spot_img
Home Blog Page 730

ସୁଧୁରିବନି ପାକିସ୍ତାନ; ପୁଣି ଧମକ ଦେଲେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନନ୍ଦିଘୋଷ ବ୍ୟୁରୋ: ସୁଧୁରିବନି ପାକିସ୍ତାନ। ପୁଣି ଧମକ ଦେଲେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବିପଦପୂର୍ଣ୍ଣ ମୋଡ଼ ନେଇପାରେ ବୋଲି କହିଛନ୍ତି ଶେହବାଜ। ପହଲଗାଓଁ ଘଟଣା ଦୁର୍ଭାଗ୍ୟଜନକ ଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯେକୌଣସି ସମୟରେ ବହୁତ ବିପଜ୍ଜନକ ମୋଡ଼ ନେଇପାରେ। ଶେହବାଜ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ଏକ କାର୍ଯ୍ୟକ୍ରମରେ ଏଭଳି ଧମକ ଦେଇଛନ୍ତି।

ଶେହବାଜ ଦାବି କରିଥିଲେ ଯେ ପାକିସ୍ତାନ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା। ପାକିସ୍ତାନ ପହଲଗାମ ଘଟଣାର ଅନ୍ତର୍ଜାତୀୟ ତଦନ୍ତ ପାଇଁ ପ୍ରସ୍ତୁତ ଥିଲା। କିନ୍ତୁ ଏଥିରେ ରାଜି ହେବା ପରିବର୍ତ୍ତେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଯାହାର ଉଚିତ ଜବାବ ଦିଆଯାଇଥିଲା।

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଭୁବନେଶ୍ୱର: ଆଜି ବସିବ କଂଗ୍ରେସର ଜରୁରୀ ବୈଠକ। ପିସିସି ସଭାପତି ଆଜି ଏହି ବୈଠକ ଡାକିଛନ୍ତି । ଓବିସି ସଂରକ୍ଷଣ ଦାବି ନେଇ ଦିବାରାତ୍ର ଧାରଣାରେ ବସିଛି କଂଗ୍ରେସ। ହେଲେ ଧାରଣାସ୍ଥଳରେ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳୁନି। କେବଳ ପିସିସି ସଭାପତି ଭକ୍ତ ଦାସ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ ଓ ଶରତ ରାଉତଙ୍କ ଭଳି କିଛି ନେତାଙ୍କୁ ଛାଡି ଦେଲେ ଅନ୍ୟ କେହି ନଥିଲେ। ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି, ନିରଂଜନ ପଟ୍ଟନାୟକ ଭଳି ନେତାମାନେ ବି ଅନୁପସ୍ଥିତ ଥିଲେ । ଏହାକୁ ନେଇ ଦଳ ଭିତରେ ଏବେ ପ୍ରବଳ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏହି ଅନ୍ଦୋଳନରେ କେବଳ ଓବିସି ନେତାମାନେ ଯୋଗଦେବେ ବୋଲି ପିସିସି କହିଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଅନ୍ୟ ନେତାମାନେ ଯୋଗଦେଇନଥିବା କୁହାଯାଉଛି। କିନ୍ତୁ ଓବିସି ସଂପର୍କରେ ବରାବର କହିଆସିଥିବା ଶ୍ରୀକାନ୍ତ ଜେନା ଧାରଣାସ୍ଥଳକୁ ନଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୪୦ ଗ୍ରାମ ବ୍ରାଉନସୁଗାର ସହ ୪ ଜଣ ବ୍ୟବସାୟୀ ଗିରଫ

ଭୁବନେଶ୍ବର : ଆକ୍ସନ ମୋଡରେ ମୈତ୍ରୀ ବିହାର ପୋଲିସ। ମୈତ୍ରୀ ବିହାର ଅଞ୍ଚଳରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ମୈତ୍ରୀ ବିହାର ପୋଲିସ। ତାସହିତ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ୪ ଅଭିଯୁକ୍ତ ହେଲେ ଭୁବନେଶ୍ବର ସାଲିଆ ସାହିର ଚନ୍ଦନ ବେହୁରା, ଗଜପତି ଅଂଚଳର ଡି. ରାଜା, ବରଗଡ଼ ଅଂଚଳର କିଶୋର ଲେଙ୍କା ଓ ଅନ୍ୟ ଜଣେ ହେଲେ ହରବନ୍ଧୁ ପ୍ରଧାନ । ଭୁବନେଶ୍ବରରେ ମେ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଟି ବ୍ରାଉନସୁଗାର କେସ ରୁଜୁ ହେବା ସହ ୪୨ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ନିକଟରୁ ୮୨୧ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୯୭ ହଜାର ୭୦୦ ଟଙ୍କା ଜବତ୍ ହୋଇଛି । ତାସହିତ ସେମାନଙ୍କ ନିକଟରୁ ତିନୋଟି ଚାରି ଚକିଆ ଯାନ, ଗୋଟିଏ ତିନି ଚକିଆ ଯାନ , ୯ଟି ଦୁଇ ଚକିଆ ଯାନ ଓ ୨୦ଟି ମୋବାଇଲ ଫୋନ ଜବତ ହୋଇଛି।

