ଭୁବନେଶ୍ୱର: ସମୀର ମହାନ୍ତି ହେବେ ରାଜ୍ୟ ବିଜେପି ସଭାପତି । ଦଳୀୟ ବୈଠକ ପରେ ତାଙ୍କ ନାଁରେ ସହମତି ପ୍ରକାଶ ପାଇଥିବା ଅନୌପଚାରିକ ଭାବେ ଜଣାପଡ଼ିଛି । ଆଗରୁ ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ, ସହମତି ଭିତ୍ତିରେ ସମୀର ମହାନ୍ତିଙ୍କ ନାଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ବିଜେପି ରାଜ୍ୟ ସଭାପତି ଓ ୨୧ ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥିବା କେଶୁଭାଇ ଠାକ୍ରେ ହଲରେ ନିର୍ବାଚନ ହେବ । ନିକଟରେ ନିର୍ବାଚିତ ୩୪ ସାଂଗଠନିକ ଜିଲ୍ଲାର ସଭାପତି ଓ ୧୭୭ ରାଜ୍ୟ ପରିଷଦ ସଭ୍ୟ ଭୋଟ୍ ଦେବେ ।
ଅପରାହ୍ଣ ୩ଟାରୁ ନାମାଙ୍କନ ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି ।
ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ସମୀର ମହାନ୍ତି
ଆରପାରିରେ ଭାରତୀୟ କ୍ରିକେଟରଙ୍କ ସୁପର ଫ୍ୟାନ୍ ‘ଚାରୁଲତା ପଟେଲ୍’, BCCIର ଶୋକ ପ୍ରକାଶ
ମୁମ୍ବାଇ : ୨୦୧୯ କ୍ରିକେଟ୍ ବିଶ୍ୱକପ ସମୟରେ ଘରେ ଘରେ ପରିଚିତି ହାସଲ କରିଥିବା ସୁପର ଫ୍ୟାନ୍ ଚାରୁଲତା ପଟେଲଙ୍କର ଦେହାନ୍ତ ହୋଇଛି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏ ନେଇ ବିସିସିଆଇ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ ତାର ଅଫିସିଆଲ୍ ପେଜରେ ଉଲ୍ଲେଖ କରିଛି ଯେ, ଚାରୁଲତା ସବୁଦିନ ପାଇଁ ଆମ ମାନଙ୍କ ହୃଦୟରେ ରହିବେ ଏବଂ କ୍ରୀଡା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

୨୦୧୯ରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଚାଲିଥିବା ବେଳେ ଚାରୁଲତା ପଟେଲଙ୍କୁ ଦେଖିବାକୁ ମିଳିଥିଲା । ୮୭ ବର୍ଷ ବୟସରେ ମଧ୍ୟ ସେ ମେନ୍ ଇନ୍ ବ୍ଲୁଙ୍କୁ ଚିଅର ଅପ୍ କରିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଭାରତୀୟଙ୍କର ସମସ୍ତ ମ୍ୟାଚ୍ ସେ ଦେଖିବା ସହ ବିରାଚ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ବୋଲି କହିଥିଲେ । ମ୍ୟାଚ୍ ଶେଷହେବା ପରେ ଭାରତୀୟ ଅଧିନାୟକଙ୍କ ସମେତ ଅନ୍ୟାନ୍ୟ ଖେଳାଳି ମଧ୍ୟ ଚାରୁଲତାଙ୍କ ସହ କିଛି ସମୟ ବିତାଇଥିଲେ ।

ଭାରତର ସବୁ ମ୍ୟାଚବେଳେ ସେ ପଡ଼ିଆରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା । କୋହଲିଙ୍କ ସହ ତାଙ୍କର ଫଟୋ ମଧ୍ୟ ବେଶ୍ ଭାଇରାଲ୍ ହୋଇଥିଲା ।

