଟରରେ ଅନେକ ସେଲିବ୍ରେଟିଙ୍କୁ ଟ୍ୟାଗ୍ କରି ସେମାନଙ୍କୁ ‘ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ’ ନେବାକୁ ଅନୁରୋଧ କରିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ୍ କରି ସେ କିଛି ବାର୍ତ୍ତା ଲେଖିଛନ୍ତି । ଗ୍ଲୋବାଲ୍ ଷ୍ଟାର୍ସ ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜକୁ ନେଇ ଭିଡିଓ ସେୟାର କରିବାକୁ କହିଛନ୍ତି ଟେଡ୍ରୋସ୍ ଇଡାନମ୍ । ଏହି ଚ୍ୟାଲେଞ୍ଜକୁ ନିଜ ସହ ଆଉ ତିନି ଜଣଙ୍କୁ ନେବାକୁ ମଧ୍ୟ କହିଛନ୍ତି । ସମସ୍ତେ ମିଳିମିଶି ଏହି ଭୂତାଣୁ ସହିତ ମୁକାବିଲା କରିପାରିବା ବୋଲି କହିଛନ୍ତି WHOର ମହାନିର୍ଦ୍ଦେଶକ ।

ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିଛି। ଭାରତରେ ତଥା ସମଗ୍ର ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତି ରହିଛି। ଅନେକ ବଡ ଚଳଚ୍ଚିତ୍ରର ବହୁତ କ୍ଷତି ହୋଇଛି । ଅନେକ ସହରରେ ଫିଲ୍ମ ହଲ୍ ବନ୍ଦ ରହିଛି ଯେଉଁଥିପାଇଁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକର ବହୁ କ୍ଷତି ହୋଇଛି। କରୋନା ଭୂତାଣୁକୁ ମହାମାରୀ ଘୋଷଣା କରଯାଇଥିବାରୁ ବହୁ ସତର୍କତା ଅବଲମ୍ବନ କରାଯାଉଛି। ଏହାପୂର୍ବରୁ ୨୦୦୯ ମସିହାରେ ସ୍ୱାଇନ୍ ଫ୍ଲୁକୁ ମହାମାରୀ ଘୋଷଣା କରାଯାଇଥିଲା। ଠିକ୍ ସେହି ଭଳି ଚଳିତ ବର୍ଷ କରୋନା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଲୋକଙ୍କୁ ନିହାତି ଭାବେ ସତର୍କ ରହିବା ଜରୁରୀ ।
ଅଧା ବଗି ଛାଡ଼ି ଚାଲିଗଲା ଲୋକମାନ୍ୟ ତିଲକ ଟ୍ରେନ୍
ଭୁବନେଶ୍ୱରରୁ-ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକର ଅଲଗା ହେଲା ବଗି । ଅଧାରୁ ଅଲଗା ହୋଇ ୫୦ଫୁଟରୁ ଅଧିକ ଆଗକୁ ଚାଲିଯାଇଛି ଇଞ୍ଜିନ ଓ କିଛି ବଗି । ଏଭଳି ଘଟିବାରୁ ଯାତ୍ରୀ ଭୟଭୀତ ହୋଇ ଟ୍ରେନ୍ରୁ ଓହ୍ଲାଇ ପଡିଛନ୍ତି । କଟକରୁ ଚାରିବାଟିଆ ମଝିରେ ଏଭଳି ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ରେଳବାଇ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମରାମତି କାମରେ ନିୟୋଜିତ ହୋଇଥିବା ସୂଚନା ଦେଲେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ । ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ହୋଇଥିବା ସ୍ପଷ୍ଟ କଲେ ରେଳବାଇ କର୍ତ୍ତୃପକ୍ଷ । ଟ୍ରେନଟି ଭୁବନେଶ୍ୱରରୁ ମୁମ୍ବାଇ କୁ ଯାତ୍ରା କରୁଥିଲା ।
https://www.facebook.com/nandighoshatv/videos/246529273043218/
ଏହି ୭ଟି ରାଶିର ଲୋକଙ୍କ ପାଇଁ ଆଜି ଏକ ଖାସ ଦିନ…ଭାଗ୍ୟରେ ହେବ ପରିବର୍ତ୍ତନ!