ଗଠନ ହେଲା ବିଜେଡିର ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟି

ଭୁବନେଶ୍ବର : ଗଠନ ହେଲା ବିଜେଡିର ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟି। ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟିରେ ୭ ଜଣ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି। ଏହି କମିଟିରେ ବରିଷ୍ଠ ଉପସଭାପତି ମୁଖ୍ୟାଳୟ ଦେବୀ ପ୍ରସାଦ ମିଶ୍ର, ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଅମାତ, ବରିଷ୍ଠ ଉପସଭାପତି ଚନ୍ଦ୍ରଶେଖର ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଡକ୍ଟର ରାଜଶ୍ରୀ ମଲ୍ଲିକ, ସାଧାରଣ ସମ୍ପାଦକ ଶର୍ମିଷ୍ଠା ସେଠୀ, ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା ଓ ସାଧାରଣ ସମ୍ପାଦକ ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର ସ୍ଥାନ ପାଇଛନ୍ତି। ରାଜ୍ୟସ୍ତରୀୟ ଶୃଙ୍ଖଳା କମିଟିରେ ଏହି ୭ ଜଣଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କଂଗ୍ରେସ ଧାରଣାକୁ ଆସିଲେନି ବରିଷ୍ଠ ନେତା

ଭୁବନେଶ୍ବର : ଓବିସି ସଂରକ୍ଷଣ ଦାବି ନେଇ ଦିବାରାତ୍ର ଧାରଣାରେ କଂଗ୍ରେସ । ହେଲେ ଧାରଣାସ୍ଥଳରେ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିନି । କେବଳ ପିସିସି ସଭାପତି ଭକ୍ତ ଦାସ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ ଓ ଶରତ ରାଉତଙ୍କ ଭଳି କିଛି ନେତାଙ୍କୁ ଛାଡି ଦେଲେ ଅନ୍ୟ କେହି ନଥିଲେ । ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି, ନିରଂଜନ ପଟ୍ଟନାୟକ ଭଳି ନେତାମାନେ ବି  ଅନୁପସ୍ଥିତ ଥିଲେ । ଏହାକୁ ନେଇ ଦଳ ଭିତରେ ଏବେ ପ୍ରବଳ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏହି ଅନ୍ଦୋଳନରେ କେବଳ ଓବିସି ନେତାମାନେ ଯୋଗଦେବେ ବୋଲି ପିସିସି କହିଥିବା ଆଲୋଚନା ହେଉଛି । ଯେଉଁଥିପାଇଁ ଅନ୍ୟ ନେତାମାନେ ଯୋଗଦେଇନଥିବା କୁହାଯାଉଛି । କିନ୍ତୁ ଓବିସି ସଂପର୍କରେ ବରାବର କହିଆସିଥିବା ଶ୍ରୀକାନ୍ତ ଜେନା ଧାରଣାସ୍ଥଳକୁ ନଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିସିସି ସଭାପତି ଆସନ୍ତାକାଲି ଏକ ଜରୁରୀ ବୈଠକ କଂଗ୍ରେସ ଭବନରେ ଡାକିଥିବା ସୂଚନା ରହିଛି ।