ଖୋର୍ଦ୍ଧା: ବେଗୁନିଆ କଣ୍ଟାବାଡ଼ ରମାମଣି କଲେଜରେ ଅଧ୍ୟାପକଙ୍କ ଅଜବ କାରନାମା । ଛାତ୍ରଙ୍କ ଅଙ୍ଗୁଳି କାମୁଡ଼ିଦେଲେ ଅଧ୍ୟାପକ । କଲେଜରେ ଉତ୍ତେଜନା, ଗୋଟିଏ ରୁମରେ ଅଧ୍ୟାପକଙ୍କୁ ତାଲା ପକାଇ ରଖିଥିଲେ କର୍ତ୍ତୃପକ୍ଷ । ଅଧ୍ୟାପକଙ୍କୁ ହେପାଜତକୁ ନେଲା ବେଗୁନିଆ ଥାନା ପୋଲିସ ।
ଖୋର୍ଦ୍ଧା: ବେଗୁନିଆ କଣ୍ଟାବାଡ଼ ରମାମଣି କଲେଜରେ ଅଧ୍ୟାପକଙ୍କ ଅଜବ କାରନାମା । ଛାତ୍ରଙ୍କ ଅଙ୍ଗୁଳି କାମୁଡ଼ିଦେଲେ ଅଧ୍ୟାପକ । କଲେଜରେ ଉତ୍ତେଜନା, ଗୋଟିଏ ରୁମରେ ଅଧ୍ୟାପକଙ୍କୁ ତାଲା ପକାଇ ରଖିଥିଲେ କର୍ତ୍ତୃପକ୍ଷ । ଅଧ୍ୟାପକଙ୍କୁ ହେପାଜତକୁ ନେଲା ବେଗୁନିଆ ଥାନା ପୋଲିସ ।
ଫାଶୀ ଦଣ୍ଡ; ଏମିତି ଯାଆନ୍ତି ଜେଲ କୋଠରୀରୁ ଯମଦ୍ୱାର
ନୂଆଦିଲ୍ଲୀ: ଶାନ୍ତି ପାଇବ ନିର୍ଭୟାଙ୍କ ଆତ୍ମା… ସରିବ ବାପା, ମାଆଙ୍କ ନ୍ୟାୟ ପାଇଁ ୭ ବର୍ଷର ସଂଘର୍ଷ… ୨୦୧୨ ଡିସେମ୍ବର ୧୬, ସେହି କାଳ ରାତିର କଳଙ୍କିତ ଅଧ୍ୟାୟର ଶେଷ ପୃଷ୍ଠା ଲେଖା ସରିଛି । ଅପେକ୍ଷା କେବଳ ବାସ୍ତବତାର ସେହି ପୁଲ୍ଲକିତ ମୁହୂର୍ତ୍ତକୁ । ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୋଷୀ । ଦିଲ୍ଲୀର ତିହାର ଜେଲର ୩ ନମ୍ବର ସେଲରେ ଦିଆଯିବ ଫାଶୀ ।

ତେବେ ଏହି ଫାଶୀକୁ ନେଇ ପୂରା ଦେଶ ଅପେକ୍ଷାରେ ଥିବା ବେଳେ ଫାଶୀ ପୂର୍ବରୁ ଦୋଷୀମାନଙ୍କ ସହ କ’ଣ ସବୁ ହୋଇଥାଏ ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଆଶଙ୍କା ରହିଛି ।
କେମିତି ଦିଆଯାଏ ଫାଶୀ ? କ’ଣ ରହିଛି ଏହାର ପ୍ରଥା ? ଫାଶୀ ପୂର୍ବରୁ କେମିତି ରଖାଯାଏ ଦୋଷୀଙ୍କୁ ?
ଭିନ୍ନ ଭିନ୍ନ ଜେଲର ମାନୁଆଲ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । ଦିଲ୍ଲୀ ଜେଲର ମାନୁଆଲ ଆନୁସାରେ ବ୍ଲାକ ୱାରେଣ୍ଟ ସିଆରପିସି ଦ୍ୱାରା ଧାର୍ଯ୍ୟ କରାଯାଇଥାଏ । ଏବଂ ସେହି ବ୍ଲାକ ୱାରେଣ୍ଟରେ ଫାଶୀର ତାରିଖ, ସ୍ଥାନ ଲେଖାଯାଇଥାଏ । ଏବଂ ଲେଖାଥିବା ଏହି ୱାରେଣ୍ଟର ଚାରିପଟ ଏକ କଳା ରଙ୍ଗର ବର୍ଡର ଦିଆଯାଇଥାଏ ତେଣୁ ଏହାକୁ ବ୍ଲାକ ୱାରେଣ୍ଟ କୁହାଯାଏ ।