ନକ୍ଷତ୍ରମାନେ ସେମାନଙ୍କର ଗତି ସବୁବେଳେ ପରିବର୍ତ୍ତନ କରନ୍ତି । ଏହି ପରିବର୍ତ୍ତନ ଅନୁସାରେ ଲୋକଙ୍କ ଜୀବନରେ ଅନେକ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ଦିନ ଆଜି ଭଲ ପରହିଛି ଆସନ୍ତୁ ଜାଣିବା । ଗ୍ରହମାନଙ୍କର ପରିବର୍ତ୍ତନଶୀଳ ଗତିବିଧି ଦିନ ମଧ୍ୟ ଭିନ୍ନ ଅଟେ ।
ମେଷ ରାଶି – ଆଜି ମେଷ ରାଶିର ଲୋକଙ୍କ ପାଇଁ ଖୁବ ବ୍ୟସ୍ତ ବହୁଳର ଦିନ ରହିବ । କିଛି ବ୍ୟବସାୟିକ ମୁକାବିଲା ନେଇ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରୀ ।କଠିନ ପରିଶ୍ରମର କଲେ ସଫଳ ହେବେ । କାର୍ଯ୍ୟ ସ୍ଥାନରେ ଶାନ୍ତ ପରିବେଶ ରହିବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଅନେକ ସମସ୍ୟାର ସାମ୍ନା ମଧ୍ୟ କରିପାରନ୍ତି ।
ବୃଷ ରାଶି – ବୃଷ ରାଶିର ଲୋକଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଦିନ ରହିବ । ଉଭୟ ସମାଜ ଏବଂ ପରିବାର କ୍ଷେତ୍ରର କାର୍ଯ୍ୟ ସମାପ୍ତ ହୋଇପାରିବ | ଆୟ ଏବଂ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଜୀବନସାଥୀ ଓ ସାଙ୍ଗମାନଙ୍କ ସାହାଯ୍ୟ ମିଳିବ । ଘରେ ସୁଖ ଶାନ୍ତିର ପରିବେଶ ରହିବ । ବେରୋଜଗାର ଲୋକଙ୍କ ଚିନ୍ତା ଶେଷ ହେବ । ଚାକିରି ମିଳିବାର ସମ୍ଭାବନା ରହିଛି ।
ମିଥୁନ ରାଶି – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଦୀର୍ଘ ସମୟ ଧରି ଚାଲିଥିବା କାମରେ ସଫଳତା ମିଳିବ । ଅବିବାହିତ ଲୋକଙ୍କ ବିବାହ ମଧ୍ୟ ସ୍ଥିର ହୋଇପାରେ । ପରିବାରର ସମର୍ଥନ ପାଇବାର ସମ୍ଭାବନା ଅଛି । ଆଜି ଆପଣ କିଛି ଭଲ ଖବର ମଧ୍ୟ ପାଇପାରିବେ । ନବଦମ୍ପତିଙ୍କ ପାଇଁ ଦିନଟି ଭଲ ରହିବ।
କର୍କଟ ରାଶି – ଏହି ରାଶିର ଲୋକଙ୍କର ଧନ ଲାଭ ହୋଇପାରେ । ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । କାର୍ଯ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ ।
ସିଂହ ରାଶି – ଅନେକ ପରିସ୍ଥିତିରେ କିଛି ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବ୍ୟବସାୟ କିମ୍ବା କର୍ମକ୍ଷେତ୍ର ଜଡିତ ଯାତ୍ରା କରିବାକୁ ପଡିବ । କାର୍ଯ୍ୟ ସ୍ଥାନରେ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । ଚାପଗ୍ରସ୍ତ ପରିସ୍ଥିତି ଅଫିସରେ ଶେଷ ହୋଇପାରେ ।
କନ୍ୟା ରାଶି – ବ୍ୟବସାୟରେ ଲାଭ ହେବ । ଏହି ରାଶିର ଲୋକଙ୍କ ପାଇଁ ଦିନଟି ବେଶ ଶୁଭ ରହିବ । ଆଜି ଏହି ଲୋକଙ୍କର ସବୁ କାମରେ ସଫଳତା ମିଳିବ । ଅଧିକାରୀମାନେ କାମରେ ପ୍ରସନ୍ନ ହୋଇ ଖୁବ ପ୍ରଶଂସା କରିବେ। ଧନ ସମ୍ପତ୍ତି ଲାଭ ହେବ । ପାରିବାରିକ ସମସ୍ୟାର ସମାଧାନ ହେବ ।