ଜ୍ୟୋତି ମାଲହୋତ୍ରାଙ୍କୁ ଆହୁରି ଘାଣ୍ଟିବ ହରିୟାଣା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ହରିୟାଣା ପୋଲିସର ଦ୍ଵିତୀୟ ଦଫା ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା। ଏଥର ୪ ଦିନିଆ ରିମାଣ୍ଡରେ ନେବାକୁ ହିସାର ଜିଲ୍ଲା କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ସରିବା ପରେ ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଇଥିଲା ପୋଲିସ ଏବଂ ପୁଣି ଥରେ ହେପାଜତକୁ ନେଇ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ ଅନୁମତି ଦେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରିୟଙ୍କାଠାରୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ। ଘଣ୍ଟା ଚକଟା କରି ତଥ୍ୟ ଓଗାଳିବ ତଦନ୍ତକାରୀ ଟିମ୍। ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ଜ୍ୟୋତିଙ୍କ ଲିଙ୍କ୍ ଥିଲା କି, କେମିତି ସଂପର୍କ ହୋଇଥିଲା, ଜ୍ୟୋତିଙ୍କ ଛଡ଼ା ଆଉ କାହାର ଲିଙ୍କ କଥା ସେ ଜାଣିଛନ୍ତି କି, ପାକିସ୍ତାନ ଗସ୍ତ ବେଳେ କାହାକୁ ସେ ଭେଟିଥିଲେ, ଭାରତରେ କାହାକୁ ଭେଟିଥିଲେ ଏହି ସବୁ ତଥ୍ୟ ଓଗାଳିବ ହରିୟାଣା ପୋଲିସ । ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହିତ ଜ୍ୟୋତିଙ୍କ ଫଟୋ ସାମ୍ନାକୁ ଆଗରୁ ଆସିଥିଲା।

ଏହାରି ଭିତରେ ହରିୟାଣା ପୋଲିସର ଏକ ବିବୃତି ପୁରା ଘଟଣାକୁ ଗୋଳମାଳିଆ କରିଦେଇଛି। ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା ହିସାର ପୋଲିସ। କିନ୍ତୁ ଏଯାଏ ପୋଲିସ ପାଖରେ ଏହାର ପକ୍କା ପ୍ରମାଣ ନାହିଁ। ପୋଲିସ ନିଜ ବିବୃତିରେ କହିଛି ଯେ, ଜ୍ୟୋତି ମାଲହୋତ୍ରା କିଛି ପିଆଇଓଙ୍କ ସହ ଯୋଗାଯୋଗରେ ଥିଲେ। କିଛି ସୂଚନା ଆଦାନପ୍ରଦାନ ହୋଇଥିଲା। କିନ୍ତୁ ଜ୍ୟୋତିଙ୍କ ପାଖରେ ସେମିତି କିଛି ସାମରିକ କିମ୍ଵା ଗୁଇନ୍ଦା ସୂଚନା ନାହିଁ, ଯାହା ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଥିବେ। କୌଣସି ସାମରିକ ପ୍ରତିଷ୍ଠାନ ସହିତ ତାଙ୍କର ସଂପୃକ୍ତି ନାହିଁ। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚରୁ ଟଙ୍କା କାରବାରର ମଧ୍ୟ ପକ୍କା ପ୍ରମାଣ ନାହିଁ। ତାଙ୍କ ଆକାଉଣ୍ଟକୁ ବଡ଼ ଆକାରର ଟଙ୍କା ଆସିନାହିଁ। କୌଣସି ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ଜ୍ୟୋତିଙ୍କର ସିଧାସଳଖ ସଂପୃକ୍ତିର କୌଣସି ପକ୍କା ପ୍ରମାଣ ଏଯାଏ ମିଳି ନାହିଁ।