ଫାଶୀର ୧୪ ଦିନ ପୂର୍ବରୁ ଦୋଷୀ ଚାହିଁବ ଯଦି ତା ପରିବାର ସହ ଦେଖା କରିପାରିବ ଏବଂ ଫାଶୀ ପାଇଁ ସେ ମାନସିକ ରୂପରେ ନିଜକୁ ପ୍ରସ୍ତୁତ କରିବ । ଜେଲରେ ତାଙ୍କର କାଉନସିଲିଂ ମଧ୍ୟ କରାଯାଇଥାଏ । ଯଦି ଦୋଷୀ ତାର ଚିଠା ତିଆରି କରିବାକୁ ଚାହିଁବ ତେବେ ତାକୁ ସେ ଅଧିକାର ଦିଆଯାଇଥାଏ । ଏବଂ ସେ ସେହି ଚିଠାରେ ତାର ଶେଷ ଇଚ୍ଛା ଲେଖିପାରିବ ।
ଦୋଷୀ ଚାହିଁଲେ ଫାଶୀ ସମୟରେ ଧର୍ମାନୁସାରେ ସେଠାରେ ପଣ୍ଡିତ, ମୌଲବୀ ଓ ପାଦ୍ରୀ ଉପସ୍ଥିତ ରହିବେ । ଜେଲ୍ ଅଧୀକ୍ଷକ ତାର ବନ୍ଦୋବସ୍ତ କରିବେ । ଦୋଷୀକୁ ଏକ ଡେଥ୍ ସେଲରେ ରଖାଯାଇଥାଏ ।