ବିଚ୍ଛା ରାଶି – ଚାକିରି, କ୍ୟାରିୟର ଏବଂ ଅର୍ଥ ଦୃଷ୍ଟିରୁ ବିଚ୍ଛା ରାଶିର ଲୋକଙ୍କ ପାଇଁ ଆଜି ଏକ ଶୁଭ ଦିନ । ଚାକିରିରେ ପଦୋନ୍ନତି ହୋଇପାରେ । ତୁମର ନୂଆ ଲୋକଙ୍କ ସହିତ ଯୋଗାଯୋଗ କରିବାର ସମ୍ଭାବନା ରହିଛି । ଅନେକ ଲୋକଙ୍କ ସାହାଯ୍ୟ ମିଳିବ । ସବୁ କାର୍ଯ୍ୟରେ ପରିବାର ଲୋକଙ୍କର ସମର୍ଥନ ମିଳିବ ।
ମଧ୍ୟପ୍ରଦେଶ ମହାନାଟକ: ଆଜି ହୋଇନପାରେ ଫ୍ଳୋର ଟେଷ୍ଟ
ସରା ବିଶ୍ୱରେ ତଥା ଆମ ଦେଶରେ କରୋନାକୁ ନେଇ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳୁଛି ଭିନ୍ନ ସ୍ଥିତି । ନାଟକୀୟ ମୋଡରେ ଦୀର୍ଘ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ମଧ୍ୟପ୍ରଦେଶ କଂଗ୍ରେସର ତୁଙ୍ଗ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କର ସମର୍ଥକ କୁହାଯାଉଥିବ ପ୍ରାୟ ୨୦ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଏହାପରେ ଅସ୍ଥିର ହୋଇପଡ଼ିଛି ମଧ୍ୟପ୍ରଦେଶର ରାଜନୀତିକ ପରିସ୍ଥିତି । ଆଜି ଫ୍ଳୋର୍ ଟେଷ୍ଟ କରାଯିବ କି ନାହିଁ ଏଥିରେ ସନ୍ଦେହ ରହିଛି । ରବିବାର ବିଳମ୍ୱିତ ରାତିରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ସେ ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବନ୍ଧକ ରଖିଥିବା ବିଧାୟକମାନଙ୍କୁ ମୁକ୍ତ କରାଯିବା ଉଚିତ୍।
ଅପରପକ୍ଷରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନ ପାଇଁ ଫ୍ଲୋର ଟେଷ୍ଟ ଏଜେଣ୍ଡାରେ ଉଲ୍ଲେଖ କରାଯାଇ ନାହିଁ। ତେବେ ଗୃହରେ ଫ୍ଲୋର ଟେଷ୍ଟ କରିବାକୁ ବିଜେପି ସମ୍ପୂର୍ଣ୍ଣ ଉଦ୍ୟମ କରୁଛି।
ଆସ୍ଥା ଭୋଟ ଦାବି କରିବେ ଶିବରାଜ
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ କହିଛନ୍ତି ଯେ, ବିଧାନସଭାରେ ଫ୍ଲୋର ଟେଷ୍ଟ ନହୁଏ, ତେବେ ସେ ରାଜ୍ୟପାଳଙ୍କୁ ଆସ୍ଥା ଭୋଟ ଲାଗି ମୋସନ ଆଣିବାକୁ ଦାବି କରିବେ। ଚୈହାନ କହିଛନ୍ତି, ମଧ୍ୟପ୍ରଦେଶର ବର୍ତ୍ତମାନର ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି।

ଆସ୍ଥା ପ୍ରସ୍ତାବ ପାଇଁ ରାଜ୍ୟପାଳଙ୍କ ସହ ଆଲୋଚନା କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଏକ ଫ୍ଲୋର ଟେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ସେ କାହିଁକି ଏହା କରୁନାହାଁନ୍ତି। ଆମର ଏକମାତ୍ର ଦାବି ହେଉଛି ଫ୍ଲୋର୍ ଟେଷ୍ଟ |