ଏକଥା ସତ ଯେ, ସେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ବଡ଼ ବଡ଼ ହୋଟେଲରେ ରହିଥିଲେ। କୁହାଯାଉଛି, ତାଙ୍କ ଟ୍ରିପ୍ କୁ ପାକିସ୍ତାନ ତରଫରୁ ସ୍ପୋନସର୍ କରାଯାଇଥିଲା। ଏପରିକି ସେ ଚୀନ ମଧ୍ୟ ଯାଇଥିଲେ। ଜଣେ ପାକିସ୍ତାନୀ ଯୁବକଙ୍କୁ ବାହା ହେବାର ପ୍ରମାଣ ବି ଏପର୍ଯ୍ୟନ୍ତ ମିଳି ନାହିଁ। ଗଣମାଧ୍ୟମରେ ପ୍ରଥମେ ଚର୍ଚ୍ଚା ହୋଇଥିଲା ଯେ, ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇ ତାଙ୍କୁ ବାହା ହେବାକୁ ଚାହୁଁଥିଲେ ଜ୍ୟୋତି। ଏହାର ପକ୍କା ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ।  … ଏହାକୁ ପୋଲିସ ପକ୍ଷରୁ ଭିତ୍ତିହୀନ ଖବର ବୋଲି କୁହାଯାଇଛି  । ଯେହେତୁ ଜ୍ୟୋତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଥିଲେ, ତାଙ୍କ ଜରିଆରେ ପ୍ରୋପାଗାଣ୍ଡା ଚଳାଇବାକୁ ଚାହିଁଥିଲା ପାକିସ୍ତାନ। ଭାରତ ବିରୋଧରେ ଓ ପାକିସ୍ତାନ ସପକ୍ଷରେ ପ୍ରଚାର କରିବାକୁ ଜ୍ୟୋତିକୁ ମୋହରା ବନା ହୋଇଥାନ୍ତା। ତା ଆଗରୁ ସେ ଧରାପଡ଼ିଗଲେ। ପହଲଗାଁଓ ଆକ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ଦାୟୀ କରି ସେ ଏକ ଭିଡିଓ ଛାଡ଼ି ଥିଲେ ବୋଲି ମଧ୍ୟ କୁହାଯାଉଛି।

କାଲି ବିଜେଡି ଆଜି କଂଗ୍ରେସର ଗର୍ଜନ, ଓବିସିଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦାବିରେ ଆନ୍ଦୋଳନ

ଭୁବନେଶ୍ବର : ବିଜେଡି ରାସ୍ତାରେ କଂଗ୍ରେସ । ୧୧.୨୫ ନୁହେଁ । ଦିଅ ୨୭ ପ୍ରତିଶତ ସଂରକ୍ଷଣ । ଯାହାର ସଂଖ୍ୟା ଯେତେ ତାର ଭାଗ ସେତେ। ପଛଆବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ୨୭ ପ୍ରତିଶତ ସଂରକ୍ଷଣ ଦେବାନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେରେ ୨୪ ଘଣ୍ଟିଆ ଅହରାତ୍ର ଧାରଣା ଦେଇଛି ଦଳ । ପିସିସି ସଭାପତି  ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ନେତା ଓ କର୍ମୀ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି । ଅନ୍ୟ ରାଜ୍ୟରେ ୨୭ ପ୍ରତିଶତ ସଂରକ୍ଷଣ ମିଳିପାରୁଛି ଓଡିଶାରେ କାହିଁକି ହେବନି । ସରକାରଙ୍କ ଆନ୍ତରିକତା ରହିଲେ ଖାଲି ସରକାରୀ ସ୍ତରରେ ନୁହେଁ ବେସରକାରୀ ନିଯୁକ୍ତିରେ ବି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ । ଏସସି-ଏସଟି ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷାରେ ୪୦ ପ୍ରତିଶତ ସଂରକ୍ଷଣ ନେଇ ଦଳ ଦାବି କରିଛି । ଆଗାମୀ ଦିନରେ କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚାଇବ ବୋଲି ଚେତାବନୀ ଦେଇଛି ।

୨୭ ପ୍ରତିଶତ  ସଂରକ୍ଷଣ ଦାବିରେ କଂଗ୍ରେସର ଗୋଟିଏ ପରେ ଗୋଟିଏ ନେତା ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ । ଜାତିଭିତ୍ତିକ ଜନଗଣନା କେନ୍ଦ୍ର ସରକାର କେବେ କରିବେ ତାହାର ବି ନିଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି  ପଛୁଆ ବର୍ଗଙ୍କ ପାଇଁ ସବୁବେଳେ ବିଜେଡି ଲଢେଇ କରି ଆସିଛି । ପଛୁଆ ବର୍ଗଙ୍କୁ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ନ ମିଳିବା ପର୍ଯ୍ୟନ୍ତ  ଲଢେଇ ଦିଲ୍ଲୀରୁ ପଲ୍ଲୀ ଯାଏ ଦଳ ଜାରି ରଖିବ । ସେପଟେ କଂଗ୍ରେସର ୨୪ ଘଣ୍ଟିଆ ଅହୋରାତ୍ର ଧାରଣାକୁ ନେଇ ପ୍ରଶ୍ନ ଉଠାଇଛି ଶାସକ ଦଳ । କଂଗ୍ରେସର ପ୍ରତିବାଦକୁ ତାତ୍ସଲ୍ୟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପଛୁଆ ବର୍ଗକୁ ସଂରକ୍ଷଣ ଦାବିରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଏକ୍ ହେବା ଫଳରେ ବ୍ୟାକ ଫୁଟରେ ରାଜ୍ୟ ସରକାର । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ବିଜେପିର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି

ଭୁବନେଶ୍ବର : ଦେଖୁ ଦେଖୁ ବିଜେପି ସରକାରର ଏକ ବର୍ଷ ପୂରିବାକୁ ଯାଉଛି । ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବା ମାତ୍ରେ, ଶହେ ଦିନରେ ସବୁ କାମ କରିବାର ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ଯେଉଁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଛି ବିଜେପି, ତାକୁ ଏ ଯାଏ ପାଳନ କରାଯାଇ ନଥବା ଅଭିଯୋଗ କରିଛି ବିଜେଡି । ସେପଟେ ବର୍ଷ ପୂର୍ତ୍ତିକୁ ବିରାଟ ଆକାରରେ ଏକ ସପ୍ତାହ ବ୍ୟାପୀ ପାଳିବାକୁ ବିଜେପି ଯୋଜନା କରିଛି । ବିଜେପିର ସଫଳତାର ମିଛକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶଂଖ ଭବନରେ ବିଜେଡିର ବୈଠକ ବସିଥିଲା । କିପରି ସରକାରୀ ବିଫଳତାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ, ସେ ନେଇ ଆସନ୍ତା ୨୭ ତାରିଖରେ ବସିବ ଚୂଡ଼ାନ୍ତ ବୈଠକ । ବିଜେଡି ପ୍ରସ୍ତୁତ କରୁଛି ବିଜେପିର ମିଛ ପ୍ରତିଶୃତିର ଲମ୍ବା ତାଲିକା ? କୁଆଡ଼େ ଗଲା ୩୦୦ ୟୁନିଟ ମାଗଣା ବିଜୁଳି ? କାହିଁକି ପ୍ରତି ଦୁଇ ବର୍ଷରେ ମହିଳା ପାଇବେନି ସୁଭଦ୍ରାର ୫୦ ହଜାର ଟଙ୍କା ? କାହିଁକି ବଢିଲାନି ଏମଏସପି ? ସମସ୍ତେ କାହିଁକି ପାଇବେନି ବର୍ଦ୍ଧିତ ବାର୍ଦ୍ଧକ୍ଯ ଭତ୍ତା ? କାହିଁକି ବିଗିଡ଼ିଲା ଆଇନଶୃଂଖଳା ? ଦରଦାମ ନିୟନ୍ତ୍ରଣ ହେଲାନି କାହିଁକି ?          ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ବିରୋଧରେ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? କାହିଁକି ମୁହଁ ମାଡ଼ି ପଡ଼ିଗଲେ ମହାପ୍ରଭୁ ବଳଭଦ୍ର ?   କାହିଁକି ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଭିଡ଼ ଅସମ୍ଭାଳ ହେଲା ? ନାରୀ ନିର୍ଯାତନା, ଶିଶୁ ଚୋରି, ଧର୍ଷଣ, ଅପହରଣ ବଢୁଛି କାହିଁକି ? ଏପରି ପ୍ରଶ୍ନର ଲମ୍ବା ତାଲିକା କରିଛି ବିଜେଡି ।

ଗୋଟିଏ ପଟେ ସରକାର ସଫଳତାର ଡିଣ୍ଡିମ ପିଟିବାକୁ ସଜବାଜ ହେଉଛି । ଅନ୍ୟପଟେ ବିଧାନସଭାରେ ନିଜ ବିଫଳତାକୁ ସ୍ବୀକାର ବି କରୁଛନ୍ତି । ଯେମିତିକି ନାରୀ ବିରୋଧରେ ହିଂସାକୁ ମାନିଛନ୍ତି ସରକାର । ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ ଟି ମାମଲା ବିଚାରାଧୀନ ଥିବା ବେଳେ ୭୩୮ ଟି ମାମଲାରେ ଚାର୍ଜସିଟ ଦିଆଯାଇଛି । ୨୧୭ଟି ମାମଲାର ଫଇସଲା ସରିଥିବା ବେଳେ ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ପ୍ରଦାନ କରାଯାଇଛି । ସେହିପରି ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । କେବଳ ଏହି ଗୋଟିଏ ମାସରେ ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିବା ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହି ତାଲିକାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସ୍ଥାନରେ ଏହା ବଢିବାରେ ଲାଗିଛି । ସରକାରୀ ବିଫଳତାକୁ ଲୋକେ ଅନୁଭବ କରୁଥିବା ବିଜେଡି ଦାବି କରିଛି । ନବୀନ ପଟ୍ଟନାୟକ ସରକାର ସମୟର ଯୋଜନା ଗୁଡ଼ିକରେ ନାଁ ଓ ରଙ୍ଗ ବଦଳାଇ ଏକ ବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେପି ସରକାର । ନୂଆ କଣ କରିବେ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । କେବଳ ବଜେଟର ଆକାର ବଢିଛି । ହେଲେ ସଂପୂର୍ଣ୍ଣ ବଜେଟ ଖର୍ଚ୍ଚ କରିବାରେ ବି ସରକାର ବିଫଳ ହୋଇଛନ୍ତି ।