ଫାଶୀର ସବୁ ଦାୟିତ୍ୱ ଜେଲ୍ ଅଧୀକ୍ଷକଙ୍କ ଉପରେ ନ୍ୟସ୍ତ । ସେ ସୁନିଶ୍ଚିତ କରନ୍ତି ଫାଶୀ ପାଇଁ ଦରକାର ସମସ୍ତ ସାମଗ୍ରୀ ଦଉଡ଼ି, ମୁଖା ଆଦି ପ୍ରସ୍ତୁତ ଅଛି କି ନାହିଁ ଏବଂ ତାକୁ ସେ ପୁଣିଥରେ ଫାଶୀର ପୂର୍ବଦିନ ସଂଧ୍ୟାରେ ଯାଞ୍ଚ କରନ୍ତି । ଏବଂ ଦଉଡ଼ିରେ ବାଲି ବସ୍ତା ରଖାଯାଇ ତାକୁ ଭଲରେ ଯାଞ୍ଚ କରାଯାଇଥାଏ । ବାଲି ବସ୍ତାର ଓଜନ ଦୋଷୀର ଓଜନର ଦେଢ ଗୁଣ ଅଧିକ ଥାଏ । ଏବଂ ଏହି ଫାଶୀ ପ୍ରକ୍ରିୟାରେ ସବୁଠୁ ବଡ଼ ଭୂମିକା ଥିବା ଘାତକ, ଯିଏ କି ଫାଶୀ ଦିଏ ସେ ଫାଶୀର ୩ ଦିନ ପୂର୍ବରୁ ଜେଲକୁ ଆସିଥାଏ ।
ଫାଶୀର ଦିନ, ବାର, ସମୟ ମଧ୍ୟ ଧାର୍ଯ୍ୟ ହୋଇଥାଏ । ଫାଶୀ ସବୁବେଳେ ସକାଳୁ ହିଁ ଦିଆଯାଇଥାଏ କିନ୍ତୁ ଭିନ୍ନ ଭିନ୍ନ ସମୟରେ ।
- ନଭେମ୍ବରରୁ ଫେବ୍ରୁଆରୀ ସକାଳ ୮ଟାରେ
- ମାର୍ଚ୍ଚ, ଏପ୍ରିଲ, ସେପ୍ଟେମ୍ବରରୁ ଅକ୍ଟୋବର ସକାଳ ୭ଟାରେ
- ମେରୁ ଅଗଷ୍ଟ ସକାଳ ୬ଟାରେ
ସୁପରିଟେଣ୍ଡେଣ୍ଟ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଫାଶୀର କିଛି ସମୟ ପୂର୍ବରୁ କଏଦୀର ସେଲକୁ ଯାଆନ୍ତି । ସୁପରିଟେଣ୍ଡେଣ୍ଟ ପ୍ରଥମେ କଏଦୀକୁ ଚିହ୍ନଟ କରନ୍ତି, ସେ ସେହି କଏଦୀ କି ନୁହେଁ ଯାହା ନାଁ ୱାରେଣ୍ଟରେ ଅଛି । ଏବଂ ପରେ ସୁପରିଟେଣ୍ଡେଣ୍ଟ ସେ କଏଦୀକୁ ତା ମାତୃଭାଷାରେ ସେହି ୱାରେଣ୍ଟକୁ ପଢ଼ି ଶୁଣାନ୍ତି । ପରେ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ କଏଦୀର କଥାବାର୍ତ୍ତାକୁ ରେକର୍ଡ କରାଯାଇଥାଏ । ଏହାପରେ ସୁପରିଟେଣ୍ଡେଣ୍ଟ ଯେଉଁଠି ଫାଶୀ ଦିଆଯାଏ ସେଠାକୁ ଯାଆନ୍ତି । ଡେପୁଟି ସୁପରିଟେଣ୍ଡେଣ୍ଟ ସେଲରେ ହିଁ ରହିଥାନ୍ତି ଏବଂ ତାଙ୍କ ଉପସ୍ଥିତିରେ ଦୋଷୀକୁ କଳା ଡ୍ରେସ୍ ପିନ୍ଧାଇ ତାର ହାତକୁ ପଛରୁ ବାନ୍ଧି ଦିଆଯାଏ ।
ଏବେ ଆସେ ଫାଶୀର ସମୟ
ଦୋଷୀକୁ ଫାଶୀ ଦିଆଯିବା ସ୍ଥାନକୁ ନିଆଯାଇଥାଏ । ଏହି ସମୟରେ ଡେପୁଟି ସୁପରିଟେଣ୍ଡେଣ୍ଟ, ମୁଖ୍ୟ ୱାର୍ଡନ ଏବଂ ଅନ୍ୟ ୬ଜଣ ୱାର୍ଡନ ତା ସହ ଯାଆନ୍ତି । ଦୁଇ ଜଣ ୱାର୍ଡନ ପଛରେ ଚାଲନ୍ତି, ୨ଜଣ ଆଗରେ ଏବଂ ଅନ୍ୟ ଦୁଜଣ ଦୋଷୀକୁ ଧରି ରଖନ୍ତି ।

