spot_img
Home Blog Page 7316

ସୁରଟର ଟେକ୍ସଟାଇଲ ମାର୍କେଟରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଗୁଜୁରାଟ: ସୁରଟର ଟେକ୍ସଟାଇଲ ମାର୍କେଟରେ ନିଆଁ । ଜଳିଲା ୧୦ ମହଲା ବିଲ୍ଡିଂ । ନିଆଁ ଲିଭାଇବା କାମରେ ୫୦ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ୨୦୦ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବା କାମରେ ଲାଗିଛନ୍ତି । ସୁରଟ, ବାରଦୋଲୀ, ହେଜିୱାଲା ଓ ହଜୀରାରୁ ଦମକଳଗାଡ଼ି ଆସି ନିଆଁ ଲିଭାଉଛନ୍ତି ।

ରଘୁବୀର ଟେକ୍ସଟାଇଲରେ ଏହି ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗତ କିଛିଦିନ ତଳେ ମଧ୍ୟ ଏହି ବିଲ୍ଡିଂର ନବମ ମହଲାରେ ନିଆଁ ଲାଗିଥିଲା । ଆଜିର ଅଗ୍ନିକାଣ୍ଡରେ କେହି ମତାହତ ହୋଇ ନ ଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି ।

ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ମୃତ, ଧାନଖଳା ଜଗିଥିବା ବେଳେ ଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି: ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ ହୋଇଛି । ଧାନଖଳା ଜଗିଥିବା ବେଳେ ଚାଷୀଙ୍କର ଜୀବନ ଯାଇଛି । ମୃତକ ହେଲେ ସାନାଦାଣ୍ଡ ସାହିର ଆଲୁ ଲାଚ୍ଛେୟା । ଆଜି ଭୋର ପ୍ରାୟ ୩ଟା ସମୟରେ ଚାଷୀଙ୍କର ମୃତ୍ୟୁ ହୋଇଛି ।

ନିମପଲ୍ଲୀ କେନାଲ ରାସ୍ତା କଡ଼ରେ ଥିବା ଧାନ ଜଗିବାକୁ ଚାଷୀ ଲାଛେୟା ଏବଂ ନୂଆ ସାହିର କେ.ଅରକ୍ଷିତ ପାତ୍ର ଯାଇଥିଲେ । ଦୁହେଁ ଖଳାରେ ଶୋଇଥିଲେ । ତେବେ ଶବ୍ଦ ଶୁଣି ଦୁହେଁ ଉଠି ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗଜରାଜଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମତ ଘୋଷଣା କରିଥିଲେ । ଗତ ୪ ଦିନ ହେବ ଚାଙ୍ଗୁଡ଼ି ଦେଇ ଖାଦ୍ୟ ସନ୍ଧାନରେ ନନ୍ଦ ଗାଁକୁ ବହୁ ସଂଖ୍ୟାରେ ହାତୀ ଆସୁଛନ୍ତି ।

ଧନୁଯାତ୍ରା ମହୋତ୍ସବରେ ଅଘଟଣ, ଦୋକାନ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ୍‌

ସମ୍ବଲପୁର: ଧନୁଯାତ୍ରା ମହୋତ୍ସବରେ ଅଘଟଣ । ସମ୍ବଲପୁର ପରମାଣପୁରରେ ଧନୁଯାତ୍ରାର ଷଷ୍ଠ ଦିନରେ  ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଥିବା ଦୋକାନ ଉପରେ କୋଇଲା ବୋଝେଇ ଟ୍ରକ୍‌ ଚଢିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ୫ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଶାସନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

 

 

ଆଜି ବଗରଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼: ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାଘରକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ବରଗଡ଼ ସହର ଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଛି । ସହର ମଧ୍ୟରେ ଥିବା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇ ଏଠାରେ ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟ କରିବ ।

ଏହାସହ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଇନ୍ସ ପାର୍କକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ପରେ ଚିକିତ୍ସାଳୟର ପରିସରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ନନ୍ଦିଘୋଷ ଟିଭିର ମହାପ୍ରଭାବ; ଜଗତସିଂହପୁର ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଜଗତସିଂହପୁର: ମଲା ପରେ ବି ଲୁଟୁଛନ୍ତି । ମୃତ ବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଭତ୍ତା ଟଙ୍କା । ଜଗତସିଂହପୁର ଖଇରଙ୍ଗ ପଞ୍ଚାୟତରେ ମୃତ୍ୟୁର ମାସ ମାସ ପରେ ବି ଉଠୁଛି ଭତ୍ତା ଟଙ୍କା । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୁଡକୁ ଆସିଛି । ପ୍ରଶାସନ ପକ୍ଷରୁ ନିଜ ଆଡ଼ୁ ମାମଲା ରୁଜୁ କରାଯାଇଛି । ମୃତ ବ୍ୟକ୍ତିଙ୍କ ନାଁରେ କେମିତି ଭତ୍ତା ଉଠିଲା, କିଏ ଟିପ ଚିହ୍ନ ଦେଲେ ? ଏହି ଦୁର୍ନୀତି ଅଭିଯୋଗରେ ଆଉ କିଏ କିଏ ସମ୍ପୃକ୍ତ ସବୁକିଛିର ତଦନ୍ତ ପାଇଁ ଜିଲ୍ଲାପାଳ ଜଗତସିଂହପୁର ବିଡିଓ ମାନସ ରଞ୍ଜନ ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିବା ଭଳି ନନ୍ଦିଘୋଷ ଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଭତ୍ତା ବଣ୍ଟନ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର ନନ୍ଦ ଖଇରଙ୍ଗ ପଞ୍ଚାୟତ ଅଫିସରୁ ବ୍ଲକ୍ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟିଥିଲେ । ହେଲେ, ସହଯୋଗ ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ । ଆଉ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସାଂଘାତିକ ତଥ୍ୟ ଆହୁରି ରହସ୍ୟ ଭିତରକୁ ଟାଣି ନେଇଥିଲା ।

୨୦୧୭ରୁ ଖଇରଙ୍ଗର ମଧୁସୂଦନ ବାରିକଙ୍କ ମୃତ୍ୟୁ ହେଲାଣି । ମୃତ୍ୟୁ ପ୍ରମାଣପତ୍ର ବି ଅଛି । କିନ୍ତୁ ମୃତ୍ୟୁର ମାସ ମାସ ପରେ ବି ତାଙ୍କ ଟିପ ଚିହ୍ନରେ ଟଙ୍କା ଉଠୁଛି । କେବଳ ମଧୁସୂଦନ ନୁହଁନ୍ତି ମଲା ପରେ ବି ଗାଁର ସୁନ୍ଦରୀ ନାଥ ଓ ସୁଦର୍ଶନ ନାଥଙ୍କ ନାଁରେ ଉଠିଛି ଭତ୍ତା ଟଙ୍କା । ଏହାପରେ ଆମେ ଅନୁସନ୍ଧାନକୁ ଆଗକୁ ବଢ଼ାଇଥିଲୁ । ଇନଭେଷ୍ଟିଗେସନରୁ ଜାଣିବାକୁ ପାଇଥିଲୁ ପ୍ରାୟ ଏମିତି ୩୦ ଜଣଙ୍କ ନାଁରେ ମଲା ପରେ ବି ଭତ୍ତା ଟଙ୍କା ସହ ଅନ୍ୟ ସରକାରୀ ଯୋଜନାରେ ହଡ଼ପ କରାଯାଇଛି ।୨ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ଯୋଜନାରେ ଅର୍ଥ ଓ ସହାୟତା ହଡ଼ପ ଚାଲିଛି । ତେବେ, ଏଥିରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ନା ମନ୍ଦିରରେ ମୁଣ୍ଡି ମାରିବା ନାଁରେ ପ୍ରଶାସନ ଜାଣତରେ ଚାଲିଛି ସବୁକିଛି । ଖବର ପ୍ରସାରଣ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଦେଖିବାର କଥା ପ୍ରଶାସନ ଦେଇଥିବା ତଦନ୍ତ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ?

ଜଗତସିଂହପୁର: ଖଇରଙ୍ଗ ପଞ୍ଚାୟତରେ ମୃତ ଲୋକଙ୍କ ନାଁରେ ଭତ୍ତା ଉଠିବା ଘଟଣା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ନିଜ ଆଡ଼ୁ ମାମଲା ରୁଜୁ କଲା ପ୍ରଶାସନ । ଜଗତିସଂହପୁର ବିଡିଓଙ୍କୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ଜଗତସିଂହପୁର: ଖଇରଙ୍ଗ ପଞ୍ଚାୟତରେ ମୃତ ଲୋକଙ୍କ ନାଁରେ ଭତ୍ତା ଉଠିବା ଘଟଣା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ନିଜ ଆଡ଼ୁ ମାମଲା ରୁଜୁ କଲା ପ୍ରଶାସନ । ଜଗତିସଂହପୁର ବିଡିଓଙ୍କୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ

ଯୋଡା: ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥର ଆଙ୍ଗୁଳିଆ ଛକ ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଲୋକେ ରାସ୍ତା ଅବରୋଧ କରିଛନ୍ତି । ୨ ମୃତକ ହେଉଛନ୍ତି ବ୍ରହ୍ମପୁର କରଞ୍ଜିଆ ଅଞ୍ଚଳର ରାଜେଶ ମୁଣ୍ଡା ଓ ଆଙ୍ଗୁଳିଆର ବାସୁମତି ମୁଣ୍ଡା ।ଉଭୟ ବାଇକ ଯୋଗେ ବାସୁଦେବପୁର ପଟୁ ରିମୂଳି ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ବୋଲେରୋ ବାଇକକୁ ଧକ୍କା ଦେଇ ପଳାଇଛି । ଚମ୍ପୁଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ସାରଙ୍କୁ ମହଙ୍ଗା ପଡ଼ିଲା ବେତମାଡ଼

ଘଟଗାଁ: ସାର୍ ହେଲେ ସସପେଣ୍ଡ୍ । ମହଙ୍ଗା ପଡ଼ିଲା ବେତମାଡ଼ । ଉଦୁ ଉଦିଆ ଖରାବେଳେ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ଆଣ୍ଠେଇ ପିଟିବା ଟିଙ୍ଗା ଟିଚରଙ୍କୁ ସାବାଡ୍ କରିଛି । ନନ୍ଦିଘୋଷ ଟିଭିରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ ।

ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ

ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିର୍ଧୁମ ଛେଚିଥିବା ପିଟାଟାଙ୍ଗର ସ୍କୁଲର ଟିଙ୍ଗା ଟିଚର ନିଲମ୍ବିତ ହୋଇଛନ୍ତି । ଶିକ୍ଷକ ରତି ନାରାୟଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିକାରୀ । ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡଦେଇ ସାର୍ ଫସିଛନ୍ତି ।ସୋସିଆଲ ମିଡିଆରେ ସାର୍ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହେବା ପରେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ତୁରନ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଥିଲେ ।

ଭୁବନେଶ୍ୱର ବିମାନବନ୍ଦରରୁ ୨୧୬ ଗ୍ରାମ୍‌ ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ । ଆଜି କଷ୍ଟମ୍‌ସ ବିଭାଗ ଦ୍ୱାରା ୨୧୬ ଗ୍ରାମ୍‌ ସୁନା ଜବତ କରାଯାଇଛି  । ଏହାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ । କ୍ୱାଲାଲମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି । ହ୍ୟ।ଣ୍ଡ ବ୍ୟାଗ୍‌ ଓ ଲଗେଜ୍‌ରେ ଯାତ୍ରୀ ଜଣଙ୍କ ୪୮ ଖଣ୍ଡ ସୁନା ଲୁଚାଇ ଆଣିଥିଲେ ।

ଏହି ଯାତ୍ରୀଙ୍କ ଘର ତାମିଲନାଡୁରେ ବୋଲି ସୂଚନା ମିଳିଛି । ସେ କେଉଁଠାରୁ ଓ କେଉଁ ଉଦ୍ଦେଶ୍ୟରେ ସୁନା ଆଣିଥିଲେ, ସେ ନେଇ ଜାରି ରହିଛି ତଦନ୍ତ । ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍‌ସ ବିଭାଗ ଅଟକ ରଖି ପଚରାଉଚରା କରୁଛି ।

ପୂର୍ବରୁ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ବହୁବାର  ବିପୁଳ ପରିମାଣର ସୁନା ଜବତ କରାଯାଇଥିଲା । ଏଣୁ ବିମାନବନ୍ଦରର ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ପ୍ରତିରକ୍ଷା ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ ଓଡ଼ିଆ IAS ଅଫିସରଙ୍କୁ ନିଯୁକ୍ତି

କେନ୍ଦ୍ରକୁ ଯିବେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍‌ ଅଫିସର ବିଶାଳ ଗଗନ । ତାଙ୍କୁ ପ୍ରତିରକ୍ଷା ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ ଆଜି ନିଯୁକ୍ତି ମିଳିଛି । ୫ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଶାଳ ଗଗନଙ୍କ ସମେତ ୩୧ଜଣ ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଭାବେ ମିଳିଛି ନିଯୁକ୍ତି । ସେମାନେ ବିଭିନ୍ନ ମନ୍ତ୍ର।ଳୟର ଯୁଗ୍ମ ସଚିବ ଭାବେ କାମ କରିବେ ।  ବିଶାଳ ଗଗନ ଏବେ ଓଡ଼ିଶାର ଜଳସଂପଦର ସ୍ୱତନ୍ତ୍ର ସଚିବ ଅଛନ୍ତି ।