ନିର୍ବାଚନକୁ ଡରୁଛି ବିଜେପି : ସକାଳେ ବିଜ୍ଞପ୍ତି, ସଂଧ୍ୟାରେ ସ୍ଥଗିତ

ଭୁବନେଶ୍ବର : ସକାଳେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି, ସନ୍ଧ୍ୟାରେ ସ୍ଥଗିତ। ୨୦୨୪ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କିଛି କାମ କରିନଥିବାରୁ ଏବେ ଲୋକଙ୍କ ପାଖକୁ ଯିବାକୁ ଭୟ କରୁଛି ବିଜେପି। ଯେଉଁଥି ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ କରାଗଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଲୋକଙ୍କ ପାଖକୁ ଯିବାକୁ ଡରୁଛି ବିଜେପି। ବର୍ଷେ ହେବ ବିଜେପି ସରକାର କେବଳ ରଙ୍ଗ ଓ ନାଁ ପରିବର୍ତ୍ତନରେ ସୀମିତ ରହିଛି। ଗାଁ ଗାଁରେ ସଂପୂର୍ଣ୍ଣ ଠପ୍ ରହିଛି ବିକାଶମୂଳକ କାମ। ସାଧାରଣ ଲୋକଙ୍କ ପାଇଁ କିଛି ଭଲ କରିନି ବିଜେପି ସରକାର। ଏପରିକି ସରକାରରେ କାହାର କାହା ସହ ସମନ୍ୱୟ ନଥିବା ଜଳଜଳ କରି ଦିଶୁଛି। ଯାହାର ଫଳ ସ୍ବରୂପ ନିର୍ବାଚନକୁ ଡରୁଛି ବିଜେପି। ସେହିପରି ନିର୍ବାଚନ ପାଇଁ ବିଜ୍ଞନ୍ତି ପ୍ରକାଶ କରି ସ୍ଥଗିତ କରିବା, ଓଡ଼ିଶା ଇତିହାସରେ ପ୍ରଥମ ଘଟଣା କହି ବିଜେପିଙ୍କୁ ସମାଲୋଚନା କରିଛି ବିଜେଡି।

୪୩ଟି ସରପଞ୍ଚ, ୪୦ ସମିତି ସଭ୍ୟ, ୫ ଜିଲ୍ଲା ପରିଷଦ ଓ ୨୭୨ ୱାର୍ଡ ମେମ୍ବର ପାଇଁ ହୋଇଥାନ୍ତା ଉପ ନିର୍ବାଚନ। ଯଦି ଉପ ନିର୍ବାଚନ ହୋଇଥାନ୍ତା, ତେବେ କୌଣସି ଗୋଟିଏ ଆସନରେ ବି ବିଜୟୀ ହୋଇପାରିନଥାନ୍ତା ବିଜେପି। ଯେଉଁଥି ପାଇଁ ନିର୍ବାଚନକୁ ସ୍ଥଗିତ କରାଗଲା ବୋଲି କହିଛନ୍ତି ପିସିସି ସଭାପତି। ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ୨୦୨୯ ପାଇଁ ଆମେ ପ୍ରସ୍ତୁତ। ଜନମତ କଣ ରହିବ ତାହା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ। ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ବିରୋଧୀ କ୍ୟାମ୍ପରୁ ଶାସକ ଦଳକୁ କଡା ସମାଲୋଚନା କରାଯାଉଛି। ୨୪ ନିର୍ବାଚନର ବର୍ଷେ ପରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତି କେତେ ଜନମତ ରହିଛି, ତାହା ଜଣାପଡିଥାନ୍ତା। କିନ୍ତୁ ପରାଜୟ ଭୟରେ ବିଜେପି ଉପନିର୍ବାଚନକୁ ସ୍ଥଗିତ ରଖିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଯାହାକୁ ମାନିବାକୁ ଏକଦମ୍ ନାରାଜ ଶାସକ ଦଳ।