ଫାଶୀ ସ୍ଥାନରେ ସୁପରିଟେଣ୍ଡେଣ୍ଟଙ୍କ ସହ ମାଜିଷ୍ଟ୍ରେଟ, ମେଡିକାଲ ଅଫିସର ଆଦି ପୂର୍ବରୁ ଉପସ୍ଥିତ ରହିଥାନ୍ତି । ଏବଂ ସେଠାରେ ସୁପରିଟେଣ୍ଡେଣ୍ଟ, ମାଜିଷ୍ଟ୍ରେଟଙ୍କୁ କୁହନ୍ତି କଏଦୀକୁ ୱାରେଣ୍ଟ ପଢାଯାଇ ଶୁଣାଇ ଦିଆଯାଇଛି । କଏଦୀକୁ ଘାତକ ହାତରେ ଦେଇ ଦିଆଯାଏ । ସେ ପର୍ଯ୍ୟନ୍ତ ୱାର୍ଡନ ତାଙ୍କୁ ଧରି ରଖିଥାନ୍ତି । କଏଦୀକୁ ଫାଶୀ ଦଉଡ଼ିର ଠିକ ତଳେ ଠିଆ କରାଇବାପରେ ଘାତକର କଏଦୀର ଗୋଡ଼ ବାନ୍ଧି, ତା’ ମୁହଁରେ କପଡ଼ା ବାନ୍ଧି ଦିଆଯାଇ ତା’ ବେକରେ ଫାଶୀ ଦଉଡ଼ି ପକାଯାଏ ।

ତା ପରେ ଯେଉଁ ୱାର୍ଡନମାନେ କଏଦୀକୁ ଧରି ରଖିଥାନ୍ତି ସେମାନେ ତାକୁ ଛାଡ଼ି ପଛକୁ ଘୁଞ୍ଚିଯାଆନ୍ତି । ଯେତେବେଳେ ସୁପରିଟେଣ୍ଡେଣ୍ଟ ଇସାରା କରନ୍ତି ଘାତକ ଲିବରକୁ ଟାଣିଦିଏ । ଫଳରେ କଏଦୀ ଠିଆ ହୋଇଥିବା ଫନ୍ଦା ତଳକୁ ପଡ଼ିଯାଏ ଏବଂ କଏଦୀ ଫାଶୀ ଖୁଣ୍ଟରେ ଝୁଲିପଡ଼େ ଏବଂ କିଛି ସମୟପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଦିଏ । କଏଦୀ ଅଧଘଣ୍ଟା ପର୍ଯ୍ୟନ୍ତ ଦଉଡ଼ିରେ ଝୁଲି ରହିଥାଏ । ଫାଶୀର ଅଧଘଣ୍ଟା ପରେ ଡାକ୍ତର କଏଦୀ ମୃତ କି ଜୀବିତ ତାହା ପରୀକ୍ଷା କରି ସ୍ପଷ୍ଟ କରନ୍ତି । ଏବଂ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଏ । ପରେ ସୁପରିଟେଣ୍ଡଣ୍ଟ ଫାଶୀ ୱାରେଣ୍ଟକୁ କୋର୍ଟକୁ ଫେରାଇଦେଇ ଜଣାନ୍ତି କି ଫାଶୀର ପ୍ରକ୍ରିୟା ଶେଷ ହୋଇଛି ।

ସବୁ ଫାଶୀର ଶେଷରେ ସୁପରିଟେଣ୍ଡଣ୍ଟ, ଇନସ୍ପେକ୍ଟର ଜେନେରାଲଙ୍କୁ ରିପୋର୍ଟ ଦିଅନ୍ତି , ପରେ ସେ ସେହି ୱାରେଣ୍ଟକୁ ସେହି କୋର୍ଟକୁ ଫେରାଇ ଦିଆଯାଇଥାଏ । ବ୍ୟବଚ୍ଛେଦ ପରେ କଏଦୀଙ୍କ ମର ଶରୀରକୁ ପରିବାରରକୁ ହସ୍ତାନ୍ତ କରାଯାଇଥାଏ । କୌଣସି କାରଣରୁ ଯଦି ପରିବାର ଲୋକ ମରଶରୀର ନ ନିଅନ୍ତି ତେବେ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଶବ ସଂସ୍କାର କରାଯାଏ ।
ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରେ ନାହିଁ ଧୋନିଙ୍କ ନାଁ, ଅବସରକୁ ନେଇ ଚର୍ଚ୍ଚା ଜୋର
ମୁମ୍ବାଇ : ବିସିସିଆଇ ୨୦୧୯-୨୦ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଟିମର ବର୍ଷିକିଆ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ବାଦ୍ ଦିଆଯାଇଛି । ଏ-ପ୍ଲସ୍ କ୍ୟାଟେଗୋରିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ୍ ବୁମରାଙ୍କ ନାଁ ସାମିଲ ଥିବା ବେଳେ, ଧୋନିଙ୍କ ନାଁ କୌଣସି କ୍ୟାଟେଗୋରୀରେ ସାମିଲ ନାହିଁ । ଗତବର୍ଷ ଧୋନି ‘ଏ’ କ୍ୟାଟେଗୋରୀରେ ଥିଲେ ।