ରାଜ୍ୟପାଳଙ୍କୁ ଭେଟିବା ପରେ କମଲ ନାଥ କହିଛନ୍ତି, ‘ରାଜ୍ୟପାଳ ମୋତେ ଫୋନ ଯୋଗେ ଡାକିଥିଲେ ଏବଂ ଗୃହର ପ୍ରକ୍ରିୟା ବିଷୟରେ ଆଲୋଚନା ହୋଇଥିଲା। ମୁଁ କହିଛି ଯେ, ଆସନ୍ତାକାଲି ମୁଁ ଫ୍ଲୋର ଟେଷ୍ଟ ବିଷୟରେ ବକ୍ତାଙ୍କ ସହ କଥା ହେବି। ମୁଁ ଫ୍ଳୋର ଟେଷ୍ଟ ପାଇଁ ପ୍ରସ୍ତୁତ କିନ୍ତୁ ବିଧାୟକମାନଙ୍କୁ ମୁକ୍ତ କରାଯିବା ଉଚିତ୍ |

ଆସନ୍ତାକାଲି ମୁଁ ଏହି ବିଷୟରେ ବକ୍ତାଙ୍କ ସହ କଥା ହେବି। ‘ ବଜେଟ୍ ଅଧିବେଶନ ପୂର୍ବରୁ ଫ୍ଲୋର ପରୀକ୍ଷା କରିବାକୁ ରାଜ୍ୟପାଳ ସରକାର ଏବଂ ବକ୍ତାଙ୍କୁ ଚିଠି ଲେଖିଥିଲେ।
କ’ଣ ଥିଲା ବିଜେପି ସହ ରାଜପରିବାରର ସମ୍ପର୍କ, ଜ୍ୟାେତିରାଦିଦ୍ୟ କେମିତି ପୂରା କରିବେ ରାଜମାତାଙ୍କ ସ୍ୱପ୍ନ
ପ୍ରଖ୍ୟାତ ଗୀତିକାର କବିର ସୁମନ୍ଙ୍କର ଆଜି ଜନ୍ମଦିନ
ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଔପନ୍ୟାସିକ, ଉପସ୍ଥାପକ ଏବଂ ରାଜନେତା ଭାବେ ଖୁବ୍ ଜଣାଶୁଣା କବିର ସୁମନ୍ଙ୍କର ଆଜି ଜନ୍ମଦିନ । ୨୦୦୯ ମସିହା ମେ’ ମାସରୁ ୨୦୧୪ ମସିହା ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ଏହି ପ୍ରଖ୍ୟାତ ଗୀତିକାର ।

ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ପକ୍ଷରୁ କଲିକତାର ଯାଦବପୁର ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ କବିର ସୁମନ୍ । କେବଳ ସେତିକି ନୁହେଁ ଗୀତିକାର ସହ ସେ ଜଣେ ସାମାଜିକ କର୍ମୀ ତଥା ସାମ୍ବାଦିକ । ପ୍ରଥମେ କବିର ସୁମନ୍ ଙ୍କ ନାଁ ସୁମନ ଚଟ୍ଟୋପଧ୍ୟାୟ ଥିଲା ।

ହେଲେ ମନୋରଞ୍ଜନ ଜଗତକୁ ଆସିବା ପୂର୍ବରୁ ସେ ତାଙ୍କ ନାଁ ବଦଳିଥିଲେ । ସୁମନଙ୍କ ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ଖୁବ କମ୍ ବୟସରେ ସେ ଗୀତ ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଗୀତ ପାଇଁ ଥିବା ଆଗ୍ରାହ ତାଙ୍କୁ ଖୁବ ଆଗକୁ ନେଇଥିଲା ।୧୯୯୦ ମସିହାରେ ଆଲବମ୍ ‘ତୋମାକେ ଚାଇ’ ଏବଂ ‘ବୋସେ ଆଙ୍କୋ’ ଜରିଆରେ ସେ ପରଦାରେ ନଜର ଆସିଥିଲେ ।

ବେଙ୍ଗଲୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସେ ପ୍ରଥମ ସିଙ୍ଗର ଯିଏ ଭିନ୍ନ ଭିନ୍ନ ବାଦ୍ୟଯନ୍ତ୍ର ବାଦକ ଭାବେ ମଧ୍ୟ ଖୁବ ପରିଚିତ । ଏହା ସହ ସେ ହେଉଛନ୍ତି ପ୍ରଥମ ଭାରତୀୟ ମ୍ୟୁଜିସିଆନ ଯିଏ ଗୋଟିଏ ଆଲବମ୍ ର ଗୀତ ନିଜେ ଲେଖିଥିଲେ ଓ ରେକଡିଂ କରି ଲେଖିଥିବା ଗୀତକୁ ନିଜେ ମଧ୍ୟ ଗାଇଥିଲେ । ଆଜି ଏହି ସମ୍ମାନୀତ ବ୍ୟାକ୍ତିଙ୍କୁ ଜନ୍ମଦିନରେ ନନ୍ଦିଘୋଷ ଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