ଜଣକ ପରେ ଜଣେ ଟପ୍ ମାଓନେତା ନିପାତ, ‘ଲାଲ’ ରକ୍ତ ଛିଟାରେ ଭିଜିଲା ଅବୁଜମାଡ ଜଙ୍ଗଲ

ଜୟପୁର : ମୁଖିଆ ଶୂନ୍ୟ ହେଉଛି ମାଓ ସଙ୍ଗଠନ । ଜଣକ ପରେ ଜଣେ ଟପ୍ ମାଓନେତା ନିପାତ। `ଲାଲ’ ରକ୍ତ ଛିଟାରେ ଭିଜିଲା ଅବୁଜମାଡ ଜଙ୍ଗଲ । ଯବାନଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୨୭ ମାଓବାଦୀ । ମୃତକଙ୍କ ମଧ୍ୟରେ ରହିଛି ବାସବ ରାଜ୍ ଓରଫ୍ ନାମ୍ବାଲା କେଶବ ରାଓ ଓରଫ କ୍ରିଷ୍ନା ଓରଫ ଗାଗନ୍ନା। କେନ୍ଦ୍ରିୟ କମିଟି ମୁଖ୍ୟ ତଥା CPI ମାଓ ସଂଗଠନର ସାଧାରଣ ସଂପାଦକ ଥିଲା ବାସବ ରାଜ୍ । ୨୦୧୮ ମସିହାରେ ଟପ୍ ମାଓ ନେତା ଗଣପତିର ମୃତ୍ୟୁ ପରେ କେଶବ ରାଓ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଦାୟିତ୍ୱ ନେଇଥିଲା । ଘର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜିଆନ୍ନାପେଟ ଗାଁରେ ବୋଲି ଜଣାପଡିଛି । କେଶବ ରାଓଙ୍କ ମୁଣ୍ଡ ଉପରେ କେବଳ ଛତିଶଗଡରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ଓଡିଶା ଓ ଝାଡଖଣ୍ଡ ରେ ମଧ୍ୟ କେଶବ ରାଓ ଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା ହୋଇଥିଲା । ହେଲେ ସବୁବେଳେ ପୋଲିସକୁ ଚକମା ଦେଇ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଖସି ପଳାଇବାରେ ସଫଳ ହେଉଥିଲା କେଶବ ରାଓ । ଗତକାଲି ଛତିଶଗଡ ଡିଆରଜି ବାହିନୀ ଗୁଳିରେ ପ୍ରାଣ ହରାଇଛି ଏହି ଟପ ମାଓନେତା —

ଅବୁଜମାଡ ଜଙ୍ଗଲରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଅପରେସନରେ ଡିଆରଜି ଜବାନଙ୍କ ସହ ସିଆରପିଏଫ ବାହିନୀ ମଧ୍ୟ ସାମିଲ୍ ଅଛନ୍ତି । ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। କାରଣ ଯେଉଁ ମାଓବାଦୀଙ୍କ ଦେହରେ ଗୁଳି ବାଜିଛି ସେମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅନ୍ୟ ପଟେ ମାଓବାଦୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଆହତ ଜବାନଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । କେଶବ ରାଓଙ୍କ ମୃତ୍ୟୁ ପରେ ଏକ ପ୍ରକାର ଦୁର୍ବଳ ହୋଇ ପଡିଛି ଲାଲ୍ ବାହିନୀ । ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ମହାରାଷ୍ଟ୍ର ଓ ଛତିଶଗଡ଼ରେ ଲଗାତର ଭାବେ ମାଓ ବିରୋଧୀ ଅପରେସନ ଜାରି ରହିଥିବା ବେଳେ ମୁଣ୍ଡ ଗୁଞ୍ଜିବା ଲାଗି ଆଉ ସୁରକ୍ଷିତ ସ୍ଥାନ ଖୋଜି ପାଉନାହାନ୍ତି ଲାଲବାହିନୀ ।