ଏବେ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସାମିଲ ନକରିବା ପରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ଆଗକୁ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇପାରନ୍ତି ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ମଞ୍ଚେଷ୍ଟରରେ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରଠାରୁ ଧୋନି କୌଣସି ମ୍ୟାଚ୍ ଖେଳିନାହାନ୍ତି ।

ଏବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଧୋନିଙ୍କ ଚୁକ୍ତି ସଂପର୍କରେ କହିଛନ୍ତି ଯେ, ସେ ଧୋନିଙ୍କ ସହ ଆଲୋଚନା କରିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ସହ ଆଲୋଚନା ହୋଇଛି ସେହି ଅନୁସାରେ କାର୍ଯ୍ୟ କରାଯିବ । ପୂର୍ବରୁ ଧୋନି ଟେଷ୍ଟରୁ ଅବସର ନେଇସାରିଛନ୍ତି, ଖୁବଶୀଘ୍ର ସେ ଦିନିକିଆରୁ ମଧ୍ୟ ଅବସର ନେଇ ଚିନ୍ତା କରିପାରନ୍ତି । କେବଳ ସେ ଟି-ଟ୍ବେଣ୍ଟି ଖେଳିବେ ଏବଂ ଆଇପିଏଲ୍ ନିଶ୍ଚୟ ଖେଳିବେ ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଧୋନି କେବେବି ନିଜକୁ ଟିମ୍ ଉପରେ ଲଦିବାକୁ ଚେଷ୍ଟା କରିନାହାନ୍ତି ବୋଲି ସେ କହିଛନ୍ତି ।

ଏବେ ଏ ପ୍ଲସ୍ କ୍ୟାଟେଗୋରିରେ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦିଆଯାଉଥିବା ବେଳେ, ଏ ଗ୍ରେଡ୍ ଖେଳାଳିଙ୍କୁ ୫ କୋଟି, ବି-ଗ୍ରେଡ୍ ଖେଳାଳିଙ୍କୁ ୩ କୋଟି ଏବଂ ସି-ଗ୍ରେଡ୍ ଖେଳାଳିଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ରବି ଶାସ୍ତ୍ରୀଙ୍କ ମତରେ ଧୋନି ଯଦି ଆଇପିଏଲରେ ଭଲ ଖେଳନ୍ତି ତେବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିପାରନ୍ତି ।
ଝିଅ ଘରକୁ ଆସିଥିଲା ମାଆ, ଉତ୍କ୍ଷିପ୍ତ ହୋଇ ହାଣିଦେଲା ଦିଅର
ବଣାଇ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଏକ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଟିକରାପୋଷ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଝିଅ ଜ୍ୱାଇଁଙ୍କ ଘରକୁ ବୁଲିବାକୁ ଆସିଥିଲେ ଚିକଟନଳୀ ଗାଁର ମହିଳା ବନ୍ଦିନୀ ଓରାମ୍ । କିନ୍ତୁ ସେଠାରେ ସେ ଜ୍ୱାଇଁ ଦଶରଥ ଓରାମ୍ଙ୍କ ସାନ ଭାଇର ଟାଙ୍ଗିଆ ଚୋଟର ଶିକାର ହୋଇଛନ୍ତି । ସାନ ଭାଇ ରତିକାନ୍ତ ଓରାମ୍ ପୂର୍ବରୁ ବଡ଼ଭାଇର ଶାଶୁ ବନ୍ଦିନୀ କୁ ଗୁଣି କରୁଥିବା ଦର୍ଶାଇ ତାଙ୍କ ଘରକୁ ନ ଆସିବା ପାଇଁ କହିଥିଲା ।

