ଜନଗଣନା କାର୍ଯ୍ୟକ୍ରମ ଘୁଞ୍ଚାଇବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନଗଣନା ୨୦୨୧ ଏବଂ ନ୍ୟାସନାଲ ପପୁଲେସନ୍ ରେଜିଷ୍ଟ୍ରରର ଅପଡେଟ୍ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ଚିଠି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ରାଜ୍ୟ ତଥା ସମଗ୍ର ଦେଶ କରୋନା ବିରୋଧରେ ଲଢ଼େଇ କରୁଛି ।

କରୋନାକୁ ରୋକିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।  ଏଦିଗରେ କାର୍ଯ୍ୟ କରିବା ନେଇ ରାଜ୍ୟ ପ୍ରଶାସନ ନିୟୋଜତ ରହିଛି । ଏଭଳି ସମୟରେ ସେମାନଙ୍କୁ ଜନଗଣନା ଏବଂ ଅନ୍ୟ କାର୍ଯ୍ୟରେ ଫିଲ୍ଡକୁ ପଠାଇବା ଦ୍ୱାରା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ଏଣୁ ବର୍ତ୍ତମାନ ପାଇଁ ଏହାକୁ ଘୁଞ଼୍ଚାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ନିଷ୍ପତ୍ତି ନେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ପହିଲାରୁ ସେପ୍ଟମ୍ୱର ୩୦ ମଧ୍ୟରେ  ୪୫ ଦିନ ଭିତରେ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା ।

Image result for pradipta nayak

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ପ୍ରଧାନମନ୍ତ୍ରୀ ବି କହିଛନ୍ତି ଯେ କେହି ବାହାରକୁ ନ ବାହାରନ୍ତୁ। ଆମେ ବି ଚାହୁଁନୁ ଯେ, ଘର ଘର ବୁଲି ଜନଗଣନା କାମ କରୁଥିବା ଲୋକ ଆକ୍ରାନ୍ତ ହୁଅନ୍ତୁ ବୋଲି। ମୋର ଆଶା ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ। ବର୍ତ୍ତମାନ ଜନଗଣନା କାମ ସ୍ଥଗିତ ରହୁ।

Leave a Reply