କିନ୍ତୁ ଗତକାଲି ରାତିରେ ଶାଶୁ ବନ୍ଦିନୀଙ୍କୁ ତାଙ୍କ ଘରେ ଦେଖି ହଠାତ୍ ରାଗିଯାଇ ଏକ ଟାଙ୍ଗୀଆରେ ଚୋଟ ପକାଇଥିଲା ରତିକାନ୍ତ । ଘଟଣାସ୍ଥଳରେ ବନ୍ଦିନୀର ମୃତ୍ୟୁ ଘଟିଥିବା ବେଳେ ପାଖରେ ଥିବା ଏକ ଶିଶୁ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅଭିଯୁକ ଏପର୍ଯ୍ୟନ୍ତ ଫେରାର ରହିଛି ।

ବେଦାନ୍ତର ଦାଦାଗିରି
ଭୁବନେଶ୍ୱର: ବେଦାନ୍ତର ଦିନକୁ ଦିନ ଚାଲିଛି ଦାଦାଗିରି । ପାଉଁଶ ପୋଖରୀ ପାଇଁ ପଦା ହେଉଛି ଜଙ୍ଗଲ । ବେଦାନ୍ତ କଂପାନୀ ବେଆଇନ ଭାବେ ଚାଷଜମି ଦଖଲ କରୁଥିବା ଅଭିଯୋଗ ହୋଇଛି ।

ପ୍ରଦୂଷଣର ବିଷ ବଳୟରେ ବିଲୀନ ହେବାକୁ ଯାଉଛି ପୂରା ଗାଁ । ଝାରସୁଗୁଡ଼ା ଜିଲ୍ଲା ନୂଆମୁଣ୍ଡା ଗାଁଲୋକ ତ୍ରାହିତ୍ରାହି ଡାକିଲେଣି । ସେପଟେ ବିରୋଧର ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଲୋକ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଜଣା ପଡିଛି ।
ଶୁକ୍ରବାର ଦେଖି ଆପଣାନ୍ତୁ ଏହି ଉପାୟ, ଘରର ଆର୍ଥିକ ସମସ୍ୟା ଓ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ
ଶୁକ୍ରବାର ମା’ଲକ୍ଷ୍ମୀ ଓ ମା’ ସନ୍ତୋଷୀଙ୍କ ଦିନ । ବହୁ ମହିଳା ଓ ଝିଅ ଏହିଦିନ ବ୍ରତ କରି ମା’ଙ୍କୁ ପୁଜାର୍ଚନା କରିଥାନ୍ତି । ବିଶେଷ କରି ବହୁ ଲୋକେ ମା’ ସନ୍ତୋଷୀଙ୍କର ବ୍ରତ ରଖିଥାଆନ୍ତି । ଏହି ବ୍ରତ କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ମିଳିଥାଏ । ମା’ଙ୍କ କୃପାରୁ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଶୁକ୍ରବାରରେ ଏପରି କେତେକ ବିଶେଷ ଉପାୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିମ୍ନରେ ଜାଣନ୍ତୁ ସେ ବିଷୟରେ..
୧. ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି । ତାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
![]()
୨. ଶୁକ୍ରବାର ଦିନ ହଳଦିଆ କପଡ଼ାରେ ହଳଦିଆ କଉଡ଼ି, ସାମାନ୍ୟ କେସର, ଏକ ଚାନ୍ଦି ଟଙ୍କା ବାନ୍ଧି ନିଜ ଆଲମିରାରେ ରଖନ୍ତୁ । ଏହି ଉପାୟ କିଛି ଶୁକ୍ରବାର ଲଗାତର କରିବା ଦ୍ୱାରା ଆପଣଙ୍କ ଗୃହରେ କଦାପି ଟଙ୍କାର ଅଭାବ ରହିବ ନାହିଁ ।

୩. ଏହି ଦିନ ଐଶାନ୍ୟ କୋଣରେ ଗାଈ ଘିଅରେ ଲାଲ ରଙ୍ଗର ସଳିତାରେ ଦୀପ ଲଗାନ୍ତୁ । ଏହାର ଖୁବ ଶୁଭଫଳ ଆପଣଙ୍କୁ ମିଳିବ ।

୪. ୩ଟି କୁଆଁରୀ କନ୍ୟାଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ । ଏହାପରେ ତାଙ୍କୁ ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଉପହାରରେ ଦିଅନ୍ତୁ । କୁଆାଁରୀ କନ୍ୟା ଦେବୀଙ୍କ ଏକ ରୂପ ବୋଲି କୁହାଯାଏ । ତେଣୁ ଏହା କରିବା ଦ୍ୱାରା ଘର ପାଇଁ ମଙ୍ଗଳ ହୋଇଥାଏ ।
କୋର୍ଟଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର: ଭିଜିଲାନ୍ସ ହାତରେ ବନବିଭାଗ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡ଼ିଆବାହାଲ ରେଞ୍ଜରଙ୍କ ଘରେ ଚଢ଼ାଉ ହୋଇଛି ।

ବନ ବିଭାଗ ଅଧିକାରୀ ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟି ବନ୍ଧ ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସୁରେଶଙ୍କର ପୁଟିବନ୍ଧ ଘର, ଧମା ଠାରେ ଥିବା ବିଶି ଡେରାର ଘର, ପୁଟିବନ୍ଧ ଠାରେ ଥିବା ତାଙ୍କ ଝିଅ-ଜୁଆଇଁ ଘରେ ଏବଂ ତାଙ୍କ ପଡିଆ ବାହଲ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଏକ କାଳୀନ ରେଡ଼ ଚାଲିଛି ।

ସମ୍ବଲପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉ ଚାଲିଥିବା ଭିଜିଲାନ୍ସ ଡିଏସପି କହିଛନ୍ତି । ବର୍ତ୍ତମାନ ସୁଧା ଏହି ଚଢ଼ାଉ ଜାରି ରହିଛି ।
କୂଳରେ ଲାଗିଲା ମଝି ଚିଲିକାରେ ଫସି ରହିଥିବା ଡ଼ଙ୍ଗା
ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସି ରହିଥିବା ଡ଼ଙ୍ଗା ଏବେ କୂଳରେ ଲାଗିଛି । କୁହୁଡ଼ି ଛାଡ଼ିବା ପରେ ଜହ୍ନିକୁଦାରେ ପହଞ୍ଚିଲା ଡ଼ଙ୍ଗା ।ସାତପଡ଼ାରୁ ଜହ୍ନିପଦା ଅଭିମୁଖେ ଯାଉଥିବା ଡଙ୍ଗାଟି ଘନ କୁହୁଡ଼ି ଯୋଗୁଁ ଆଜି ସକାଳରେ ଚିଲିକା ମଝିରେ ଫସି ରହିଥିଲା ।

ଏବଂ ଘନ କୁହୁଡ଼ି ଯୋଗୁଁ ଡ଼ଙ୍ଗା ଚାଳକ ବାଟବଣା ହୋଇଥିଲେ । ତେବେ ଡ଼ଙ୍ଗାଟିରେ ୩୦ଜଣ ଯାତ୍ରୀ ରହିଥିବା ବେଳେ ୧୦ଟି ମୋଟର ସାଇକେଲ ରହିଥିବା ଜଣାପଡ଼ିଛି । ଡ଼ଙ୍ଗା ପହଞ୍ଚିଲା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

